jagrutinews.com

!-- TradingView Widget BEGIN -->
!-- TradingView Widget BEGIN -->
Responsive Breaking News Ticker
!
BREAKING NEWS

BJP vs BJD Odisha :ନବୀନ ସରକାର ର ୨୪ ବର୍ଷ ର ରେକର୍ଡ ଭାଙ୍ଗିପାରିବ କି ବିଜେପି

Support Us

Last updated on June 8th, 2026 at 01:23 pm

Bjp vs Bjd Odisha : ନବୀନ ଙ୍କ ରେକର୍ଡ ଭାଙ୍ଗିପାରିବେ କି ମୋହନ
ଓଡ଼ିଶାରେ BJP ସରକାର ଗଠନ ପରେ ବିକାଶ, ନିଯୁକ୍ତି, ଶିଳ୍ପ ନିବେଶ ଓ ଶାସନ ବ୍ୟବସ୍ଥାକୁ ନେଇ ଚର୍ଚ୍ଚା ଜୋର ଧରିଛି । ନବୀନ ପଟ୍ଟନାୟକଙ୍କ ୨୪ ବର୍ଷର ଶାସନ ସହ ବର୍ତ୍ତମାନ ର ବିଜେପି ସରକାର ର ତୁଳନା କରି ଜାଣନ୍ତୁ, BJP ସରକାର କଣ ଓଡିଶା ରେ ନୂଆ ବିକାଶର ଇତିହାସ ସୃଷ୍ଟି କରିପାରିବ?

Bjp vs Bjd Odisha : BJP ସରକାର ନବୀନ ପଟ୍ଟନାୟକ ଙ୍କ ରେକର୍ଡକୁ ଭାଙ୍ଗି ପାରିବ କି? ଓଡ଼ିଶା ରାଜନୀତିର ସମ୍ପୂର୍ଣ ବିଶ୍ଳେଷଣ। ଓଡ଼ିଶାରେ ବିଜେପି ସରକାର ଗଠନ ହେବା ପରେ ରାଜ୍ୟର ରାଜନୀତିରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ପ୍ରାୟ ୨୪ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ଦଳ ସରକାର ରହିଆସି ଓଡ଼ିଶା ରେ ଶାସନ କରୁଥିଲା । ଓଡିଶା ଜନସାଧରଣ ଙ୍କ ହିତରେ ଅନେକ ଜନ ହିତକାରୀ ଯୋଜନା ମଧ୍ୟ କାର୍ଯ୍ୟକାରୀ କରିଥିଲା ବିଜେଡି ସରକାର । ବର୍ତ୍ତମାନ ଓଡିଶା ରେ ବିଜେଡି ସରକାର ର ଦୀର୍ଘ ୨୪ ବର୍ଷ ର ଶାସନ କାଳ ର ସମାପ୍ତି ଘଟିଛି। ଓଡିଶା ର ଜନସାଧରଣ ପରିବର୍ତ୍ତନ ର ଆଶା ରଖି ନୂଆ ସରକାର ରୂପେ ବିଜେଡି କୁ ବାଛିଥିଲେ।

ବର୍ତ୍ତମାନ ଓଡିଶା ରେ ଦୀର୍ଘ ୨୪ ବର୍ଷ ବିଜେଡି ସରକାର ର ଅବସାନ ଘଟିଛି ଏବଂ ଓଡିଶା ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନମାଝୀ ଙ୍କ ନେତୃତ୍ୱ ରେ ସରକାର ଗଢିଛି ବିଜେପି ସରକାର। ବିଜେଡି ସରକାର କାର୍ଯ୍ୟକାଳ ରେ ଅନେକ ଜନହିତକାରୀ ଯୋଜନା ଯେପରି ରାଜ୍ୟ କୁ ସମୃଦ୍ଧ କରିବା , ମିଶନଶକ୍ତି ଯୋଜନା ଅଧିନ ରେ ମହିଳା ସଶକ୍ତିକରଣ, ଗ୍ରାମୀଣ ବିକାଶ ଯୋଜନା ସହ ଅନେକ ଜନହିତକାରୀ ଯୋଜନା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନେତୃତ୍ୱ ରେ ବିଜେଡି ସରକାର ଓଡିଶା ରେ ଅନେକ ସଫଳତା ହାସଲ କରିଥିଲା।

