
Mayurbhanj Teaching Hospital : ମୟୁରଭଞ୍ଜ ରେ ବିକାଶ ର ମହାଯଜ୍ଞ ୪୩୦ କୋଟି ର ବିକାଶ ର ପ୍ରକଳ୍ପ ସହ ୬୫୦ ଶଯ୍ୟା ବିଶିଷ୍ଟ ନୂତନ ଟିଚିଙ୍ଗ ହସ୍ପିଟାଲ ଲୋକାର୍ପିତ ହୋଇଛି।
ମୟୁରଭଞ୍ଜ ଏବଂ ସମଗ୍ର ଓଡିଶା ର ସ୍ବାସ୍ଥ୍ୟସେବା କ୍ଷେତ୍ର ରେ ଆଜି ଏକ ନୂତନ ଐତିହାସିକ ଅଧ୍ୟାୟ ଯୋଡି ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ବାରିପଦା ଗସ୍ତ ରେ ଯାଇ ପଣ୍ଡିତ ରଘୁନାଥ ମୂର୍ମୁ ମେଡିକାଲ କଲେଜ ରେ ନୂତନ ୬୫୦ ଶଯ୍ୟା ବିଶିଷ୍ଟ ଟିଚିଙ୍ଗ୍ ହସ୍ପିଟାଲ ଉଦ୍ଘାଟନ କରିବା ସହିତ ଏହି ଅବସରରେ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ୪୩୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ ମଧ୍ୟ କରିଛନ୍ତି ।
Mayurbhanj Teaching Hospital : ବାରିପଦା ରେ ନୂତନ ଟିଚିଙ୍ଗ ହସ୍ପିଟାଲ ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
Mayurbhanj Teaching Hospital : ସୂଚନାଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲାର ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ସରକାରଙ୍କ ପକ୍ଷରୁ ମୋଟ ୪୩୦.୨୬ କୋଟି ଟଙ୍କା ବିନିଯୋଗ କରାଯାଉଛି। ଏହି ବୃହତ ବ୍ୟୟବରାଦ ଅଧୀନରେ ଗମନାଗମନ, ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ଜନକଲ୍ୟାଣକାରୀ କ୍ଷେତ୍ର ସହିତ ଜଡ଼ିତ ୩୯ଟି ପ୍ରମୁଖ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ ଫଳରେ ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ସୁଧାର ଆସିବ, ଯାହାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ପ୍ରକାଶ ପାଇଛି।
ଏହି ବିଶାଳ ବିକାଶମୂଳକ କାର୍ଯ୍ୟକ୍ରମ ମଧ୍ୟରେ ୨୮୨ କୋଟିରୁ ଅଧିକ ଟଙ୍କା ମୂଲ୍ୟର ୨୧ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ ୧୪୯ କୋଟିରୁ ଅଧିକ ଟଙ୍କା ମୂଲ୍ୟର ୧୮ଟି ପ୍ରକଳ୍ପର ଶୁଭ ଉଦ୍ଘାଟନ କରାଯାଇଛି। ବିଶେଷ ଭାବେ ପ୍ରାୟ ୧୦୦ କୋଟି ଟଙ୍କା ବିନିଯୋଗରେ ନିର୍ମିତ ୮୩ଟି ପାନୀୟ ଜଳ ପ୍ରକଳ୍ପ ଆଜି ଉଦ୍ଘାଟିତ ହୋଇଛି, ଯାହା ଦ୍ୱାରା ଏହି ସବୁ ଅଞ୍ଚଳରେ ଦୀର୍ଘ ଦିନର ପାନୀୟ ଜଳ ସମସ୍ୟା ଦୂର ହେବ ଏବଂ ଜନସାଧାରଣଙ୍କ ଦୈନନ୍ଦିନ ଜୀବନରେ ବ୍ୟାପକ ସୁଧାର ଆସିବ। ଏହି ସମସ୍ତ ପ୍ରକଳ୍ପ ଜିଲ୍ଲାବାସୀଙ୍କୁ ସମସ୍ତ ମୌଳିକ ସେବା ଯୋଗାଇଦେବାରେ ସହାୟକ ହେବ।

