jagrutinews.com

!-- TradingView Widget BEGIN -->
!-- TradingView Widget BEGIN -->
Responsive Breaking News Ticker
!
BREAKING NEWS

Married women demandjustice : ବିବାହିତ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ

Married women demandjustice : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳ ରେ ଜୈନେକ ବିବାହିତା ମହିଳା ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ। ତାଙ୍କ ସହ ଦୁଷ୍କର୍ମ ଉଦ୍ୟମ ହେବା ନେଇ ସେ ନ୍ୟାୟ ଦାବି କରିଛନ୍ତି।

Married women demandjustice and complaint

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରୁ ଏକ ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି।ଯାହା ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଉତ୍ତେଜନା ର ବାତାବରଣ ସ୍ତୃଷ୍ଟି କରିଛି । ଜଣେ ବିବାହିତ ମହିଳାଙ୍କୁ ମିଛ ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ଘଟଣାଟି ରାମଚନ୍ଦ୍ରପୁର ଥାନା ଅଞ୍ଚଳର ପଦନା ଛକ ନିକଟରେ ଘଟିଥିବା ଜଣାପଡ଼ିଛି। ପୀଡିତା ବିବାହିତା ମହିଳା ସଂଯୁକ୍ତା ସାହୁ (୪୦), ଯିଏ ନିରଂଜନ ସାହୁଙ୍କ ପତ୍ନୀ, ତାଙ୍କ ଗ୍ରାମରେ ରହୁଥିବା ମାର୍କଣ୍ତ ସାହୁ (୪୬) ନାମକ ବ୍ୟକ୍ତିଙ୍କ ବିରୋଧରେ ଏହି ଗୁରୁତର ଅଭିଯୋଗ ଆଣିଛନ୍ତି।

ପୀଡିତାଙ୍କ କହିବା ଅନୁସାରେ, ଅଭିଯୁକ୍ତ ବ୍ୟକ୍ତି ପ୍ରଥମେ ତାଙ୍କୁ ଫୋନ ଯୋଗେ ଅସଭ୍ୟ ଭାଷା ବ୍ୟବହାର କରିଥିଲେ ଓ ପରେ ଘଟଣାକୁ ଆଗକୁ ବଢ଼ାଇଥିଲେ। ଏହା ସମାଜରେ ନାରୀ ସୁରକ୍ଷା ପ୍ରତି ପ୍ରଶ୍ନ ଉଠାଇଛି।

Married women demandjustice : ଫୋନ କଲରୁ ଘରକୁ ପହଞ୍ଚିଲେ ଅଭିଯୁକ୍ତ ମାର୍କଣ୍ଡ ସାହୁ

ଘଟଣା ସମ୍ପର୍କରେ ଅଧିକ ତଥ୍ୟ ଦେଇ ପୀଡିତା କହିଛନ୍ତି ଯେ, ଘଟଣା ଦିନ ଦୁଇପ୍ରହର ବେଳେ ମାର୍କଣ୍ତ ସାହୁ ତାଙ୍କୁ ବାରମ୍ବାର ଫୋନ କରିଥିଲେ । ତେବେ ସେ ଫୋନ ନଉଠେଇବାରୁ ଅଭିଯୁକ୍ତ ମାର୍କଣ୍ଡ ସାହୁ ନିଜେ ତାଙ୍କ ଘରକୁ ପହଞ୍ଚିଥିଲେ। ସେଠାରେ ସେ ମହିଳାଙ୍କୁ ବାହାରକୁ ଆସିବାକୁ କହିଥିଲେ ଓ “କିଛି କାମ ଅଛି” ବୋଲି ଲୋଭ ଦେଖାଇଥିଲେ।

ପୀଡିତା ବାହାରକୁ ଆସିବା ପରେ, ଅଭିଯୁକ୍ତ ତାଙ୍କୁ ଜବରଦସ୍ତି ଟେକି ନେଇ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏହି ସମୟରେ ମହିଳା ଜଣକ ଉଚ୍ଚ ସ୍ୱରରେ ଚିତ୍କାର କରିଥିଲେ। ତାଙ୍କ ଚିତ୍କାର ଶୁଣି ଅଭିଯୁକ୍ତ ଘଟଣାସ୍ଥଳ ଛାଡ଼ି ପଳାଇଯାଇଥିଲେ। ଏହି ଘଟଣା ଦେଖାଉଛି ଯେ, ସଚେତନତା ଓ ସାହସ ଦ୍ୱାରା ବଡ଼ ଅପରାଧ ରୋକାଯାଇପାରେ।

Married women demandjustice at ramchandrapur police station

ରାମଚାନ୍ଦ୍ର ପୁର ପୋଲିସ କରିଛି ତଦନ୍ତ ଆରମ୍ଭ ମେଡିକାଲ ପରୀକ୍ଷା ପାଇଁ ପଠାଇଲେ ପୀଡିତାଙ୍କୁ

ଘଟଣା ପରେ ପୀଡିତା ତୁରନ୍ତ ରାମଚନ୍ଦ୍ରପୁର ଥାନାରେ ପହଞ୍ଚି ଅଭିଯୋଗ ଦାଖଲ କରିଥିଲେ। ପୋଲିସ ମହିଳାଙ୍କ ଅଭିଯୋଗକୁ ଗୁରୁତ୍ୱ ସହ ନେଇ ଏକ ଅସଦାଚରଣ ମାମଲା ରୁଜୁ କରିଛି। ଏହା ପରେ ପୋଲିସ ପୀଡିତାଙ୍କୁ ଡାକ୍ତରୀ ପରୀକ୍ଷା (ମେଡିକାଲ ଟେଷ୍ଟ) ପାଇଁ ପଠାଇଥିବା ଜଣାପଡ଼ିଛି।ପୋଲିସ ପକ୍ଷରୁ ଘଟଣାର ସଠିକ୍ ତଥ୍ୟ ଜାଣିବା ପାଇଁ ଖୋଳତାଡ ଆରମ୍ଭ ହୋଇଛି ଓ ଅଭିଯୁକ୍ତଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରହିଛି। ଏହି ଘଟଣା ପୁନର୍ବାର ସମାଜରେ ନାରୀଙ୍କ ସୁରକ୍ଷା ନେଇ ଚିନ୍ତା ବୃଦ୍ଧି କରିଛି।ସ୍ଥାନୀୟ ଲୋକମାନେ ଏହି ଘଟଣାକୁ ନିନ୍ଦା କରିଥିବା ସହ କଠୋର କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି। ନାରୀ ସୁରକ୍ଷା ପାଇଁ ସଚେତନତା ବୃଦ୍ଧି ଓ ଆଇନ ବ୍ୟବସ୍ଥାକୁ ଆହୁରି କଡ଼ା କରିବା ଆବଶ୍ୟକ ଅଛି ବୋଲି ସ୍ଥାନୀୟ ଲୋକେ ମତ ପ୍ରକାଶ କରିଛନ୍ତି।

Leave a Comment

Your email address will not be published. Required fields are marked *

Scroll to Top