
Champua Pond Renovation Scam : ମହେଶ୍ୱରପୁରରେ ପୋଖରୀ ସଂସ୍କାର କାମ କୁ ନେଇ ରେ ଉଠିଲା ବଡ଼ ପ୍ରଶ୍ନ। ଚମ୍ପୁଆ ବ୍ଲକ ଅନ୍ତର୍ଗତ ରଜିଆ ପଞ୍ଚାୟତର ମହେଶ୍ୱରପୁର ଗ୍ରାମରେ ଥିବା ପୋଖରୀ ର ପୁନଃଉଦ୍ଧାର ନାଁରେ ଆସିଥିବା କାର୍ଯ୍ୟ ରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି।
ଓଡିଶା ର ବର୍ତ୍ତମାନ ର ସରକାର ସମସ୍ତ ଗ୍ରାମାଞ୍ଚଳର ଜଳାଶୟ ଗୁଡ଼ିକର ଉନ୍ନତି, ବିକାଶ,ପରିବେଶ ସୁରକ୍ଷା ଏବଂ ସାଧାରଣ ଲୋକ ମାନଙ୍କ ଦୈନନ୍ଦିନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭିନ୍ନ ଯୋଜନା ମାଧ୍ୟମ ରେ ଜଳାଶୟ ଗୁଡିକ ର ପୁନଃ ଉଦ୍ଧାର ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। କିନ୍ତୁ ଚମ୍ପୁଆ ବ୍ଲକ ରଜିଆ ପଞ୍ଚାୟତ ମହେଶ୍ୱରପୁର ଗ୍ରାମ ରେ ଏହି ଯୋଜନାର ପ୍ରକୃତ ଉଦ୍ଦେଶ୍ୟ ପୂରଣ ହେବା ପରିବର୍ତ୍ତେ ଅନୁଦାନ ରାଶିକୁ ପାଣି ଭଳି ବୁହାଇ ଦିଆଯାଇଥିବା ନେଇ ଅଭିଯୋଗ ସାମ୍ନା କୁ ଆସିବା ପରେ ମହେଶ୍ୱରପୁର ଗ୍ରାମବାସୀ ମାନଙ୍କ ମଧ୍ୟରେ ଗଭୀର କ୍ଷୋଭ ସୃଷ୍ଟି ହୋଇଛି।
Champua Pond Renovation Scam : ୫ ଲକ୍ଷରୁ ଅଧିକ ଅନୁଦାନ ଆସିଛି , କିନ୍ତୁ ପ୍ରକୃତ ରେ କାମ ସେତିକି ହେଇଥିବା ଜଣାପଡୁଛି ନାହିଁ।
Champua Pond Renovation Scam : ସୂଚନା ଅନୁସାରେ ଓଡିଶା ସରକାର ଙ୍କ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନା ମାଧ୍ୟମ ରେ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ରଜିଆ ପଞ୍ଚାୟତ ମହେଶ୍ୱରପୁର ଗ୍ରାମର ପୋଖରୀ ନବୀକରଣ ଓ ପୁନଃଉଦ୍ଧାର ନିମନ୍ତେ ୫ ଲକ୍ଷ ୫୬ ହଜାର ୮୦୮ ଟଙ୍କା ମଞ୍ଜୁର କରାଯାଇଛି। ଏହି କାମର କାର୍ଯ୍ୟାଦେଶ ଚମ୍ପୁଆ ପଞ୍ଚାୟତ ସମିତି ନାମରେ ରହିଛି। କିନ୍ତୁ ଏତେ ବଡ଼ ରାଶିର ଅର୍ଥ ବ୍ୟୟ ସତ୍ତ୍ୱେ ପୋଖରୀ ପୁନଃଉଦ୍ଧାରର କୌଣସି ସନ୍ତୋଷଜନକ ଚିତ୍ର ପ୍ରକୃତ କ୍ଷେତ୍ର ରେ ଦେଖିବାକୁ ମିଳୁନାହିଁ।