jagrutinews.com

!-- TradingView Widget BEGIN -->
!-- TradingView Widget BEGIN -->
Responsive Breaking News Ticker
!
BREAKING NEWS

Dhamnagar Brown Sugar News : ବ୍ରାଉନସୁଗାର କାରବାର ଉପରେ ପୋଲିସ ର ବଡ଼ ରେଡ୍

Support Us
Dhamnagar Brown Sugar News : ବ୍ରାଉନସୁଗାର ବେପାରୀ କୁ ମାଡ଼ି ବସିଲା ପୋଲିସ
Brown Sugar Seized By Dhamnagar Police : Photo By Jagruti News
ଧାମନଗର ପୋଲିସର ବଡ଼ ସଫଳତା। ବ୍ରାଉନସୁଗାର କାରବାର ବିରୋଧରେ ଚଢ଼ାଉ କରି ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କ ଠାରୁ ୧୦.୩୦ ଗ୍ରାମ ବ୍ରାଉନସୁଗାର, ୧୧,୧୦୦ ଟଙ୍କା ନଗଦ ଟଙ୍କା ଏବଂ ଏକ ମୋବାଇଲ ଫୋନ ଜବତ କରାଯାଇଛି। ନିଶା କାରବାର ରୋକିବାକୁ ପୋଲିସର ଏପରି ପଦକ୍ଷେପକୁ ସ୍ଥାନୀୟ ଲୋକମାନେ ସ୍ୱାଗତ କରିଛନ୍ତି।

ଭଦ୍ରକ : (Dhamnagar Brown Sugar News) : ଧାମନଗରରେ ବ୍ରାଉନସୁଗାର କାରବାର ଉପରେ ପୋଲିସର ବଡ଼ ଚଢ଼ାଉ: ୧୦ ଗ୍ରାମରୁ ଅଧିକ ବ୍ରାଉନସୁଗାର ଜବତ କରିବା ସହ ଜଣେ ଅଭିଯୁକ୍ତ ଗିରଫ କରିଛି ଧାମନଗର ପୋଲିସ।ଧାମନଗରରେ ଦିନକୁ ଦିନ ବଢିଚାଲିଥିବା ନିଶା କାରବାର ବିରୋଧରେ ପୋଲିସ ନେଇଛି କଡ଼ା ପଦକ୍ଷେପ। ଭଦ୍ରକ ଜିଲ୍ଲାର ଧାମନଗର ଅଞ୍ଚଳରେ ଦିନକୁ ଦିନ ବଢ଼ୁଥିବା ନିଶା କାରବାର ବିରୋଧରେ ପୋଲିସ କୁ ମିଳିଛି ବଡ଼ ସଫଳତା।

ମିଳିଥିବା ସୂଚନା ଆଧାରରେ ଧାମନଗର ପୋଲିସ ଜଣେ ବ୍ରାଉନସୁଗାର ବିକ୍ରେତାଙ୍କ ଉପରେ ଚଢ଼ାଉ କରି ତାଙ୍କୁ ଗିରଫ କରିବା ସହ ବିପୁଳ ପରିମାଣର ବ୍ରାଉନସୁଗାର, ନଗଦ ଟଙ୍କା ଏବଂ ଅଭିଯୁକ୍ତ ମାନସ ରଞ୍ଜନ ପତି ଙ୍କ ଠାରୁ ଏକ ମୋବାଇଲ ଫୋନ ଜବତ କରିଛି।
ଭଦ୍ରକ ରେ ଦିନକୁ ଦିନ ବଢ଼ୁଥିବା ନିଶା କାରବାର ଫଳ ରେ ସ୍ଥାନୀୟ ବାସିନ୍ଦା ଅନେକ ସମସ୍ୟା ର ସମୁଖୀନ ହେଉଛନ୍ତି। ତେବେ ପୋଲିସ ର ବ୍ରାଉନ୍ ସୁଗାର ବେପାର ଉପରେ ରୋକ ଲଗେଇବାର ପ୍ରୟାସ ଓ ଏପରି ଅଚାନକ ଚଢ଼ାଉ ଭଦ୍ରକ ଜିଲ୍ଲା ରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ସ୍ଥାନୀୟ ଲୋକମାନେ ମଧ୍ୟ ପୋଲିସର ଏପରି ପଦକ୍ଷେପକୁ ସ୍ୱାଗତ କରିଛନ୍ତି।

Dhamnagar Brown Sugar News : କିଏ ଏହି ଗିରଫ ଅଭିଯୁକ୍ତ?

