
ଯାଜପୁର : (Danagadi Haat Loot Case) : ଦାନଗଦି ହାଟ ଲୁଟ୍ ଘଟଣାରେ ବଡ଼ ସଫଳତା। ୬ ଅଭିଯୁକ୍ତଙ୍କୁ ଗିରଫ କଲା ଯାଜପୁର ରୋଡ଼ ପୋଲିସ। ପୋଲିସର ତତ୍ପରତା ଦେଖେଇଲା ଆଉ ୬ ଦୁର୍ଦାନ୍ତ ଅପରାଧୀ ଙ୍କୁ କାବୁ କଲା। ଯାଜପୁର ଜିଲ୍ଲାରେ ଅପରାଧ ନିୟନ୍ତ୍ରଣ ଓ ଆଇନ-ଶୃଙ୍ଖଳା ରକ୍ଷାକରିବା କ୍ଷେତ୍ରରେ ଯାଜପୁର ରୋଡ଼ ପୋଲିସ ପୁଣି ଥରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି।
ବିଗତ ଦିନ ରେ ଯାଜପୁର ଜିଲ୍ଲା ଦାନଗଦି ହାଟ ନିକଟରେ ଘଟିଥିବା ଏକ ଚାଞ୍ଚଲ୍ୟକର ଲୁଟ୍ ଘଟଣାର ପର୍ଦ୍ଦାଫାଶ କରିଛି ଯାଜପୁର ରୋଡ଼ ପୋଲିସ ଏଥି ସହ ସମ୍ପୃକ୍ତ ୬ ଜଣ ଦୁର୍ଦାନ୍ତ ଅପରାଧୀ ଙ୍କୁ ଗିରଫ କରିଛି ପୋଲିସ । ଘଟଣାର ତଦନ୍ତ ପ୍ରକ୍ରିୟା ଏବଂ ଅଭିଯୁକ୍ତ ଙ୍କୁ ଗିରଫ କରିବା ପରେ ସ୍ଥାନୀୟ ଅଞ୍ଚଳରେ ପୋଲିସର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶଂସା ହେଉଛି। ଯାଜପୁର ଜିଲ୍ଲା ରେ ଆଇନ ବ୍ୟବସ୍ଥା କୁ ରକ୍ଷା କରିବା ଏବଂ ଅପରାଧ ନିୟନ୍ତ୍ରଣ କରିବା କ୍ଷେତ୍ର ଯାଜପୁର ରୋଡ଼ ପୋଲିସ ର ଏହି ଅପରେସନ୍ ଏକ ଉଲ୍ଲେଖନୀୟ ଅବଦାନ।
Danagadi Haat Loot Case : ଦାନଗଦି ଅଞ୍ଚଳ ରେ ଏହି ଲୁଟ୍ ଘଟଣା କିପରି ଘଟିଥିଲା?
Danagadi Haat Loot Case : ସୂଚନା ଅନୁଯାୟୀ, ଚଳିତ ଜୁନ୍ ମାସ ଗତ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୬ଟା ୩୦ ମିନିଟ ସମୟରେ ମାନଗୋବିନ୍ଦପୁର ଗ୍ରାମର ମନୋଜ ନାୟକ ଓ ତାଙ୍କ ସାଙ୍ଗ ମାନସ ଦଳାଇ ସାତବାଇଁସିଆ ଅଞ୍ଚଳରୁ ନିଜ ଘରକୁ ଫେରୁଥିଲେ। ସେମାନେ ଫେରିବା ବାଟ ରେ ଦାନଗଦି ହାଟ ନିକଟରେ ଥିବା ଏକ ନିଛାଟିଆ ସ୍ଥାନରେ କିଛି ଦୁର୍ବୃତ ତାଙ୍କୁ ଅଟକାଇବାକୁ ପ୍ରୟାସ କରିଥିଲେ ଏବଂ ତାଙ୍କୁ ଅଟକାଇ ଧମକ ଚମକ ଦେବା ସହ ଆକ୍ରମଣ ମଧ୍ୟ କରିଥିଲେ।
ଅଭିଯୋଗ ଅନୁସାରେ, ଦୁର୍ବୃତମାନେ ହାତରେ ଖଣ୍ଡା ସମେତ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଧରି ଦୁଇ ଯୁବକ ମନୋଜ ନାୟକ ଏବଂ ତାଙ୍କ ସାଙ୍ଗ ଙ୍କୁ ଧମକ ଚମକ ଦେଇଥିଲେ। କେବଳ ସେତିକି ନୁହେଁ, ସେମାନଙ୍କ ଗଳା ଚିପି ଭୟଭୀତ କରିବା ସହ ଟଙ୍କା ଓ ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଥିଲେ। ହଠାତ୍ ଏଭଳି ଆକ୍ରମଣରେ ଉଭୟ ଯୁବକ ଭୟଭୀତ ହୋଇପଡ଼ିଥିଲେ ଏବଂ ଯୁବକ ଦୁଇଜଣ କୌଣସି ପ୍ରତିକ୍ରିୟା ନକରି ଅସହାୟ ହୋଇପଡ଼ିଥିଲେ। ପରେ ମନୋଜ ନାୟକ ଏବଂ ତାଙ୍କ ସାଙ୍ଗ ଏନେଇ ଯାଜପୁର ରୋଡ଼ ଥାନାରେ ଅଭିଯୋଗ କରିଥିଲେ।
ଅଭିଯୋଗ ଆଧାର ରେ ମାମଲା ରୁଜୁ ପରେ ଆରମ୍ଭ ହୋଇଥିଲା ତଦନ୍ତ
ଘଟଣାକୁ ଗୁରୁତ୍ୱର ସହ ନେଇ ଯାଜପୁର ରୋଡ଼ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା। ଏହି ଘଟଣାକୁ ନେଇ ଯାଜପୁର ରୋଡ଼ ଥାନାରେ ମାମଲା ନଂ-୩୬୪/୨୦୨୬ ରୁଜୁ କରାଯାଇଥିଲା। ମାମଲା ରୁଜୁ ହେବା ପରେ ଯାଜପୁର ରୋଡ଼ ଥାନା ଅଧିକାରୀ ଆଶିଷ କୁମାର ସାହୁଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ଗଠନ କରାଯାଇ ଘଟଣାର ତଦନ୍ତ ଆରମ୍ଭ କରାଯାଇଥିଲା ।
ପୋଲିସ ଘଟଣାସ୍ଥଳ ରେ ପହଞ୍ଚି ବିଭିନ୍ନ ତଥ୍ୟ ସଂଗ୍ରହ କରିବା ସହ ଘଟଣା ସମ୍ବନ୍ଧ ରେ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିଥିଲା। ଅଭିଯୁକ୍ତମାନଙ୍କ ଚଳପ୍ରଚଳ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ପୋଲିସ ଖୁବ କମ୍ ସମୟ ମଧ୍ୟରେ ଘଟଣାର ସୂତ୍ର ଖୋଜି ପାଇଥିଲା। ପରେ ଅଭିଯୁକ୍ତ ମାନଙ୍କୁ କୌଶଳ କ୍ରମେ କାବୁ କରିବାକୁ ସକ୍ଷମ ହୋଇଥିଲା ଯାଜପୁର ରୋଡ଼ ପୋଲିସ ଦ୍ୱାରା ଗଠିତ ସ୍ୱତନ୍ତ୍ର ଟିମ୍।
ଘଟଣା ରେ ସମ୍ପୃକ୍ତ ୬ ଦୁର୍ଦାନ୍ତ ଅପରାଧୀ ଙ୍କୁ ଗିରଫ କଲା ପୋଲିସ
ଯାଜପୁର ରୋଡ଼ ଥାନା ପୋଲିସ ତଦନ୍ତ ଆଗକୁ ବଢାଇବା ପରେ ପୋଲିସ ଦ୍ୱାରା ଗଠିତ ସ୍ୱତନ୍ତ୍ର ଟିମ୍ ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଲୁଟ୍ ଘଟଣାରେ ସଂପୃକ୍ତ ୬ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା। ପରବର୍ତ୍ତୀ ସମୟରେ ସେମାନଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଥିଲା।
