Last updated on June 9th, 2026 at 08:02 am

Jantar Mantar Student Protest : ଜନ୍ତର ମନ୍ତରରେ କକରୋଚ୍ ଜନତା ପାର୍ଟିର ଆନ୍ଦୋଳନ। ଭାରତ ରେ ଶିକ୍ଷା ବ୍ୟବସ୍ଥାକୁ ନେଇ ସୋସିଆଲ ମିଡ଼ିଆ ରେ ମଜାମଜା ରେ ଉଠିଥିବା ଏକ ପ୍ରଶ୍ନ ଯାହା ଆଜି ଏକ ବିଶାଳ ଆନ୍ଦୋଳନ ର ରୂପ ନେଇଛି । ଭାରତ ର ଏହି ଶିକ୍ଷା ବ୍ୟବସ୍ଥା ତ୍ରୁଟି ରେ ସୁଧାର ଆଣିବା ପାଇଁ ବିଶାଳ ଆନ୍ଦୋଳନ ର ଡାକରା ଦିଆଯାଇଥିଲା ଯାହାଫଳ ରେ ନୂଆଦିଲ୍ଲୀର ଜନ୍ତର ମନ୍ତର ନିକଟରେ ହଜାର ହଜାର ଯୁବପିଢ଼ି ଓ ଛାତ୍ରଛାତ୍ରୀ ଙ୍କ ସମାଗାମ ଦେଖିବାକୁ ମିଳିଛି ଏବଂ ଫଳସ୍ୱରୂପ ସୋସିଆଲ ମିଡ଼ିଆ ରୁ ଆରମ୍ଭ ହେଇଥିବା ଏହି ଗୋଟିଏ ପ୍ରଶ୍ନ ଆଜି ବୃହତ୍ ପ୍ରତିବାଦ ଓ ଆନ୍ଦୋଳନ ର ରୂପ ନେଇଛି ।
ଦିଲ୍ଲୀ ର ଜନ୍ତର ମନ୍ତର ରେ ଆରମ୍ଭ ହେଇଥିବା ଏହି ଆନ୍ଦୋଳନ ସୋସିଆଲ ମିଡ଼ିଆ ରୁ ଆରମ୍ଭ ହୋଇ କରୋଚ୍ ଜନତା ପାର୍ଟି ଦଳ ନାମ ରେ ପରିଚିତ ହୋଇଥିଲା ଏବଂ ଏହି ଦଳ ର ମୁଖ୍ୟ ଉଦେଶ୍ୟ ହେଉଛି ଦେଶର ଶିକ୍ଷା ବ୍ୟବସ୍ଥାରେ ଥିବା ବିଭିନ୍ନ ଅନିୟମିତତା, ପରୀକ୍ଷା ପ୍ରଣାଳୀର ତ୍ରୁଟି ଏଭଳି ସମସ୍ତ ସମସ୍ୟା କୁ କେନ୍ଦ୍ର କରି ସ୍ୱର ଉତ୍ତୋଳନ କରିଛି। ସୋସିଆଲ ମିଡିଆରେ ବ୍ୟଙ୍ଗାତ୍ମକ ଅଭିଯାନ ଭାବେ ଆରମ୍ଭ ହୋଇଥିବା ଏହି ପ୍ରୟାସ ଆଜି ଏକ ବଡ଼ ଜନଆନ୍ଦୋଳନର ରୂପ ନେଇଥିବା ଦେଖାଯାଉଛି।
Jantar Mantar Student Protest : ଜନ୍ତର ମନ୍ତରରେ ଯୁବପୀଢ଼ି ଙ୍କ ଏକତ୍ରୀକରଣ
Jantar Mantar Student Protest : ଦେଶର ଶିକ୍ଷା ବ୍ୟବସ୍ଥା ରେ ତ୍ରୁଟି କୁ ସୁଧାରିବା ଏବଂ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଇସ୍ତଫା ଦାବି ନେଇ କକରୋଚ୍ ଜନତା ପାର୍ଟି ଯେଉଁ ଆନ୍ଦୋଳନ ର ଡାକରା ଦେଇଥିଲା ସେହି ଡାକରା ଆଧାର ରେ ଦେଶ ର