Dhamnagar Brown Sugar News : ଭଦ୍ରକ ଜିଲ୍ଲା ଧାମନଗର ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଥାନା ଆଇଆଇସି ସୁଭ୍ରଜିତ ଦାଶ ଏହି ସୂଚନା ଦେଇଛନ୍ତି ଯେ ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ଧାମନଗର ଥାନା ଅନ୍ତର୍ଗତ ଉତ୍ତେଇପୁର ଗ୍ରାମର ୨୬ ବର୍ଷୀୟ ମାନସରଞ୍ଜନ ପତି ।

ମାନସରଞ୍ଜନ ପତି ସ୍ଥାନୀୟ ଅଞ୍ଚଳ ରେ ଦୀର୍ଘ ଦିନ ଧରି ବ୍ରାଉନସୁଗାର କାରବାର ସହ ଜଡିତ ରହି ବେଧଡ଼କ କାରବାର ଚଳାଉଥିବା ପୋଲିସ ପାଖରେ ଗୁପ୍ତ ସୂଚନା ରହିଥିଲା। ଗୁପ୍ତସୂଚନା ଆଧାର ରେ ପୋଲିସ ଠିକ୍ ସମୟ କୁ ଅପେକ୍ଷା କରିଥିଲା। ଏବଂ ଧାମନଗର ଥାନା ଅଧିକାରୀ ଙ୍କ ନେତୃତ୍ୱ ଓ ସଠିକ୍ ପରିଚାଳନା ରେ ଏହି ଚଢ଼ାଉ କୁ କାର୍ଯ୍ୟକାରୀ କରାଯାଇଥିଲା। ଯାହାଫଳ ରେ ସମ୍ପୃକ୍ତ ଅଭିଯୁକ୍ତ ବ୍ରାଉନ ସୁଗାର ବେପାରୀ ମାନସରଞ୍ଜନ ପତି କୁ ଗିରଫ କରିବାରେ ସଫଳ ହେଇଥିଲା ଧାମନଗର ପୋଲିସ।

ଧାମନଗର ପୋଲିସ କିପରି କରିଥିଲା ଚଢ଼ାଉ?

ପୋଲିସକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା ଯେ ମାନସରଞ୍ଜନ ପତି ବ୍ରାଉନସୁଗାର କାରବାରରେ ବହୁତ ଦିନ ହେଲା ସକ୍ରିୟ ଭାବେ ଜଡିତ ଅଛନ୍ତି। ସଠିକ ପରିଚାଳନା ଏବଂ ସଠିକ ସମୟରେ ଧାମନଗର ପୋଲିସ ତୁରନ୍ତ ଏକ ଟିମ୍ ଗଠନ କରିଥିଲା। ଏବଂ ଉଚିତ ସମୟରେ ସନ୍ଦିଗ୍ଧ ସ୍ଥାନରେ ଚଢ଼ାଉ କରିଥିଲା ଧାମନଗର ପୋଲିସ।

ଧାମନଗର ପୋଲିସ ଟିମ୍ କୁ ଦେଖି ଅଭିଯୁକ୍ତ ବ୍ରାଉନସୁଗାର ବେପାରୀ ମାନସରଞ୍ଜନ ପତି ଘଟଣାସ୍ଥଳରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ପୋଲିସର ତତ୍ପରତା ଯୋଗୁ ତାଙ୍କୁ କାବୁ କରାଯାଇଥିଲା ଏବଂ ତାଙ୍କ ପାଖରୁ ବ୍ରାଉନସୁଗାର, ନଗଦ ଟଙ୍କା ଓ ମୋବାଇଲ ଜବତ କରାଯାଇଥିଲା।

କଣ କଣ ଜବତ କରିଥିଲା ଧାମନଗର ପୋଲିସ?

ଗିରଫ ପରେ ପୋଲିସ ଅଭିଯୁକ୍ତଙ୍କ ମାନସରଞ୍ଜନ ନିକଟରୁ—

• ୧୦ ଗ୍ରାମ ୩୦ ମିଲିଗ୍ରାମ ବ୍ରାଉନସୁଗାର

• ନଗଦ ୧୧,୧୦୦ ଟଙ୍କା

• ଗୋଟିଏ ମୋବାଇଲ ଫୋନ ଜବତ ହୋଇଛି

ଧାମନଗର ପୋଲିସର ପ୍ରାଥମିକ ତଦନ୍ତ ରିପୋର୍ଟ ଅନୁସାରେ

ମାନସରଞ୍ଜନ ଙ୍କ ଠାରୁ ଜବତ ନଗଦ ଟଙ୍କା ବ୍ରାଉନସୁଗାର ବେପାର ଓ ନିଶା କାରବାରରୁ ଆସିଥିବା ସନ୍ଦେହ କରାଯାଉଛି। ମୋବାଇଲ ଫୋନରୁ ମଧ୍ୟ ନିଶା କାରବାର ସମ୍ପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିପାରେ ବୋଲି ତଦନ୍ତକାରୀ ଅଧିକାରୀ ମାନେ ଆଶା କରୁଛନ୍ତି।
ଗିରଫ ପରେ ମାନସରଞ୍ଜନ ଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣକରାଯାଇଛି।


