jagrutinews.com

!-- TradingView Widget BEGIN -->
!-- TradingView Widget BEGIN -->
Responsive Breaking News Ticker
!
BREAKING NEWS

what is today in india festival : ୯୫ ବର୍ଷରେ ପାଦ ଥାପିଲା ବ୍ରହ୍ମହେଶ୍ୱର ପାଟଣା ଭାଗବତ ମେଳଣ

what is today in india festival : ଭୁବନେଶ୍ୱର ଟଙ୍କପାଣି ରୋଡ୍ ସ୍ଥିତ ବ୍ରହ୍ମହେଶ୍ୱର ପାଟଣାର ପ୍ରସିଦ୍ଧ ଭାଗବତ ମେଳଣ ବର୍ତ୍ତମାନ ୯୫ ବର୍ଷ ଅତିକ୍ରମ କରି ୯୬ ତମ ବର୍ଷରେ ପାଦ ଥାପିଛି । ଗ୍ରାମର ଆରାଧ୍ୟ ଦେବତା ଶ୍ରୀ ବ୍ରହ୍ମହେଶ୍ୱର ମହାଦେବ ଙ୍କୁ କେନ୍ଦ୍ର କରି ଆୟୋଜିତ ଏହି ପାରମ୍ପରିକ ଉତ୍ସବ ପ୍ରତିବର୍ଷ ଚଳିତବର୍ଷ ମଧ୍ୟ ଭକ୍ତିମୟ ଏବଂ ଆନନ୍ଦମୟ ପରିବେଶ ସୃଷ୍ଟି କରିଛି।

what is today in india festival : ୯୫ ବର୍ଷ ରେ ପାଦ ଥାପିଲା ବ୍ରହ୍ମେଶ୍ୱର ମେଳଣ

what is today in india festival : ପାରମ୍ପରିକ ଭକ୍ତିମୟ ପରିବେଶ ଭିତରେ ଭାଗବତ ମେଳଣ

ବ୍ରହ୍ମହେଶ୍ୱର ପାଟଣା ର ଏହି ଭାଗବତ ମେଳଣ ଦୀର୍ଘ ବର୍ଷ ଧରି ଏକ ଐତିହ୍ୟ ଏବଂ ପରମ୍ପରାକୁ ବହନ କରି ଅଗ୍ରସର ହେଉଛି। ଏହି ଅବସରରେ ଆଖପାଖର ପାଞ୍ଚଟି ଗ୍ରାମରୁ ସୁସଜ୍ଜିତ ବିମାନ ରେ ଶ୍ରୀରାଧାକୃଷ୍ଣ ଙ୍କ ବିଜେ ହୋଇଥିଲା। ପ୍ରଥମେ ସମସ୍ତ ବିମାନ ବ୍ରହ୍ମହେଶ୍ୱର ମନ୍ଦିର ସମ୍ମୁଖରେ ଏକତ୍ରିତ ହୋଇ ପୂଜାର୍ଚ୍ଚନା କରାଯାଇଥିଲା। ପରେ ବାଜା, ବାଣ, ଆଲୋକ ମାଳା ଓ ରୋଷଣୀ ଆଲୋକ ମଧ୍ୟରେ ଏକ ଭବ୍ୟ ଶୋଭାଯାତ୍ରା ରେ ଠାକୁରଙ୍କ ବିମାନଗୁଡିକ ମେଳଣ ପଡିଆ ଦିଗରେ ଅଗ୍ରସର ହୋଇଥିଲେ।
ଏହି ଦୃଶ୍ୟ ଗ୍ରାମବାସୀଙ୍କ ପାଇଁ ଅତ୍ୟନ୍ତ ଆକର୍ଷଣୀୟ ଥିଲା ଓ ଶତାଧିକ ଭକ୍ତ ଏହାକୁ ସ୍ୱଚକ୍ଷୁରେ ଦେଖି ଭାବବିହ୍ୱଳ ହୋଇପଡ଼ିଥିଲେ।

ମେଳଣ ପଡିଆରେ ପହଞ୍ଚିବା ପରେ ସମସ୍ତ ବିମାନ ରେ ଠାକୁର ଙ୍କୁ ଭୋଗ ଅର୍ପଣ କରାଯାଇଥିଲା। ଏହା ସହିତ ନିକଟ ଅତୀତରେ ପରଲୋକଗମନ ହୋଇଥିବା ପୂର୍ବତନ ସଭାପତି ସ୍ୱର୍ଗତ ଗୋଲକ ଦାସ ଓ କୁଶ ବେହେରା ଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା।
ଏହି ଉତ୍ସବରେ ମେଳଣ ସମିତିର ସଭାପତି ସତୀଶ ପ୍ରସାଦ ପଟ୍ଟନାୟକ, ଉପ-ସଭାପତି ରଂଜିତ ପଟ୍ଟନାୟକ, ସମ୍ପାଦକ ତପନ ସ୍ୱାଇଁ ଙ୍କ ସହ ବହୁ ସଦସ୍ୟ ଓ ସେବାୟତ ଉପସ୍ଥିତ ରହିଥିଲେ। ପୂଜକ ଅବିନାଶ ଆଚାର୍ଯ୍ୟଙ୍କ ସହ ସ୍ଥାନୀୟ ମହିଳା ଓ ଯୁବକମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।
ଏହା ଗ୍ରାମୀଣ ଏକତା ଓ ସାମୁହିକ ଭକ୍ତିର ଏକ ଜୀବନ୍ତ ଉଦାହରଣ ହେଇ ଦେଖାଯାଇଛି।

ବ୍ରହ୍ମହେଶ୍ୱର ଭାଗବତ ମେଳଣ ରେ ଯାତ୍ରା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ

ଭାଗବତ ମେଳଣ ଅବସରକୁ ଅଧିକ ରଙ୍ଗିନ କରିବା ପାଇଁ ମେଳଣ ପଡିଆରେ ଆଜିଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ପ୍ରସିଦ୍ଧ ଯାତ୍ରା ସଙ୍ଘ କଳିଙ୍ଗଗଣନାଟ୍ୟ ପକ୍ଷରୁ ମନଛୁଆଁ ନାଟକ ପରିବେଷଣ କରାଯିବ।
ଏହି ଯାତ୍ରା କାର୍ଯ୍ୟକ୍ରମ ଗ୍ରାମବାସୀଙ୍କ ପାଇଁ ବିଶେଷ ଆକର୍ଷଣ ରହିଥାଏ ଏବଂ ପ୍ରତିବର୍ଷ ଭଳି ଏବେ ମଧ୍ୟ ଏହାକୁ ନେଇ ଲୋକମାନଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖାଯାଉଛି।

ପ୍ରକୃତ ଭାବେ ଦେଖିଲେ ବ୍ରହ୍ମହେଶ୍ୱର ପାଟଣା ର ଏହି ଭାଗବତ ମେଳଣ କେବଳ ଏକ ଧାର୍ମିକ ଉତ୍ସବ ନୁହେଁ ବରଂ ଏକ ସାଂସ୍କୃତିକ ଏବଂ ସାମୁଦାୟିକ ଏକତାର ପ୍ରତୀକ ଭାବେ ଆଜି ମଧ୍ୟ ତାହାର ଐତିହ୍ୟକୁ ବଜାୟ ରଖିଛି। ଭାଗବତ ମେଳଣ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ସହ ନୂଆ ପୀଢ଼ି ମାନଙ୍କ ପାଇଁ ଅନେକ ବାର୍ତ୍ତା ବହନ କରୁଛି।

Leave a Comment

Your email address will not be published. Required fields are marked *

Scroll to Top