Proud moment : ଜୀବନରେ ସୁବିଧା ଅସୁବିଧା ଭଲ ମନ୍ଦ ଲାଗି ରହିଥାଏ। କୋଉଠି ସମ୍ମାନ ମିଳେ ତ କୋଉଠି ଅପମାନ ବି ସହିବାକୁ ପଡିଥାଏ। ଏହି କାହାଣୀ ଏମିତି ଜଣେ ବ୍ୟକ୍ତିଙ୍କର, ଯିଏ ନିଜ ପ୍ରତିଭା କୁ ଆଗକୁ ବଢ଼ାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ପରିସ୍ଥିତି ତାଙ୍କ ସ୍ବପ୍ନ କୁ ଭାଙ୍ଗିଦେଇଥିଲା। ତେଲୁଗୁ ଚଳଚ୍ଚିତ୍ର ପୁଷ୍ପା ୨ ରେ ଅଭିନୟ କରିଥିବା ଓଡ଼ିଆ ଅଭିନେତା ମିଟୁ ମିଥୁନ୍ ନିଜ କର୍ମକ୍ଷେତ୍ର ରେ ଏକ ନୂଆ ପରିଚୟ ଗଢ଼ିବାକୁ ଚାହୁଁଥିଲେ ସେ କିଛି ପାଦ ଆଗେଇବାକୁ ଚାହିଁଥିଲେ। କିନ୍ତୁ ଦୁର୍ଭାଗ୍ୟ ବଶତଃ ସେହି ଅଭିନୟ ପାଇଁ ସେ ପ୍ରଶଂସା ପାଇବା ବଦଳରେ ଅନେକ ସମାଲୋଚନା ଓ ଆପତ୍ତି ର ସମ୍ମୁଖୀନ ହୋଇଥିଲେ। ଏପରି ସମାଲୋଚନା ନିନ୍ଦା ଅପବାଦ ଯାହା ମିଟୁ ମିଥୁନ୍ ଙ୍କ ମନ ରେ ଗଭୀର ଆଘାତ ଦେଇଥିଲା। ଏହା କେବଳ ଜଣେ ଅଭିନେତାଙ୍କ ପାଇଁ ନୁହେଁ ବରଂ ଜଣେ ବାପାଙ୍କ ପାଇଁ ମଧ୍ୟ ବଡ଼ ଚ୍ୟାଲେଞ୍ଜ ପାଲଟିଥିଲା। ସମାଜର ସମାଲୋଚନା ତାଙ୍କର ଆତ୍ମବିଶ୍ୱାସକୁ ନଷ୍ଟ କରିଦେଇଥିଲା। ସେ ଭିତରୁ ଭାଙ୍ଗିପଡ଼ିଥିଲେ ଏବଂ ତାଙ୍କୁ ଲାଗୁଥିଲା ଯେ ସେ ନିଜର ଆତ୍ମ ସମ୍ମାନ ହରାଇଦେଇଛନ୍ତି। କିନ୍ତୁ ସମୟ ସବୁବେଳେ ସମାନ ରହେ ନାହିଁ। ଜୀବନରେ କେତେବେଳେ ଏମିତି ମୁହୂର୍ତ୍ତ ବି ଆସେ। ଯେଉଁଠାରେ ଅନ୍ଧକାର ପରେ ଆଲୋକ ନିଶ୍ଚିତ ଆସେ।

Proud moment : ଝିଅ ର ପ୍ରତିଭା ଦେଖି ବାପା ର ଛାତି କୁଣ୍ଢେ ମୋଟ
ଅଭିନେତା ମିଟୁ ମିଥୁନ୍ ଙ୍କ ଜୀବନରେ ପୁଣି ଆତ୍ମ ସମ୍ମାନ କୁ ଫେରେଇ ଆଣିଥିଲେ ତାଙ୍କ ନିଜ ଝିଅ। ସେ କଟକ ୪୨ ମୌଜା ଏ.କେ ବିଦ୍ୟାମନ୍ଦିର ସପ୍ତମ ଶ୍ରେଣୀରେ ପଢ଼ୁଥିବା ଜଣେ ସାଧାରଣ ଛାତ୍ରୀ କିନ୍ତୁ ତାଙ୍କ ଭିତରେ ଅଛି ଅସାଧାରଣ ପ୍ରତିଭା। ବିଦ୍ୟାଳୟରେ ଆୟୋଜିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ସେ ପୁଷ୍ପା ୨ ର ଗୀତରେ ନୃତ୍ୟ ପ୍ରଦର୍ଶନ ଏବଂ ଏମିତି ନିଖୁଣ ଅଭିନୟ ପ୍ରଦର୍ଶନ କରିଥିଲେ ଯାହା ସମସ୍ତ ଙ୍କ ହୃଦୟସ୍ପର୍ଶି ହୋଇପାରିଥିଲା। ତାଙ୍କ ନୃତ୍ୟ ଏବଂ ଅଭିନୟ ଥିଲା ମନ୍ତ୍ରମୁଗ୍ଧ କର। ତାଙ୍କ ନୃତ୍ୟ ଥିଲା ଏକ ଭାବନା, ପ୍ରେମ, ଏବଂ ସମ୍ମାନ ର ପ୍ରତିଫଳନ। ସେ ନିଜର ପ୍ରତିଭା ଦ୍ୱାରା ସମସ୍ତଙ୍କ ହୃଦୟକୁ ଛୁଇଁପାରିଥିଲେ। ଶିକ୍ଷକ ଓ ସହପାଠୀମାନେ ତାଙ୍କ ଅଭିନୟକୁ ଭଲପାଇଲେ ଏବଂ ତାଙ୍କ ର ଅନେକ ପ୍ରଶଂସା କରିଥିଲେ। ସେହି ମଞ୍ଚରେ ଝିଅର ଏହି ସଫଳତା ମାତ୍ର ଏକ ପୁରସ୍କାର ନୁଥିଲା। ଏହା ଥିଲା ଜଣେ ବାପାଙ୍କ ପାଇଁ ଗର୍ବର ମୁହୂର୍ତ୍ତ। ଯେଉଁଠାରେ ପୂର୍ବରୁ ତାଙ୍କୁ ସମାଲୋଚନା କରାଯାଇଥିଲା। ସେଠାରେ ଆଜି ଲୋକମାନେ ତାଙ୍କ ଝିଅଙ୍କୁ ପ୍ରଶଂସା କରୁଥିଲେ। ଏହା ଦେଖି ମିଟୁ ମିଥୁନ୍ ଙ୍କ ଆଖିରେ ଖୁସିର ଲୁହ ଆସିଗଲା।ଆଉ ଝିଅ ପାଇଁ ବାପା ର ଛାତି ଗର୍ବ ରେ କୁଣ୍ଢେ ମୋଟ ହେଇଗଲା।