ବିଭିନ୍ନ ରାଜ୍ୟ ଯେମିତି ଓଡିଶା, ବିହାର, ପଶ୍ଚିମବଙ୍ଗ, ଝାରଖଣ୍ଡ ଏପରି ଅନେକ ରାଜ୍ୟ ରୁ ଆସିଥିବା ଛାତ୍ରଛାତ୍ରୀ, ଯୁବପୀଢ଼ି ଓ ସାଧାରଣ ନାଗରିକମାନେ ଏହି ଆନ୍ଦୋଳନରେ ଯୋଗଦେଇଛନ୍ତି। ଆନ୍ଦୋଳନକାରୀଙ୍କ ମୁଖ୍ୟ ଦାବି ହେଉଛି ଶିକ୍ଷା କ୍ଷେତ୍ରରେ ସ୍ୱଚ୍ଛତା, ନ୍ୟାୟ ଏବଂ ସଠିକ ପରିଚାଳନା ସୁନିଶ୍ଚିତ କରାଯାଉ।
ଆନ୍ଦୋଳନ କାରୀ ମାନଙ୍କ ପ୍ରଥମ ଦାବି ହେଉଛି ଯେ ବାରମ୍ବାର ପରୀକ୍ଷା ପ୍ରଣାଳୀରେ ଘଟୁଥିବା ତ୍ରୁଟି ଓ ଅନିୟମିତତା ଫଳରେ ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ପ୍ରଭାବିତ କରିବା ସହ ନଷ୍ଟ କରିବାର ସମ୍ଭାବନା ମଧ୍ୟ ରହିଛି । ଛାତ୍ରଛାତ୍ରୀ ମାନେ ପରୀକ୍ଷା ରେ ଉତୀର୍ଣ୍ଣ ହୋଇ ନିଜ ଭବିଷ୍ୟତ ଗଢିବା ଲକ୍ଷ୍ୟ ରଖି ବହୁତ କଠିନ ପରିଶ୍ରମ କରିଥାନ୍ତି। ତେବେ ଶେଷ ରେ ଯଦି ପରୀକ୍ଷା ପ୍ରଣାଳୀ ରେ ତ୍ରୁଟି ବା ପ୍ରଶ୍ନ ପତ୍ର ଲିକ୍ ହେବା ଭଳି ସମସ୍ୟା ଦେଖାଦିଏ ତେବେ ଛାତ୍ର ଛାତ୍ରୀ ଙ୍କ ଆଶା ମଉଳି ଯିବା ସହ ତାଙ୍କ ର ମାନସିକ ସ୍ଥିତି ମଧ୍ୟ ବହୁମାତ୍ରା ରେ ପ୍ରଭାବିତ ହୋଇଥାଏ। ଯାହା ଦ୍ୱାରା ଅନେକ ଛାତ୍ରଛାତ୍ରୀ ଶେଷ ନିଷ୍ପତ୍ତି ପରି ପଦକ୍ଷେପ ନେଇ ନିଜ ଜୀବନ ମଧ୍ୟ ହାରିଥିବା ର ଅନେକ ଉଦାହରଣ ରହିଛି।
ଚଳିତ ବର୍ଷ ଓଡିଶା ର ଭଦ୍ରକ ଜିଲ୍ଲା ରୁ ମଧ୍ୟ ଏଭଳି ଏକ ଘଟଣା ସାମ୍ନା କୁ ଆସିଥିଲା। ଛାତ୍ର ଜଣକ ଆଗାଢ଼ ପରିଶ୍ରମ କରି ନିଟ୍ ପରୀକ୍ଷା ରେ କୃତକାର୍ଯ୍ୟ ହେବା ର ଅଶା ରଖିଥିଲେ। କିନ୍ତୁ ନିଟ୍ ପ୍ରଶ୍ନପତ୍ର ଲିକ୍ ହେବା ଖବର ପାଇ ସେ ନିଜ ମାନସିକ ଭାରସାମ୍ୟ ହରାଇ ନିଜ ପରିବାର ବର୍ଗ ଙ୍କ ଉଦେଶ୍ୟ ରେ ଏକ ଚିଠି ଲେଖିଥିଲେ ଏବଂ ଶେଷ ନିଷ୍ପତ୍ତି ନେଇ ନିଜ ଜୀବନ ହାରିଦେଇଥିଲେ। ତେଣୁ ପରୀକ୍ଷା ପ୍ରଣାଳୀ ତ୍ରୁଟି ରେ ସୁଧାର ଆଣିବା ର ନିତ୍ୟାନ୍ତ ଆବଶ୍ୟକତା ରହିଛି। ନଚେତ୍ ଭବିଷ୍ୟତ ରେ ମଧ୍ୟ ଏପରି ଅନେକ ମୂଲ୍ୟବାନ୍ ଜୀବନ ଅକାରଣେ ଚାଲିଯିବି।

ଅଭିଜିତ ଦିପକେ ଙ୍କ ଭୂମିକା
ଅଭିଜିତ ଦୀପକେ ସର୍ବପ୍ରଥମେ ସୋସିଆଲ ମିଡ଼ିଆ ରେ କାକରୋଚ୍ ଜନତା ପାର୍ଟି ନାମରେ ଏକ ଅନଲାଇନ୍ ପେଜ କରି ଏହି ଆନ୍ଦୋଳନ ଆରମ୍ଭ କରିଥିଲେ। ସେହି ପେଜ୍ ରେ ଅଭିଜିତ ବ୍ୟଙ୍ଗାତ୍ମକ ଢଙ୍ଗ ରେ ଭାରତୀୟ ଶିକ୍ଷାବ୍ୟବସ୍ଥା, ପରୀକ୍ଷା ପରିଚାଳନା ରେ ତ୍ରୁଟି ଓ ବେରୋଜଗାରୀ ଏପରି ଅନେକ ସମସ୍ୟା ଉପରେ ପ୍ରଶ୍ନ ଉଠାଇଥିଲେ। ତାଙ୍କର ଏହି ପ୍ରଶ୍ନ ଉଠେଇବା ର ଢଙ୍ଗ ଯୁବପିଢୀ ଓ ଛାତ୍ର ଛାତ୍ରୀ ଙ୍କୁ ଆକୃଷ୍ଟ ଲାରିଥିଲା। ଦେଖୁଦେଖୁ ତାଙ୍କ ର କକରଚ୍ ଜନତା ପାର୍ଟି ପେଜ୍ ରେ ଫଲୋୟର୍ ବଢିବାକୁ ଲାଗିଲେ। ଯାହାଫଳ ରେ ତାଙ୍କ ର ଏହି ବ୍ୟଙ୍ଗାତ୍ମକ ଢଙ୍ଗ ର ପ୍ରଶ୍ନ ଖୁବ ଅଳ୍ପ ସମୟ ମଧ୍ୟରେ ଏକ ବିରାଟ ଆନ୍ଦୋଳନ ର ରୂପ ନେଲା।
ଜନ୍ତର ମନ୍ତର ଠାରେ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ନିଜେ ଅଭିଜିତ ଦିପକେ। ଆମେରିକାର ବୋଷ୍ଟନ ରେ ରହୁଥିବା ଅଭିଜିତ ଭାରତ ଫେରି ସିଧାସଳଖ ଭାବେ ଆନ୍ଦୋଳନ ସ୍ଥଳ କୁ ଯାଇ ଯୋଗ ଦେଇଛନ୍ତି। ତାଙ୍କ କହିବା ଅନୁସାରେ ଏହି ଆନ୍ଦୋଳନ କୌଣସି ରାଜନୈତିକ ସ୍ୱାର୍ଥ ପାଇଁ ନୁହେଁ, ବରଂ ଭବିଷ୍ୟତ ବା ପରପିଢ଼ି ର ଶିକ୍ଷା ଓ ଅଧିକାର ପାଇଁ।ସେ ଆନ୍ଦୋଳନକୁ ଶାନ୍ତିପୂର୍ଣ୍ଣ ଓ ଗଣତାନ୍ତ୍ରିକ ଉପାୟରେ ଆଗକୁ ବଢ଼ାଇବାକୁ ଆହ୍ୱାନ ଦେଇଛନ୍ତି।
ଏହିଖବର ପଢନ୍ତୁ : ନବୀନ ସରକାର ର ୨୪ ବର୍ଷ ର ରେକର୍ଡ ଭାଙ୍ଗିପାରିବ କି ବିଜେପି
ଆନ୍ଦୋଳନକାରୀ ଙ୍କ ମୁଖ୍ୟ ଦାବି
ଆନ୍ଦୋଳନକାରୀମାନଙ୍କ ଦାବିଗୁଡ଼ିକ ମଧ୍ୟରେ ରହିଛି:
୧. ପରୀକ୍ଷା ପ୍ରଣାଳୀରେ ସ୍ୱଚ୍ଛତା ଆଣିବାର ଆବଶ୍ୟକତା :
