jagrutinews.com

!-- TradingView Widget BEGIN -->
!-- TradingView Widget BEGIN -->
Responsive Breaking News Ticker
!
BREAKING NEWS

Kangula Odiacinema : କାଙ୍ଗୁଲା ଓଡ଼ିଆ ସିନେମା ର କଣ୍ଟେଣ୍ଟ ହେଉଛି କାହାଣୀ ର ହିରୋ

Kangula Odiacinema : ଓଡିଆ ଚଳଚ୍ଚିତ୍ର ଜଗତରେ ଆଉ ଗୋଟିଏ ନୂତନ ସୃଜନଶୀଳ ପ୍ରୟାସ ଭାବେ “କାଙ୍ଗୁଲା” ଓଡ଼ିଆ ଚଳଚ୍ଚିତ୍ର ରିଲିଜ ହୋଇସାରିଛି। ସତ୍ୟନାରାୟଣ ପ୍ରଡ଼କ୍ସନ ଏବଂ ସମ୍ବୀତ ଆଚାର୍ଯ୍ୟ ଫିଲ୍ମ ବ୍ୟାନର୍ ରେ ଏହି ଚଳଚ୍ଚିତ୍ର କାଙ୍ଗୁଲାପ୍ରସ୍ତୁତ ହୋଇଛି। ନିର୍ମାତା ସୁବେନ୍ଦ୍ର କୁମାର ମଲ୍ଲ ଏବଂ ସମ୍ବୀତ ଆଚାର୍ଯ୍ୟ ଙ୍କ ମିଳିତ ପ୍ରୟାସରେ ଏହି ସିନେମା ର ନିର୍ମାଣ କରାଯାଇଛି। ଯାହାର ନିର୍ଦ୍ଦେଶନା ଦେଇଛନ୍ତି ଅଶ୍ୱିନ୍ ତ୍ରିପାଠୀ। ଚଳଚ୍ଚିତ୍ରର ସଙ୍ଗୀତ ଭାର ସମ୍ଭାଳିଛନ୍ତି ଓଲିଉଡ଼ ଇଣ୍ଡଷ୍ଟ୍ରି ର ତିନିଜଣ ପ୍ରତିଭାଶାଳୀ ସଙ୍ଗୀତକାର ବୈଦ୍ୟନାଥ ଦାଶ, ଜେଏନ୍ ପଦ୍ମା ଏବଂ ସୁମିତ ଦିକ୍ଷିତ। ଯାହା ଦର୍ଶକଙ୍କୁ ଆଧ୍ୟାତ୍ମିକ ଏବଂ ସାମ୍ପ୍ରଦାୟିକ ଭାବନାରେ ବାନ୍ଧି ରଖିବ। କାହାଣୀ ର ପଟକଥା ଓ ସଂଳାପ ଅମିତ କୁମାର ଦାସଙ୍କ ଦ୍ୱାରା ଲେଖାଯାଇଛି। ଯେଉଁଥିରେ ସ୍ଥାନୀୟ ଭାଷା, ସଂସ୍କୃତି ଓ ଭାବନାକୁ ସୁନ୍ଦର ଭାବେ ଦର୍ଶାଯାଇଛି। ଚଳଚିତ୍ର ରେ ମୁଖ୍ୟ ଭୂମିକା ରେ ସମ୍ବୀତ ଆଚାର୍ଯ୍ୟ, ସୂର୍ଯ୍ୟମୟୀ ମହାପାତ୍ର, ଅଭିଷେକ ଗିରି, ସୁଶାନ୍ତ ଦାଶ ମହାପାତ୍ର, ସୃତମ ଦାସ, ପୁପିନ୍ଦ୍ର, ନଭପ୍ରୀତ, ପ୍ରଦ୍ୟୁମ୍ନ ଲେଙ୍କା, ଚେଣ୍ଟା, ଡଲି ଆପା, ଭକ୍ତି ଓ ଅନ୍ୟାନ୍ୟ କଳାକାର ମାନେ ଅଭିନୟ କରିଛନ୍ତି। ସମସ୍ତ କଳାକାର ମାନଙ୍କ ଜୀବନ୍ତ ଅଭିନୟ କାଙ୍ଗୁଲା ଚଳଚ୍ଚିତ୍ର ଟିକୁ ଅଧିକ ଜୀବନ୍ତ ଓ ଆକର୍ଷକ କରିଛି।