୪୩୦ କୋଟି ଟଙ୍କା ବିନିମୟ ରେ ୩୯ ଟି ବିକାଶମୂଳକ ପ୍ରକଳ୍ପ ର ଶୁଭାରମ୍ଭ
ଏହି ସାର୍ବଜନୀନ ବିକାଶ କାର୍ଯ୍ୟକ୍ରମ ମଧ୍ୟରେ ସବୁଠାରୁ ପ୍ରମୁଖ ଆକର୍ଷଣ ଥିଲା ୬୫୦ ଶଯ୍ୟା ବିଶିଷ୍ଟ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସ୍ପିଟାଲର ନୂତନ ବିଲ୍ଡିଂର ଲୋକାର୍ପଣ। ଏହି ଅତ୍ୟାଧୁନିକ ବହୁମୁଖୀ ଚିକିତ୍ସାଳୟ କେବଳ ବାରିପଦା କିମ୍ବା ମୟୂରଭଞ୍ଜ ଜିଲ୍ଲା ନୁହେଁ, ବରଂ ସମଗ୍ର ଉତ୍ତର ଓଡ଼ିଶା ଏବଂ ଏହାର ପଡ଼ୋଶୀ ଅଞ୍ଚଳର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ନୂଆ ବିପ୍ଳବ ଆଣିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଥିଲେ ।
ପ୍ରାୟ ୨୫୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଆଧୁନିକ ୬୫୦ ଶଯ୍ୟା ବିଶିଷ୍ଟ ଟିଚିଙ୍ଗ୍ ହସ୍ପିଟାଲ ଉତ୍ତର ଓଡ଼ିଶାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ବାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପମାନଙ୍କ ମଧ୍ୟରୁ ଗୋଟିଏ। ଆଧୁନିକ ସୁବିଧା, ଉନ୍ନତ ନିଦାନ ସେବା, ବିଶେଷଜ୍ଞ ଚିକିତ୍ସା ବିଭାଗ, ଗୁରୁତର ଚିକିତ୍ସା ସୁବିଧା, ଜରୁରୀକାଳୀନ ସେବା ଏବଂ ଉନ୍ନତ ଶିକ୍ଷାଦାନ ଭିତ୍ତିଭୂମି ସହିତ ଏହି ହସ୍ପିଟାଲ ଅଞ୍ଚଳର ସ୍ବାସ୍ଥ୍ୟସେବାକୁ ଅନେକ ଗୁଣରେ ଶକ୍ତିଶାଳୀ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଜନଜାତି ବସତି ଅଞ୍ଚଳ ରେ ସ୍ୱାସ୍ଥ୍ୟ ସେବା ର ମିଳିବ ନୂଆ ଦିଗ
ଏହି ନୂତନ ଟିଚିଙ୍ଗ୍ ହସ୍ପିଟାଲ କେବଳ ମୟୂରଭଞ୍ଜର ଜନସାଧାରଣଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବ ନାହିଁ, ବରଂ ପଡ଼ୋଶୀ ଜିଲ୍ଲା, ପଡ଼ୋଶୀ ରାଜ୍ୟ ଏବଂ ଆଖପାଖର ଜନଜାତି ଅଞ୍ଚଳର ରୋଗୀମାନଙ୍କୁ ମଧ୍ୟ ବହୁଳ ଭାବେ ଉପକୃତ କରିବ। ବୃଦ୍ଧି ପାଇଥିବା ଶଯ୍ୟା ସଂଖ୍ୟା, ବିଶେଷଜ୍ଞ ଚିକିତ୍ସା ସୁବିଧା ଏବଂ ଅତ୍ୟାଧୁନିକ ଭିତ୍ତିଭୂମି ଯୋଗୁ ଏହା ଉତ୍ତର ଓଡ଼ିଶାର ଏକ ପ୍ରମୁଖ ରେଫରାଲ୍ ସେଣ୍ଟର ଭାବେ କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଯେଉଁ ଉନ୍ନତ ଚିକିତ୍ସା ସେବା ପାଇଁ ପୂର୍ବରୁ ଲୋକମାନଙ୍କୁ ଦୂର ସହରକୁ ଯିବାକୁ ପଡ଼ୁଥିଲା, ସେହି ସେବା ଏବେ ଘର ନିକଟରେ ଉପଲବ୍ଧ ହେବ, ଯାହାଦ୍ୱାରା ରୋଗୀଙ୍କ ପରିବାରର ଆର୍ଥିକ ଓ ଶାରିରୀକ କଷ୍ଟ ଦୂର ହେବା ସହିତ ସଠିକ୍ ସମୟରେ ଉପଯୁକ୍ତ ଚିକିତ୍ସା ସୁବିଧା ମିଳିପାରିବ। ମୟୂରଭଞ୍ଜ ଜିଲ୍ଲାରେ ବହୁ ସଂଖ୍ୟାରେ ଜନଜାତି ଭାଇ ଭଉଣୀ ବସବାସ କରୁଥିବାରୁ କମ୍ୟୁନିଟି ହେଲ୍ଥ, ମାତୃ ଓ ଶିଶୁ ସ୍ବାସ୍ଥ୍ୟସେବା, ଜନସ୍ବାସ୍ଥ୍ୟ ଗବେଷଣା ଏବଂ ଜନଜାତି ବର୍ଗଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ଏହି ମେଡିକାଲ କଲେଜ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ ଦୃଢ ଆଶା ବ୍ୟକ୍ତ କରିଛନ୍ତି।
ଆୟୁଷ୍ମାନ ଯୋଜନା ଓ ଗୋପବନ୍ଧୁ ଯୋଜନା ଉପରେ ମଧ୍ୟରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ
ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆୟୁଷ୍ମାନ ଭାରତ- ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ରାଜ୍ୟର ୧.୩୦ କୋଟି ପରିବାରର ୩.୪୬ କୋଟି ବ୍ୟକ୍ତିଙ୍କୁ ଦେଶର ବିଭିନ୍ନ ନାମିଦାମୀ ସରକାରୀ ଓ ବେସରକାରୀ ହସ୍ପିଟାଲରେ ମାଗଣାରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି। ବର୍ତ୍ତମାନର ସରକାର ଆସିବାର ମାତ୍ର ୨୦ ମାସ ମଧ୍ୟରେ ଯାଜପୁର, କନ୍ଧମାଳ ଓ ତାଳଚେରରେ ୩ଟି ନୂଆ ମେଡିକାଲ କଲେଜ କାର୍ଯ୍ୟକ୍ଷମ କରାଯାଇଛି।
ଗତ ଫେବୃଆରୀ ମାସରେ ନବରଙ୍ଗପୁରରେ ମେଡିକାଲ କଲେଜ ସ୍ଥାପନ ପାଇଁ ଶୁଭ ଦିଆଯାଇଥିବା ବେଳେ ଖୁବ୍ ଶୀଘ୍ର ଢେଙ୍କାନାଳ, ଜଗତସିଂହପୁର ଓ ଭଦ୍ରକରେ ମଧ୍ୟ ମେଡିକାଲ କଲେଜ ସ୍ଥାପନ ହେବ। ସେହିପରି ଆୟୁଷ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଗଜପତି, ମାଲକାନଗିରି, ରାୟଗଡାରେ ୩ଟି ନୂଆ ଆୟୁର୍ବେଦିକ ମେଡିକାଲ କଲେଜ ସହିତ ନୟାଗଡ ଓ ନୂଆପଡାରେ ୨ଟି ନୂଆ ହୋମିଓପାଥିକ ମେଡିକାଲ କଲେଜ ଖୋଲିବା ପାଇଁ ପଦକ୍ଷେପ ନିଆଯାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସ୍ପିଟାଲ ପରିଦର୍ଶନ କରି ଡାକ୍ତରୀ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସହିତ କଥା ହୋଇଥିଲେ ।
ମୟୂରଭଞ୍ଜ ବିକାଶ ପ୍ୟାକେଜ୍ ୨୦୨୬: ପ୍ରମୁଖ ତଥ୍ୟ
| ବିଷୟ | ତଥ୍ୟ |
|---|---|
| ମୋଟ ବିନିଯୋଗ | ₹୪୩୦.୨୬ କୋଟି |
| ମୋଟ ପ୍ରକଳ୍ପ | ୩୯ଟି |