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ପୋଖରୀର ମାଟି ସଠିକ୍ ଭାବେ ଖୋଳାଯାଇ ନାହିଁ କିମ୍ବା ପୋଖରୀର ଗଭୀରତା ବୃଦ୍ଧି ପାଇଁ କୌଣସି ଦୃଶ୍ୟମାନ ପଦକ୍ଷେପ ନିଆଯାଇ ନାହିଁ। ଏହା ଫଳରେ ଓଡିଶା ସରକାର ଙ୍କ ସରକାରୀ ଅର୍ଥର ସଠିକ୍ ବ୍ୟବହାର ହେଉଛି କି ନାହିଁ ନେଇ ତାହା ନେଇ ବଡ଼ ପ୍ରଶ୍ନ ଉଠିଛି।
ଜେସିବିରେ ଏପଟ ସେପଟ ରାମ୍ପି ଶେଷ କରାଗଲା କାମ
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ନିୟମ ଅନୁଯାୟୀ ପୋଖରୀ ର ପଙ୍କ ଓ ମାଟିକୁ ବୈଜ୍ଞାନିକ ପଦ୍ଧତିରେ ବାହାର କରି ପୋଖରୀ ହୁଡ଼ା ର ସୁଦୃଢ଼ୀକରଣ କରିବା କଥା। କିନ୍ତୁ ଏଠାରେ ଜେସିବି ମେସିନ ସାହାଯ୍ୟରେ କେବଳ ଏପଟ ସେପଟ ରାମ୍ପି ଦେଇ କାମ ଶେଷ କରିଦିଆଯାଇଛି। ପୋଖରୀରୁ ବାହାରିଥିବା ପଙ୍କ ଓ ମାଟିକୁ ବାହାରକୁ ନେବା ପରିବର୍ତ୍ତେ ପୋଖରୀ ଭିତରେ ହିଁ ଖେଳେଇ ଦିଆଯାଇଛି।
ଏପରିକି ପୋଖରୀ ହୁଡ଼ାରେ କୌଣସି ନୂଆ ମାଟି ପକାଯାଇନାହିଁ କିମ୍ବା ବର୍ଷା ଦିନରେ ମାଟି ଯେମିତି ଧୋଇ ନ ଯିବ ସେଥିପାଇଁ ପାଇଁ ଆବଶ୍ୟକ ଗାର୍ଡୱାଲ୍ ନିର୍ମାଣ କରାଯାଇ ନାହିଁ। ଏପରି ଅବ୍ୟବସ୍ଥିତ କାର୍ଯ୍ୟପ୍ରଣାଳୀ ପୋଖରୀର ଦୀର୍ଘସ୍ଥାୟୀ ଉନ୍ନତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଗ୍ରାମବାସୀଙ୍କ ଜୀବନ ସହ ଜଡ଼ିତ ଏହି ପୋଖରୀ