ଏହା କେବଳ ଅଭିନୟ ନୃତ୍ୟ ରେ ସୀମିତ ନୁହେଁ ଏହା ଥିଲା ଏକ ପ୍ରେରଣା ର କାହାଣୀ
ଏହି ଘଟଣା ଆମକୁ ଏକ ବଡ଼ ଶିକ୍ଷା ଦେଇଛି। ଜୀବନରେ ଅପମାନ, ସମ୍ମାନହାନି ଓ ବିଫଳତା କେବେବି ସ୍ଥାୟୀ ନୁହେଁ। ସମୟ ବଦଳିଲେ ପରିସ୍ଥିତି ମଧ୍ୟ ବଦଳିଯାଏ। ଆଜି ଯେଉଁଠାରେ ଅନ୍ଧକାର ଅଛି କାଲି ସେଠାରେ ଆଲୋକ ନିଶ୍ଚିତ ଆସିବ। ସେହି ସମୟରେ ଆମ ପରିବାର ବା ନିଜ ଲୋକମାନେ ଆମକୁ ପୁଣିଥରେ ପରିସ୍ଥିତି ବା ସମୟ କୁ ବଦଳେଇବା ପାଇଁ ଶକ୍ତି ଓ ସାହସ ଦେଇଥାନ୍ତି। ଏଠାରେ ଅଭିନେତା ମିଟୁ ମିଥୁନ୍ ଝିଅ ନିଜର ପ୍ରତିଭା ଓ ପ୍ରେମରେ ନିଜ ବାପାଙ୍କ ହରାଇଥିବା ସମ୍ମାନକୁ ପୁଣିଥରେ ଫେରେଇଆଣିଛନ୍ତି। ଏହି ଘଟଣା ଟି କେବଳ ଜଣେ ପରିବାରର କଥା ନୁହେଁ ବରଂ ଏହା ପ୍ରତ୍ୟେକ ମଣିଷ ପାଇଁ ଏକ ପ୍ରେରଣା ଏବଂ ଉଦାହରଣ। ଯେତେବେଳେ ଆମେ ଭାଙ୍ଗିଯାଇଥାଉ ସେତେବେଳେ ଆମ ପ୍ରିୟଜନ ଓ ପରିବାର ବର୍ଗ ଆମକୁ ଶକ୍ତି ଓ ସାହସ ଦେଇଥାନ୍ତି। ସତରେ “ଝିଅ ଫେରେଇଲା ବାପାଙ୍କ ହଜିଯାଇଥିବା ସମ୍ମାନ” ଏହା କେବଳ ଏକ ଶୀର୍ଷକ ନୁହେଁ ବରଂ ଏହା ପ୍ରେମ, ସମ୍ମାନ ଓ ପରିବାର ପ୍ରତି ସମ୍ମାନ ଓ ସମ୍ପର୍କ ର ଜୀବନ୍ତ ଉଦାହରଣ।

Jagruti Live Media is one of the fastest-growing digital news channels in Odisha, widely recognized for its trusted and impactful journalism. With the tagline “Odisha Mati Ra Khabara”, the platform delivers authentic and timely news across politics, entertainment, sports, national and international affairs, exclusive interviews, viral stories, and breaking updates.
Dedicated to bringing the voice of the people to the forefront, Jagruti Live Media has set a new benchmark in digital journalism through credible reporting, fast news delivery, and audience-focused storytelling across multiple platforms.



