ଇଦ ପର୍ବ କେମିତି ହୁଏ ପାଳିତ
ଇଦୁଲ ଫିତର ହେଉଛି ମୁସଲମାନମାନଙ୍କର ଏକ ପ୍ରମୁଖ ଧାର୍ମିକ ପର୍ବ, ଯାହା ପବିତ୍ର ରମଜାନ ମାସର ଶେଷରେ ଉପବାସ (ରୋଜା) ସମାପ୍ତ ହେବା ପରେ ପାଳନ କରାଯାଏ। ଏହାକୁ “ମିଠା ଇଦ୍” ବୋଲି ମଧ୍ୟ କୁହାଯାଏ। ଏହି ଦିନ ଲୋକମାନେ ନୂଆ ପୋଷାକ ପିନ୍ଧି, ସମୂହ ନମାଜ ପାଠ କରି, ପରସ୍ପରକୁ ଆଲିଙ୍ଗନ କରି ଇଦ୍ ମୁବାରକ ଜଣାଇ ଭାଇଚାରାର ବାର୍ତ୍ତା ଦିଅନ୍ତି।

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଓ ସହରାଞ୍ଚଳରେ ପବିତ୍ର ଇଦ ପର୍ବ ମହାଆଡମ୍ବରରେ ପାଳିତ ହୋଇଯାଇଛି।

ଶନିବାର ଏହି ଅବସରରେ ଧାମନଗର ସ୍ଥିତ ଇଦଗା ମଇଦାନ ପରିସରରେ ସକାଳ ୮ଟା ୩୦ରେ ହଜାର ହଜାର ମୁସଲମାନ ଭାଇମାନ ଏକତ୍ରିତ ହୋଇ ସମୂହ ନମାଜ ପଡିଛନ୍ତି। ଖାନକା ସରିଫ ନୂତନ ମତୱଲ୍ଲୀ ଆଲହାଜ ସୟଦ ହବିବ ରଜା ହବିବି ସମୂହ ନମାଜ ପାଠ ପଢାଇଛନ୍ତି। ପରେ ମତୱଲ୍ଲୀ ବାବାଙ୍କୁ ଇଦଗା ଠାରୁ ଏକ ଶୋଭାଯାତ୍ରାରେ ବଜାର ପରିକ୍ରମା ସହିତ ଖାନକା ସରିଫ ନିଆଯାଇ ଥିଲା। ସେଠାରେ ଫାତେହା ଭକ୍ତ ଓ ଶ୍ରଦ୍ଧାଳୁମାନେ ପୀରବାବାଙ୍କୁ ଦର୍ଶନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ମୁସଲମାନ ଭାଇ ମାନେ କାନ୍ଧକୁ କାନ୍ଧ ମିଶାଇ ପରସ୍ପରକୁ ଇଦ୍ ମୁବାରକ ଓ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ମୁସଲମାନ ସମ୍ପ୍ରଦାୟର ଲୋକମାନେ ଏକ ମାସ ଧରି ରମଜାନ ମାସରେ ନିଷ୍ଠାର ସହ (ରୋଜା) ଉପବାସ କରିଥାନ୍ତି। ଜହ୍ନ ଦେଖିବା ପରେ ନୂତନ ବସ୍ତ୍ର ପରିଧାନ କରି ଇଦ୍ ପର୍ବ ପାଳନ କରନ୍ତି। ଏହି ପରିପ୍ରେକ୍ଷୀରେ ନିଜ ପାଖରେ ଗଛିତ ଥିବା ଧନ ସମ୍ପତ୍ତି,ସୁନା,ରୁପା ଗହଣା ଓ ଟଙ୍କା ଏବଂ ନିଜ ନିଜର ମୁଣ୍ଡ ପିଛା ଏକ ବର୍ଷର ଇସଲାମିକ ନିୟମ ଅନୁଯାୟୀ କିଛି ବ୍ୟବଧାନ ହିସାବରେ ଜକାତ ଓ ଫିତରା ବାହାର କରି ଗରିବ ଲୋକଙ୍କୁ ଆର୍ଥିକ ସହାୟତା ଓ ଲୁଗା ବଣ୍ଟନ ସହ ମସଜିଦ ଓ ମଜାର ସରିଫକୁ ଅର୍ଥ ଦାନ କରାଯାଇଥାଏ। ଧାମନଗର ଟ୍ରେକର ଷ୍ଟାଣ୍ଡ ଠାରେ ଇଦ୍ ପର୍ଵ ଉପଲକ୍ଷେ ବିଭିନ୍ନ ରାଜନୈତିକ ଦଳର ନେତା ମାନେ ଉପସ୍ଥିତ ରହି ମତୱଲ୍ଲୀ ବାବାଙ୍କୁ ଇଦ୍ ମୁବାରକ୍ ଓ ଶୁଭେଚ୍ଛା ଜଣାଇବା ସହ ସମସ୍ତ ମୁସଲମାନ ଭାଇମାନଙ୍କୁ ଇଦ ମୁବାରକ୍ ଜଣାଇ ମିଠା ଖୁଆଇଲେ। ସେହିପରି ବ୍ଲକ ଅଞ୍ଚଳରେ ଥିବା ମୁସ୍ତାଫାପୁର, ଦୋବଲ,ଚୁଡାକୁଟି,ବୟାଙ୍ଗଡିହ,ପିତେଇପୁର,ନଦୀଗାଁ, ପନ୍ଦରବାଟିଆ ଆଦି ସ୍ଥାନରେ ଇଦ୍ ପର୍ବ ପାଳନ କରିଛନ୍ତି। ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଧାମନଗର ଏସଡିପିଓ ଅନିରୁଦ୍ଧ ମୁଦୁଲି,ଥାନା ଅଧିକାରୀ ସୁବ୍ରଜିତ ଦାଶ,ଧୁଷୁରୀ ଥାନା ଅଧିକାରୀ ଅଜୟ ସୁଦର୍ଶନ ବେଜଙ୍କ ତତ୍ତ୍ୱାବଧାନରେ ବିଭିନ୍ନ ଛକ ବଜାରରେ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା।

Jagruti Live Media is one of the fastest-growing digital news channels in Odisha, widely recognized for its trusted and impactful journalism. With the tagline “Odisha Mati Ra Khabara”, the platform delivers authentic and timely news across politics, entertainment, sports, national and international affairs, exclusive interviews, viral stories, and breaking updates.
Dedicated to bringing the voice of the people to the forefront, Jagruti Live Media has set a new benchmark in digital journalism through credible reporting, fast news delivery, and audience-focused storytelling across multiple platforms.



