Odisha crimenews : ଭଦ୍ରକ ଜିଲ୍ଲାରେ ଏକ ହୃଦୟବିଦାରକ ଓ ଚର୍ଚ୍ଚିତ ଘଟଣା ସାମ୍ନାକୁ ଆସିଛି, ଯାହା ସମଗ୍ର ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଛି। ସ୍ଥାନୀୟ ଖେରଙ୍ଗ ପଞ୍ଚାୟତର ସନ୍ତୋଷ ଦାସ ନିକଟସ୍ଥ ଜଳେଶ୍ୱରପୁର ପଞ୍ଚାୟତର ବନ୍ଦନା ଦାସଙ୍କୁ ପ୍ରେମ ବିବାହ କରିଥିଲେ। ବିବାହ ପରେ ସେମାନଙ୍କର ଦୁଇଟି ସନ୍ତାନ ମଧ୍ୟ ହୋଇଥିଲା ଏବଂ ଆରମ୍ଭରେ ପରିବାରିକ ଜୀବନ ସୁରୁଖୁରୁ ରେ ଚାଲିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ପରିସ୍ଥିତି ଧୀରେ ଧୀରେ ଜଟିଳ ହୋଇପଡିଥିଲା।
ସନ୍ତୋଷ ଚାକିରି ଉଦେଶ୍ୟ ରେ ବାହାର ରାଜ୍ୟରେ ରହୁଥିବା ବେଳେ, ତାଙ୍କ ଅନୁପସ୍ଥିତି ର ଫାଇଦା ନେଇ ବନ୍ଦନାଙ୍କ ସହ ପଡୋଶୀ ଜଣେ ଯୁବକ ଅନୈତିକ ସମ୍ପର୍କ ରଖୁଥିବା ଅଭିଯୋଗ ମୃତକଙ୍କ ପରିବାର ପକ୍ଷରୁ ଆଣାଯାଇଛି। ଏହି ମାମଲା ସନ୍ତୋଷ ଜାଣିବା ପରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଘରୋଇ କଳହ ଓ ବିବାଦ ବଢିଯାଇଥିଲା। ପରିସ୍ଥିତି ଏତେ ଗୁରୁତର ହୋଇପଡିଥିଲା ଯେ, କିଛି ଦିନ ପୂର୍ବରୁ ବନ୍ଦନା ହଠାତ୍ ନିଖୋଜ ହୋଇଯାଇଥିଲେ।
ଏହା ପରେ ସନ୍ତୋଷ ଚାନ୍ଦବାଲି ଥାନାର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ କରି ପଡୋଶୀ ଯୁବକ ମୃତୁଞ୍ଜୟଙ୍କୁ ଅପହରଣ ଘଟଣାରେ ସନ୍ଦେହ କରି ବନ୍ଦନାଙ୍କୁ ଉଦ୍ଧାର କରିଥିଲା ଏବଂ ପରେ ତାଙ୍କୁ ତାଙ୍କ ବାପଘରକୁ ପଠାଇଦେଇଥିଲା। ଏହି ଘଟଣା ପରେ ଦୁଇ ପରିବାର ମଧ୍ୟରେ ପରିସ୍ଥିତି ଆହୁରି ଜଟିଳ ହୋଇଯାଇଥିଲା।

Odisha crimenews : ସନ୍ତୋଷ ଦାସ ଙ୍କ ପରିବାର ଲୋକେ ଆଣିଲେ ସାଙ୍ଘାତିକ ଅଭିଯୋଗ
ସନ୍ତୋଷ ତାଙ୍କ ଶଶୁର ଘରକୁ ଯାଇଥିବା ବେଳେ ପୁଣିଥରେ ବନ୍ଦନାଙ୍କ ସହ ବିବାଦ ହୋଇଥିଲା। ଏହି ବିବାଦ ଦୁର୍ଭାଗ୍ୟବଶତଃ ଏକ ଭୟଙ୍କର ରୂପ ନେଇଥିଲା। ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ସନ୍ତୋଷଙ୍କୁ ପ୍ରଥମେ ତାଙ୍କ ଶାଶୁ, ସ୍ତ୍ରୀ ବନ୍ଦନା, ପଡୋଶୀ ଯୁବକ ମୃତୁଞ୍ଜୟ ଓ ଆଉ କିଛି ଲୋକ ମିଶି ମାଡ଼ ମାରିଥିଲେ।
ତାହା ପରେ ସେମାନେ ସନ୍ତୋଷଙ୍କ ଶରୀର ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଗୁରୁତର ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ଏହି ଘଟଣାରେ ସନ୍ତୋଷ ଗୁରୁତର ଭାବେ ପୋଡିଯାଇଥିଲେ। ଘଟଣା ବିଷୟରେ ଖବର ପାଇ ତାଙ୍କ ପରିବାର ଲୋକ ତୁରନ୍ତ ତାଙ୍କୁ ଉଦ୍ଧାର କରି ପ୍ରଥମେ ଭଦ୍ରକ ଚିକିତ୍ସାଳୟ ଓ ପରେ କଟକର ବଡ଼ ହସ୍ପିଟାଲକୁ ନେଇଯାଇଥିଲେ।
