jagrutinews.com

!-- TradingView Widget BEGIN -->
!-- TradingView Widget BEGIN -->
Responsive Breaking News Ticker
!
BREAKING NEWS

Crime news : ମଦପିଇ ସ୍ତ୍ରୀ ର ଜୀବନ ନେଲା ମଦ୍ୟପ ସ୍ବାମୀ

Last updated on April 25th, 2026 at 11:49 pm

Crime news : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅଧିନ ପୋଚାଲୁଣ୍ଡି ଗ୍ରାମର ମନୋଜ କୁମାର ଜେନା ନାମକ ବ୍ୟକ୍ତି ମଦ୍ୟପାନ କାରି ନିଜ ତାଙ୍କ ପତ୍ନୀ ସୁନିତା ଜେନା ଙ୍କୁ ମାରପିଟ କରିବା ସହ ଚେନ ସାହାଯ୍ୟରେ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି l ତେବେ ଉଭୟ ଙ୍କ ଗୋଟିଏ କନ୍ୟା ସନ୍ତାନ ରହିଥିବା ବେଳେ ପାଞ୍ଚ ବର୍ଷ ପୂର୍ବେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ l ବିବାହ ପରେ ବିଭିନ୍ନ ସମୟରେ ପତୀ ପତ୍ନୀ ଙ୍କ ମଧ୍ୟରେ କଳହ ଲାଗିରହିଥିଲା l ତେବେ ଆଜି କୌଣସି କାରଣକୁ ନେଇ ମନୋଜ ମଦ୍ୟପାନ କରି ଆସି ଘରେ ଗଣ୍ଡଗୋଳ କରିବା ସହ ପତ୍ନୀ ଙ୍କୁ ମାଡ ମୋରିଥିଲେ l ଏବଂ ତାହା ଉଗ୍ରରୂପ ନେଇ ଗୋଟିଏ ଚେନ ସାହାଯ୍ୟରେ ପତ୍ନୀ ଙ୍କ ତଣ୍ଟିକୁ ଚିପି ମୁହଁକୁ ମାଡ଼ ମାରି ହତ୍ୟା କରି ପରିବାର ଲୋକଙ୍କୁ ଜଣାଇଥିଲେ l ଖବର ପାଇ ମହିଳା ଙ୍କ ବାପା ମା ଗ୍ରାମରେ ପହଞ୍ଚି ପୋଲିସ କୁ ଖବର ଦେବାପରେ ପୋଲିସ ଆଗରେ ସତ ମାନିଛି ଅଭିଯୁକ୍ତ ସ୍ୱାମୀ l ପତ୍ନୀ ବିଭିନ୍ନ ସମୟରେ ଅପମାନ ଦେଉଥିବା ରୁ ତାହା ସହ୍ୟ ନକରିପରି ହତ୍ୟା କରିଥିବା ପୋଲିସ କୁ କହିଛି ଅଭିଯୁକ୍ତ ସ୍ୱାମୀ l ଅନ୍ୟପଟେ ପୋଲିସ ଅଭିଯୁକ୍ତ କୁ ଅଟକ ରଖିବା ସହ ମୃତଦେହ ଜବତକରି ବ୍ୟବଛେଦ ପାଇଁ ପଠାଇ ଅଧିକ ଖୋଳତାଡ଼ କରୁଛି l ଏନେଇ ପୋଲିସ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନଥିବା ବେଳେ ଅଭିଯୁକ୍ତ କୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ମୃତକ ଙ୍କ ପରିବାର ସଦସ୍ୟ l

Crime news : ପତ୍ନୀ ର ତଣ୍ଟିଛପି ହତ୍ୟାକଲା ସ୍ୱାମୀ,ପରିବାରକ କଳହ ରୁ ଗଡ଼ିଲା ମୁଣ୍ଡ, ଆତ୍ମ ସମର୍ପଣ କଲା ସ୍ୱାମୀ

Crime news : ଏଭଳି ଘଟଣା ଆଜିକାଲି ସମାଜ ରେ ବହୁତ ସାଧରଣ ହେଇଗଲାଣି। ସବୁ ଘଟଣା ରେ ପ୍ରମୁଖ କିଛି କାରଣ ମାତ୍ରାଧିକ ମଦ୍ୟ ପାନ ଏବଂ ପାରିବାରିକ କଳହ ରୁ ଏଭଳି କରୁଣ ପରିଣତି ଘଟିଥିବା ଘଟଣା ସାମ୍ନା କୁ ଆସୁଛି। ତେବେ ଗଞ୍ଜାମ ରେ ଘଟିଥିବା ଏହି ଘଟଣା ପରେ ଦେଖିବାକୁ ବାକି ରହିଲା ଦୋଷୀ କୁ କି ଦଣ୍ଡବିଧାନ ହେଉଛି ଏବଂ ସମାଜ କୁ କି ବାର୍ତ୍ତା ଯାଉଛି।

କାହିଁକି ଘଟୁଛି ଏ ଭଳି ଘଟଣା

ସରକାର ଙ୍କ ପକ୍ଷରୁ ଅନେକ ସଚେତନତା ଓ ସତର୍କତା ଅବଲମ୍ବନ ସତ୍ୱେ ଚୋରା ଦେଶୀ, ବିଦେଶୀ ମଦ କାରବାର ବଢ଼ିବାରେ ଲାଗିଛି। ଯାହା ଦ୍ୱାରା ବିଭନ୍ନ ଗାଁ ଗହଳି ରେ ମଧ୍ୟ ଅନେକ ଯୁବପିଢୀ ପଥଭ୍ରଷ୍ଟ ହେଇ ମଦ ର ବସବର୍ତ୍ତୀ ହେଇ ମଦ୍ୟପାନ ରେ ଲିପ୍ତ ରହୁଛନ୍ତି। ଯାହା ଦ୍ୱାରା ଅନେକ ଅସାମାଜିକ କାର୍ଯ୍ୟକଳାପ ସମାଜ ରେ ବଢିବାକୁ ଲାଗିଛି। ଯାହା ର କରୁଣ ପରିଣତି ଏପରି ସବୁ ଘଟଣା ଦିନକୁଦିନ ସମାଜ ରେ ବଢିବାକୁ ଲାଗିଛି।

Leave a Comment

Your email address will not be published. Required fields are marked *

Scroll to Top