Odisha cinema : ଓଡ଼ିଆ ସିନେମା ଜଗତରେ ଆଉ ଏକ ନୂଆ ଅଧ୍ୟାୟ ଲେଖିବାକୁ ଆସିଛି ଓଡ଼ିଆ ଚଳଚ୍ଚିତ୍ର ମନ୍ତ୍ରମୁଗ୍ଧ। ସାରା ଭାରତରେ ପ୍ରାୟ ୭୦ଟି ପ୍ରେକ୍ଷାଳୟରେ ଏହା ମୁକ୍ତିଲାଭ କରିଥିବା ବେଳେ, ଦର୍ଶକମାନଙ୍କ ମଧ୍ୟରେ ଏହି ଚଳଚ୍ଚିତ୍ର କୁ ନେଇ ଭଲ ଉତ୍ସାହ ଦେଖିବାକୁ ମିଳିଛି। ଅମୀୟ ପଟ୍ଟନାୟକ ପ୍ରଡକ୍ସନ ବ୍ୟାନର ର ଏହା ଚତୁର୍ଥ ଅବଦାନ ଭାବେ ଆସିଥିବା ଏହି ସିନେମା ମନ୍ତ୍ରମୁଗ୍ଧ ଆରମ୍ଭରୁ ହିଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇପାରିଛି।

ଗତକାଲି ଭୁବନେଶ୍ୱରରେ ଏହାର ପ୍ରିମିୟର ସୋ ଅନୁଷ୍ଠିତ ହୋଇଥିଲା। ଯେଉଁଠାରେ ସିନେମା ସହିତ ସମ୍ପୃକ୍ତ ନିର୍ମାତା, ନିର୍ଦ୍ଦେଶକ ଓ ଅଭିନେତାମାନେ ଉପସ୍ଥିତ ଥିଲେ। ପ୍ରିମିୟର ପରେ ଦର୍ଶକଙ୍କ ପ୍ରତିକ୍ରିୟା ବହୁତ ସକାରାତ୍ମକ ଥିବା ବେଳେ, ଚଳଚ୍ଚିତ୍ରର କାହାଣୀ ଓ ଭିଜୁଆଲ ପ୍ରସ୍ତୁତିକୁ ଲୋକେ ବିଶେଷ ଭାବେ ପସନ୍ଦ କରିଛନ୍ତି। ଯୁବ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ଏହି ସିନେମା ତିଆରି ହୋଇଥିବା ବେଳେ, ତାଙ୍କର ଭିନ୍ନ ଭିନ୍ନ ଚିନ୍ତାଧାରା ଏବଂ ନୂଆ ପ୍ରୟାସ ଏଥିରେ ସ୍ପଷ୍ଟ ଭାବେ ବାରି ହେଉଛି।
Odisha cinema : ମନ୍ତ୍ରମୁଗ୍ଧ ରେ କଣ ରହିଛି ଆକର୍ଷଣ ର କେନ୍ଦ୍ରବିନ୍ଦୁ
ମନ୍ତ୍ରମୁଗ୍ଧ ର କାହାଣୀ ଧରାକୋଟର ଏକ ପ୍ରାଚୀନ ରାଜପ୍ରାସାଦକୁ ଆଧାର କରି ଗଢ଼ାଯାଇଛି। ପୁରୁଣା ରାଜବାଟୀ ଓ ସେଥିରେ ଲୁଚିଥିବା ରହସ୍ୟମୟ ଘଟଣାଗୁଡ଼ିକୁ ନେଇ ଏହି ଚଳଚ୍ଚିତ୍ରର ମୂଳ ପ୍ରସଙ୍ଗ ଗଢ଼ାଯାଇଛି। ଏହା ସହିତ ଏକ ସମାଜିକ ସନ୍ଦେଶ ମଧ୍ୟ ଦିଆଯାଇଛି। ଆମ ପାରମ୍ପରିକ ଐତିହ୍ୟ ଧୀରେ ଧୀରେ ନଷ୍ଟ ହେଉଛି, କିନ୍ତୁ ତାହାକୁ ସୁରକ୍ଷା କରିବା ପାଇଁ କେହି ଆଗକୁ ଆସୁନାହାନ୍ତି।
ସିନେମାରେ ଅଭିନେତା ସନୋଜ, ମନ୍ମୟ ଓ ସାର୍ଥକଙ୍କ ଅଭିନୟ ଦର୍ଶକଙ୍କୁ ଆକର୍ଷିତ କରିବା ସହିତ, ଅଭିନେତ୍ରୀ ଭୂମିକା ଓ ସୂର୍ଯ୍ୟମୟୀ ଙ୍କ ଅଭିନୟ ମଧ୍ୟ ବହୁତ ପ୍ରଶଂସା ଅର୍ଜନ କରିଛି। ପ୍ରତ୍ୟେକ ଚରିତ୍ରରେ ଗଭୀରତା ଓ ଭାବନାର ସମନ୍ୱୟ ଦେଖିବାକୁ ମିଳିଛି, ଯାହା ଦର୍ଶକଙ୍କୁ ସମଗ୍ର କାହାଣୀ ସହିତ ବାନ୍ଧି ରଖିଛି।
ଏହି ଚଳଚ୍ଚିତ୍ରର କାହାଣୀକୁ ଅନୁପମ ପଟ୍ଟନାୟକ ଓ ରୋହନ ବିଷୋୟୀ ମିଶି ଲେଖିଥିବା ବେଳେ, ସଂଳାପ ରଚନା କରିଛନ୍ତି ପ୍ରଣବ ଓ ନିଶାନ୍ତ ମାଜିଠିଆ। ସଂଳାପଗୁଡ଼ିକ ନିଜସ୍ୱ ଶୈଳୀରେ ଦର୍ଶକଙ୍କୁ ଆକୃଷ୍ଟ କରିଛି ଏବଂ କାହାଣୀକୁ ଆଗକୁ ବଢ଼ାଇବାରେ ମୂଲ୍ୟବାନ ଭୂମିକା ଗ୍ରହଣ କରିଛି।
