jagrutinews.com

!-- TradingView Widget BEGIN -->
!-- TradingView Widget BEGIN -->
Responsive Breaking News Ticker
!
BREAKING NEWS

Jhalmuri politics : ମୋଦୀ ଙ୍କ ଝାଲମୁଢି ବ୍ରେକ୍ ଛାନିଆ ତୃଣମୂଳ କଂଗ୍ରେସ୍

Jhalmuri politics : ପଶ୍ଚିମବଙ୍ଗର ତିବ୍ର ନିର୍ବାଚନୀ ମାହୋଳ ଭିତରେ ନରେନ୍ଦ୍ର ମୋଦୀ ଙ୍କ ନିର୍ବାଚନୀ ପ୍ରଚାର ସମୟରେ ଏକ ଲୋକପ୍ରିୟ ମୁହୂର୍ତ୍ତ ସମ୍ପ୍ରତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଝାରଗ୍ରାମ ଜିଲ୍ଲାରେ ତାଙ୍କ ନିର୍ବାଚନୀ ରାଲି ସମୟରେ ପ୍ରଧାନମନ୍ତ୍ରୀ ହଠାତ୍ ଗୋଟିଏ ଷ୍ଟ୍ରିଟ୍ ଫୁଡ୍ ଷ୍ଟଲ୍‌ରେ ଅଟକି ‘ଝାଲମୁଢ଼ି’ ଖାଇଥିବା ଦୃଶ୍ୟ ଲୋକଙ୍କ ମନକୁ ଛୁଇଁଯାଇଛି। ଝାଲମୁଢ଼ି ହେଉଛି ପଶ୍ଚିମବଙ୍ଗର ଏକ ପରିଚିତ ଓ ଲୋକପ୍ରିୟ ଷ୍ଟ୍ରିଟ୍ ଖାଦ୍ୟ। ମୁଢି, ସୋରିଷ ତେଲ, କଞ୍ଚା ଲଙ୍କା, ପିଆଜ ଓ ବିଭିନ୍ନ ପ୍ରକାର ମସଲାର ମିଶ୍ରଣରେ ଏହା ପ୍ରସ୍ତୁତ ହୁଏ। ମୋଦୀଙ୍କ ଏହି ଅଚାନକ ଝାଲମୁଢି ବ୍ରେକ୍ ଏକ ରାଜନୈତିକ କାର୍ଯ୍ୟକ୍ରମକୁ ଲୋକସଂସ୍କୃତି ସହିତ ଯୋଡ଼ିଦେଇଛି। ପ୍ରଧାନମନ୍ତ୍ରୀ ମୋଦୀ ନିଜର ଅଫିସିଆଲ୍ X ହ୍ୟାଣ୍ଡେଲରେ ଏହି ଘଟଣାର ଭିଡିଓ ସେୟାର କରି “ଝାରଗ୍ରାମ ରେ ଝାଲମୁଢ଼ି ବ୍ରେକ୍!” ବୋଲି ଲେଖିଛନ୍ତି। ଏହାରି ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀ ଲୋକମାନଙ୍କ ସହିତ ନିଜର ସରଳତା ଓ ସମ୍ପର୍କକୁ ଦେଖାଇଛନ୍ତି ବୋଲି ବିଶ୍ଳେଷକମାନେ ମତ ପ୍ରକାଶ କରିଛନ୍ତି।