ମହେଶ୍ୱରପୁର ଗ୍ରାମବାସୀ ମାନଙ୍କ ପାଇଁ ଏହି ପୋଖରୀ କେବଳ ଏକ ଜଳାଶୟ ନୁହେଁ, ବରଂ ଗ୍ରାମର ସାମାଜିକ ଓ ସାଂସ୍କୃତିକ ଜୀବନର ଏକ ଅବିଚ୍ଛିନ୍ନ ଅଂଶ। ବାହାଘର, ଶୁଦ୍ଧିକ୍ରିୟା, ବିଭିନ୍ନ ପାରମ୍ପରିକ ଉତ୍ସବ ଓ ଅନ୍ୟାନ୍ୟ ଭଲମନ୍ଦ କାର୍ଯ୍ୟ ପାଇଁ ସମଗ୍ର ଅଞ୍ଚଳବାସୀ ଏହି ପୋଖରୀ ଉପରେ ହିଁ ନିର୍ଭର କରନ୍ତି। ବର୍ଷ ବର୍ଷ ଧରି ଏହି ପୋଖରୀ ଗ୍ରାମର ଜୀବନଧାରାକୁ ବଜାୟ ରଖିଆସିଛି।
ତେଣୁ ପୋଖରୀର ଉନ୍ନତିକରଣ ନାଁରେ ଯଦି ଏହାର ପ୍ରକୃତ ରୂପକୁ ନଷ୍ଟ କରାଯାଏ, ତେବେ ଏହା କେବଳ ସରକାରୀ ଅର୍ଥର ଅପବ୍ୟୟ ନୁହେଁ, ବରଂ ଗ୍ରାମବାସୀଙ୍କ ଭାବନା ଓ ଆବଶ୍ୟକତା ପ୍ରତି ଏକ ଅବହେଳା ବୋଲି ଅଞ୍ଚଳବାସୀ କହିଛନ୍ତି।

ମରଣଯନ୍ତା ପାଲଟିଛି ପୋଖରୀ
ଅଧାପନ୍ତରିଆ ଓ ଦାୟିତ୍ୱହୀନ କାମ ଯୋଗୁଁ ପୋଖରୀଟି ଏବେ ଏକ ବିପଜ୍ଜନକ ସ୍ଥିତିରେ ଆସି ପହଞ୍ଚିଛି। ମହେଶ୍ୱରପୁର ର ଏହି ପୋଖରୀ ଭିତରେ ଖେଳେଇ ଦିଆଯାଇଥିବା ପଙ୍କ ଓ ମାଟି ବର୍ଷା ପାଣିରେ ପୁଣି ଧୋଇ ହୋଇ ପୋଖରୀ ମଧ୍ୟକୁ ଚାଲିଯିବାର ସମ୍ଭାବନା ରହିଛି।
ଏହି ପରିସ୍ଥିତିରେ ଛୋଟ ପିଲା, ମହିଳା ଓ ବୟସ୍କ ଲୋକ ମାନେ ପୋଖରୀକୁ ଗଲେ ପଙ୍କରେ ବୁଡ଼ିଯିବାର ଆଶଙ୍କା ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପୂର୍ବରୁ ଯେଉଁ ପୋଖରୀ ସୁରକ୍ଷିତ ଓ ବ୍ୟବହାରଯୋଗ୍ୟ ଥିଲା, ପୁନଃଉଦ୍ଧାର ନାଁରେ ତାହାକୁ ବିପଦପୂର୍ଣ୍ଣ କରିଦିଆଯାଇଛି।
ଗୁରୁତ୍ୱପୂର୍ଣ ତଥ୍ୟ :
| ବିଷୟ | ତଥ୍ୟ |
|---|---|
| ଗ୍ରାମ | ମହେଶ୍ୱରପୁର |
| ପଞ୍ଚାୟତ | ରଜିଆ ପଞ୍ଚାୟତ |
| ବ୍ଲକ | ଚମ୍ପୁଆ ବ୍ଲକ |
| ପ୍ରକଳ୍ପ | ପୋଖରୀ ନବୀକରଣ ଓ ପୁନଃଉଦ୍ଧାର |
| ଆର୍ଥିକ ବର୍ଷ | ୨୦୨୫-୨୬ |
| ମଞ୍ଜୁର ଅର୍ଥରାଶି | ୫ ଲକ୍ଷ ୫୬ ହଜାର ୮୦୮ ଟଙ୍କା |
| ମୁଖ୍ୟ ଅଭିଯୋଗ | ସରକାରୀ ଅର୍ଥ ହରିଲୁଟ୍ ଓ ବ୍ୟାପକ ଅନିୟମିତତା |
| କାର୍ଯ୍ୟ ପ୍ରଣାଳୀ | ଜେସିବି ମେସିନରେ ନିମ୍ନମାନ ର କାର୍ଯ୍ୟ |