କିନ୍ତୁ ଚିକିତ୍ସାଧୀନ ଅବସ୍ଥା ରେ ସନ୍ତୋଷଙ୍କ ଅବସ୍ଥା ଅଧିକ ଗୁରୁତର ହୋଇପଡିଥିଲା ଏବଂ ଶେଷରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ମୃତ୍ୟୁ ଘଟଣା ପରେ ପରିବାର ଓ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଦୁଃଖ ବାତାବରଣ ଖେଳିଯାଇଛ।
ନ୍ୟାୟ ଦାବି ଓ ପୋଲିସ ର ତୁରନ୍ତ ଓ କଡାକାର୍ଯ୍ୟାନୁଷ୍ଠାନ ପାଇଁ ପରିବାର ଲୋକ କଲେ ରାଜରାସ୍ତା ଅବରୋଧ
ସନ୍ତୋଷଙ୍କ ମୃତଦେହ ଗାଁକୁ ଆସିବା ପରେ ଘଟଣା ଆହୁରି ତୀବ୍ର ରୂପ ନେଇଥିଲା। ପରିବାର ଲୋକେ ଓ ସ୍ଥାନୀୟ ଲୋକମାନେ ଭଦ୍ରକ ଚାନ୍ଦବାଲି ମୁଖ୍ୟ ରାସ୍ତାର ଦିଗଛିଆ ଛକ ନିକଟରେ ରାସ୍ତା ଅବରୋଧ କରିଥିଲେ। ସେମାନେ ଟାୟାର ଜଳାଇ ଓ ରାସ୍ତା ଉପରେ ବସି ନ୍ୟାୟ ଦାବି କରିଥିଲେ।
ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯାଉ ଓ ଘଟଣାର ସଠିକ ତଦନ୍ତ ହେଉ ବୋଲି ଦାବି କରି ସେମାନେ ରାଜରାସ୍ତା ଅବରୋଧ କରିଥିଲେ। ଏହି ରାସ୍ତା ଅବରୋଧ ଯୋଗୁଁ ଶତାଧିକ ଗାଡ଼ି ରାସ୍ତାରେ ଅଟକି ରହିଥିଲା ଓ ଯାତାୟାତ ବ୍ୟବସ୍ଥା ବହୁମାତ୍ରା ରେ ପ୍ରଭାବିତ ହେଇଥିଲା।
ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତିକୁ ଶାନ୍ତ କରିବା ସହ ଲୋକମାନଙ୍କୁ ବୁଝାସୁଝା କରିଥିଲା। ପୋଲିସ ପକ୍ଷରୁ ମଧ୍ୟ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ କରାଯିବ ବୋଲି ଆଶ୍ୱାସନ ଦିଆଯାଇଛି।
ଏହି ଘଟଣା ପୁଣିଥରେ ପରିବାରିକ ବିବାଦ ଓ ପରକିୟା ପ୍ରେମ ସମ୍ପର୍କର ଭୟାବହ ପରିଣତି କୁ ସାମ୍ନାକୁ ଆଣିଛି। ସମାଜରେ ଏପରି ଘଟଣା ବୃଦ୍ଧି ପାଇବା ନେଇ ଚିନ୍ତା ବ୍ୟକ୍ତ ହେଉଛି ଏବଂ ଲୋକମାନେ କଡା କାର୍ଯ୍ୟନୁଷ୍ଠାନ ଦାବି କରୁଛନ୍ତି।

Jagruti Live Media is one of the fastest-growing digital news channels in Odisha, widely recognized for its trusted and impactful journalism. With the tagline “Odisha Mati Ra Khabara”, the platform delivers authentic and timely news across politics, entertainment, sports, national and international affairs, exclusive interviews, viral stories, and breaking updates.
Dedicated to bringing the voice of the people to the forefront, Jagruti Live Media has set a new benchmark in digital journalism through credible reporting, fast news delivery, and audience-focused storytelling across multiple platforms.