| ଭିତ୍ତିପ୍ରସ୍ତର ସ୍ଥାପିତ ପ୍ରକଳ୍ପ | ୨୧ଟି |
| ଭିତ୍ତିପ୍ରସ୍ତର ବ୍ୟୟ | ₹୨୮୨ କୋଟି+ |
| ଉଦ୍ଘାଟିତ ପ୍ରକଳ୍ପ | ୧୮ଟି |
| ଉଦ୍ଘାଟନ ବ୍ୟୟ | ₹୧୪୯ କୋଟି+ |
| ପାନୀୟ ଜଳ ପ୍ରକଳ୍ପ | ୮୩ଟି |
| ପାନୀୟ ଜଳ ପ୍ରକଳ୍ପ ବ୍ୟୟ | ₹୧୦୦ କୋଟି |
| ନୂଆ ଟିଚିଙ୍ଗ୍ ହସ୍ପିଟାଲ | ୬୫୦ ଶଯ୍ୟା |
| ହସ୍ପିଟାଲ ନିର୍ମାଣ ବ୍ୟୟ | ₹୨୫୮ କୋଟି |
| ସ୍ଥାନ | ବାରିପଦା |
| ଉଦ୍ଘାଟକ | ମୋହନ ଚରଣ ମାଝୀ |
ଗରିବ ଓ ଅବହେଳିତ ଲୋକଙ୍କୁ ସେବା ଯୋଗାଇବା ରେ ପ୍ରାଥମିକତା ଦେବାକୁ ଆହ୍ୱାନ
ମେଡିକାଲ କଲେଜର ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଡାକ୍ତରୀ କେବଳ ଏକ ବୃତ୍ତି ବା ଜୀବିକା ନୁହେଁ, ଏହା ଏକ ପବିତ୍ର ଈଶ୍ୱରୀୟ ବ୍ରତ। ସମାଜ ଡାକ୍ତରମାନଙ୍କୁ ‘ଭଗବାନଙ୍କ ଦ୍ୱିତୀୟ ରୂପ’ ଭାବେ ଗ୍ରହଣ କରିଥାଏ, କାରଣ ଜନ୍ମ ଓ ମୃତ୍ୟୁ ମଧ୍ୟରେ ଜୀବନକୁ ସୁରକ୍ଷିତ ରଖିବାର ଦାୟିତ୍ୱ ସେମାନଙ୍କ ହାତରେ ଥାଏ। ଡାକ୍ତରଙ୍କ ଷ୍ଟେଥୋସ୍କୋପ୍ ଏବଂ କଲମରେ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବାର ଅସୀମ ଶକ୍ତି ରହିଛି ଏବଂ ମୁମୂର୍ଷୁ ରୋଗୀର ଆଖିରୁ ଲୁହ ପୋଛିବା ହିଁ ଜଣେ ଚିକିତ୍ସକଙ୍କ ଜୀବନର ସବୁଠାରୁ ବଡ଼ ସଫଳତା।
ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟରେ ମହାନ ସମାଜ ସଂସ୍କାରକ ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ତ୍ୟାଗ ଓ ଆଦର୍ଶକୁ ମନେ ପକାଇଥିଲେ। ସେ କହିଥିଲେ ଯେ ମୟୂରଭଞ୍ଜ ହେଉଛି ସରଳ ଓ ନିଷ୍କପଟ ଜନଜାତି ଭାଇଭଉଣୀଙ୍କ ମାଟି। ତେଣୁ ଏହି ଅନୁଷ୍ଠାନରୁ ଶିକ୍ଷାଲାଭ କରୁଥିବା ଭବିଷ୍ୟତର ଡାକ୍ତରମାନେ ପାଠପଢ଼ା ଶେଷ କରିବା ପରେ ସମାଜର ସବୁଠାରୁ ଶେଷ ଧାଡ଼ିରେ ଥିବା ଗରିବ, ଦଳିତ, ଅବହେଳିତ ଏବଂ ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକଙ୍କ ସେବାକୁ ନିଜର ପ୍ରଥମ କର୍ତ୍ତବ୍ୟ ଭାବେ ଗ୍ରହଣ କରିବା ଉଚିତ।
ଏହି ଖବର ପଢନ୍ତୁ : ଶ୍ରୀମନ୍ଦିରରେ ଅଧିକ ଅବଢା ଭୋଗ ଅଭିଯୋଗ ଜବତ ମହାପ୍ରସାଦ ବାଳାଶ୍ରମକୁ ପଠାଇଲା ପ୍ରଶାସନ
ଓଡିଶା କୁ ସ୍ୱାସ୍ଥ୍ୟ କ୍ଷେତ୍ର ରେ ଦେଶ ର ଶ୍ରେଷ୍ଠ ରାଜ୍ୟ ଭାବେ ଗଢିବାର ଲକ୍ଷ୍ୟ
