jagrutinews.com

!-- TradingView Widget BEGIN -->
!-- TradingView Widget BEGIN -->
Responsive Breaking News Ticker
!
BREAKING NEWS

Corruption In Road Construction : ଖରାଦିନିଆ ବର୍ଷା ରେ ଧୋଇଗଲା ନବନିର୍ମିତ ପିଚୁ ରାସ୍ତା

Corruption In Road Construction : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକର ବେଲବାହାଳି ଠାରୁ ହରିଡାପାଳ ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମିତ ରାସ୍ତା ଏବେ ଗୁରୁତର ଅବସ୍ଥାରେ ପହଞ୍ଚିଛି। ପ୍ରାୟ ୨ କୋଟି ୩୯ ଲକ୍ଷ ୭୪ ହଜାର ୩୧୬ ଟଙ୍କା ବ୍ୟୟରେ ତିଆରି ହୋଇଥିବା ଏହି ରାସ୍ତା ନିର୍ମାଣକୁ ବର୍ଷେ ନପୂରୁଣୁ ଖରା ଦିନିଆ ଅସରାଏ ବର୍ଷାରେ ରାସ୍ତା ପାର୍ଶ୍ୱ ଅନେକ ସ୍ଥାନରେ ଧୋଇଯାଇଛି। ରାସ୍ତାର ଦୁଇ ପାର୍ଶ୍ୱରେ ଉପଯୁକ୍ତ ଗାର୍ଡ ୱାଲ୍ ନଥିବାରୁ ବର୍ଷା ପାଣି ମାଟିକୁ ଖସାଇ ରାସ୍ତାର ଭିତ୍ତିପ୍ରସ୍ତ କୁ ଦୁର୍ବଳ କରିଦେଇଛି। ଏହା ଦ୍ୱାରା ଯାତାୟାତ ବାଧାପ୍ରାପ୍ତ ହେବା ସହିତ ଯାତାୟାତ ସମୟରେ ଲୋକଙ୍କ ସୁରକ୍ଷା ଉପରେ ମଧ୍ୟ ବଡ଼ ପ୍ରଶ୍ନ ଉଠିଛି। ଆଗକୁ ବର୍ଷାଦିନ ଆସୁଥିବାବେଳେ ଏହି ରାସ୍ତା ଆଉ କେତେଦିନ ତିଷ୍ଟି ପାରିବ ବୋଲି ଅଞ୍ଚଳବାସୀ ମଧ୍ୟରେ ଭୟ ଓ ଅସନ୍ତୋଷ ର ବାତାବରଣ ଦେଖାଦେଇଛି।

Corruption In Road Construction : ଅଦିନିଆ ବର୍ଷା ରେ ଧୋଇଗଲା ନବନିର୍ମିତ ରାସ୍ତା

Corruption In Road Construction : ଖବର ପ୍ରସାରଣ ପରେ ଦୁର୍ନୀତି ଘୋଡ଼େଇବାକୁ ଠିକାଦାରଙ୍କ ତରବରିଆ କାର୍ଯ୍ୟ

