Illegal wine : ଭୁବନେଶ୍ୱର ସ୍ଥିତ ଅଖଣ୍ଡଳମଣି ବସ୍ତିରେ ଚୋରା ମଦ ବ୍ୟବସାୟ କୁ ନେଇ ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଜାନିଆ ନାଏକ ଏବଂ ଲିଲି ବେହେରା ନାମକ ଦୁଇ ମହିଳା ଖୋଲାଖୋଲି ଭାବେ ବେଧଡ଼କ ଚୋରା ମଦ ବ୍ୟବସାୟ ଚଳାଉଛନ୍ତି। ଏହା ଫଳରେ ବସ୍ତିର ଯୁବ ସମାଜ ଓ ଅନେକ ପରିବାର ଗଭୀର ଭାବେ ପ୍ରଭାବିତ ହେଉଛନ୍ତି। ପ୍ରତିଦିନ ମଦ ପାନ କରୁଥିବା ଲୋକଙ୍କ ସଂଖ୍ୟା ବଢ଼ୁଥିବା ସହ ଏହାର ପ୍ରଭାବରେ ଅନେକ ଲୋକ ନିଜ ଜୀବନ ଓ ପରିବାରକୁ ନଷ୍ଟ କରୁଛନ୍ତି। ଏହି କାରଣ ରୁ ମଦ ପିଇ ମଦମୃତ୍ୟୁ ଘଟିଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି। ଯାହା ସମସ୍ୟାକୁ ଅଧିକ ରୁ ଅଧିକ ଗମ୍ଭୀର କରିଦେଇଛି।

Illegal wine : ସ୍ଥାନୀୟଙ୍କ ବିରୋଧ ସତ୍ୱେ ପୋଲିସ ନିଷ୍କ୍ରିୟତା ଉପରେ ଉଠିଛି ବଡ଼ ପ୍ରଶ୍ନ
ଏପରି ଅବସ୍ଥାରେ ଆଖଣ୍ଡଳମଣି ବସ୍ତିବାସୀ ଓ ବିଶେଷକରି ମହିଳାମାନେ ଏକତ୍ରିତ ହୋଇ ଚୋରା ମଦ ବ୍ୟବସାୟ ବିରୋଧରେ ବାରମ୍ବାର ସ୍ୱର ଉଠାଇଛନ୍ତି। କିନ୍ତୁ ତାହାର କୌଣସି ଫଳ ମିଳୁନାହିଁ ବୋଲି ଆଖଣ୍ଡଳମଣି ବସ୍ତିବାସିନ୍ଦା ଅଭିଯୋଗ କରିଛନ୍ତି। ସେହିପରି ମଦ ବ୍ୟବସାୟ କରୁଥିବା ଦୁଇ ମହିଳା ବସ୍ତିର ଲୋକଙ୍କ ନାମରେ ଭୁବନେଶ୍ୱରର କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିବା କଥା ମଧ୍ୟ ସାମ୍ନା କୁ ଆସିଛି । ଏହିପରି ଘଟଣା ଘଟିବା ପରେ ସ୍ଥାନୀୟ ଲୋକ ମାନେ ଅଧିକ ଭୟଭୀତ ଓ ଅସହାୟ ଅବସ୍ଥା ରେ ଦିନ କାଟୁଛନ୍ତି। ଆଖଣ୍ଡଳମଣି ବସ୍ତି ଲୋକ ମାନଙ୍କ ଅନ୍ୟ ଏକ ଗୁରୁତର ଅଭିଯୋଗ ହେଉଛି ପୋଲିସ ନିଷ୍କ୍ରିୟତା। ସେମାନଙ୍କ କହିବା ଅନୁଯାୟୀ ଅନେକଥର ଥାନାରେ ଅଭିଯୋଗ କରିଲେ ମଧ୍ୟ କୌଣସି ସଠିକ କାର୍ଯ୍ୟନୁଷ୍ଠାନ ହେଉନାହିଁ। ପୋଲିସ ଉପରେ ଅଭିଯୋଗ ଆସିଛି ଯେ ସେମାନେ ଏହି ଘଟଣାକୁ ଅବହେଳା କରୁଛନ୍ତି ଓ ଅବୈଧ ମଦ ବ୍ୟବସାୟକୁ ପରୋକ୍ଷ ଭାବେ ସମର୍ଥନ କରୁଛନ୍ତି। ଏହା ଫଳରେ ବସ୍ତିରେ ମଦୁଆଙ୍କ ଆତଙ୍କ ଦିନକୁ ଦିନ ବଢ଼ି ଚାଲିଛି।