ସନାତନ ସଂସ୍କୃତିର “ସେବା ହିଁ ପରମ ଧର୍ମ” ବାର୍ତ୍ତାକୁ ଦୋହରାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରକୃତ ଡାକ୍ତରୀ ଶିକ୍ଷା ହେଉଛି ବିଜ୍ଞାନ ଓ କାରୁଣ୍ୟର ଏକ ଅପୂର୍ବ ସମନ୍ୱୟ। ଆଧୁନିକ ମେଡିକାଲ ଯନ୍ତ୍ରପାତି ରୋଗୀର କଷ୍ଟ ବୁଝିପାରେ ନାହିଁ, ମାତ୍ର ଡାକ୍ତରଙ୍କ ମୁହଁର ମିଠା କଥା ଓ ସହାନୁଭୂତିପୂର୍ଣ୍ଣ ବ୍ୟବହାର ରୋଗୀକୁ ଆନ୍ତରିକ ସୁସ୍ଥତା ପ୍ରଦାନ କରେ। ଡାକ୍ତରୀ ଛାତ୍ରଛାତ୍ରୀଙ୍କ କଠିନ ପରିଶ୍ରମକୁ ପ୍ରଶଂସା କରିବା ସହ ସେମାନେ ଓଡ଼ିଶାକୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦେଶର ଶ୍ରେଷ୍ଠ ରାଜ୍ୟ ଭାବେ ଗଢ଼ିବାର ପ୍ରଧାନ ସାରଥୀ ହେବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି।
ସମାରୋହରେ ଯୋଗ ଦେଇ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ତଥା କର୍ମଚାରୀ ରାଜ୍ୟ ବୀମା ବିଭାଗ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରି କହିଛନ୍ତି ଯେ, “ମୟୂରଭଞ୍ଜ ଜିଲ୍ଲାର ପ୍ରଗତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ ହାତଖୋଲି ସାହାଯ୍ୟର ହାତ ବଢ଼େଇଛନ୍ତି। ତାଙ୍କରି ଦୂରଦୃଷ୍ଟି ଓ ନିରନ୍ତର ସହଯୋଗ ଯୋଗୁଁ ହିଁ ଆଜି ମୟୂରଭଞ୍ଜ ବିକାଶର ଏକ ନୂଆ ଶିଖରରେ ପହଞ୍ଚି ପାରିଛି।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ସ୍ୱାସ୍ଥ୍ୟ ଭିତ୍ତିଭୂମିର ସୁଦୃଢ଼ୀକରଣ ଉପରେ ଗୁରୁତ୍ୱ ଦେଇ କହିଛନ୍ତି, ଜିଲ୍ଲାବାସୀଙ୍କୁ ଶ୍ରେଷ୍ଠ ଚିକିତ୍ସା ସେବା ଯୋଗାଇଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ୬୫୦ ଶଯ୍ୟା ବିଶିଷ୍ଟ ପଣ୍ଡିତ ରଘୁନାଥ ମୁର୍ମୁ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ କରାଯିବା ଦ୍ୱାରା ମୟୂରଭଞ୍ଜର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଏକ ବଡ଼ ବଳ ମିଳିବ। ଏହି ନୂତନ ହସ୍ପିଟାଲ ଆଗାମୀ ଦିନରେ ସମଗ୍ର ଉତ୍ତର ଓଡ଼ିଶାର ସ୍ୱାସ୍ଥ୍ୟ ମାନଚିତ୍ର ବଦଳାଇ ଦେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ଉକ୍ତ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ସାଂସଦ ଶ୍ରୀ ନବ ଚରଣ ମାଝୀ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଉଦଳା ବିଧାୟକ ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ମଢେଇ, ବାରିପଦା