କିନ୍ତୁ ବର୍ତ୍ତମାନ ଓଡିଶା ରେ ବିଜେପି ର ସରକାର ଥିବା ବେଳେ ଓଡିଶା ର ଜନ ସାଧାରଣ ମାନଙ୍କ ମନରେ ଗୋଟେ ବଡ଼ ପ୍ରଶ୍ନ ଉଠିଛି ଯେ ସତରେ କଣ ଓଡିଶା ରେ ବଜେପି ସରକାର ନବୀନ ପଟ୍ଟନାୟକ ଙ୍କ ବିଜେଡି ସରକାର ଠାରୁ ଅଧିକ ସଫଳତା ହାସଲ କରିପାରିବ ? ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ନେତୃତ୍ୱ ରେ ବିଜେପି ସରକାର ସଫଳ ଯୋଜନା ସବୁ ଆଣି କଣ ଓଡିଶା ର ଜନସାଧରଣ ଙ୍କ ମନ ଜିତିପାରିବି ଓ ନବୀନ ପଟ୍ଟନାୟକ ଙ୍କ ନେତୃତ୍ୱାଧିନ ବିଜେଡି ସରକାର ଠୁ ଅଧିକ ସଫଳ ହେଇପାରିବ।

Bjp vs Bjd Odisha : ବିଜେଡି ସରକାର କାର୍ଯ୍ୟକାଳ ରେ ଓଡିଶା ପ୍ରତି କଣ ଥିଲା ନବୀନ ସରକାର ର ଅବଦାନ

Bjp vs Bjd Odisha : ନବୀନ ପଟ୍ଟନାୟକ ସମଗ୍ର ଭାରତ ବର୍ଷ ରେ ସବୁଠାରୁ ଅଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ଭାବେ ଓଡିଶା ର ଶାସନ ଭାର ସମ୍ଭାଳିଥିବା ନେତାମାନଙ୍କ ମଧ୍ୟରୁ ଅନ୍ୟତମ । ସମଗ୍ର ଓଡିଶା ରେ ମଧ୍ୟ ତାଙ୍କର ଲୋକପ୍ରିୟତା ଅନେକ , ଶାସନ ରେ ନରହି ମଧ୍ୟ ଏବେ ବି ତାଙ୍କର ଲୋକପ୍ରିୟତା ବଜାୟ ରହିଛି। ତାଙ୍କ ଶାସନ କାଳରେ ଓଡ଼ିଶା ରେ ସେ ଅନେକ ଜନହିତକାରୀ ଯୋଜନା କାର୍ଯ୍ୟକାରୀ କରିଥିଲେ ଏବଂ ସେଥିପାଇଁ ନବୀନ ବାବୁ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ଅନେକ ପ୍ରଶଂସା ମଧ୍ୟ ପାଇଛନ୍ତି ।

ବିଜେଡି ସରକାର ସମୟରେ ନବୀନ ପଟ୍ଟନାୟକ ଙ୍କ ଦ୍ୱାରା ପ୍ରଚଳିତ ମିଶନଶକ୍ତି ଭଳି ଯୋଜନା ଯାହା ମହିଳାମାନଙ୍କୁ ଅନେକ କ୍ଷେତ୍ର ରେ ସଶକ୍ତ କରିଥିଲା। ବିଜେଡି ସରକାର ସମୟରେ ଓଡିଶା ରେ ସଡ଼କ, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ଅନେକ ଉନ୍ନତି ହୋଇଥିଲା।

ଏସବୁ ସତ୍ୱେ ଓଡିଶା ରାଜନୀତି ରେ ଥିବା ବିରୋଧୀ ଦଳଗୁଡ଼ିକ ଶିଳ୍ପାୟନ, ନିଯୁକ୍ତି ସୃଷ୍ଟି ଏବଂ ପ୍ରଶାସନିକ ସ୍ୱଚ୍ଛତା ନେଇ ପ୍ରଶ୍ନ ଉଠାଇଥିଲେ।