ଆନ୍ଦୋଳନକାରୀ ମାନେ ପରୀକ୍ଷା ପ୍ରଣାଳୀ ରେ ସମ୍ପୂର୍ଣ ସ୍ୱଛତା ଦାବି କରିଛନ୍ତି। ନିଟ୍ ପରୀକ୍ଷା ଭଳି ଅନେକ ପରୀକ୍ଷା ର ପ୍ରଶ୍ନ ପତ୍ର ଲିକ୍ ହେବା, ରେଜଲ୍ଟ ବାହାରିବା ରେ ବିଳମ୍ବ ହେବା ଏପରି ଅନେକ ସମସ୍ୟା ଯାହାଫଳ ରେ ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ଉପରେ ପ୍ରଭାବ ପଡୁଛି। ତେଣୁ ଶିକ୍ଷା ପ୍ରଣାଳୀ ରେ ସ୍ୱଛତା ଆଣିବା ନିହାତି ଆବଶ୍ୟକ ବୋଲି ଯୁବ ଆନ୍ଦୋଳନକାରୀ ମାନେ ଦାବି କରିଛନ୍ତି
୨. ଶିକ୍ଷା ବ୍ୟବସ୍ଥା ର ଅନିୟମିତତାର ନିରପେକ୍ଷ ତଦନ୍ତ ଦାବି :
ଦିଲ୍ଲୀ ଜନ୍ତରମନ୍ତର ରେ ହୋଇଥିବା ଆନ୍ଦୋଳନ ରେ ଅନ୍ୟ ଏକ ଦାବି ହେଉଛି, ଭାରତୀୟ ପରୀକ୍ଷା ବ୍ୟବସ୍ଥା ଏବଂ ନିଯୁକ୍ତି ପ୍ରକ୍ରିୟା ରେ ହେଉଥିବା ଅନିୟମିତତା ର ନିରପେକ୍ଷ ଭାବେ ତଦନ୍ତ ହେବାର ଆବଶ୍ୟକତା ଅଛି ଏବଂ ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ମଧ୍ୟ ନେବା ର ଆବଶ୍ୟକତା ରହିଛି। ଯାହା ଦ୍ୱାରା ଭାରତୀୟ ଶିକ୍ଷା ବ୍ୟବସ୍ଥା ଉପରେ ଛାତ୍ରଛାତ୍ରୀ ମାନଙ୍କ ବିଶ୍ୱାସ ପୁଣି ଫେରିପାରିବ।
୩. କଣ ହେବ ଏହାର ପରିଣାମ :
ରାଜଧାନୀ ଦିଲ୍ଲୀ ର ଏହି ଛାତ୍ର ଆନ୍ଦୋଳନ କେବଳ ଏକ ପ୍ରତିବାଦ ନୁହେଁ ଅନେକ ଦିନ ହେଲା ଛାତ୍ରଛାତ୍ରୀ ଭିତରେ ଲୁଚି ରହିଥିବା ଆକ୍ରୋଶ ର ପରିଣାମ ଜନ୍ତରମନ୍ତର ର ଏହି ଆନ୍ଦୋଳନ। ପରୀକ୍ଷା ପ୍ରଣାଳୀ ରେ ସ୍ୱଛତା, ସଠିକ୍ ପରିଚାଳନା ଓ ନିରପେକ୍ଷ ତଦନ୍ତ ସହ ଦୋଷୀ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ଦ୍ୱାରା ଭାରତୀୟ ଶିକ୍ଷା ବ୍ୟବସ୍ଥା ରେ ସୁଧାର ଆସିପାରିବ।
୪. ଛାତ୍ର ସ୍ୱାର୍ଥର ସୁରକ୍ଷା ପାଇଁ କଣ ଆବଶ୍ୟକ :
ଛାତ୍ରଛାତ୍ରୀ ମାନଙ୍କ ସୁରକ୍ଷା ପାଇଁ ପ୍ରଥମେ ଶିକ୍ଷା ବ୍ୟବସ୍ଥା ରେ ସୁରକ୍ଷା ଆଣିବା ସହ ନିଯୁକ୍ତି ତ୍ରୁଟି ରେ ସୁଧାର ଆଣିବା, ଯେଉଁ ଛାତ୍ର ଯୋଗ୍ୟ ତାଙ୍କୁ ସୁଯୋଗ ମିଳିବା ଦରକାର। ଏଭଳି କିଛି ପଦକ୍ଷେପ ଦ୍ୱାରା ଛାତ୍ରଛାତ୍ରୀ ଙ୍କ ମନୋବଳ ବଢିବା ସହ ଛାତ୍ର ସ୍ୱାର୍ଥ ର ମଧ୍ୟ ସୁରକ୍ଷା ହେଇପାରିବ।
