jagrutinews.com

!-- TradingView Widget BEGIN -->
!-- TradingView Widget BEGIN -->
Responsive Breaking News Ticker
!
BREAKING NEWS

Chaiti festival : ମା ଖଣ୍ଡୁରୀ ଙ୍କ ଚଇତି ମେଳା ର ଭବ୍ୟ ଶୁଭାରମ୍ଭ

Chaiti festival : କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଅନ୍ତର୍ଗତ ବଡପଦନା ଗ୍ରାମ ରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପରମ୍ପରାଗତ ଭାବେ ପାଳିତ ହେଉଥିବା ମା ଖଣ୍ଡୁରୀଙ୍କ ଚଇତି ମେଳା ଜାକଜମକ ରେ ଶୁଭାରମ୍ଭ ହେଇଯାଇଛି। ପଣା ସଂକ୍ରାନ୍ତି ଅବସରରେ ଆରମ୍ଭ ହୋଇଥିବା ଏହି ମେଳା ନଅ ଦିନ ଧରି ଚାଲିବାକୁ ଥିବା ବେଳେ ଆସନ୍ତା ଏପ୍ରିଲ୍ ୨୨ ତାରିଖରେ ଏହାର ସମାପନ ହେବାକୁ ଯାଉଛି । ଏହି ପବିତ୍ର ଅବସରରେ ମା ଙ୍କ ପୀଠକୁ ବିଭିନ୍ନ ରଙ୍ଗିନ ଆଲୋକ ମାଳା ଓ ସାଜସଜା ସାମଗ୍ରୀ ଦ୍ୱାରା ସୁସଜ୍ଜିତ କରାଯାଇଛି। ଯାହା ଦର୍ଶକଙ୍କୁ ବହୁମାତ୍ରା ରେ ଆକର୍ଷିତ କରୁଛି। ଗ୍ରାମରେ ପର୍ବ ପର୍ବାଣୀର ସୁନ୍ଦର ପରିବେଶ ଦେଖିବାକୁ ମିଳୁଛି। ସ୍ଥାନୀୟ ଲୋକମାନେ ବହୁ ସଂଖ୍ୟା ରେ ଉତ୍ସାହର ସହିତ ଏହି ମେଳାରେ ଯୋଗଦେଉଛନ୍ତି। ପ୍ରତିଦିନ ସକାଳରୁ ରାତି ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଲାଗିରହୁଛି। ମା ଙ୍କ ଦର୍ଶନ ପାଇଁ ଦୂରଦୂରାନ୍ତରୁ ଭକ୍ତମାନେ ଏଠାକୁ ଆସୁଛନ୍ତି। ଧାର୍ମିକ ଆସ୍ଥା ସହ ଏହି ମେଳା ସାମାଜିକ ଏବଂ ସାହିତ୍ୟିକ ଏକତାର ମଧ୍ୟ ଦୃଷ୍ଟାନ୍ତ ହୋଇପାରିଛି। ଏହା କେବଳ ଏକ ପୂଜା ପର୍ବ ନୁହେଁ ବରଂ ଲୋକସଂସ୍କୃତିର ଏକ ଜୀବନ୍ତ ଉଦାହରଣ ପାଲଟିଛି।

Chaiti festival : ମା ଖଣ୍ଡୁରୀ ପୀଠ ରେ ଚଇତି ପର୍ବ

Chaiti festival : ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଅନ୍ତରା ଙ୍କ ଗୀତ ଦେଖିବାକୁ ଲାଗୁଛି ଲୋକଙ୍କ ଭିଡ଼

ଚଇତି ମେଳାର ମୁଖ୍ୟ ଆକର୍ଷଣ ହେଉଛି ସାଂସ୍କୃତିକ କାର୍ଯ୍ୟକ୍ରମ। ପ୍ରତିଦିନ ସନ୍ଧ୍ୟାରେ ଭଜନ, ମେଲୋଡି ଓ ନୃତ୍ୟ ପ୍ରଦର୍ଶନ ଦର୍ଶକମାନଙ୍କୁ ବେଶ ମନୋରଞ୍ଜନ ର ଖୁରାକ୍ ଯୋଗାଉଛି । ଗତକାଲି ଚଇତି ପର୍ବ ର ସାଂସ୍କୃତିକ ମଞ୍ଚରେ ହଜାର ହଜାର ଦର୍ଶକ ଜମା ହୋଇଥିବା ବେଳେ ପ୍ରସିଦ୍ଧ ଗାୟିକା ଅନ୍ତରା ଚକ୍ରବର୍ତ୍ତୀ ଙ୍କ ଗୀତରେ ସମସ୍ତେ ଝୁମିଉଠିଥିଲେ। ରାତି ରେ ମଧ୍ୟ ଦର୍ଶକମାନଙ୍କ ଉତ୍ସାହ କମିନଥିଲା ଯାହା ମେଳାର ସଫଳତାକୁ ପ୍ରମାଣ କରୁଛି। ଏହା ସହିତ ସୋମବାର ଠାରୁ ବୁଧବାର ପର୍ଯ୍ୟନ୍ତ ଅପେରା ବିଶ୍ୱ ଦରବାର ଯାତ୍ରା ମଞ୍ଚରେ ପରିବେଷଣ ଚାଲିଛି। ଯାହାକୁ ଦେଖିବା ପାଇଁ ଦର୍ଶକମାନେ ବିଶେଷ ଆଗ୍ରହ ଦେଖାଉଛନ୍ତି। ସ୍ଥାନୀୟ ଓ ବାହାର ର କଳାକାରମାନେ ନିଜର ପ୍ରତିଭା ଦେଖାଇ ମେଳାକୁ ଆହୁରି ରଙ୍ଗିନ କରୁଛନ୍ତି। ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହ ମା ଙ୍କ ଚଇତି ପର୍ବ ମନୋରଞ୍ଜନର ଏକ ବିଶେଷ କେନ୍ଦ୍ର ପାଲଟିଛି।