ଏହି ଚର୍ଚ୍ଚିତ ଘଟଣାକୁ ନେଇ ଧାମନଗର ଥାନା ଏସ୍‌ଆଇ ମହେଶ୍ୱର ପ୍ରଧାନଙ୍କ ରିପୋର୍ଟ ଆଧାରରେ ଧାମନଗର ଥାନାରେ କେସ୍ ନମ୍ବର ୨୫୭/୨୬ ରୁଜୁ କରାଯାଇଛି। ଏହାପରେ ଅଭିଯୁକ୍ତ ମାନସରଞ୍ଜନ ପତିଙ୍କୁ ଗିରଫ କରାଯାଇ ବୁଧବାର ଦିନ ଭଦ୍ରକ ଜିଲ୍ଲା କୋର୍ଟ ଚାଲାଣ କରାଯାଇଥିବା ନେଇ ଆଇଆଇସି ସୁଭ୍ରଜିତ ଦାଶ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି।

Dhamnagar Brown Sugar News : ମାନସରଞ୍ଜନ ପତି କୁ କୋର୍ଟଚାଲାଣ କଲା ଧାମନଗର ପୋଲିସ
Manash Ranjan Pati Arrested : Photo By Jagruti News
ଘଟଣା ର ଅଧିକ ତଦନ୍ତରେ ଲାଗିଛନ୍ତି ଏସ୍‌ଆଇ ନାରାୟଣ ନାୟକ

ଏହି ଘଟଣାର ଅଧିକ ତଦନ୍ତ ଦାୟିତ୍ୱ ଏସ୍‌ଆଇ ନାରାୟଣ ନାୟକ ଙ୍କୁ ଦିଆଯାଇଛି। ବ୍ରାଉନସୁଗାର କାରବାର ପଛରେ ଆଉ କେଉଁକେଉଁ ମାନେ ଜଡିତ ଅଛନ୍ତି ଏବଂ ଏହାର ନେଟୱାର୍କ କେତେ ବ୍ୟାପକ ତାହାର ଖୋଳତାଡ଼ ମଧ୍ୟ କରୁଛି ପୋଲିସ।

ଧାମନଗର ଅଞ୍ଚଳ ରେ ଦିନକୁ ଦିନ ବଢ଼ୁଥିବା ନିଶା କାରବାର ଯାହା ସମାଜ କୁ ସମ୍ପୂର୍ଣ ନଷ୍ଟ କରି ସାରିଲାଣି। ମାନସରଞ୍ଜନ କୁ ଗିରଫ କରିବା ପରେ ଧାମନଗର ପୋଲିସ ଏହି ଘଟଣାକୁ ଅଧିକ ଗୁରୁତ୍ୱର ସହ ନେଇ ବିଭିନ୍ନ ଦିଗକୁ ଆଖି ଆଗରେ ରଖି ଆହୁରି ଅଧିକ ତଥ୍ୟ ସଂଗ୍ରହ କରୁଥିବା ପ୍ରାଥମିକ ସୂଚନା ରୁ ଜଣାପଡ଼ିଛି।

ଧାମନଗରରେ ବଢ଼ୁଛି ନିଶା କାରବାର

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଭଦ୍ରକ ଜିଲ୍ଲା ସହ ଧାମନଗର ର ବିଭିନ୍ନ ଅଞ୍ଚଳ ରେ ଚୋରା ମଦ ଏବଂ ବ୍ରାଉନସୁଗାର, ଗଞ୍ଜେଇ ଭଳି ବିଭିନ୍ନ ନିଶା ଦ୍ରବ୍ୟର କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।
ଏହି ଅବୈଧ କାରବାର ଯୋଗୁ ଅନେକ ଯୁବକ ନିଶାସକ୍ତ ହୋଇ ନିଜର ଭବିଷ୍ୟତକୁ ନଷ୍ଟ କରୁଛନ୍ତି।