୫. ଶିକ୍ଷା ସଂସ୍କାର ପାଇଁ ସ୍ଥାୟୀ ପଦକ୍ଷେପ :
ଭାରତୀୟ ଶିକ୍ଷା ବ୍ୟବସ୍ଥା ରେ ସୁଧାର ଆଣିବା ପାଇଁ କେବେଳ ତୁରନ୍ତ ପଦକ୍ଷେପ ନୁହେଁ ଏଥିପାଇଁ ସ୍ଥାୟୀ ସମାଧାନ ର ପଦକ୍ଷେପ ମଧ୍ୟ ନେବା ର ଆବଶ୍ୟକତା ରହିଛି। ଯାହା ଦ୍ୱାରା ଶିକ୍ଷା ବ୍ୟବସ୍ଥା ର ମାନ ବଢିବା ସହ ଆଗାମୀ ପୀଢ଼ି ପାଇଁ ଏକ ସୁରକ୍ଷିତ ଶିକ୍ଷା ବ୍ୟବସ୍ଥା ସୃଷ୍ଟି ହେଇପାରିବ।
ଏହି ଦାବିଗୁଡ଼ିକ ନେଇ ଜନ୍ତର ମନ୍ତର ରେ ହଜାର ହଜାର ଯୁବଛାତ୍ର ଏକତ୍ରିତ ହୋଇଛନ୍ତି।
ଜନ୍ତର ମନ୍ତର ରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଆନ୍ଦୋଳନକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ଏବଂ ସୁରକ୍ଷା ବାହିନୀ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଜନ୍ତର ମନ୍ତର ଏବଂ ଆଖପାଖ ଅଞ୍ଚଳରେ ଅତିରିକ୍ତ ପୋଲିସ ମଧ୍ୟ ମୁତୟନ କରାଯାଇଛି।
ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଶାନ୍ତି ଓ ଆଇନଶୃଙ୍ଖଳା ରକ୍ଷା କରିବା ସହ ନାଗରିକଙ୍କ ଗଣତାନ୍ତ୍ରିକ ଅଧିକାରକୁ ସମ୍ମାନ ଦିଆଯିବ।
ଶିକ୍ଷା ସଂସ୍କାର କର୍ମୀ ଓ ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କ ସମର୍ଥନ ମିଳିବା ସମ୍ପର୍କିତ ଖବର ଏହି ଆନ୍ଦୋଳନକୁ ଅଧିକ ଚର୍ଚ୍ଚାରେ ଆଣିଛି। ଶିକ୍ଷା ବ୍ୟବସ୍ଥା ରେ ସୁଧାର ଆଣିବା ପାଇଁ ଦୀର୍ଘଦିନ ଧରି କାମ କରିଆସୁଥିବା ବ୍ୟକ୍ତିତ୍ୱମାନଙ୍କ ନଜର ଏବେ ଏହି ଆନ୍ଦୋଳନ ଉପରେ ରହିଛି।