ମେଳା ର ସାଂସ୍କୃତିକ ପରିବେଶ ଏବଂ କେମିତି ଥିଲା ସାଜସଜା

ମା ଖଣ୍ଡୁରୀ ଙ୍କ ଚଇତି ମେଳା କେବଳ ଧାର୍ମିକ ଓ ସାଂସ୍କୃତିକ ଆୟୋଜନରେ ସୀମିତ ନୁହେଁ ବରଂ ଏହା ଏକ ବ୍ୟାପକ ବ୍ୟବସାୟିକ ଓ ମନୋରଞ୍ଜନ ମଞ୍ଚ ରେ ପରିଣତ ହୋଇଛି। ମେଳା ପ୍ରାଙ୍ଗଣରେ ମିନା ବଜାର, ଦୋଳି ଏବଂ ମଞ୍ଚ ଉପରେ ପ୍ରତିଭା ପ୍ରଦର୍ଶନ ମେଳା କୁ ଆହୁରି ଆକର୍ଷଣ କରୁଛି। ସାଂସ୍କୃତିକ ରାତ୍ରି ଏଠାରେ ମନୋରଞ୍ଜନର ଏକ ବିଶେଷ କେନ୍ଦ୍ର ହୋଇଯାଇଛି। ଫାଷ୍ଟଫୁଡ଼ ଷ୍ଟଲ୍, ଆଇସକ୍ରିମ ଦୋକାନ, ଏବଂ ବିଭିନ୍ନ ପ୍ରକାର ଘରକରଣା ଓ ଷ୍ଟେସନାରୀ ସାମଗ୍ରୀର ପସରା ମେଳିଛି। ସନ୍ଧ୍ୟା ସମୟରେ ଏହି ସ୍ଥାନ ଆହୁରି ଜୀବନ୍ତ ହୋଇଯାଏ। ଏଠାରେ ହଜାର ହଜାର ଲୋକ ମେଳା ବୁଲି ମଜା ଉଠାଉଥିବାର ପରିଲକ୍ଷିତ ହେଉଛି।ମେଳା କୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ସ୍ଥାନୀୟ ଯୁବଗୋଷ୍ଠୀ ଓ କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁ ମାନଙ୍କ ପାଇଁ ଅନ୍ନପ୍ରସାଦ ବଣ୍ଟନର ବ୍ୟବସ୍ଥା ମଧ୍ୟ ରହିଛି। ଯାହା ମେଳାର ଆକର୍ଷଣକୁ ଦ୍ବିଗୁଣିତ କରୁଛି । ସୁରକ୍ଷା ବ୍ୟବସ୍ଥା, ପରିଚ୍ଛନ୍ନତା ଓ ଯାତାୟାତ ବ୍ୟବସ୍ଥା ଉପରେ ମଧ୍ୟ ଧ୍ୟାନ ରଖାଯାଇଛି। ଦେଖିବାକୁ ଗଲେ ବଡପଦନା ର ଏହି ଚଇତି ମେଳା ଧାର୍ମିକ ଭକ୍ତି, ସାଂସ୍କୃତିକ ରଙ୍ଗ ଓ ମନୋରଞ୍ଜନର ଏକ ଅଦ୍ଭୁତ ସମନ୍ୱୟ ଭାବେ ପରିଚିତ ହୋଇଛି। ଯାହା ଆସନ୍ତା କିଛି ଦିନ ଯାଏଁ ଦର୍ଶକମାନଙ୍କୁ ଆକର୍ଷିତ କରି ରଖିବ।

Leave a Comment

Your email address will not be published. Required fields are marked *

Scroll to Top