
Nandu babu controversy : ଭଦ୍ରକ ଜିଲ୍ଲାରେ ଯାତ୍ରା ପରିବେଷଣକୁ ନେଇ ଏକ ସାଙ୍ଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଯାତ୍ରା ପାର୍ଟି ‘ଅଶୋକ ସମ୍ରାଟ’ ର ମାଲିକ ଅନନ୍ତ ନାରାୟଣ ଧଳ (ନାଣ୍ଡୁ ବାବୁ)ଙ୍କ ବିରୋଧରେ ଟଙ୍କା ନେଇ ଯାତ୍ରା ପରିବେଷଣ ନ କରିବା ସହ ଟଙ୍କା ଫେରସ୍ତ ନ ଦେବା ଭଳି ସାଙ୍ଘାତିକ ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଭଦ୍ରକ ଜିଲ୍ଲା ଧୂଷୁରୀ ବ୍ଲକ ଅନ୍ତର୍ଗତ ଫତେପୁର ରେ ତିବ୍ର ଅସନ୍ତୋଷ ଦେଖାଦେଇଛି।
Nandu babu controversy : କଣ ରହିଛି ଅଭିଯୋଗ ର ଆଧାର
ଅଭିଯୋଗ ଆଧାର ରେ ତେନ୍ତୁଳିଡିହ ଗ୍ରାମର ବାସନ୍ତୀ ଦୁର୍ଗାପୂଜା କମିଟି ତାଙ୍କ ପୂଜା ଅବସରରେ ଯାତ୍ରା ପରିବେଷଣ ପାଇଁ ‘ଅଶୋକ ସମ୍ରାଟ’ ଯାତ୍ରା ପାର୍ଟିକୁ ବୁକ୍ କରିଥିଲେ। ଏହା ପାଇଁ କମିଟି ପକ୍ଷରୁ ପ୍ରାୟ ୯ ଲକ୍ଷ ଟଙ୍କା ଅଗ୍ରିମ ଭାବେ ଦିଆଯାଇଥିଲା। କିନ୍ତୁ ନିର୍ଦ୍ଧାରିତ ଦିନରେ ଯାତ୍ରା ପାର୍ଟି ପରିବେଷଣ ପାଇଁ ଆସିନଥିଲା। ଯାହା ଫଳରେ ପୂଜା କମିଟି ଓ ଗ୍ରାମବାସୀ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ଏହା ପରେ କମିଟି ର ସଦସ୍ୟମାନେ ଅନେକଥର ଯାତ୍ରା ପାର୍ଟିର ମାଲିକ ଓ ପରିଚାଳକଙ୍କ ସହ ଯୋଗାଯୋଗ କରିଥିଲେ। କିନ୍ତୁ ସେମାନେ କୌଣସି ସ୍ପଷ୍ଟ ଉତ୍ତର ନଦେଇଥିବା ସହ ଟଙ୍କା ଫେରସ୍ତ ଦେବାରେ ମଧ୍ୟ ଅସ୍ୱୀକାର କରିଥିଲେ ବୋଲି କମିଟି ପକ୍ଷରୁ କୁହାଯାଇଛି। ଏଥିରେ କମିଟି ସଦସ୍ୟ ମାନଙ୍କ ମଧ୍ୟରେ କ୍ଷୋଭ ବଢ଼ିଯାଇଥିଲା।

ଶେଷ ରେ ଘଟଣା ନେଲା କେଉଁ ମୋଡ଼
ଘଟଣାର ମୋଡ଼ ସେତେବେଳେ ଆସିଲା, ଯେତେବେଳେ କମିଟି ସଦସ୍ୟମାନେ ଜାଣିବାକୁ ପାଇଲେ ଯେ ‘ଅଶୋକ ସମ୍ରାଟ’ ଯାତ୍ରା ପାର୍ଟି ଧୂଷୁରୀ ଥାନା ଅଧୀନ ଫତେପୁର ଅଞ୍ଚଳରେ ଅନ୍ୟତ୍ର ଯାତ୍ରା ପରିବେଷଣ କରୁଛି। ଏହି ଖବର ପାଇବା ସହିତ ତେନ୍ତୁଳିଡିହର ବାସନ୍ତୀ ଦୁର୍ଗାପୂଜା କମିଟିର ସଦସ୍ୟମାନେ ତୁରନ୍ତ ଫତେପୁର ରେ ପହଞ୍ଚିଥିଲେ।
ସେଠାରେ ପହଞ୍ଚି କମିଟି ସଦସ୍ୟମାନେ ଯାତ୍ରା ପାର୍ଟିର ଗାଡି ଆଗରେ ଧାରଣାରେ ବସି ପଡିଥିଲେ ଏବଂ ଟଙ୍କା ଫେରସ୍ତ ପାଇଁ ଦାବି କରିଥିଲେ। ପରିସ୍ଥିତି ଧୀରେଧୀରେ ଜଟିଳ ହେଉଥିବା ବେଳେ ସେମାନେ ସଚେତନ କରିଥିଲେ ଯେ ଯଦି ତାଙ୍କ ଟଙ୍କା ଫେରସ୍ତ ମିଳିବ ନାହିଁ, ତେବେ ସେମାନେ ଯାତ୍ରା ପାର୍ଟିର ଗାଡି ଆଗରେ ଆତ୍ମହୁତି ଦେବାକୁ ବାଧ୍ୟ ହେବେ।
ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି। ଲୋକମାନେ ଘଟଣାସ୍ଥଳରେ ଭିଡ଼ ଜମାଇଥିବା ବେଳେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଧୂଷୁରୀ ପୋଲିସ ମଧ୍ୟ ସଚେତନ ହୋଇଯାଇଛି। କମିଟି ପକ୍ଷରୁ ଧୂଷୁରୀ ଥାନାରେ ଏକ ଲିଖିତ ଅଭିଯୋଗ ମଧ୍ୟ ଦାଖଲ କରାଯାଇଛି।
ଅନ୍ୟପଟେ, ଯାତ୍ରା ପାର୍ଟିର ପରିଚାଳକ ପଣ୍ଡା ବାବୁଙ୍କୁ ଏ ସମ୍ପର୍କରେ ପଚାରିବାକୁ ସେ କହିଛନ୍ତି ଯେ ଟଙ୍କା ନେଣଦେଣ ବିଷୟରେ ସେ କିଛି ଜାଣିନାହାନ୍ତି। ସେ ଏହାକୁ ନେଇ କମିଟି ସଦସ୍ୟମାନଙ୍କ ଉପରେ ପାଲଟା ଅଭିଯୋଗ ମଧ୍ୟ କରିଛନ୍ତି, ଯାହା ଘଟଣାକୁ ଆଉ ଅଧିକ ଜଟିଳ କରିଦେଇଛି।
ଏହି ଘଟଣା ପରେ ସ୍ପଷ୍ଟ ହେଉଛି ଯେ ଯାତ୍ରା ପାର୍ଟି ବୁକିଂ ପ୍ରକ୍ରିୟାରେ ସ୍ପଷ୍ଟତା ଓ ବୈଧ ଚୁକ୍ତିର ଅଭାବ ରହିଛି। ଯଦି ଲିଖିତ ଚୁକ୍ତି ଓ ସଠିକ ଆଇନଗତ ବ୍ୟବସ୍ଥା ରହିଥାନ୍ତା, ତେବେ ଏପରି ପରିସ୍ଥିତି ସମ୍ଭବତଃ ଦେଖାଯାଇ ନଥାନ୍ତା।
ସ୍ଥାନୀୟ ଲୋକମାନେ ଏହି ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ନେବାକୁ ପ୍ରଶାସନଙ୍କୁ ଦାବି କରିଛନ୍ତି। ସେହିପରି ଭବିଷ୍ୟତରେ ଏପରି ଯେମିତି ଠକେଇ ଘଟଣା ନ ଘଟେ, ସେଥିପାଇଁ ସଠିକ ନୀତି ଓ ନିୟମ ଲାଗୁ କରିବାକୁ ମଧ୍ୟ ଆବଶ୍ୟକତା ରହିଛି।
ଏହି ସମସ୍ତ ପରିସ୍ଥିତି ମଧ୍ୟରେ ‘ଅଶୋକ ସମ୍ରାଟ’ ଯାତ୍ରା ପାର୍ଟି ଫତେପୁରରେ ଅଟକି ରହିଛି ଏବଂ ଘଟଣାର ଶେଷ ପରିଣତି କଣ ହେବ, ସେଥିପାଇଁ ସମସ୍ତଙ୍କ ଦୃଷ୍ଟି ଏବେ ପୋଲିସ ଓ ପ୍ରଶାସନ ଉପରେ ରହିଛି।

Jagruti Live Media is one of the fastest-growing digital news channels in Odisha, widely recognized for its trusted and impactful journalism. With the tagline “Odisha Mati Ra Khabara”, the platform delivers authentic and timely news across politics, entertainment, sports, national and international affairs, exclusive interviews, viral stories, and breaking updates.
Dedicated to bringing the voice of the people to the forefront, Jagruti Live Media has set a new benchmark in digital journalism through credible reporting, fast news delivery, and audience-focused storytelling across multiple platforms.