ସୋସିଆଲ ମିଡିଆ ଯୁଗରେ ଆରମ୍ଭ ହୋଇଥିବା ଏହି ଅନଲାଇନ୍ ଅଭିଯାନ କିପରି ପ୍ରକୃତରେ ଏକ ବିଶାଳ ଜନଆନ୍ଦୋଳନର ରୂପ ନେଇପାରେ, ତାହାର ଏକ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛି । ଯୁବପିଢ଼ି ମାନେ ଏବେ ନିଜ ଅଧିକାର ଏବଂ ଭବିଷ୍ୟତ କୁ ସୁରକ୍ଷିତ କରିବା ସମ୍ପର୍କିତ ପ୍ରସଙ୍ଗରେ କେତେ ଅଧିକ ସଚେତନ ହୋଇଛନ୍ତି ତାହା ବର୍ତ୍ତମାନ ଏହି ଆନ୍ଦୋଳନରୁ ସ୍ପଷ୍ଟ ହୋଇଛି।
ଆନ୍ଦୋଳନ ର ସମ୍ପୂର୍ଣ ତଥ୍ୟ କଣ ରହିଛି :
| ବିଷୟ | ଜାଣନ୍ତୁ |
|---|---|
| ଆନ୍ଦୋଳନ ସ୍ଥାନ | ଜନ୍ତର ମନ୍ତର, ନୂଆଦିଲ୍ଲୀ |
| ଆୟୋଜକ | କକରୋଚ୍ ଜନତା ପାର୍ଟି (ସିଜେପି) |
| ନେତୃତ୍ୱ | ଅଭିଜିତ ଦିପକେ |
| ପ୍ରମୁଖ ଦାବି | ଶିକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା |
| ଅଂଶଗ୍ରହଣକାରୀ | ଛାତ୍ର, ଯୁବକ, ସାଧାରଣ ଲୋକ |
| ସୁରକ୍ଷା ବ୍ୟବସ୍ଥା | ଦିଲ୍ଲୀ ପୋଲିସ ଓ ପାରାମିଲିଟାରୀ |
| ସମର୍ଥନ | ସୋନମ ୱାଙ୍ଗଚୁକଙ୍କ ସମର୍ଥନ ଚର୍ଚ୍ଚାରେ |
| ମୁଖ୍ୟ ଉଦ୍ଦେଶ୍ୟ | ଶିକ୍ଷା ସଂସ୍କାର ଓ ସଠିକ୍ ପରିଚାଳନା |
ଜନ୍ତର ମନ୍ତରରେ ଚାଲିଥିବା ଏହି ଆନ୍ଦୋଳନ କେବଳ ଏକ ପ୍ରତିବାଦ ନୁହେଁ, ବରଂ ଶିକ୍ଷା ବ୍ୟବସ୍ଥାରେ ସୁଧାର ଓ ପରିବର୍ତ୍ତନ ଆଣିବା ପାଇଁ ଯୁବଶକ୍ତିର ଏକ ସଂଗଠିତ ପ୍ରୟାସ ଭାବେ ପରିଲକ୍ଷିତ ହୋଇଛି।
ଆଗାମୀ ଦିନରେ ଏହି ଦାବିଗୁଡ଼ିକ କେତେ ଦୂର ପର୍ଯ୍ୟନ୍ତ ପ୍ରଭାବ ପକାଇବ ଏବଂ ନୀତି ନିର୍ଦ୍ଧାରଣରେ କିପରି ପ୍ରତିଫଳିତ ହେବ, ତାହା ଦେଖିବାକୁ ସମଗ୍ର ଭାରତ ବର୍ଷ ଅପେକ୍ଷା କରିଛି।
ଗୁରୁତ୍ୱପୂର୍ଣ ଲିଙ୍କ :
• [ଭାରତ ସରକାର ଶିକ୍ଷା ମନ୍ତ୍ରଣାଳୟ]
• [ଶିକ୍ଷା ମନ୍ତ୍ରଣାଳୟ – ବିଭାଗ ସମ୍ପର୍କିତ ସୂଚନା]
• [ଜନ୍ତର ମନ୍ତର, ନୂଆଦିଲ୍ଲୀ ସୂଚନା]
• [SECMOL (ସୋନମ ୱାଙ୍ଗଚୁକଙ୍କ ସଂସ୍ଥା)]
ପ୍ରଶ୍ନୋତ୍ତର :
ପ୍ରଶ୍ନ ୧ . କକରୋଚ୍ ଜନତା ପାର୍ଟି (ସିଜେପି) କଣ?