| ପ୍ରମୁଖ ତ୍ରୁଟି | ପଙ୍କ ଓ ମାଟି ବାହାରକୁ ବାହାର ନକରିବା |
| ସୁରକ୍ଷା ଆଶଙ୍କା | ପିଲା ଓ ବୟସ୍କ ଙ୍କ ସୁରକ୍ଷା ନେଇ ଚିନ୍ତା |
| ଗ୍ରାମବାସୀଙ୍କ ଦାବି | ତୁରନ୍ତ ତଦନ୍ତ ଓ ସଠିକ୍ ପୁନଃଉଦ୍ଧାର କାର୍ଯ୍ୟ |
ଉନ୍ନତିକରଣ କାର୍ଯ୍ୟ ସମୟରେ ଯନ୍ତ୍ରୀଙ୍କ ଅନୁପସ୍ଥିତି ଓ ଦୁର୍ନୀତି ଅଭିଯୋଗ
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, କାର୍ଯ୍ୟ ଚାଲିଥିବା ସମୟରେ ବିଭାଗୀୟ ଯନ୍ତ୍ରୀ ଘଟଣାସ୍ଥଳରେ ଉପସ୍ଥିତ ରହୁନଥିଲେ। ଫଳରେ କାମର ଗୁଣବତ୍ତା ଓ ମାନ ଯାଞ୍ଚ କରିବା ଉପରେ କୌଣସି ତଦାରଖ କିମ୍ବା ନିରୀକ୍ଷଣ ହୋଇନଥିବା ମଧ୍ୟ ଗ୍ରାମବାସୀ ଙ୍କ ଦ୍ୱାରା ଅଭିଯୋଗ ହୋଇଛି।
ଏପରିକି ‘ତୋର ଅଧେ ମୋର ଅଧେ’ ନୀତି ଆପଣାଇ କିଛି ବିଭାଗୀୟ ଅଧିକାରୀ ଓ ଠିକାଦାର ମିଶି ସରକାରୀ ଟଙ୍କା ଆତ୍ମସାତ କରିବାକୁ ପ୍ରୟାସ କରୁଥିବା ନେଇ ଗ୍ରାମବାସୀ ସିଧାସଳଖ ଅଭିଯୋଗ ଆଣିଛନ୍ତି। ଯଦିଓ ସ୍ଥାନୀୟ ଲୋକ ଙ୍କ ଅଭିଯୋଗ ଆଧାର ରେ ଏହି ଦୁର୍ନୀତି ର କୌଣସି ସରକାରୀ ତଦନ୍ତ ହୋଇନାହିଁ, ତଥାପି ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
ଆହୁରି ପଢନ୍ତୁ : ସାମାଜିକ ପରିବର୍ତ୍ତନ ପାଇଁ ଦୌଡ଼ିଲେ ୫୦୦ରୁ ଅଧିକ ଲୋକ
ଏହି ଖବର ପଢନ୍ତୁ : ଓଡ଼ିଶାରେ ପହଞ୍ଚିଲା ମୌସୁମୀ ବାୟୁ ବର୍ଷାରେ ଭିଜିଲା ଉପକୂଳ ତାତିରୁ ମିଳିଲା ଆଶ୍ୱସ୍ତି
ତୁରନ୍ତ ତଦନ୍ତ ଓ ପୋଖରୀ ର ସଠିକ୍ ରୂପାୟନ ଦାବି
ଏହି ସମ୍ବେଦନଶୀଳ ଘଟଣାକୁ ନେଇ ମହେଶ୍ୱରପୁ ଗ୍ରାମ ର ଗ୍ରାମବାସୀ ମାନେ ଜିଲ୍ଲା ପ୍ରଶାସନ ଓ ଉଚ୍ଚ କର୍ତ୍ତୃପକ୍ଷଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ସେମାନଙ୍କ ଦାବି ହେଉଛି ଯେ ପୋଖରୀ ପୁନଃଉଦ୍ଧାର କାର୍ଯ୍ୟର ସମ୍ପୂର୍ଣ୍ଣ ତଦନ୍ତ କରାଯାଉ, ଅନିୟମିତତାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ଏବଂ ପୋଖରୀକୁ ନିୟମ ଅନୁସାରେ ପୁନର୍ବାର ରୂପାୟନ କରାଯାଉ।
