jagrutinews.com

!-- TradingView Widget BEGIN -->
!-- TradingView Widget BEGIN -->
Responsive Breaking News Ticker
!
BREAKING NEWS

Last decession : ସତ କୋକେଇରେ ମିଛ ଶବ ୨୬ ବର୍ଷର ଅପେକ୍ଷାର ପରେ ଶେଷ ନିଷ୍ପତ୍ତି

Last decession : ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ୍ ଅନ୍ତର୍ଗତ ଚୁଡ଼ାକୁଟି ପଞ୍ଚାୟତର ବିଦ୍ୟାଧରପୁର ଗାଁରେ ଦେଖିବାକୁ ମିଳିଲା ଏକ ଅଦ୍ଭୁତ ଓ ଆଶ୍ଚର୍ଯ୍ୟକର ଘଟଣା । ସତ କୋକେଇ ବନ୍ଧା ହୋଇଛି ଶବ। ଶବକୁ କାନ୍ଧରେ ବୋହି ନେଉଛନ୍ତି ପରିବାର ଲୋକେ। କାନ୍ଦ ବୋବାଳି ରେ ଫାଟି ପଡୁଛି ଗାଁ ଦଣ୍ଡ। କିନ୍ତୁ ଆଶ୍ଚର୍ଯ୍ୟ ର କଥା ଏହି ଶବ ଟି ସତ ନୁହେଁ। ଏହା ନଡ଼ା ଓ ପଳାସ କାଠରେ ତିଆରି ଏକ ପ୍ରତୀକାତ୍ମକ ଶବ।

ଏହି ଆଶ୍ଚର୍ଯ୍ୟକର ଘଟଣା ପଛରେ ରହିଛି ଦୀର୍ଘ ୨୬ ବର୍ଷର ବେଦନା, ଅପେକ୍ଷା ଓ ଅନିଶ୍ଚିତତା। ଗାଁର ଶତ୍ରୁଘ୍ନ ସାହୁ ୨୦୦୦ ମସିହାରୁ ଘରୁ ନିଖୋଜ ହୋଇଯାଇଥିଲେ। ସ୍ତ୍ରୀ, ଦୁଇ ପୁଅ ଓ ସମ୍ପର୍କୀୟ ମାନେ ବର୍ଷ ପରେ ବର୍ଷ ତାଙ୍କୁ ଖୋଜିଥିଲେ, କିନ୍ତୁ ତାଙ୍କର କୌଣସି ସନ୍ଧାନ ମିଳିନଥିଲା। ପରେ ଅପେକ୍ଷା ଏକ ଯନ୍ତ୍ରଣାର ରୂପ ନେଇଥିଲା। ଶେଷରେ ପରିବାର ଲୋକେ ଧାର୍ମିକ ରୀତିନୀତି ଅନୁଯାୟୀ ତାଙ୍କର ପ୍ରତୀକାତ୍ମକ ଶବ ସତ୍କାର କରିବାକୁ ସିଦ୍ଧାନ୍ତ ନେଲେ।

Last decession : ଶେଷ ରେ ରୀତିନୀତି ସାରିଲେ ପରିବାର ଲୋକେ

Last decession : ଏପରି ଶବ ସତ୍କାର ଧର୍ମ ଓ ପରମ୍ପରାର ଏକ ଭିନ୍ନ ରୂପ

Last decession : ହିନ୍ଦୁ ଧର୍ମରେ ଯେତେବେଳେ କେହି ବ୍ୟକ୍ତି ଦୀର୍ଘ ସମୟ ଧରି ନିଖୋଜ ହୋଇଥାନ୍ତି ଏବଂ ତାଙ୍କର ଜୀବନ୍ତ ଥିବା ନେଇ କୌଣସି ଆଶା ରହେନି ଆଶା ଶେଷ ରେ ମଉଳି ଯାଏ। ସେତେବେଳେ ପ୍ରତୀକାତ୍ମକ ଶବ ସତ୍କାର କରାଯାଇଥାଏ। ଏହା ଏକ ଏମିତି ପ୍ରଥା, ଯାହା ମାନବୀୟ ଭାବନା ଓ ଧାର୍ମିକ ନିୟମର ସମନ୍ୱୟକୁ ବଜାୟ ରଖେ।