ଗିରଫ ଅଭିଯୁକ୍ତମାନଙ୍କୁ ପଚରାଉଚରା ପରେ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ମିଳିଥିବା ପ୍ରେସ ମିଟ ରେ ସୂଚନା ଦେଇଛି ଯାଜପୁର ରୋଡ଼ ପୋଲିସ । ଯାଜପୁର ରୋଡ଼ ପୋଲିସର ଏହି ସଫଳ ଅଭିଯାନ ଫଳରେ ଲୁଟ୍ ଘଟଣାର ରହସ୍ୟ ଉନ୍ମୋଚନ ହୋଇପାରିଛି ଏବଂ ଅପରାଧୀମାନଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯାଇଛି।

ଅପରାଧୀ ଙ୍କ ଠାରୁ ଜବତ ହେଲା ନଗଦ ଟଙ୍କା, ମୋବାଇଲ ଓ ଖଣ୍ଡା
ଦାନଗଦି ଡକାୟତି ଘଟଣା ରେ ସମ୍ପୃକ୍ତ ଗିରଫ ଅଭିଯୁକ୍ତମାନଙ୍କ ନିକଟରୁ ପୋଲିସ ଲୁଟ୍ ହୋଇଥିବା ଦୁଇଟି ମୋବାଇଲ ଫୋନ ଉଦ୍ଧାର କରିଛି। ଏହାସହ ୬ ହଜାର ୬୦୦ ଟଙ୍କା ନଗଦ ରାଶି ଜବତ କରାଯାଇଛି। ଘଟଣାରେ ବ୍ୟବହୃତ ଏକ ଖଣ୍ଡା ମଧ୍ୟ ପୋଲିସ ଜବତ କରିଛି।
ଏହି ସମସ୍ତ ସାମଗ୍ରୀ ଜବତ ହେବା ପରେ ଡକାୟତି ମାମଲାର ପ୍ରମାଣ ଆହୁରି ମଜବୁତ ହୋଇଛି। ପୋଲିସ କହିଛି ଯେ ଅଭିଯୁକ୍ତମାନଙ୍କ ବିରୋଧରେ ମିଳିଥିବା ପ୍ରମାଣ ଆଧାର ରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।
ଯାଜପୁର ରୋଡ଼ ପୋଲିସର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶଂସା
ଯାଜପୁର ରୋଡ଼ ଥାନା ଅଧିକାରୀ ଆଶିଷ କୁମାର ସାହୁଙ୍କ ନେତୃତ୍ୱରେ ପୋଲିସ ଟିମ୍ ଗତ କିଛି ମାସ ଧରି ବିଭିନ୍ନ ଚୋରି, ଲୁଟ୍ ଓ ଡକାୟତି ମାମଲାର ଅଭିଯୁକ୍ତଙ୍କୁ ଧରିବାରେ ଉଲ୍ଲେଖନୀୟ ସଫଳତା ହାସଲ କରୁଛି।
ଦାନଗଦି ହାଟ ଲୁଟ୍ ଘଟଣାର ଅଭିଯୁକ୍ତଙ୍କ ଗିରଫ ପରେ ମଧ୍ୟ ସ୍ଥାନୀୟ ଅଞ୍ଚଳର ଲୋକେ ପୋଲିସର ତତ୍ପରତାକୁ ପ୍ରଶଂସା କରିଛନ୍ତି।
ସ୍ଥାନୀୟ ଅଞ୍ଚଳ ର ଲୋକ ମାନଙ୍କ ମତରେ, ଏଭଳି ସଠିକ ତଦନ୍ତ ପ୍ରକ୍ରିୟା ଏବଂ ସମ୍ପୃକ୍ତ ଅଭିଯୁକ୍ତ ଙ୍କ ଗିରଫ ଦ୍ୱାରା ଅପରାଧୀ ମାନଙ୍କ ମନରେ ଭୟ ସୃଷ୍ଟି ହେବା ସହ ସାଧାରଣ ଲୋକଙ୍କ ମନରେ ସୁରକ୍ଷାର ଭାବନା ବୃଦ୍ଧି ପାଇଛି ।
ଘଟଣା ର ସମ୍ପୂର୍ଣ ବିବରଣୀ
| ଘଟଣା ର ତଥ୍ୟ | ସମ୍ପୂର୍ଣ ବିବରଣୀ |
|---|---|
| ଘଟଣା | ଦାନଗଦି, ହାଟ ନିକଟରେ ଲୁଟ୍ |
| ସ୍ଥାନ | ଦାନଗଦି ହାଟ, ଯାଜପୁର ରୋଡ଼ |
| ଥାନା | ଯାଜପୁର ରୋଡ଼ ଥାନା |
| ପୀଡ଼ିତ | ମନୋଜ ନାୟକ ଓ ମାନସ ଦଳାଇ |
| ଗିରଫ ଅଭିଯୁକ୍ତ | ୬ ଜଣ |
| ଜବତ ମୋବାଇଲ | ୨ଟି |
| ଜବତ ନଗଦ ଟଙ୍କା | ₹୬,୬୦୦ |
| ଜବତ ଅସ୍ତ୍ର | ଏକ ଖଣ୍ଡା |
| ମାମଲା ନଂ | ୩୬୪/୨୦୨୬ |