ଗ୍ରାମବାସୀଙ୍କ କହିବା କଥା, ଯଦି ଏଭଳି ଭାବେ ବିକାଶ ଯୋଜନାର ଅର୍ଥ ହରିଲୁଟ୍ ହେବ ଓ ଲୋକ ମାନଙ୍କ ମୌଳିକ ସମ୍ପଦ ନଷ୍ଟ ହେବ, ତେବେ ଓଡିଶା ସରକାର ଙ୍କ ବିକାଶମୂଳକ ଯୋଜନାର ପ୍ରକୃତ ଉଦ୍ଦେଶ୍ୟ କେବେବି ସଫଳ ହୋଇପାରିବ ନାହିଁ। ତେଣୁ ଏହି ଘଟଣାର ନିରପେକ୍ଷ ତଦନ୍ତ ହେବା ସହ ଦୋଷୀଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ସେମାନେ ଜୋରଦାର ଦାବି କରିଛନ୍ତି।
ପ୍ରଶ୍ନୋତ୍ତର :
ମହେଶ୍ୱରପୁର ପୋଖରୀ ପୁନଃଉଦ୍ଧାର ପାଇଁ କେତେ ଟଙ୍କା ମଞ୍ଜୁର ହୋଇଥିଲା?
ମହେଶ୍ୱରପୁର ଗ୍ରାମର ପୋଖରୀ ନବୀକରଣ ଓ ପୁନଃଉଦ୍ଧାର ପାଇଁ ୫ ଲକ୍ଷ ୫୬ ହଜାର ୮୦୮ ଟଙ୍କା ମଞ୍ଜୁର କରାଯାଇଥିଲା।
ପୋଖରୀ ପୁନଃଉଦ୍ଧାର କାର୍ଯ୍ୟରେ କଣ ଅନିୟମିତତା ଅଭିଯୋଗ ହୋଇଛି?
ପୋଖରୀର ପଙ୍କ ଓ ମାଟି ସଠିକ୍ ଭାବେ ଉଦ୍ଧାର ନ କରିବା, ଜେସିବି ମେସିନରେ ଉପରେ ଉପରେ କାମ ସାରିଦେବା ଏବଂ ନିମ୍ନମାନର କାମ କରାଯାଇଥିବା ଅଭିଯୋଗ ହୋଇଛି।
ଗ୍ରାମବାସୀଙ୍କ ମୁଖ୍ୟ ଅଭିଯୋଗ କ’ଣ?
ଗ୍ରାମବାସୀଙ୍କ ଅଭିଯୋଗ ହେଉଛି, ପୋଖରୀ ପୁନଃଉଦ୍ଧାର ନାଁରେ ସରକାରୀ ଅର୍ଥ ହରିଲୁଟ୍ କରାଯାଇଛି ଏବଂ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଘଟିଛି।
ପୋଖରୀର ବର୍ତ୍ତମାନ ସ୍ଥିତି କିପରି ରହିଛି?
ଅଧାପନ୍ତରିଆ ଓ ଦାୟିତ୍ୱହୀନ କାମ ଯୋଗୁଁ ପୋଖରୀଟି ବିପଦପୂର୍ଣ୍ଣ ସ୍ଥିତିରେ ପହଞ୍ଚିଛି ଏବଂ ପିଲା ଓ ବୟସ୍କ ଙ୍କ ପାଇଁ ବିପଦ ସୃଷ୍ଟି କରିଛି।
ଗ୍ରାମବାସୀମାନେ ପ୍ରଶାସନ ପାଖରେ କ’ଣ ଦାବି କରିଛନ୍ତି?