Jhalmuri politics : ମୋଦୀ ଙ୍କ ଝାଲମୁଢି ବ୍ରେକ୍

Jhalmuri politics : କଣ ଦର୍ଶାଉଛି ପ୍ରଧାନମନ୍ତ୍ରୀ ମୋଦୀ ଙ୍କ ଝାଲମୁଢ଼ି ବ୍ରେକ୍

ଭିଡିଓରେ ଦେଖାଯାଉଛି ଯେ ନରେନ୍ଦ୍ର ମୋଦୀ ଜଣେ ସାଧାରଣ ଗ୍ରାହକ ଭଳି ଝାଲମୁଢି ବିକ୍ରେତାଙ୍କୁ କହୁଛନ୍ତି “ଭାଇ ହମେ ଅପନା ଝାଲମୁଢ଼ି ଖିଲାଓ” ଏହି ସରଳ ଓ ଆତ୍ମୀୟ କଥାବାର୍ତ୍ତା ସୋସିଆଲ ମିଡ଼ିଆ ରେ ବ୍ୟାପକ ଭାବେ ଭାଇରାଲ୍ ହେଉଛି। ମୋଦୀ ଦୋକାନୀଙ୍କୁ ଝାଲମୁଢ଼ି ର ଦାମ ପଚାରି ଟଙ୍କା ଦେବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ବିକ୍ରେତା ପ୍ରଥମେ ଟଙ୍କା ନେବାକୁ ମନା କରିଥିଲେ। ତଥାପି ପ୍ରଧାନମନ୍ତ୍ରୀ ଜିଦ୍ କରି କହିଥିଲେ “ଆରେ ନେହିଁ ଭାଇ, ଐସେ ନାହିଁ।” ଏହା ଦର୍ଶାଉଛି ଯେ ସେ ସାଧାରଣ ଲୋକଙ୍କ ପରି ବ୍ୟବହାର ପ୍ରଦର୍ଶନ କରିବାକୁ ଭଲପାଆନ୍ତି। ସେ ତାଙ୍କ ସୁରକ୍ଷା କର୍ମୀମାନଙ୍କ ସହ ଏହି ମୁହୂର୍ତ୍ତକୁ ଉପଭୋଗ କରିଥିଲେ। ଚାରିପାଖରେ ଥିବା ସମର୍ଥକ ମାନଙ୍କ ସହ ମଧ୍ୟ ଏହି ଝାଲମୁଢି କୁ ବାଣ୍ଟିଥିଲେ । ଏହି ପ୍ରକାର ଘଟଣା ନେତାଙ୍କୁ ଜନସାଧାରଣଙ୍କ ସହ ପ୍ରାରମ୍ଭିକ ସମ୍ପର୍କ ଗଢ଼ିବାରେ ସହାୟକ ହୁଏ।

ପ୍ରଧାନମନ୍ତ୍ରୀ ଙ୍କ ର ଏପରି ଝାଲମୁଢି ବ୍ରେକ ପଛରେ କଣ ରହିଛି ରାଜନୈତିକ ବାର୍ତ୍ତା

ଏହି କ୍ଷଣିକ ମୁହୂର୍ତ୍ତ ପରେ ମଧ୍ୟ ରାଜନୈତିକ ମଞ୍ଚରେ ନରେନ୍ଦ୍ର ମୋଦୀ ତାଙ୍କ ତୀବ୍ର ଆକ୍ରମଣ ଜାରି ରଖିଥିଲେ। ସେ ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ(ଟିଏମସି) ଉପରେ ଗୁରୁତର ଅଭିଯୋଗ ଲଗାଇ କହିଥିଲେ ଯେ ଏହି ଦଳ ଅନୁପ୍ରବେଶକାରୀଙ୍କ ପାଇଁ ସରକାର ଗଠନ କରିବାକୁ ଚାହୁଁଛି। ମୋଦୀ କହିଥିଲେ ଯେ ଏହି ନିର୍ବାଚନ ପଶ୍ଚିମ ବଙ୍ଗ ର ପରିଚୟ ଓ ସଂସ୍କୃତିକୁ ରକ୍ଷା କରିବା ପାଇଁ ଅତ୍ୟନ୍ତ ଜରୁରୀ। ସେ ଟିଏମସି ସରକାରକୁ ଟାର୍ଗେଟ କରି କହିଥିଲେ ଯେ ବିଗତ ୧୫ ବର୍ଷରେ ରାଜ୍ୟର ଆଦିବାସୀ ଅଞ୍ଚଳରେ କୌଣସି ମୂଲଭୂତ ଉନ୍ନତି ହୋଇନାହିଁ। ସେ ପ୍ରଶ୍ନ କରିଥିଲେ “ଟିଏମସି ସରକାର ଆପଣଙ୍କୁ କ’ଣ ଦେଇଛି? ଉତ୍ତମ ଶିକ୍ଷା ନାହିଁ , ଆୟ ନାହିଁ , ସ୍ବାସ୍ଥ୍ୟ ବ୍ୟବସ୍ଥା ଔଷଧ ବିତରଣ ବ୍ୟବସ୍ଥା ନାହିଁ ଏବଂ ସଠିକ ଜଳସେଚନ ମଧ୍ୟ ନାହିଁ । ଏହା ସହିତ ସେ ଆରୋପ ଲଗେଇଥିଲି ଯେ ଆଦିବାସୀ ଜମି ଅବୈଧ ଭାବରେ ଦଖଲ କରାଯାଇଛି।