Bjp vs Bjd Odisha : ନବୀନ ସରକାର ଙ୍କ ଜନ କଲ୍ୟାଣକାରୀ ଯୋଜନା

ବିଜେପି ସରକାର ର ନୂଆ ଦୃଷ୍ଟିକୋଣ

ନିର୍ବାଚନୀ ପ୍ରଚାର ସମୟରେ ବିଜେପି ସରକାର ଓଡିଶା ପାଇଁ ନୂଆ ବିକାଶ ମଡେଲ ଆଣିବାର ପ୍ରତିଶ୍ରୁତି ଦେଇଥିଲା । ବିଜେପି ଓଡିଶା ରେ ସରକାର ଗଢିବା ପରେ ଶିଳ୍ପ ନିବେଶ, ନୂତନ ନିଯୁକ୍ତି ସୃଷ୍ଟି, ସ୍ୱଚ୍ଛ ଶାସନ ଏବଂ ଦ୍ରୁତ ବିକାଶ ଉପରେ ଗୁରୁତ୍ୱ ଦେଉଛି।

କେନ୍ଦ୍ର ରେ ମଧ୍ୟ ବିଜେପି ସରକାର ରହିଛି ଯାହାଫଳ ରେ କେନ୍ଦ୍ର ସରକାର ଙ୍କ ସହ ସମନ୍ୱୟ ରଖି ଓଡ଼ିଶାକୁ ଅଧିକ ନିବେଶ ଆଣିବା ଓ ମେଗା ପ୍ରକଳ୍ପ ମାଧ୍ୟମରେ ଓଡିଶା ର ଅର୍ଥନୀତିକୁ ମଜବୁତ କରିବାକୁ ବିଜେପି ସରକାର ଲକ୍ଷ୍ୟ ରଖିଛି।

ବିଜେପି ସରକାର ର ମୂଳ ଲକ୍ଷ୍ୟ

୧. ନିଯୁକ୍ତି

ଯୁବକ ଓ ଯୁବତୀମାନଙ୍କ ପାଇଁ ବିଭିନ୍ନ କ୍ଷେତ୍ର ରେ ନୂତନ ନିଯୁକ୍ତି ସୃଷ୍ଟି କରିବା ବର୍ତ୍ତମାନ ସରକାର ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ। ନୂତନ ନିଯୁକ୍ତି ସୃଷ୍ଟି ହେବା ଦ୍ୱାରା ରାଜ୍ୟ ରେ ବେକାରୀ ସମସ୍ୟା ଦୂର କରିବା ପାଇଁ ବିଜେପି ସରକାର ପ୍ରାଥମିକତା ଦେଉଛି।

୨. ଭିତ୍ତିଭୂମି ବିକାଶ

ରାସ୍ତା, ରେଳପଥ, ବିମାନବନ୍ଦର, ବନ୍ଦର ଏବଂ ସହରୀ ବିକାଶ ପ୍ରକଳ୍ପ ଗୁଡ଼ିକ ଉପରେ ମଧ୍ୟ ବିଜେପି ସରକାର ଗୁରୁତ୍ୱ ଦେଉଛି।

୩. ଜନ କଲ୍ୟାଣକାରୀ ଯୋଜନା

ମହିଳା, ଚାଷୀ, ଛାତ୍ରଛାତ୍ରୀ ଓ ଦୁର୍ବଳ ବର୍ଗ ପାଇଁ ଯୋଜନାର ସଫଳ କାର୍ଯ୍ୟକାରିତା ବିଜେପି ସରକାରର ସଫଳତା ନିର୍ଣ୍ଣୟ କରିବ।

୪. ଶିଳ୍ପ ଓ ନିବେଶ

ମେଗା ଶିଳ୍ପ ପ୍ରତିଷ୍ଠା ଓ ନିବେଶ ଆସିଲେ ରାଜ୍ୟର ଅର୍ଥନୀତି ଏବଂ ନିଯୁକ୍ତି ଉଭୟ କ୍ଷେତ୍ରରେ ଉନ୍ନତି ହେବ। ସେଥିପାଇଁ ସରକାର ଶିଳ୍ପ ଓ ନିବେଶ କୁ ମଧ୍ୟ ପ୍ରାଥମିକତା ଦେଉଛି।

ଦୁଇ ସରକାର ମଧ୍ୟ ରେ ତୁଳନା :
କ୍ଷେତ୍ରବିଜେଡି ସରକାରବିଜେପି ସରକାର
ରାଜନୈତିକ ସ୍ଥିରତାଉଚ୍ଚବିକାଶଶୀଳ
କଲ୍ୟାଣକାରୀ ଯୋଜନାଶକ୍ତିଶାଳୀବିସ୍ତାରଶୀଳ
ଦୁର୍ବିପାକ ପରିଚାଳନାଅତ୍ୟନ୍ତ ଭଲଜାରି ରହିଛି
ଶିଳ୍ପ ନିବେଶମଧ୍ୟମଉଚ୍ଚ ପ୍ରାଥମିକତା
ନିଯୁକ୍ତି ଆଶାମଧ୍ୟମଉଚ୍ଚ
ବିଜେପି ସରକାର ପାଇଁ ଆଗାମୀ ଚ୍ୟାଲେଞ୍ଜ