Kangula Odiacinema : ଓଲିଉଡ଼ ଇଣ୍ଡଷ୍ଟ୍ରି କୁ ନୂଆ ପରିଚୟ ଦେବ ଓଡ଼ିଆ ସିନେମା କାଙ୍ଗୁଲା

Kangula Odiacinema : କଣ ରହିଛି କାଙ୍ଗୁଲା ଚଳଚ୍ଚିତ୍ର ର ମୂଳ ବିଷୟବସ୍ତୁ

କାଙ୍ଗୁଳା ଚଳଚ୍ଚିତ୍ର ର କାହାଣୀ ଓଡିଶାର ଅନୁଗୋଳ ଜିଲ୍ଲା ରେ ଅବସ୍ଥିତ ଏକ ବାସ୍ତବିକ ଗ୍ରାମ ର କାହାଣୀ କୁ ନେଇ ଗଢ଼ାଯାଇଛି। ଏହାର ମୂଳ କେନ୍ଦ୍ରବିନ୍ଦୁ ହେଉଛି ଓଡିଶା ରେ ଲୋପ ପାଇବାକୁ ବସିଥିବା ଦଣ୍ଡନାଚ ପରମ୍ପରା। ଯାହା ଓଡିଆ ସଂସ୍କୃତିର ଏକ ପୁରାତନ ଏବଂ ଆଧ୍ୟାତ୍ମିକ ଅଂଶ। ଏହି ଚଳଚ୍ଚିତ୍ରରେ ଏକ ସରଳ, ନିର୍ବିକାର ଯୁବକ ଙ୍କ କାହାଣୀ କୁ ଚିତ୍ରଣ କରାଯାଇଛି। ସେହି ଯୁବକ ଜଣଙ୍କ ଦଣ୍ଡନାଚ ଦଳର ସଦସ୍ୟ। କାହାଣୀର ଟ୍ଵିଷ୍ଟ ସେତେବେଳେ ଆସେ ଯେତେବେଳେ ମାଆ କାଳୀଙ୍କ ପବିତ୍ର ଉତ୍ସବ ଆରମ୍ଭ ହୁଏ। ଏହି ସମୟରେ ଯୁବକଙ୍କ ଜୀବନରେ ଏକ ଅସାଧାରଣ ପରିବର୍ତ୍ତନ ଦେଖାଦିଏ। ଭକ୍ତି, ପ୍ରତିସ୍ପର୍ଦ୍ଧା ଏବଂ ଭାଗ୍ୟର ସଂଘର୍ଷ ମଧ୍ୟରେ ସେ ନିଜର ଆତ୍ମାକୁ ଖୋଜିବାରେ ଲାଗେ। ଏହି ପରିବର୍ତ୍ତନ କେବଳ ତାଙ୍କର ବ୍ୟକ୍ତିଗତ ଜୀବନକୁ ନୁହେଁ ବରଂ ସମଗ୍ର ଗ୍ରାମରେ ଧାର୍ମିକ ଏବଂ ସାମାଜିକ ପରିବେଶକୁ ମଧ୍ୟ ପ୍ରଭାବିତ କରେ। ଚଳଚ୍ଚିତ୍ରଟି ଏକ ଗଭୀର ବାର୍ତ୍ତା ଦେଇଛି ଶ୍ରଦ୍ଧା ଏବଂ ଭକ୍ତି ମନୁଷ୍ୟଙ୍କୁ ଅସମ୍ଭବ ପରିସ୍ଥିତିରୁ ମଧ୍ୟ ବାହାର କରିପାରେ। ମାଆ ଙ୍କ ଶକ୍ତି ଓ ଦିବ୍ୟତା ଏକ ସାଧାରଣ ଜୀବନକୁ କିପରି ଅସାଧାରଣ ଯାତ୍ରାରେ ପରିଣତ କରେ ସେହି କଥା କୁ ଏହି ଚଳଚ୍ଚିତ୍ର ର ଅତି ନିଖୁଣ ଓ ସୁନ୍ଦର ଭାବେ ଦର୍ଶାଯାଇଛି।

କାଙ୍ଗୁଲା ରିଲିଜ ପରେ କଣ ରହିଛି ଦର୍ଶକ ଙ୍କ ପ୍ରତିକ୍ରିୟା

କାଙ୍ଗୁଳା” ଚଳଚ୍ଚିତ୍ରଟି ୨୪ ଏପ୍ରିଲ୍ ୨୦୨୬ ତାରିଖରେ ଥିଏଟ୍ରିକାଲ୍ ରିଲିଜ୍ ହୋଇଛି। ପ୍ରିମିଅର୍ କାର୍ଯ୍ୟକ୍ରମରେ ଚଳଚ୍ଚିତ୍ର ସହିତ ଜଡିତ ସମସ୍ତ କଳାକାର ଓ ନିର୍ମାତା ମାନେ ଉପସ୍ଥିତ ଥିଲେ। ଯାହା ଦର୍ଶକମାନଙ୍କ ମଧ୍ୟରେ ଆଗ୍ରହକୁ ଆହୁରି ଦ୍ବିଗୁଣିତ କରିଛି । ମିଡିଆ ପ୍ଲାନର୍ ଅମରେଶଙ୍କ ଯୋଜନା ଅନୁସାରେ ଏହି ଚଳଚ୍ଚିତ୍ରର ପ୍ରଚାର ପ୍ରସାର ବିଭିନ୍ନ ମାଧ୍ୟମରେ ଜୋରଦାର ଚାଲିଛି। ଓଡିଆ ଦର୍ଶକ ମାନଙ୍କ ମଧ୍ୟରେ ଏହି ସିନେମା ପ୍ରତି ବିଶେଷ ଆଶା ରହିଛି। କାରଣ ଏହା ଏକ ବାସ୍ତବ ଓ ଅରିଜିନାଲ କାହାଣୀକୁ ଆଧାର କରି ତିଆରି ହୋଇଥିବା ସତ୍ୱେ ଏଥିରେ ସାମ୍ପ୍ରଦାୟିକ ମୂଲ୍ୟ, ଆଧ୍ୟାତ୍ମିକତା ଓ ଆଧୁନିକ ଚଳଚ୍ଚିତ୍ର ଶୈଳୀର ସମନ୍ୱୟ ଭରପୁର ମାତ୍ରା ରେ ରହିଛି। “କାଙ୍ଗୁଳା” କେବଳ ଏକ ମନୋରଞ୍ଜନାତ୍ମକ ଚଳଚ୍ଚିତ୍ର ନୁହେଁ ଏହା ଓଡିଶାର ସଂସ୍କୃତି, ପରମ୍ପରା ଓ ଭକ୍ତିର ଏକ ସମନ୍ୱୟ । ଦର୍ଶକମାନେ ଏହି ସିନେମା ମାଧ୍ୟମରେ ଏକ ଭିନ୍ନ ଅନୁଭୂତି ପାଇବେ ବୋଲି ଆଶା କରାଯାଉଛି।

Leave a Comment

Your email address will not be published. Required fields are marked *

Scroll to Top