Jhalmuri politics : ମୋଦୀ ଙ୍କ ବ୍ରେକ୍ ଛାନିଆ ତୃଣମୂଳ କଂଗ୍ରେସ୍

ଝାଲମୁଢି ବ୍ରେକ ପଛରେ କଣ ରହିଛି ରାଜନୈତିକ ତୀବ୍ରତା

ଏହି ସବୁ ଭିତରେ ଝାଲମୁଢ଼ି ବ୍ରେକ୍ ଘଟଣା ରାଜନୈତିକ ତୀବ୍ରତାକୁ କିଛି ମାତ୍ରାରେ କୋହଳ କରିଥିଲା। ଏହା ଦେଖାଏ ଯେ ନିର୍ବାଚନୀ ରଣକ୍ଷେତ୍ର ମଧ୍ୟରେ ମଧ୍ୟ ସାଧାରଣ ଜୀବନର ଛୋଟ ଛୋଟ ମୁହୂର୍ତ୍ତ ଲୋକ ମାନଙ୍କୁ ଆକର୍ଷିତ କରିଥାଏ। ପଶ୍ଚିମବଙ୍ଗର ନିର୍ବାଚନୀ ତୀବ୍ରତା ଭିତରେ ନରେନ୍ଦ୍ର ମୋଦୀ ଙ୍କ ଏହି ‘ଝାଲମୁଢ଼ି ବ୍ରେକ୍’ କେବଳ ଏକ ଖାଦ୍ୟ ଉପଭୋଗ କରିବାର ସମୟ ନୁହେଁ ବରଂ ଏକ ରାଜନୈତିକ ଓ ସାମାଜିକ ବାର୍ତ୍ତା । ଏହା ଦେଖାଏ ଯେ ନେତା ଓ ସାଧାରଣ ଲୋକଙ୍କ ମଧ୍ୟରେ ଏପରି ସମ୍ପର୍କ କେତେ ଜରୁରୀ। ଏପରି ଘଟଣା ନିର୍ବାଚନୀ ପ୍ରଚାରକୁ କେବଳ ଭାଷଣ ଓ ଆକ୍ରମଣରେ ସୀମିତ ରଖିନଥାଏ ବରଂ ଲୋକସଂସ୍କୃତି ଓ ସାଧରଣ ଜୀବନ ସହ ଯୋଡ଼ି ଦିଏ। ଏହି ଝାଲମୁଢି ବ୍ରେକ୍ ନିଶ୍ଚିତ ଭାବେ ଆସନ୍ତା ମତଦାନରେ ମତଦାତାଙ୍କ ମନୋଭାବକୁ ପ୍ରଭାବିତ କରିପାରେ।

Leave a Comment

Your email address will not be published. Required fields are marked *

Scroll to Top