ଏହି ଘଟଣା ଉପରେ ଖବର ପ୍ରସାରଣ ହେବା ପରେ ଠିକାଦାର ନିଜ ଭୂଲ ଘୋଡ଼େଇବା ପାଇଁ ତରବରିଆ ଭାବରେ ରାସ୍ତା ମରାମତି କାମ ଆରମ୍ଭ କରିଛନ୍ତି। ରାସ୍ତା କଡରେ ନଦୀ ପଠା ରୁ ମାଟି ଉଠାଇ ରାସ୍ତା ପାର୍ଶ୍ୱ କୁ ସମତଳ କରିବାର ଚେଷ୍ଟା ହେଉଛି। କିନ୍ତୁ ଠିକାଦାର ଙ୍କ ଏପରି ଦୁର୍ନୀତି ପୂର୍ଣ୍ଣ ମନମୁଖୀ ରାସ୍ତା କାର୍ଯ୍ୟ କୁ ନେଇ ଗୁରୁତ୍ୱପୂର୍ଣ ପ୍ରଶ୍ନ ଉଠୁଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ଠିକାଦାର ତରବରିଆ ଭାବେ ନିଜ ଭୂଲ କୁ ଘୋଡ଼େଇବାକୁ ଯାଇ ମାଟି ନଦୀ ବନ୍ଧ ତଳୁ ଖୋଳି ଆଣାଯାଇଥିବାରୁ ଏହା ଆଗାମୀ ବର୍ଷାରେ ପୁଣି ଧୋଇହେଇଯିବାର ସମ୍ଭାବନା ରହିଛି। ଏତେ ସବୁ ପରେବି ବିଭାଗୀୟ ଅଧିକାରୀମାନେ ଘଟଣାର ସଠିକ ତଦାରଖ କରୁନଥିବାରୁ ଏହି ତରବରିଆ କାମ ଲୋକମାନଙ୍କ ମନରେ ଅଧିକ ସନ୍ଦେହ ସୃଷ୍ଟି କରିଛି। ଏହାକୁ କେବଳ ଦୁର୍ନୀତି ଓ ନିଜ ଭୂଲ ଘୋଡ଼େଇବାକୁ ମରାମତି କରାଯାଉଛି ବୋଲି ଅଞ୍ଚଳବାସୀ ମାନେ ମତ ପ୍ରକାଶ କରୁଛନ୍ତି।

ଘଟଣା ର ସଠିକ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଅଞ୍ଚଳବାସୀ

ରାସ୍ତାର ଏପରି ଶୌଚନୀୟ ଅବସ୍ଥାକୁ ଦେଖି ସ୍ଥାନୀୟ ଗ୍ରାମବାସୀ, ବୁଦ୍ଧିଜୀବୀ ଓ ସାଧାରଣ ଲୋକ ଚିନ୍ତା ପ୍ରକଟ କରିଛନ୍ତି । ଏତେ ପରିମାଣ ର ଅର୍ଥବ୍ୟୟ ସତ୍ୱେ ରାସ୍ତାର ଗୁଣବତ୍ତା କୁ ନେଇ ପ୍ରଶ୍ନ ସୃଷ୍ଟି ହେଇଛି। ରାସ୍ତା ନିମ୍ନମାନର ହେବା ଦୁଃଖଦ ଓ ଚିନ୍ତାଜନକ ବୋଲି ସ୍ଥାନୀୟ ବାସିନ୍ଦା ଦୃଢୋକ୍ତି ପ୍ରକାଶ କରିଛନ୍ତି । ଆଗକୁ ବର୍ଷା ଋତୁ ଆସିବା ସହିତ ଯାତାୟାତ ପୂର୍ଣ୍ଣରୂପେ ବ୍ୟାଘାତ ହେବାର ସମ୍ଭାବନା ଓ ଆଶଙ୍କା ରହିଛି। ଏହି ପରିସ୍ଥିତିରେ ଯେଉଁ ଠିକାଦାର ଓ ବିଭାଗୀୟ କର୍ମଚାରୀ ଏହି କାମରେ ଅବହେଳା କରିଛନ୍ତି ସେମାନଙ୍କ ଉପରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ସ୍ଥାନୀୟ ଅଞ୍ଚଳ ବାସୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ନିକଟରେ ଅନୁରୋଧ କରିଛନ୍ତି ଯେ ଘଟଣାର ସଠିକ୍ ତଦନ୍ତ କରାଯାଇ ଦୋଷୀଙ୍କୁ ଦଣ୍ଡିତ କରାଯାଉ ଏବଂ ରାସ୍ତାକୁ ଦୀର୍ଘସ୍ଥାୟୀ ଭାବେ ପୁନଃର୍ନିର୍ମାଣ କରାଯାଉ।

Leave a Comment

Your email address will not be published. Required fields are marked *

Scroll to Top