ବିଜେପି ସରକାର ପାଇଁ ଆଗାମୀ ଦିନରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ଓଡିଶା ର ଜନସାଧାରଣଙ୍କ ଆଶା ପୂରଣ କରିବା। ଉତ୍ତମ ସ୍ୱାସ୍ଥ୍ୟ ସେବା, ଉନ୍ନତ ଶିକ୍ଷା ବ୍ୟବସ୍ଥା, ଶିଳ୍ପ ବିକାଶ ଏବଂ ନୂତନ ନିଯୁକ୍ତି ସୃଷ୍ଟି କରିବା ଉପରେ ସରକାରର ସଫଳତା ନିର୍ଭର କରିବ।

ଓଡ଼ିଶା ପ୍ରାକୃତିକ ସମ୍ପଦ ରେ ପରିପୂର୍ଣ୍ଣ ରାଜ୍ୟ ର ସମୁଦ୍ର ତଟ ଏବଂ ଶିଳ୍ପ ସମ୍ଭାବନା ଉପରେ ଗୁରୁତ୍ୱ ଦେଇ ବର୍ତ୍ତମାନ ର ବିଜେପି ସରକାର ରାଜ୍ୟକୁ ନୂଆ ଉଚ୍ଚତାକୁ ନେଇପାରିବ। ଏବଂ ଏହି ସବୁ ଦିଗରେ ବର୍ତ୍ତମାନ ର ସରକାର ଗୁରୁତ୍ୱ ଦେଲେ ପୂର୍ବ ର ବିଜେଡ଼ି ସରକାର ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିପାରିବ।

ଗୁରୁତ୍ୱପୂର୍ଣ ଲିଙ୍କ

Bjpodisha official website

Cmoodisha

Bjpodisha official website

ପ୍ରଶ୍ନୋତ୍ତର
ପ୍ରଶ୍ନ ୧: ନବୀନ ପଟ୍ଟନାୟକଙ୍କୁ କାହିଁକି ସଫଳ ନେତା ବୋଲି କୁହାଯାଏ?

ନବୀନ ପଟ୍ଟନାୟକ ଦୀର୍ଘ ୨୪ ବର୍ଷ ଧରି ରାଜ୍ୟକୁ ସ୍ଥିର ନେତୃତ୍ୱ ଦେଇ ଓଡିଶା ର ସର୍ବସାଧାରଣ ଙ୍କ ହିତ ଉଦେଶ୍ୟ ରେ ଅନେକ ଜନହିତକାରୀ ଯୋଜନା କାର୍ଯ୍ୟକାରୀ କରିଥିଲେ।

ପ୍ରଶ୍ନ ୨: BJP ସରକାରର ପ୍ରାଥମିକ ଲକ୍ଷ୍ୟ କଣ?

ସରକାର ରେ ଆସିବା ପୂର୍ବରୁ ନିର୍ବାଚନୀ ପ୍ରଚାର ବେଳେ ବିଜେପି ର ପ୍ରାଥମିକତା ଥିଲା ଓଡିଶା ର ବିକାଶ, ଶିଳ୍ପ ନିବେଶ, ନୂତନ ନିଯୁକ୍ତି ସୃଷ୍ଟି ଏବଂ ସ୍ୱଚ୍ଛ ଶାସନ। ତେଣୁ ସରକାର ଗଢିବା ପରେ ମଧ୍ୟ ବିଜେପି ଓଡିଶା ର ବିକାଶ ପାଇଁ ଏହି ସବୁ ଦିଗରେ ଗୁରୁତ୍ୱ ଦେଉଛି।

ପ୍ରଶ୍ନ ୩: ବିଜେପି ସରକାର କଣ ନବୀନ ପଟ୍ଟନାୟକ ଙ୍କ ସରକାର ର ରେକର୍ଡକୁ କାଟି ପାରିବ?