ବିଦ୍ୟାଧରପୁର ଗାଁରେ ମଧ୍ୟ ସେହି ପ୍ରଥାକୁ ଅନୁସରଣ କରାଯାଇଛି। ପ୍ରଥମେ ପାଳ ଓ ଦଉଡ଼ିରେ କୋକେଇ ବନ୍ଧା ହେଲା। ପରେ ନଡ଼ା ଓ ପଳାସ କାଠ ଦ୍ୱାରା ଏକ ଶବର ଆକୃତି ତିଆରି କରାଗଲା। ସମସ୍ତ ସମ୍ପର୍କୀୟ ଏକଠା ହୋଇ ମିଛ ଶବ କୁ କୋକେଇ ରେ ରଖି କାନ୍ଧରେ ବୋହି ଶ୍ମଶାନକୁ ନେଇଥିଲେ । ଶ୍ମଶାନରେ ପହଞ୍ଚି ଶବକୁ ନୂଆ ବସ୍ତ୍ର ପିନ୍ଧାଇ ଦିଆଗଲା। ତାପରେ ହଳଦୀ ପାଣିରେ ଗାଧୋଇ ଦିଆଗଲା ଏବଂ ପରମ୍ପରା ଅନୁଯାୟୀ ଖାଦ୍ୟ ମଧ୍ୟ ଖୁଆଇ ଦିଆଗଲା। ଏହା ପରେ ସମ୍ପୂର୍ଣ୍ଣ ରୀତିନୀତି ଅନୁଯାୟୀ ଶବକୁ ଶ୍ମଶାନରେ ସମାଧି ଦିଆଗଲା। ଗାଁର ଲୋକେ ଏହି ଘଟଣାକୁ ଦେଖି ଆଶ୍ଚର୍ଯ୍ୟଚକିତ କିନ୍ତୁ ସମସ୍ତେ ଏହାର ଧାର୍ମିକ ମୂଲ୍ୟକୁ ସମ୍ମାନ ଦେଲେ।

Last decession : ମିଛ କୋକେଇ କାନ୍ଧେଇ ସ୍ମଶାନ ମୁଁହା ଗାଁ ଓ ପରିବାର ଲୋକେ

୨୬ ବର୍ଷ ପରେ ପରିବାର ନେଲେ ଶେଷ ନିଷ୍ପତ୍ତି

ଧାର୍ମିକ ନିୟମ ଅନୁଯାୟୀ, ଏମିତି ପ୍ରତୀକାତ୍ମକ ଶବ ସତ୍କାର ସାଧାରଣତଃ ୧୨ ବର୍ଷ ପରେ କରାଯାଏ। କିନ୍ତୁ ଶତ୍ରୁଘ୍ନ ସାହୁଙ୍କ ପରିବାର ପାଇଁ ଏହା ସହଜ ନିଷ୍ପତ୍ତି ନ ଥିଲା। ସେମାନେ ଶେଷ ପର୍ଯ୍ୟନ୍ତ ଆଶା ରଖିଥିଲେ ଯେ ଦିନେ ନା ଦିନେ ସେ ଫେରିଆସିବେ । ଏହି ଆଶା ତାଙ୍କ ପରିବାର କୁ ଦୀର୍ଘ ୨୬ ବର୍ଷ ଧରି ଅପେକ୍ଷା କରାଇଲା।

ଶେଷରେ ପରିବାର ଲୋକେ, ସମ୍ପର୍କୀୟ ଓ ପୁରୀ ମୁକ୍ତିମଣ୍ଡପର ପରାମର୍ଶରେ ଏହି ବିଧିକୁ ସମ୍ପନ୍ନ କରିବାକୁ ନିଷ୍ପତ୍ତି ନେଲେ । ଏହା କେବଳ ଏକ ଧାର୍ମିକ କାର୍ଯ୍ୟ ନୁହେଁ, ବରଂ ଏକ ମାନସିକ ଶାନ୍ତିର ପଥ ଥିଲା।

ଶବ ସତ୍କାର ପରେ ଏକାଦଶାହ, ଦ୍ୱାଦଶାହ ଓ ପିଣ୍ଡ ଦାନ ଭଳି ସମସ୍ତ ପରମ୍ପରାଗତ କ୍ରିୟା କରାଯିବ ବୋଲି ପରିବାର ସଦସ୍ୟ ଙ୍କ ପକ୍ଷରୁ ସୂଚନା ମିଳିଛି । ଏହି ଘଟଣା ଏକ ପ୍ରମାଣ ଯେ, ମାନବୀୟ ଭାବନା, ଆଶା ଓ ଧର୍ମ ମଧ୍ୟରେ କେମିତି ଏକ ଗଭୀର ସମ୍ପର୍କ ରହିଛି।

ଶତ୍ରୁଘ୍ନଙ୍କ ପରିବାର ପାଇଁ ଏହା ହେଉଛି ଏକ ବଡ଼ ଅଧ୍ୟାୟର ସମାପ୍ତି। ଏକ ଅପେକ୍ଷାର ଅନ୍ତ, ଏକ ଯନ୍ତ୍ରଣା ରୁ ମୁକ୍ତି। ଯଦିଓ ତାଙ୍କର ଫେରିବା ର ଆଶା ମଉଳି ଯାଇଛି। କିନ୍ତୁ ଏହି ବିଧି ତାଙ୍କ ଆତ୍ମା କୁ ନିଶ୍ଚୟ ଶାନ୍ତି ଦେବ ବୋଲି ପରିବାର ଲୋକେ ଆଶା ବ୍ୟକ୍ତ କରିଛନ୍ତି । ଏହି ଘଟଣା କେବଳ ଏକ ସମ୍ବାଦ ନୁହେଁ ବରଂ ଏହା ଏକ ସାମାଜିକ କାହାଣୀ ଯାହା ଆମକୁ ଶିଖାଏ ଯେ ଆଶା, ଧୈର୍ଯ୍ୟ ଓ ପରମ୍ପରା କେମିତି ଆମ ଜୀବନର ଅଂଶ ଅଟେ।

Leave a Comment

Your email address will not be published. Required fields are marked *

Scroll to Top