ସୋସିଆଲ ମିଡିଆ ମାଧ୍ୟମରେ ଚର୍ଚ୍ଚାରେ ଆସିଥିବା ଏକ ପେଜ୍, ଯାହା ଭାରତୀୟ ଶିକ୍ଷା ବ୍ୟବସ୍ଥା ରେ ଏବଂ ନିଯୁକ୍ତି ତ୍ରୁଟି ଭଳି ସମସ୍ୟା ରେ ସୁଧାର ଆଣିବା ପାଇଁ ବ୍ୟଙ୍ଗାତ୍ମକ ଢଙ୍ଗ ରେ ସ୍ୱର ଉତ୍ତୋଳନ କରିଥିଲା। ଆଜି ସେହି ସ୍ୱର ବିଶାଳ ଛାତ୍ର ଆନ୍ଦୋଳନ ରେ ପରିଣତ ହେଇଛି।
ପ୍ରଶ୍ନ ୨ . ଆନ୍ଦୋଳନ କେଉଁଠି ହୋଇଥିଲା?
ଏହି ଛାତ୍ର ଆନ୍ଦୋଳନ ରାଜଧାନୀ ଦିଲ୍ଲୀ ର ଜନ୍ତର ମନ୍ତର ନିକଟରେ ଆୟୋଜିତ ହୋଇଥିଲା।
ପ୍ରଶ୍ନ ୩ . ଆନ୍ଦୋଳନର ମୁଖ୍ୟ ଦାବି କଣ ରହିଛି ?
ଏହି ଛାତ୍ର ଆନ୍ଦୋଳନ ର ମୁଖ୍ୟ ଦାବି ଗୁଡିକ ମଧ୍ୟରେ ଶିକ୍ଷା କ୍ଷେତ୍ରରେ ସ୍ୱଚ୍ଛତା, ସଠିକ ପରୀକ୍ଷା ପରିଚାଳନା, ନିଯୁକ୍ତି ତ୍ରୁଟି ରେ ସୁଧାର ଆଣିବା ଏବଂ ଦୋଷୀ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ପରି ଦାବି ଆନ୍ଦୋଳନକାରୀ ଙ୍କ ମୁଖ୍ୟ ଦାବି ରହିଛି।
ପ୍ରଶ୍ନ ୪ . ଅଭିଜିତ ଦିପକେ କିଏ?
ଅଭିଜିତ ଦୀପକେ ହେଉଛନ୍ତି କକରୋଚ୍ ଜନତା ପାର୍ଟି ର ପ୍ରତିଷ୍ଠାତା, ସେ ସୋସିଆଲ ମିଡ଼ିଆ ମାଧ୍ୟମ ରେ ପେଜ୍ ସୃଷ୍ଟି କରି ବ୍ୟଙ୍ଗାତ୍ମକ ଢଙ୍ଗରେ ଭାରତୀୟ ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ କରିଥିଲେ ଯାହା ଆଜି ବିଶାଳ ଆନ୍ଦୋଳନ ର ରୂପ ନେଇଛି।
ପ୍ରଶ୍ନ ୫ . ଏହି ଆନ୍ଦୋଳନର ପ୍ରଭାବ କଣ ହୋଇପାରେ?
ଏହି ଆନ୍ଦୋଳନ ପ୍ରଭାବ ରେ ଭାରତୀୟ ଶିକ୍ଷା ନୀତି, ସଠିକ ପରୀକ୍ଷା ପରିଚାଳନା , ନିଯୁକ୍ତି ତ୍ରୁଟି ରେ ସୁଧାର, ଛାତ୍ର ସ୍ୱାର୍ଥ ସମ୍ପର୍କିତ ଅନେକ ପ୍ରମୁଖ ସମସ୍ୟା ର ସମାଧାନ ଦିଗରେ ସରକାର ଗୁରୁତ୍ୱ ଦେଇପାରନ୍ତି।
ଶେଷରେ କଣ ରହିବ ଏହି ଆନ୍ଦୋଳନ ର ପ୍ରଭାବ
ଜନ୍ତର ମନ୍ତରରେ ଆୟୋଜିତ ଏହି ଆନ୍ଦୋଳନ କେବଳ ଏକ ସାଧାରଣ ପ୍ରତିବାଦ ନୁହେଁ, ଭାରତୀୟ ଶିକ୍ଷା ବ୍ୟବସ୍ଥା ପ୍ରତି ଯୁବପିଢ଼ିର ବଢ଼ୁଥିବା ଚିନ୍ତା ଓ ଅସନ୍ତୋଷର ଏକ ପ୍ରତିଫଳନ। ବିଭିନ୍ନ ରାଜ୍ୟ ଯେପରି ଓଡିଶା, ପଶ୍ଚିମବଙ୍ଗ, ବିହାର, ଝାରଖଣ୍ଡ, ପରି ରାଜ୍ୟ ରୁ ହଜାର ହଜାର ଛାତ୍ରଛାତ୍ରୀ, ଯୁବକ ଓ ସାଧାରଣ ନାଗରିକ ଏହି ଆନ୍ଦୋଳନ ରେ ଯୋଗଦେଇ ପ୍ରମାଣ କରିଛନ୍ତି ଯେ ଶିକ୍ଷା କ୍ଷେତ୍ରରେ ସ୍ୱଚ୍ଛତା, ନ୍ୟାୟ ଓ ସଠିକ ପରିଚାଳନା ପାଇଁ ସମାଜର ବିଭିନ୍ନ ବର୍ଗ ଏକାଠି ହେବାକୁ ପ୍ରସ୍ତୁତ ଅଛନ୍ତି।