ବିଧାୟକ ଶ୍ରୀଯୁକ୍ତ ପ୍ରକାଶ ସୋରେନ୍, ସାରସକଣା ବିଧାୟକ ଶ୍ରୀ ଭାଦବ ହାଁସଦା, ରାଇରଙ୍ଗପୁର ବିଧାୟକ ଶ୍ରୀ ଜଲେନ ନାଏକ, ବାଙ୍ଗିରିପୋଷୀ ବିଧାୟିକା ସୁଶ୍ରୀ ସଞ୍ଜଳି ମୁର୍ମୁ, କରଞ୍ଜିଆ ବିଧାୟକ ଶ୍ରୀ ପଦ୍ମଚରଣ ହାଇବୁରୁ, ବଡ଼ସାହି ବିଧାୟକ ଶ୍ରୀ ସନାତନ ବିଜୁଳି ଏବଂ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଡଃ ବୁଢ଼ାନ ମୁର୍ମୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି କାର୍ଯ୍ୟକ୍ରମର ଗୌରବ ବଢ଼ାଇଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ୍ ଏହି ମେଗା ଉଦ୍ଘାଟନୀ ଉତ୍ସବରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।
ଗୁରୁତ୍ୱପୂର୍ଣ ଲିଙ୍କ :
Odisha Health & Family Welfare Department
Health Department Important Links Portal
Chief Minister’s Office,Odisha
Government of Odisha Official Website
ପ୍ରଶ୍ନୋତ୍ତର :
ପ୍ରଶ୍ନ .୧ ବାରିପଦାରେ କେଉଁ ନୂତନ ହସ୍ପିଟାଲ ଉଦ୍ଘାଟନ କରାଯାଇଛି?
ବାରିପଦାସ୍ଥିତ Pandit Raghunath Murmu Medical College and Hospital ର ନୂତନ ୬୫୦ ଶଯ୍ୟା ବିଶିଷ୍ଟ ଟିଚିଙ୍ଗ୍ ହସ୍ପିଟାଲ ଉଦ୍ଘାଟନ କରାଯାଇଛି।
ପ୍ରଶ୍ନ .୨ ନୂତନ ଟିଚିଙ୍ଗ୍ ହସ୍ପିଟାଲ ନିର୍ମାଣରେ କେତେ ଅର୍ଥ ବ୍ୟୟ ହୋଇଛି?
ଏହି ଅତ୍ୟାଧୁନିକ ହସ୍ପିଟାଲ ନିର୍ମାଣ ପାଇଁ ପ୍ରାୟ ୨୫୮ କୋଟି ଟଙ୍କା ବ୍ୟୟ କରାଯାଇଛି।
ପ୍ରଶ୍ନ .୩ ମୟୂରଭଞ୍ଜ ଜିଲ୍ଲା ପାଇଁ ମୋଟ କେତେ ଟଙ୍କାର ବିକାଶ ପ୍ରକଳ୍ପ ଘୋଷଣା କରାଯାଇଛି?
ମୟୂରଭଞ୍ଜ ଜିଲ୍ଲାର ବିକାଶ ପାଇଁ ୪୩୦.୨୬ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।
ପ୍ରଶ୍ନ . ୪ ମୟୂରଭଞ୍ଜରେ କେତୋଟି ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି?
ମୋଟ ୩୯ଟି ପ୍ରକଳ୍ପ ମଧ୍ୟରୁ ୨୧ଟିର ଭିତ୍ତିପ୍ରସ୍ତର ସ୍ଥାପନ ଓ ୧୮ଟି ପ୍ରକଳ୍ପର ଉଦ୍ଘାଟନ କରାଯାଇଛି।
ପ୍ରଶ୍ନ .୫ ପାନୀୟ ଜଳ କ୍ଷେତ୍ରରେ କେଉଁ ବିକାଶମୂଳକ ପଦକ୍ଷେପ ନିଆଯାଇଛି?
ପ୍ରାୟ ୧୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ୮୩ଟି ପାନୀୟ ଜଳ ପ୍ରକଳ୍ପ ଉଦ୍ଘାଟନ କରାଯାଇଛି।
ପ୍ରଶ୍ନ .୬ ଏହି ନୂତନ ହସ୍ପିଟାଲ ଦ୍ୱାରା କେଉଁ ଅଞ୍ଚଳର ଲୋକ ଉପକୃତ ହେବେ?