ନବୀନ ପଟ୍ଟନାୟକ ଙ୍କ ନେତୃତ୍ୱ ରେ ଓଡିଶା ରେ ବିଜେପି ସରକାର ଦୀର୍ଘ ୨୪ ବର୍ଷ କାଳ ଶାସନ ଭାର ସମ୍ଭାଳି ଥିଲେ। ବିଜେପି ସରକାର ମାତ୍ର ୨ ବର୍ଷ ହେଲା ଶାସନ ଭାର ସମ୍ଭାଳିଛି ତେଣୁ ଆଗାମୀ ଦିନରେ ବିଜେପି ସରକାର ର କାର୍ଯ୍ୟଦକ୍ଷତା ଓ ଜନ କଲ୍ୟାଣକାରୀ ଯୋଜନା ଉପରେ ଏହା ନିର୍ଭର କରିବ।

ପ୍ରଶ୍ନ ୪: ବର୍ତ୍ତମାନ ସରକାରର ସବୁଠାରୁ ବଡ଼ ଚ୍ୟାଲେଞ୍ଜ କଣ?

ବର୍ତ୍ତମାନ ର ବିଜେପି ସରକାର ପାଇଁ ସବୁଠାରୁ ବଡ଼ ଚ୍ୟଲେଞ୍ଜ ହେଉଛି ବିଭିନ୍ନ କ୍ଷେତ୍ର ରେ ନୂତନ ନିଯୁକ୍ତି ସୃଷ୍ଟି, ଶିଳ୍ପ ନିବେଶ ଏବଂ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ସଫଳ ରୂପାୟନ ।

ଏହି ଖବର ପଢନ୍ତୁ : ପୋଲସରାରେ ନାରୀ ଅଧିକାର ନେଇ ବିଶାଳ ରାଲି ସରକାର ଉପରେ ଗର୍ଜିଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ

ଓଡ଼ିଶାର ରାଜନୀତି କ୍ଷେତ୍ର ରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ସରକାର ଦୀର୍ଘ ୨୪ କାଳ ଶାସନ ଭାର ସମ୍ଭାଳି ଓଡିଶା ରାଜନୀତି କ୍ଷେତ୍ର ରେ ଏକ ସ୍ମରଣୀୟ ଅଧ୍ୟାୟ ସୃଷ୍ଟି କରିଛି। ପ୍ରାୟ ୨୪ ବର୍ଷ ଧରି ରାଜ୍ୟକୁ ନେତୃତ୍ୱ ଦେଇ ବିଜେଡି ରାଜନୈତିକ ସ୍ଥିରତା, ଦୁର୍ବିପାକ ପରିଚାଳନା, ମିଶନଶକ୍ତି ଯୋଜନା ମାଧ୍ୟମ ରେ ମହିଳା ସଶକ୍ତିକରଣ ଏବଂ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ମାଧ୍ୟମରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ନବୀନ ପଟ୍ଟନାୟକ ଙ୍କ ନେତୃତ୍ୱ ରେ ବିଜେଡି ତାର ଶାସନ କାଳ ରେ ଅନେକ ଉପଲବ୍ଧି ଆଜି ମଧ୍ୟ ଓଡ଼ିଶାବାସୀଙ୍କ ମନରେ ଛାପ ଛାଡ଼ିଛି ।

ଅନ୍ୟପଟେ, ବିଜେପି ସରକାର ରାଜ୍ୟରେ ଏକ ନୂଆ ଆଶା ଓ ନୂଆ ବିକାଶର ଦିଗ ନେଇ ଆଗକୁ ବଢ଼ୁଛି। ଶିଳ୍ପ ନିବେଶ, ନୂତନ ନିଯୁକ୍ତି ସୃଷ୍ଟି, ଭିତ୍ତିଭୂମି ବିକାଶ ଏବଂ ଶାସନ ରେ ସ୍ୱଚ୍ଛତା ଭଳି କ୍ଷେତ୍ରରେ ସରକାର ଅନେକ ପଦକ୍ଷେପ ନେଉଛି। ଲୋକମାନଙ୍କ ଆଶା ରହିଛି ଯେ ବର୍ତ୍ତମାନ ର ବିଜେପି ସରକାର ପୂର୍ବ ର ବିଜେଡି ସରକାର ଠାରୁ ବହୁମାତ୍ରା ରେ ବିକାଶ ର କାର୍ଯ୍ୟକୁ ଜାରି ରଖିବା ଏଥି ସହିତ ନୂଆ ଉପଲବ୍ଧି ସହ ରାଜ୍ୟକୁ ଆହୁରି ଆଗକୁ ନେଇଯିବି।

