Last updated on April 25th, 2026 at 11:42 pm
Police investigation : ଦ୍ରକ ଜିଲ୍ଲାର ବନ୍ତ ଥାନା ଅଞ୍ଚଳରେ ଘଟିଥିବା ଏହି ସାଂଘାତିକ ଛୁରାମାଡ଼ ଘଟଣା ଅଞ୍ଚଳରେ ଭୟ ଓ ଆତଙ୍କ ସୃଷ୍ଟି କରିଛି। ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଦୁଇ ଯୁବକଙ୍କ ଉପରେ ହୋଇଥିବା ଏହି ମରଣାନ୍ତକ ଆକ୍ରମଣ ଆଜିର ସମାଜରେ ବୃଦ୍ଧି ପାଉଥିବା ହିଂସାର ଏକ ଦୁଃଖଦ ଉଦାହରଣ ଭାବେ ପ୍ରକାଶ ପାଇଛି। ବନ୍ତ ପୋଲିସ କୁ ମିଳିଛି ବଡ଼ ସଫଳତା। ବହୁତ ତଦନ୍ତ ଅନୁସନ୍ଧାନ କରିବା ପରେ ଅପରାଧୀ ମାନଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ଭଦ୍ରକ ପୋଲସି।

Police investigation : ପୂର୍ବ ଶତ୍ରୁତା ଘଟଣା ରେ କଣ ରହିଛି ପୋଲିସ ର ତଦନ୍ତ ପ୍ରକ୍ରିୟା ସୂଚନା ଅନୁଯାୟୀ,
ବନ୍ତ ଥାନା ଅନ୍ତର୍ଗତ ବାରକୋଣା ସ୍କୁଲ ନିକଟରେ ଗତ ୩୦ ତାରିଖରେ ଏହି ଘଟଣା ଘଟିଥିଲା। ବାରକୋଣା ଗ୍ରାମର ଶକ୍ତିରଞ୍ଜନ ଜେନା ଓ ଚନ୍ଦ୍ରକାନ୍ତ ଜେନା ଙ୍କ ସହ ବାଦଲ ଜେନା ଓ ଶୁଭଙ୍କର ମୁଖୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବିବାଦ ହୋଇଥିଲା। ଏହି ବିବାଦ ପରେ ପୂର୍ବ ରାଗ ଓ ଶତ୍ରୁତା କୁ ମନରେ ରଖି ଅଭିଯୁକ୍ତମାନେ ଯୋଜନାବଦ୍ଧ ଭାବେ ଆକ୍ରମଣ କରିଥିବା କୁହାଯାଉଛି। ଘଟଣାଦିନେ ଦୁଇ ଅଭିଯୁକ୍ତ ଧାରୁଆ ଛୁରି ନେଇ ବାଦଲ ଓ ଶୁଭଙ୍କରଙ୍କୁ ଆକ୍ରମଣ କରିଥିଲେ। ଏହି ଆକ୍ରମଣ ଏତେ ଭୟାବହ ଥିଲା ଯେ ଉଭୟ ଯୁବକ ଗୁରୁତର ଭାବେ ଆହତ ହୋଇ ପଡ଼ିଥିଲେ। ରକ୍ତାକ୍ତ ଅବସ୍ଥାରେ ସେମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିକଟସ୍ଥ ଚିକିତ୍ସାଳୟକୁ ନିଆଯାଇଥିଲା। ବିଶେଷ କରି ବାଦଲ ଜେନାଙ୍କ ଅବସ୍ଥା ଅଧିକ ସଂକଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ଓ ସେଠାରେ ସେ ଚିକିତ୍ସାଧୀନ ଅଛନ୍ତି।ଏହି ଘଟଣା ସମ୍ପର୍କରେ ଧନିଓଝା (କୋଳିପଦୀ) ଗ୍ରାମର ସୁବାଷ ଜେନା ବନ୍ତ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ କେସ୍ ନମ୍ବର ୧୧୮/୨୦୨୬ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତକାଳୀନ ସମୟରେ ପୋଲିସ ଦ୍ରୁତ କାର୍ଯ୍ୟାନୁଷ୍ଠାନ ନେଇ ମଙ୍ଗଳବାର ଅପରାହ୍ନ ପ୍ରାୟ ୩ଟା ସମୟରେ ବାରକୋଣା ଗ୍ରାମରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

ଗିରଫ ପରେ ଅଭିଯୁକ୍ତ ହେଲେ କୋର୍ଟ ଚାଲାଣ
ଗିରଫ ଅଭିଯୁକ୍ତମାନେ ହେଲେ ଶକ୍ତିରଞ୍ଜନ ଜେନା (୧୯) ଓ ଚନ୍ଦ୍ରକାନ୍ତ ଜେନା (୨୦)। ସେମାନଙ୍କ ଠାରୁ ଅପରାଧରେ ବ୍ୟବହୃତ ରକ୍ତଭିଜା ଛୁରିକୁ ମଧ୍ୟ ପୋଲିସ ଜବତ କରିଛି, ଯାହା ତଦନ୍ତ ପାଇଁ ଏକ ମୁଖ୍ୟ ପ୍ରମାଣ ଭାବେ ଗଣ୍ୟ ହେଉଛି।
ପରବର୍ତ୍ତୀକାଳରେ, ପୋଲିସ ଆଜି ଦୁଇ ଅଭିଯୁକ୍ତଙ୍କୁ ମାନ୍ୟବର କୋର୍ଟରେ ହାଜର କରାଇଛି। ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ, ତାହା ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।
ଏହି ଘଟଣା ପୁନର୍ବାର ସମାଜକୁ ସତର୍କ କରୁଛି ଆଉ ଚେତେଇ ଦଉଛି ଯେ, ଛୋଟ ଛୋଟ ବିବାଦ ଯଦି ସମୟରେ ସମାଧାନ ନକରାଯାଏ ତେବେ ସେ ସବୁ ବିବାଦ ସମୟ ଅନୁଯାଇ ଭୟାବହ ବିବାଦ ର ଆକାର ନେଇପାରେ। ସେଥିପାଇଁ ସମାଜରେ ଶାନ୍ତି , ଶୃଙ୍ଖଳା ଓ ପରସ୍ପର ଭିତରେ ସହଯୋଗ ରକ୍ଷା କରିବା ଅତ୍ୟନ୍ତ ଆବଶ୍ୟକ।

Jagruti Live Media is one of the fastest-growing digital news channels in Odisha, widely recognized for its trusted and impactful journalism. With the tagline “Odisha Mati Ra Khabara”, the platform delivers authentic and timely news across politics, entertainment, sports, national and international affairs, exclusive interviews, viral stories, and breaking updates.
Dedicated to bringing the voice of the people to the forefront, Jagruti Live Media has set a new benchmark in digital journalism through credible reporting, fast news delivery, and audience-focused storytelling across multiple platforms.