ମୟୂରଭଞ୍ଜ ସହିତ ସମଗ୍ର ଉତ୍ତର ଓଡ଼ିଶା, ପଡ଼ୋଶୀ ଜିଲ୍ଲା, ପଡୋଶୀ ରାଜ୍ୟ ଏବଂ ଜନଜାତି ଅଞ୍ଚଳର ଲୋକମାନେ ଏହାର ସୁବିଧା ପାଇପାରିବେ।
ପ୍ରଶ୍ନ .୭ ହସ୍ପିଟାଲ ଉଦ୍ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କଣ ବାର୍ତ୍ତା ଦେଇଥିଲେ?
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ ଡାକ୍ତରୀ କେବଳ ଏକ ବୃତ୍ତି ନୁହେଁ, ବରଂ ଏହା ଏକ ପବିତ୍ର ସେବା ଓ ସମାଜ ପ୍ରତି ଦାୟିତ୍ୱ।
ପ୍ରଶ୍ନ .୮ ନୂତନ ହସ୍ପିଟାଲ ଉତ୍ତର ଓଡ଼ିଶା ପାଇଁ କିପରି ଗୁରୁତ୍ୱପୂର୍ଣ୍ଣ?
ଏହି ହସ୍ପିଟାଲ ଉତ୍ତର ଓଡ଼ିଶାର ଏକ ପ୍ରମୁଖ ରେଫରାଲ୍ ସେଣ୍ଟର ଭାବେ କାର୍ଯ୍ୟ କରିବ ଏବଂ ଉନ୍ନତ ଚିକିତ୍ସା ସେବାକୁ ଲୋକଙ୍କ ନିକଟରେ ପହଞ୍ଚାଇବ।
ମୟୁରଭଞ୍ଜ ଜିଲ୍ଲା ରେ ଏହି ଟିଚିଙ୍ଗ ହସ୍ପିଟାଲ ର ଲୋକାର୍ପଣ ଦ୍ୱାରା ସ୍ୱାସ୍ଥ୍ୟ ସେବା ରେ ନୂଆ ଦିଗ
ମୟୁରଭଞ୍ଜ ଜିଲ୍ଲା ରେ ୬୫୦ ଶଯ୍ୟା ବିଶିଷ୍ଟ ଟିଚିଙ୍ଗ ହସ୍ପିଟାଲ ର ଲୋକାର୍ପଣ ହେବା ଦ୍ୱାରା ସମଗ୍ର ଜିଲ୍ଲା ଓ ପଡୋଶୀ ଜିଲ୍ଲା ଏବଂ ପଡୋଶୀ ରାଜ୍ୟ ର ରୋଗୀ ମାନେ ମଧ୍ୟ ଉନ୍ନତମାନର ଉତ୍ତମ ସ୍ୱାସ୍ଥ୍ୟ ସୁବିଧା ପାଇପାରିବେ।
ସେହିପରି ପାନୀୟ ଜଳ ଯୋଗାଣ ଓ ଅନ୍ୟାନ୍ୟ ବିକାଶ ମୂଳକ ପ୍ରକଳ୍ପ ସମଗ୍ର ଜିଲ୍ଲା କୁ ବିକାଶ ପଥରେ ଆଗେଇନେବ ବୋଲି ମୁଖ୍ୟମନ୍ତ୍ରୀ ମୋହନମାଝି ଆଶା ବ୍ୟକ୍ତ କରିଛନ୍ତି।
ଏହି ଯୋଜନା ମୟୁରଭଞ୍ଜ ଜିଲ୍ଲା ର ସ୍ୱାସ୍ଥ୍ୟ ବିକାଶ କ୍ଷେତ୍ର ରେ ଉନ୍ନତି ଆଣିବା ସହ ଆଗାମୀ ଦିନ ରେ ଓଡିଶା ର ସ୍ୱାସ୍ଥ୍ୟ ଓ ବିକାଶ ମାନଚିତ୍ର ରେ ମୟୁରଭଞ୍ଜ କୁ ଏକ ନୂତନ ସ୍ଥାନ ଦେବବୋଲି ସମସ୍ତ ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ।

Jagruti Live Media is one of the fastest-growing digital news channels in Odisha, widely recognized for its trusted and impactful journalism. With the tagline “Odisha Mati Ra Khabara”, the platform delivers authentic and timely news across politics, entertainment, sports, national and international affairs, exclusive interviews, viral stories, and breaking updates.
Dedicated to bringing the voice of the people to the forefront, Jagruti Live Media has set a new benchmark in digital journalism through credible reporting, fast news delivery, and audience-focused storytelling across multiple platforms.