ତେବେ ବର୍ତ୍ତମାନ ର ବିଜେପି ସରକାର ନବୀନ ପଟ୍ଟନାୟକଙ୍କ ରେକର୍ଡକୁ ଟପିପାରିବ କି ନାହିଁ, ତାହାର ଉତ୍ତର ଏବେ ସମୟ ହିଁ ଦେବ। କୌଣସି ସରକାରର ସଫଳତା କେବଳ ବିଭିନ୍ନ ଯୋଜନା ର ଘୋଷଣା କିମ୍ବା ନିର୍ବାଚନୀ ପ୍ରତିଶ୍ରୁତିରେ ନଥାଏ। ରାଜ୍ୟବାସୀ ଙ୍କ ଜୀବନଶୈଳୀ ର ମାନରେ ଆସୁଥିବା ପ୍ରକୃତ ପରିବର୍ତ୍ତନ ଦ୍ୱାରା ହିଁ ସରକାର କେତେ ସଫଳ ତାହା କୁହାଯାଇପାରିବ। ଯଦି ବର୍ତ୍ତମାନ ସରକାର ରୋଜଗାର, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ଶିଳ୍ପ କ୍ଷେତ୍ରରେ ଦୃଶ୍ୟମାନ ସଫଳତା ହାସଲ କରିପାରନ୍ତି , ତେବେ ଏହା ନିଶ୍ଚିତ ଭାବେ ଓଡ଼ିଶାର ବିକାଶ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିହେବ । ଶେଷ କଥା ଟି ହେଉଛି , ରାଜନୈତିକ ଦଳ ନୁହେଁ, ଓଡ଼ିଶାର ସାମଗ୍ରିକ ବିକାଶ ଓ ଜନସାଧାରଣଙ୍କ କଲ୍ୟାଣ ହିଁ ସବୁଠାରୁ ବଡ଼ ସଫଳତା ହେବ।

ବିଜେପି ସରକାର ର ସୁଭଦ୍ରା ଯୋଜନା କେତେ ଫଳପ୍ରଦ

ଓଡିଶା ରେ ବିଜେପି ସରକାର ଆରମ୍ଭ କରିଥିବା ସୁଭଦ୍ରା ଯୋଜନା ମହିଳା ସଶକ୍ତି କରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ଯୋଜନା ମାଧ୍ୟମ ରେ ଯୋଗ୍ୟ ହିତାଧିକାରୀ ଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଉଛି। ଯାହା ଦ୍ୱାରା ମହିଳା ମାନେ ନିଜେ ସ୍ୱାବଲମ୍ବୀ ହେବା ସହ ନିଜର ପରିବାର କୁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଯାହା ଦ୍ୱାରା ମହିଳା ମା ମାନଙ୍କ ଆତ୍ମବିଶ୍ୱାସ ମଧ୍ୟ ଦ୍ବିଗୁଣିତ ହେଉଛି।

ତେବେ କିଛି କ୍ଷେତ୍ର ରେ ଯୋଗ୍ୟ ହିତାଧିକାରୀ ମାନେ ମଧ୍ୟ ଏହି ଯୋଜନା ର ଲାଭ ପାଇବାରୁ ବଞ୍ଚିତ ରହୁଛନ୍ତି। ତେଣୁ ଯୋଗ୍ୟ ହିତାଧିକାରୀ ମାନଙ୍କ ପାଖରେ ଏହି ଯୋଜନା ର ଲାଭ ପହଞ୍ଚାଇବା ମଧ୍ୟ ବିଜେପି ସରକାର ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ଏସବୁ ପରେ ବି ଦେଖିବାକୁ ଗଲେ ସୁଭଦ୍ରା ଯୋଜନା ରାଜ୍ୟ ର ଯୋଗ୍ୟ ମହିଳା ମାନଙ୍କୁ ସଶକ୍ତ କରିବା, ଆତ୍ମ ବିଶ୍ୱାସ ବୃଦ୍ଧି ଦିଗରେ ଏବଂ ସ୍ୱାବଲମ୍ବୀ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ତେବେ ଆଗାମୀ ଦିନ ରେ ଓଡିଶା ରେ ବିଜେପି ସରକାର ର ଏହିଭଳି କିଛି ଜନ କଲ୍ୟାଣକାରୀ ଯୋଜନା ପରବର୍ତ୍ତୀ ପର୍ଯ୍ୟାୟ ରେ ଦଳ ର ସ୍ଥିତି ନିର୍ଧାରଣ କରିବ ଏବଂ ଯଦି ଆଗାମୀ ଦିନରେ ସରକାର ଏଭଳି ଅନେକ ଜନ କଲ୍ୟାଣକାରୀ ଯୋଜନା ଆଣିବା ସହ ଯୋଜନା ର ଲାଭ ଯଦି ପ୍ରତ୍ୟକ ହିତାଧିକାରୀ ଙ୍କ ପାଖରେ ପହଞ୍ଚି ପାରିବ ତେବେ ଓଡିଶା ନିଶ୍ଚୟ ବିକାଶ ର ନୂତନ ସୂର୍ଯ୍ୟୋଦୟ ର ମୁକସାକ୍ଷୀ ହେବ।