କୌଣସି ସ୍ଥାୟୀ ସମାଧାନ ନମିଳିଲେ ଆନ୍ଦୋଳନ ର ଚେତାବନୀ ଦେଲେ ଆଖଣ୍ଡଳମଣି ବସ୍ତିବାସିନ୍ଦା
ଆନ୍ଦୋଳନର ଚେତାବନୀ ଓ ସମାଧାନ ଦାବି କରିଛନ୍ତି ଆଖଣ୍ଡଳମଣି ବସ୍ତିବାସିନ୍ଦା। ସମସ୍ୟାର କୌଣସି ସ୍ଥାୟୀ ସମାଧାନ ନ ମିଳିବାରୁ ଶେଷରେ ବସ୍ତିବାସିନ୍ଦା ଗଣମାଧ୍ୟମର ସାହାରା ଲୋଡିଛନ୍ତି। ସେମାନେ ନିଜର ଦୁଃଖ ଓ ଅସନ୍ତୋଷକୁ ସାମ୍ନାକୁ ଆଣିବା ସହ ସରକାର ଓ ପ୍ରଶାସନଙ୍କ ମଧ୍ୟ ଧ୍ୟାନ ଆକର୍ଷଣ କରିଛନ୍ତି। ସ୍ଥାନୀୟ ଲୋକ ଏବଂ ମହିଳା ମାନେ ସପଷ୍ଟ ଚେତାବନୀ ଦେଇଛନ୍ତି ଯେ ଯଦି ଶୀଘ୍ର ଏହି ଘଟଣାର ସଠିକ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ନ ନିଆଯାଏ। ତେବେ ସେମାନେ ରାଜରାସ୍ତା ରେ ନ୍ୟାୟ ପାଇଁ ଆନ୍ଦୋଳନ କୁ ଓଲ୍ହାଇବେ। ଏଥି ସହିତ ସେମାନେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଭେଟି ନିଜ ଅଭିଯୋଗ ଜଣାଇବାକୁ ମଧ୍ୟ ସ୍ଥିର କରିଛନ୍ତି। ଆଖଣ୍ଡଳମଣି ବସ୍ତିବାସିନ୍ଦା ଙ୍କ ମୁଖ୍ୟ ଦାବି ହେଉଛି ବସ୍ତିରୁ ଅବୈଧ ଚୋରା ମଦ ବ୍ୟବସାୟକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯାଉ। ଲୋକ ମାନଙ୍କ ସୁରକ୍ଷା ନିଶ୍ଚିତ କରାଯାଉ। ଏବେ ଦେଖିବାକୁ ରହିଲା ପ୍ରଶାସନ ଏହି ଗୁରୁତର ସମସ୍ୟା ଉପରେ କେତେ ଦୂର ପର୍ଯ୍ୟନ୍ତ ସକ୍ରିୟ ପଦକ୍ଷେପ ନେଉଛି।

Jagruti Live Media is one of the fastest-growing digital news channels in Odisha, widely recognized for its trusted and impactful journalism. With the tagline “Odisha Mati Ra Khabara”, the platform delivers authentic and timely news across politics, entertainment, sports, national and international affairs, exclusive interviews, viral stories, and breaking updates.
Dedicated to bringing the voice of the people to the forefront, Jagruti Live Media has set a new benchmark in digital journalism through credible reporting, fast news delivery, and audience-focused storytelling across multiple platforms.



