CBSE result 2026 : ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ୍ ବୋର୍ଡ ପକ୍ଷରୁ ୨୦୨୬ ମସିହା ର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଏପ୍ରିଲ ୩୦ ତାରିଖରେ ପ୍ରକାଶ ପାଇପାରେ ବୋଲି ଅନୁମାନ କରାଯାଉଛି। ଏ ନେଇ CBSE ପକ୍ଷରୁ କୌଣସି ସ୍ପଷ୍ଟ ତାରିଖ ଘୋଷଣା ହୋଇନାହିଁ। ପୂର୍ବବର୍ଷର ଆଧାର ଓ ମୂଲ୍ୟାଙ୍କନ ପ୍ରକ୍ରିୟା ଆଧାର ରେ ଏହି ତାରିଖ ଅନୁମାନ କରାଯାଉଛି। ଗତ ବର୍ଷ ଲକ୍ଷାଧିକ ଛାତ୍ରଛାତ୍ରୀ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ।
ଚଳିତ ବର୍ଷ ମଧ୍ୟ ଲକ୍ଷାଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପରୀକ୍ଷା ଫଳ ବାହାରିବା ନେଇ ଉତ୍କଣ୍ଠା ର ସହ ଅପେକ୍ଷା କରିଛନ୍ତି
ବୋର୍ଡ ପକ୍ଷରୁ ଫଳ ପ୍ରକାଶ ସମୟରେ ଅଧିକ ଟ୍ରାଫିକ୍ ହେତୁ ସର୍ଭର ସ୍ଲୋ ହେବା ସମ୍ଭାବନା ଥାଏ। ତେଣୁ ଛାତ୍ରଛାତ୍ରୀମାନେ ଧର୍ଯ୍ୟ ର ସହ କିଛି ବିକଳ୍ପ ଉପାୟରେ ମଧ୍ୟ ପରୀକ୍ଷା ଫଳାଫଳ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଉଛି।

CBSE result 2026 : କିପରି ଅନଲାଇନ୍ରେ ଫଳ ଯାଞ୍ଚ କରିବେ
ସିବିଏସି ଦ୍ୱାଦଶ ଶ୍ରେଣୀ ର ଫଳ ଅନଲାଇନ୍ରେ ଯାଞ୍ଚ କରିବା ପ୍ରକ୍ରିୟା ସରଳ ଓ ସହଜ। ଛାତ୍ରଛାତ୍ରୀ ମାନେ ପ୍ରଥମେ ସିବିଏସି ର ଅଫିସିଆଲ୍ ୱେବସାଇଟ୍ ଗୁଡିକୁ ଭିଜିଟ୍ କରିବାକୁ ପଡିବ। ସେଠାରେ CBSE Class 12 Result 2026 ଲିଙ୍କ ଉପରେ କ୍ଲିକ୍ କରି ନିଜର ତଥ୍ୟ ଭରିବାକୁ ପଡିବ।
ଏଥିରେ ରୋଲ୍ ନମ୍ବର, ଆଡମିଟ୍ କାର୍ଡ ଓ ସ୍କୁଲ୍ ନମ୍ବର ଭରିବା ଆବଶ୍ୟକ। ସମସ୍ତ ତଥ୍ୟ ଠିକ୍ ଭାବରେ ଭରିବା ପରେ Submit ବଟନ୍ କ୍ଲିକ୍ କଲେ ଫଳାଫଳ ସ୍କ୍ରିନ୍ରେ ଦେଖାଯିବ।
ପରୀକ୍ଷା ଫଳାଫଳ ଦେଖିବା ପରେ ଛାତ୍ରଛାତ୍ରୀମାନେ ଏହାକୁ ଡାଉନଲୋଡ୍ କରିପାରିବେ ଓ ଭବିଷ୍ୟତ ପାଇଁ ପ୍ରିଣ୍ଟ ନେଇ ରଖିପାରିବେ। ଏହି ଅନଲାଇନ୍ ମାର୍କସିଟ୍ ପ୍ରାଥମିକ ଭାବରେ ବ୍ୟବହାର କରିହେବ କିନ୍ତୁ ଅସଲି ମାର୍କସିଟ୍ ପରେ ସ୍କୁଲ୍ ମାଧ୍ୟମରେ ମିଳିବ।
ଅଫିସିଆଲ୍ ୱେବସାଇଟ୍ଗୁଡିକ ହେଲା :
• cbse.gov.in
• results.cbse.nic.in
• cbse.nic.in
• cbseresults.nic.in