ମନ୍ତ୍ରମୁଗ୍ଧ ର ପ୍ରଯୋଜନା,ସଂଗୀତ ଏବଂ କଣ ଥିଲା ପରଦା ପଛର କାହାଣୀ
ଏହି ଚଳଚ୍ଚିତ୍ରଟିକୁ ବର୍ଷା ପଟ୍ଟନାୟକ ଓ ଅନୁପମ ପଟ୍ଟନାୟକ ପ୍ରଯୋଜନା କରିଥିବା ବେଳେ, ନିର୍ଦ୍ଦେଶନା ଦାୟିତ୍ୱ ମଧ୍ୟ ଅନୁପମ ପଟ୍ଟନାୟକ ନିଜେ ନେଇଛନ୍ତି। ତାଙ୍କର ସୃଜନଶୀଳ ଦୃଷ୍ଟିକୋଣ ସିନେମାର ପ୍ରତ୍ୟେକ ଫ୍ରେମରେ ପ୍ରକାଶ ପାଇଛି।
ସଙ୍ଗୀତ ଦିଗରୁ ମଧ୍ୟ ମନ୍ତ୍ରମୁଗ୍ଧ ଦର୍ଶକଙ୍କୁ ନିରାଶ କରିନାହିଁ। ଆଶୀଷ ପ୍ରଧାନ, ଅନୁରାଗ ପଟ୍ଟନାୟକ, ଅନୁରାଗ ପଣ୍ଡା, ସଙ୍ଗୀତ ପଟ୍ଟନାୟକ ଓ ରୋମୀୟାଜ ପ୍ରଧାନଙ୍କ ସଙ୍ଗୀତ ନିର୍ଦ୍ଦେଶନା ସିନେମାର ମନୋଭାବକୁ ଆହୁରି ଗଭୀର କରିଛି। ପ୍ରତ୍ୟେକ ଗୀତ ଓ ବ୍ୟାକଗ୍ରାଉଣ୍ଡ ସ୍କୋର କାହାଣୀର ଆକର୍ଷଣ କୁ ଆହୁରି ଉଚ୍ଚ ସ୍ତରକୁ ନେଇଯାଇଛି।
ଚିତ୍ରଗ୍ରହଣ ଦାୟିତ୍ୱ ନେଇଥିବା ଦୀପକ କୁମାର ପ୍ରାଚୀନ ରାଜପ୍ରାସାଦର ରୂପକୁ ଅତ୍ୟନ୍ତ ସୁନ୍ଦର ଭାବେ ପର୍ଦ୍ଦାରେ ଦେଖେଇ ପାରିଛନ୍ତି । ଏହା ସହିତ କାର୍ଯ୍ୟନିର୍ବାହୀ ପ୍ରଯୋଜକ ଭାବେ ଗୋପାଳ ଚନ୍ଦ୍ର ଘଡ଼ାଇଙ୍କ ଅବଦାନ ଓ ପ୍ରଚାର ପ୍ରସାର ଦାୟିତ୍ୱ ରେ ପ୍ରଣୟ ଜେଠୀଙ୍କ ଯୋଜନା ସିନେମାକୁ ବ୍ୟାପକ ଦର୍ଶକମଣ୍ଡଳୀ ପର୍ଯ୍ୟନ୍ତ ପହଞ୍ଚାପାରିଛି।
ସାରା ଭାବେ ମନ୍ତ୍ରମୁଗ୍ଧ କେବଳ ଏକ ମନୋରଞ୍ଜନମୂଳକ ସିନେମା ନୁହେଁ, ବରଂ ଏକ ସନ୍ଦେଶମୂଳକ ପ୍ରୟାସ ଯାହା ଦର୍ଶକଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିବ।

Jagruti Live Media is one of the fastest-growing digital news channels in Odisha, widely recognized for its trusted and impactful journalism. With the tagline “Odisha Mati Ra Khabara”, the platform delivers authentic and timely news across politics, entertainment, sports, national and international affairs, exclusive interviews, viral stories, and breaking updates.
Dedicated to bringing the voice of the people to the forefront, Jagruti Live Media has set a new benchmark in digital journalism through credible reporting, fast news delivery, and audience-focused storytelling across multiple platforms.