ଅନେକ ଅଭିଭାବକ ଓ ସମାଜସେବୀମାନେ ଏପରି ଜଟିଳ ସମସ୍ୟା କୁ ନେଇ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ତେଣୁ ହଠାତ୍ ଧାମନଗର ଅଞ୍ଚଳ ରେ ପୋଲିସ ର ଏପରି ଉଚିତ ପଦକ୍ଷେପ କୁ ବୁଦ୍ଧିଜୀବୀ ଓ ଅଭିଭାବକ ମହଲ ରେ ସ୍ୱାଗତ କରାଯାଇଛି।

ଘଟଣା ର ସମ୍ପୂର୍ଣ ବିବରଣୀ :
ବିବରଣୀସୂଚନା
ଘଟଣାବ୍ରାଉନସୁଗାର କାରବାର ବିରୋଧରେ ପୋଲିସ ଚଢ଼ାଉ
ସ୍ଥାନଧାମନଗର, ଭଦ୍ରକ ଜିଲ୍ଲା
ଗିରଫ ଅଭିଯୁକ୍ତମାନସରଞ୍ଜନ ପତି (ବୟସ୨୬)
ଗ୍ରାମଉତ୍ତେଇପୁର
ଜବତ ବ୍ରାଉନସୁଗାର୧୦.୩୦ ଗ୍ରାମ
ନଗଦ ଟଙ୍କାଟଙ୍କା.୧୧,୧୦୦
ଜବତ ସାମଗ୍ରୀବ୍ରାଉନସୁଗାର, ମୋବାଇଲ ଫୋନ, ନଗଦ ଟଙ୍କା
ମାମଲା ନମ୍ବର୨୫୭/୨୬
ତଦନ୍ତକାରୀ ଅଧିକାରୀଏସ୍‌ଆଇ ନାରାୟଣ ନାୟକ
କୋର୍ଟ ଚାଲାଣକରାଯାଇଛି
ପୋଲିସ ର ବାର୍ତ୍ତାନିଶା କାରବାର ବିରୋଧରେ ଅଭିଯାନ ଜାରି ରହିବ
ସ୍ଥାନୀୟ ଲୋକ ଙ୍କ ଦାବିନିୟମିତ ଚଢ଼ାଉ ଓ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହୁ
ଯୁବପିଢ଼ି ପାଇଁ କାହିଁକି ବଡ଼ ବିପଦ ପାଲଟିଛି

ବ୍ରାଉନସୁଗାର ଭଳି ନିଶା ଦ୍ରବ୍ୟ କେବଳ ଜୈନେକ ବ୍ୟକ୍ତିର ସ୍ୱାସ୍ଥ୍ୟକୁ ନଷ୍ଟ କରେନାହିଁ, ବରଂ ପରିବାର ଏବଂ ସମାଜ ଉପରେ ମଧ୍ୟ ଏହାର ଗୁରୁତର ଓ କୁପ୍ରଭାବ ପଡ଼େ।

ନିଶା କାରବାର ବୃଦ୍ଧି ପାଇଲେ ବିଭିନ୍ନ ଅସାମାଜିକ କାର୍ଯ୍ୟ ଯେମିତି ଚୋରି, ଡକାୟତି, ହିଂସା ଏବଂ ଅନ୍ୟାନ୍ୟ ଅପରାଧ ମଧ୍ୟ ବଢ଼ିବାର ସମ୍ଭାବନା ରହିଥାଏ। ସେଥିପାଇଁ ସମାଜର ପ୍ରତ୍ୟେକ ବର୍ଗ ର ଲୋକ ଏହା ବିରୋଧରେ ସଚେତନ ହେବା ଏବଂ ସ୍ୱର ଉତ୍ତୋଳନ କରିବାର ଆବଶ୍ୟକ ରହିଛି ।

ଧାମନଗର ଅଞ୍ଚଳବାସୀ ପୋଲିସକୁ ଧନ୍ୟବାଦ ଜଣାଇବା ସହ ଏଭଳି ଚଢ଼ାଉ ନିୟମିତ ଭାବେ ଜାରି ରଖିବାକୁ ଦାବି କରିଛନ୍ତି। ସେମାନଙ୍କ କହିବା ଅନୁସାରେ, ଯଦି ଧାମନଗର ପୋଲିସ ଏଭଳି ଲଗାତାର ଚଢ଼ାଉ ଜାରିରଖେ ଏବଂ ନିଶା ଦ୍ରବ୍ୟ ବେପାରୀ ଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଏ, ତେବେ ଅଞ୍ଚଳରେ ଏହି ଅବୈଧ ନିଶା କାରବାର ଉପରେ ଅଙ୍କୁଶ ଲଗାଯାଇପାରିବ।

ଆହୁରି ପଢନ୍ତୁ : ୨୭ ଜଣ SHG ମହିଳାଙ୍କ ଟଙ୍କା ହଡ଼ପ ଅଭିଯୋଗ ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ମହିଳାମାନେ