ଆହୁରି ପଢନ୍ତୁ : ଦୁଇ ବିଜେପି ନେତାଙ୍କ ଗିରଫ ଦାବୀରେ ଗର୍ଜିଲା ବିଜେଡି, ଟାଙ୍ଗୀ ଥାନା ଘେରାଉ କରି ଜୋରଦାର ପ୍ରତିବାଦ

ନିଜ ଜିଲ୍ଲା କେନ୍ଦୁଝର ରେ କାହାର ଲୋକପ୍ରିୟତା ଅଧିକ

କେନ୍ଦୁଝର ଜିଲ୍ଲା ବର୍ତ୍ତମାନ ଓଡିଶା ରାଜନୀତି ର ଚର୍ଚ୍ଚିତ ଜିଲ୍ଲା ରୂପେ ପରିଗଣିତ ହେଉଛି। କାହିଁକି ନାଁ ବର୍ତ୍ତମାନ ର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଜିଲ୍ଲା ର ସନ୍ତାନ। ତାଙ୍କ ର ନିଜ ଗାଁ କେନ୍ଦୁଝର ଜିଲ୍ଲା, ସଦର ବ୍ଲକ, ରାଇକଳା ଗ୍ରାମ ରେ। ବିଜେପି ସରକାର ଗଠନ କରିବା ପରେ ମୁଖ୍ୟମନ୍ତ୍ରୀ ରୂପେ ଶ୍ରୀ ମୋହନ ଚରଣ ମାଝୀ ଶାସନ ଭାର ସମ୍ଭାଳିବା ପରେ ଏହା ନିଶ୍ଚୟ କେନ୍ଦୁଝରବାସୀ ଙ୍କ ପାଇଁ ଗର୍ବ ଓ ଗୌରବ ର ବିଷୟ ପାଲଟିଛି।

ଅନ୍ୟପଟେ ଦୀର୍ଘ ୨୪ ବର୍ଷ ଧରି ଶାସନ ଗାଦି ରେ ରହିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଲୋକପ୍ରିୟତା କୁ ମଧ୍ୟ ଅଣଦେଖା କରିହେବ ନାହିଁ। ଆଜି ମଧ୍ୟ ସମଗ୍ର ରାଜ୍ୟ ପରି କେନ୍ଦୁଝର ଜିଲ୍ଲା ର ଅନେକ ଅଞ୍ଚଳ ରେ ଲୋକ ମାନେ ନବୀନ ପଟ୍ଟନାୟକ ଙ୍କୁ ଝୁରୁଥିବା ଉଦାହରଣ ରହିଛି।

ତେଣୁ ଆଗାମୀ ଦିନ ରେ ଓଡିଶା ରେ ବିଜେପି ସରକାର ର କାର୍ଯ୍ୟଦକ୍ଷତା ଓ ଯୋଜନା ର ସଫଳ ରୂପାୟନ ପରେ ହିଁ ଜନମତ ଆଧାର ରେ ସ୍ପଷ୍ଟ ହେବ ଯେ କିଏ ନମ୍ବର ୱାନ୍ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାଁ ବର୍ତ୍ତମାନ ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Leave a Comment

Your email address will not be published. Required fields are marked *

Scroll to Top