| ତଦନ୍ତକାରୀ ଅଧିକାରୀ | ଶ୍ରୀ ଆଶିଷ କୁମାର ସାହୁ |
| ପୋଲିସ କାର୍ଯ୍ୟାନୁଷ୍ଠାନ | ୬ ଅଭିଯୁକ୍ତ ଗିରଫ ଓ କୋର୍ଟ ଚାଲାଣ |
ଘଟଣା ର ମୁଖ୍ୟ ତଥ୍ୟ
- ଦାନଗଦି ହାଟ ଲୁଟ୍ ଘଟଣାରେ ୬ ଅଭିଯୁକ୍ତ ଗିରଫ
- ଅଭିଯୁକ୍ତଙ୍କ ନିକଟରୁ ୬,୬୦୦ ଟଙ୍କା ଓ ୨ଟି ମୋବାଇଲ ଜବତ
- ଲୁଟ୍ରେ ବ୍ୟବହୃତ ଖଣ୍ଡା ମଧ୍ୟ ଜବତ
- ଯାଜପୁର ରୋଡ଼ ପୋଲିସର ତ୍ୱରିତ ଓ ସଫଳ ଅଭିଯାନ
- ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ଆହୁରି ପଢନ୍ତୁ : ବ୍ରାଉନସୁଗାର କାରବାର ଉପରେ ପୋଲିସ ର ବଡ଼ ରେଡ୍
ଅପରାଧୀ ମାନଙ୍କୁ କୋର୍ଟ ଚାଲାଣ ପରେ ଆଗାମୀ ତଦନ୍ତ
ଗିରଫ ହୋଇଥିବା ସମସ୍ତ ୬ ଅଭିଯୁକ୍ତ ଙ୍କୁ ଗତକାଲି କୋର୍ଟ ଚାଲାଣ କରାଯାଇଛି। ପୋଲିସ ପକ୍ଷରୁ ସେମାନଙ୍କ ବିରୋଧରେ ଆବଶ୍ୟକ ଆଇନଗତ ପ୍ରକ୍ରିୟା ଜାରି ରହିଛି। ତଦନ୍ତକାରୀ ଅଧିକାରୀମାନେ ଏହି ଘଟଣାରେ ଆଉ କେହି ସଂପୃକ୍ତ ଅଛନ୍ତି କି ନାହିଁ, ସେନେଇ ମଧ୍ୟ ଅଧିକ ତଦନ୍ତ ଚଳାଇଛନ୍ତି।
ଯାଜପୁର ରୋଡ଼ ଏସଡିପିଓ ଶରତ ପାତ୍ର ଓ ଥାନା ଅଧିକାରୀ ଆଶିଷ କୁମାର ସାହୁ ଏହି ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଅପରାଧ ନିୟନ୍ତ୍ରଣ ପାଇଁ ପୋଲିସ ସବୁବେଳେ ସତର୍କ ରହିଛି ଏବଂ ଆଗାମୀ ଦିନରେ ମଧ୍ୟ ଏଭଳି ଅଭିଯାନ ଜାରି ରହିବ ବୋଲି ଯାଜପୁର ରୋଡ଼ ପୋଲିସ ପକ୍ଷରୁ ସୂଚନା ମିଳିଛି।
ଦାନଗଦି ହାଟ ଲୁଟ୍ ଘଟଣାର ସଠିକ ତଦନ୍ତ ଓ ସଫଳ ଅପରେସନ୍ ପୋଲିସ ର କାର୍ଯ୍ୟ ଦକ୍ଷତା ଓ ତତ୍ପରତା ର ଏକ ସ୍ପଷ୍ଟ ପ୍ରମାଣ ପ୍ରଦାନ କରିଛି। ଅପରାଧୀ ମାନଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଉଥିବାର ବାର୍ତ୍ତା ମଧ୍ୟ ସମାଜ କୁ ଦେଇଛି।
ପ୍ରଶ୍ନୋତ୍ତର :
ପ୍ରଶ୍ନ ୧: ହାଟ ଲୁଟ୍ ଘଟଣା କେଉଁଠି ଘଟିଥିଲା?
ଉତ୍ତର: ଏହି ଲୁଟ୍ ଘଟଣା ଯାଜପୁର ରୋଡ଼ ଥାନା ଅନ୍ତର୍ଗତ ଦାନଗଦି ହାଟ ନିକଟରେ ଘଟିଥିଲା।
ପ୍ରଶ୍ନ ୨: ଏହି ଘଟଣାରେ କେତେ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଛି?
ଉତ୍ତର: ପୋଲିସ ଏହି ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।
ପ୍ରଶ୍ନ ୩: ଅଭିଯୁକ୍ତଙ୍କ ନିକଟରୁ କଣ ଜବତ ହୋଇଛି?