ଏହି ଚର୍ଚ୍ଚିତ ଘଟଣା ର ପ୍ରଭାବ

ଧାମନଗର ଅଞ୍ଚଳ ରେ.ବ୍ରାଉନସୁଗାର କାରବାର ବିରୋଧରେ ପୋଲିସର ଏହି ସଫଳ ଚଢ଼ାଉ ଏକ ସକାରାତ୍ମକ ପଦକ୍ଷେପ। ଯୁବପିଢ଼ିଙ୍କୁ ନିଶା କବଳରୁ ବଞ୍ଚାଇବା ଏବଂ ସମାଜକୁ ସୁରକ୍ଷିତ ରଖିବା ପାଇଁ ପୋଲିସ, ପ୍ରଶାସନ ଓ ସାଧାରଣ ଲୋକଙ୍କ ମଧ୍ୟରେ ସମନ୍ୱୟ ରହିବା ଅତ୍ୟନ୍ତ ଆବଶ୍ୟକ।

ଆଗାମୀ ଦିନରେ ଏଭଳି ଅଭିଯାନ ଜାରି ରହିଲେ ଧାମନଗର ସହ ସମଗ୍ର ଭଦ୍ରକ ଜିଲ୍ଲାରେ ନିଶା କାରବାର ଉପରେ ଅଙ୍କୁଶ ଲଗାଯାଇପାରିବ ବୋଲି ସ୍ଥାନୀୟ ଲୋକେ ମତବ୍ୟକ୍ତ କରିଛନ୍ତି। ଏବଂ ଏଥି ସହ ଅଭିଯୁକ୍ତ ଉପରେ ପ୍ରଶାସନ ତରଫରୁ କଡା କାର୍ଯ୍ୟାନୁଷ୍ଠାନ ନିଆଯିବାର ଆବଶ୍ୟକତା ରହିଛି। ଯାହା ଦ୍ୱାରା ଏହି ନିଶା କାରବାର ରେ ଲିପ୍ତ ଥିବା ଅସାମାଜିକ ଲୋକଙ୍କ ମନରେ ଭୟ ସୃଷ୍ଟି ହେବ ଏବଂ ଆଗାମୀ ଦିନରେ ନିଶା ବେପାରୀ ମାନେ ମଧ୍ୟ ଏହି ବେଆଇନ ନିଶା କାରବାର କରିବା ପୂର୍ବରୁ ସତର୍କ ହେଇଯିବେ। ଏବଂ ଏପରି ଭାବେ ମଧ୍ୟ ନିଶା କାରବାର ଉପରେ ରୋକ ଲଗାଯାଇପାରିବ।

ଗୁରୁତ୍ୱପୂର୍ଣ ଲିଙ୍କ :

Odisha Police

Government of Odish

National Crime Records Bureau (NCRB)

ପ୍ରଶ୍ନୋତ୍ତର :

ଧାମନଗର ପୋଲିସ କାହାକୁ ଗିରଫ କରିଛି?

ଉତ୍ତେଇପୁର ଗ୍ରାମର ମାନସରଞ୍ଜନ ପତିଙ୍କୁ ବ୍ରାଉନସୁଗାର କାରବାର ଅଭିଯୋଗରେ ଗିରଫ କରାଯାଇଛି।

ପୋଲିସ କେତେ ପରିମାଣର ବ୍ରାଉନସୁଗାର ଜବତ କରିଛି?

ପୋଲିସ ୧୦ ଗ୍ରାମ ୩୦ ମିଲିଗ୍ରାମ ବ୍ରାଉନସୁଗାର ଜବତ କରିଛି

ଜବତ ସାମଗ୍ରୀ ମଧ୍ୟରେ କଣ ରହିଛି?

ବ୍ରାଉନସୁଗାର, ୧୧,୧୦୦ ଟଙ୍କା ନଗଦ ଏବଂ ଗୋଟିଏ ମୋବାଇଲ ଫୋନ ଜବତ ହୋଇଛି।

ମାମଲାର ତଦନ୍ତ କେଉଁ ଅଧିକାରୀ କରୁଛନ୍ତି?

ଏସ୍‌ଆଇ ନାରାୟଣ ନାୟକ ଏହି ମାମଲାର ତଦନ୍ତ କରୁଛନ୍ତି।

ସ୍ଥାନୀୟ ଲୋକଙ୍କ ର କଣ ରହିଛି ଦାବି

ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିୟମିତ ଚଢ଼ାଉ ଜାରି ରଖିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।

Leave a Comment

Your email address will not be published. Required fields are marked *

Scroll to Top