ଏହି ସାଇଟ୍ଗୁଡିକ ମାଧ୍ୟମରେ ସହଜରେ ପରୀକ୍ଷା ଫଳାଫଳ ଯାଞ୍ଚ କରାଯାଇପାରିବ।
ଫଳାଫଳ ଯାଞ୍ଚ କରିବାର ଅନ୍ୟ ବିକଳ୍ପ ଉପାୟ ଓ ପାସ୍ ର ମାନଦଣ୍ଡ
ଅନଲାଇନ୍ ୱେବସାଇଟ୍ ଛଡା ଛାତ୍ରଛାତ୍ରୀ ମାନେ SMS ସର୍ଭିସ୍,UMANG ଆପ୍,DigiLocker ଓ IVRS ସିଷ୍ଟମ୍ ମାଧ୍ୟମରେ ମଧ୍ୟ ନିଜର ଫଳ ଯାଞ୍ଚ କରିପାରିବେ। ଯଦି ସର୍ଭର ସମସ୍ୟା ହୁଏ ଏହି ବିକଳ୍ପ ଉପାୟଗୁଡିକ ଉପଯୋଗୀ ସାବ୍ୟସ୍ତ ହେବ।
ପାସ୍ ହେବା ପାଇଁ CBSE ନିୟମ ଅନୁଯାୟୀ ପ୍ରତ୍ୟେକ ବିଷୟରେ ଓ ସମୁଦାୟ ମାର୍କରେ ସର୍ବନିମ୍ନ ୩୩% ହେବା ଆବଶ୍ୟକ। ଯଦି କୌଣସି ଛାତ୍ର ଏକ କିମ୍ବା ଦୁଇଟି ବିଷୟରେ ଅସଫଳ ହୁଅନ୍ତି। ସେମାନେ କମ୍ପାର୍ଟମେଣ୍ଟ ପରୀକ୍ଷା ଦେବା ର ସୁଯୋଗ ପାଇବେ।
କିନ୍ତୁ ଯଦି ଦୁଇଟିରୁ ଅଧିକ ବିଷୟରେ ଅସଫଳ ହୋଇଥାନ୍ତି ତେବେ ସେମାନଙ୍କୁ ପୁଣିଥରେ ଏହି ବର୍ଷ ପୁନରାବୃତ୍ତି କରିବାକୁ ପଡିବ। ତେଣୁ ଛାତ୍ରଛାତ୍ରୀମାନେ ଫଳ ପ୍ରକାଶ ପରେ ସତର୍କ ଭାବରେ ନିଜର ମାର୍କସିଟ୍ ଯାଞ୍ଚ କରିବା ଆବଶ୍ୟକ।
ପରିଶେଷରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଉଛି ଯେ ସେମାନେ ସର୍ବଶେଷ ଅପଡେଟ୍ ପାଇଁ CBSEର ଅଫିସିଆଲ୍ ୱେବସାଇଟ୍କୁ ନିୟମିତ ଭାବେ ଯାଞ୍ଚ କରନ୍ତୁ ଓ ଭ୍ରାନ୍ତିକର ସୂଚନା ଠାରୁ ଦୂରେ ରୁହନ୍ତୁ।

Jagruti Live Media is one of the fastest-growing digital news channels in Odisha, widely recognized for its trusted and impactful journalism. With the tagline “Odisha Mati Ra Khabara”, the platform delivers authentic and timely news across politics, entertainment, sports, national and international affairs, exclusive interviews, viral stories, and breaking updates.
Dedicated to bringing the voice of the people to the forefront, Jagruti Live Media has set a new benchmark in digital journalism through credible reporting, fast news delivery, and audience-focused storytelling across multiple platforms.