ଉତ୍ତର: ଦୁଇଟି ମୋବାଇଲ ଫୋନ, ୬,୬୦୦ ନଗଦ ଟଙ୍କା ଏବଂ ଏକ ଖଣ୍ଡା ଜବତ କରାଯାଇଛି।
ପ୍ରଶ୍ନ ୪: ଲୁଟ୍ର ଶିକାର କିଏ ହୋଇଥିଲେ?
ଉତ୍ତର: ମାନଗୋବିନ୍ଦପୁର ଗ୍ରାମର ମନୋଜ ନାୟକ ଓ ତାଙ୍କ ସାଙ୍ଗ ମାନସ ଦଳାଇ ଲୁଟ୍ର ଶିକାର ହୋଇଥିଲେ।
ପ୍ରଶ୍ନ ୫: ଏହି ମାମଲାର ତଦନ୍ତ କିଏ କରୁଥିଲେ?
ଉତ୍ତର: ଯାଜପୁର ରୋଡ଼ ଥାନା ଅଧିକାରୀ ଶ୍ରୀ ଆଶିଷ କୁମାର ସାହୁଙ୍କ ନେତୃତ୍ୱରେ ପୋଲିସ ତଦନ୍ତ କରିଥିଲା।
ପ୍ରଶ୍ନ ୬: ଗିରଫ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି?
ଉତ୍ତର: ସମସ୍ତ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
ଦାନଗଦି ହାଟ ନିକଟରେ ଘଟିଥିବା ଏହି ଘଟଣା କଣ ପ୍ରମାଣ କରିଛି
ଦାନଗଦି ହାଟ ନିକଟରେ ଘଟିଥିବା ଏହି ଲୁଟ୍ ଘଟଣା ସାଧାରଣ ଲୋକଙ୍କ ମଧ୍ୟରେ ଭୟ ଓ ଅସୁରକ୍ଷିତ ବାତାବରଣ ସୃଷ୍ଟି କରିଥିଲା। ତେବେ ଯାଜପୁର ରୋଡ଼ ପୋଲିସର ତ୍ୱରିତ ପଦକ୍ଷେପ ଏବଂ ସଠିକ ତଦନ୍ତ ଫଳରେ ଏହି ଘଟଣାରେ ସାମିଲ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ନିଶ୍ଚିତ ଭାବେ ପୋଲିସର ଏକ ବଡ଼ ସଫଳତା ବୋଲି କୁହାଯାଇପାରେ। ଅଭିଯୁକ୍ତଙ୍କ ନିକଟରୁ ନଗଦ ଟଙ୍କା, ମୋବାଇଲ ଫୋନ ଏବଂ ଲୁଟ୍ରେ ବ୍ୟବହୃତ ଖଣ୍ଡା ଜବତ ହେବା ତଦନ୍ତକୁ ଆହୁରି ମଜବୁତ କରିଛି।
ଏହି ଘଟଣା ପୁଣିଥରେ ପ୍ରମାଣ କରିଛି ଯେ ଆଇନକୁ ହାତକୁ ନେଇ ଅପରାଧ କରୁଥିବା ବ୍ୟକ୍ତିମାନେ ଶେଷରେ ଆଇନର ଜାଲରୁ ଖସି ପାରିବେ ନାହିଁ। ଅନ୍ୟପଟେ, ସାଧାରଣ ଲୋକ ମଧ୍ୟ ସତର୍କ ରହିବା ସହ ସନ୍ଦେହଜନକ ଘଟଣା ସମ୍ପର୍କରେ ତୁରନ୍ତ ପୋଲିସକୁ ସୂଚନା ଦେବା ଆବଶ୍ୟକ। ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ଏଭଳି ସହଯୋଗ ରହିଲେ ଅପରାଧ ନିୟନ୍ତ୍ରଣ ସମ୍ଭବ ହେବ ଏବଂ ସମାଜ ରେ ଶାନ୍ତି ଓ ସୁରକ୍ଷା ବଜାୟ ରହିବ।
ଗୁରୁତ୍ୱପୂର୍ଣ ଲିଙ୍କ :
Odisha Police Official Website
Jajpur Police Official Website

Jagruti Live Media is one of the fastest-growing digital news channels in Odisha, widely recognized for its trusted and impactful journalism. With the tagline “Odisha Mati Ra Khabara”, the platform delivers authentic and timely news across politics, entertainment, sports, national and international affairs, exclusive interviews, viral stories, and breaking updates.
Dedicated to bringing the voice of the people to the forefront, Jagruti Live Media has set a new benchmark in digital journalism through credible reporting, fast news delivery, and audience-focused storytelling across multiple platforms.