ଅଭିଜିତ ଦୀପକେ ଙ୍କ ଦ୍ୱାରା ବ୍ୟଙ୍ଗାତ୍ମକ ଢଙ୍ଗ ରେ ସୋସିଆଲ ମିଡିଆରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଏବେ ଜାତୀୟ ସ୍ତରରେ ମୁଖ୍ୟ ଆଲୋଚନାର ବିଷୟ ପାଲଟିଛି। ଆନ୍ଦୋଳନକାରୀମାନେ ପରୀକ୍ଷା ବ୍ୟବସ୍ଥା ରେ ସୁଧାର, ଶିକ୍ଷା କ୍ଷେତ୍ରରେ ହେଉଥିବା ଅନିୟମିତତାର ନିରପେକ୍ଷ ତଦନ୍ତ ଏବଂ ଦୋଷୀ ଙ୍କ ବିରୁଦ୍ଧରେ ଉଚିତ କାର୍ଯ୍ୟାନୁଷ୍ଠାନର ଦାବି କରୁଛନ୍ତି। ଏହି ଦାବିଗୁଡ଼ିକ ଭବିଷ୍ୟତରେ ଶିକ୍ଷା ନୀତି ଓ ପ୍ରଶାସନିକ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିପାରେ ବୋଲି ଅନେକ ବିଶେଷଜ୍ଞ ମତ ଦେଉଛନ୍ତି।
ଜନ୍ତର ମନ୍ତର ର ଏହି ଆନ୍ଦୋଳନ ର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଯୁବଶକ୍ତିର ସକ୍ରିୟ ଭାଗୀଦାରି। ଦେଶର ଭବିଷ୍ୟତ ଗଢ଼ିବାରେ ଯୁବକମାନଙ୍କ ଭୂମିକା କେତେ ମହତ୍ତ୍ୱପୂର୍ଣ୍ଣ, ତାହା ଏହି ଘଟଣା ପୁଣିଥରେ ପ୍ରମାଣ କରିଛି। ଆଗାମୀ ଦିନରେ ଏହି ଆନ୍ଦୋଳନ କେଉଁ ଦିଗକୁ ଯିବ ଏବଂ ଏହାର ପ୍ରଭାବ କେତେ ଦୂର ପର୍ଯ୍ୟନ୍ତ ପହଞ୍ଚିବ, ତାହା ଦେଖିବାକୁ ବାକି ରହିଲା । କିନ୍ତୁ ଏତିକି ସ୍ପଷ୍ଟ ଯେ ଶିକ୍ଷା ବ୍ୟବସ୍ଥାର ସୁଧାର ଏବଂ ଛାତ୍ର ସ୍ୱାର୍ଥର ସୁରକ୍ଷା ପ୍ରସଙ୍ଗ ଏବେ ଜାତୀୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

Jagruti Live Media is one of the fastest-growing digital news channels in Odisha, widely recognized for its trusted and impactful journalism. With the tagline “Odisha Mati Ra Khabara”, the platform delivers authentic and timely news across politics, entertainment, sports, national and international affairs, exclusive interviews, viral stories, and breaking updates.
Dedicated to bringing the voice of the people to the forefront, Jagruti Live Media has set a new benchmark in digital journalism through credible reporting, fast news delivery, and audience-focused storytelling across multiple platforms.