ଗ୍ରାମବାସୀମାନେ ସମ୍ପୂର୍ଣ୍ଣ ଘଟଣାର ନିରପେକ୍ଷ ତଦନ୍ତ, ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଏବଂ ପୋଖରୀର ସଠିକ୍ ପୁନଃଉଦ୍ଧାର ଦାବି କରିଛନ୍ତି।
ପୋଖରୀଟି ମହେଶ୍ୱରପୁର ଗ୍ରାମ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ?
ବାହାଘର, ଶୁଦ୍ଧିକ୍ରିୟା, ଧାର୍ମିକ ଓ ସାମାଜିକ କାର୍ଯ୍ୟ ସହିତ ଗ୍ରାମବାସୀଙ୍କ ଦୈନନ୍ଦିନ ଆବଶ୍ୟକତା ପାଇଁ ଏହି ପୋଖରୀ ଏକମାତ୍ର ଭରସା ହୋଇଥିବାରୁ ଏହାର ଗୁରୁତ୍ୱ ଅଧିକ।
- ୫.୫୬ ଲକ୍ଷ ଟଙ୍କା ମଞ୍ଜୁର: ମହେଶ୍ୱରପୁର ଗ୍ରାମର ପୋଖରୀ ନବୀକରଣ ଓ ପୁନଃଉଦ୍ଧାର ପାଇଁ ୫ ଲକ୍ଷ ୫୬ ହଜାର ୮୦୮ ଟଙ୍କା ଅନୁଦାନ ମଞ୍ଜୁର କରାଯାଇଥିଲା। ।
- ବ୍ୟାପକ ଅନିୟମିତତାର ଅଭିଯୋଗ: ପୋଖରୀ ର ପଙ୍କ ଓ ମାଟି ସଠିକ୍ ଭାବେ ଉଦ୍ଧାର ନକରି କେବଳ ଉପରେ ଉପରେ କାମ କରାଯାଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ।
- ସୁରକ୍ଷା ପ୍ରତି ବିପଦ: ପୋଖରୀ ଭିତରେ ପଙ୍କ ଓ ମାଟି ରହିଯାଇଥିବାରୁ ବର୍ଷା ସମୟରେ ପିଲା ଓ ବୟସ୍କ ଙ୍କ ପାଇଁ ବିପଦ ର ଆଶଙ୍କା ସୃଷ୍ଟି ହୋଇଛି। ।
- ସରକାରୀ ଅର୍ଥ ହରିଲୁଟ୍ ଅଭିଯୋଗ: ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧ୍ୟରେ ସହଭାଗିତା କରି ସରକାରୀ ଅର୍ଥ ଆତ୍ମସାତ କରିବାକୁ ଚେଷ୍ଟା ହୋଇଥିବା ଅଭିଯୋଗ ଉଠିଛି। ।
- ତୁରନ୍ତ ତଦନ୍ତ ଦାବି: ଘଟଣାର ନିରପେକ୍ଷ ତଦନ୍ତ, ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଓ ପୋଖରୀର ସଠିକ୍ ପୁନଃଉଦ୍ଧାର ପାଇଁ ଗ୍ରାମବାସୀ ଜିଲ୍ଲା ପ୍ରଶାସନଙ୍କ ହସ୍ତକ୍ଷେପ ଦାବି କରିଛନ୍ତି। ।
ସରକାର ଯୋଜନା ର ଦୁର୍ନୀତି କିପରି ରୋକାଯାଇପାରିବ
ମହେଶ୍ୱରପୁର ଗ୍ରାମର ପୋଖରୀ ପୁନଃଉଦ୍ଧାର ନାଁରେ ଉଠିଥିବା ଅନିୟମିତତା ଅଭିଯୋଗ କେବଳ ଏକ ସାଧାରଣ ବିକାଶମୂଳକ କାର୍ଯ୍ୟର ତ୍ରୁଟି ନୁହେଁ, ବରଂ ସରକାରୀ ଯୋଜନାର ସ୍ୱଚ୍ଛତା, ଉପରେ ପ୍ରଶ୍ନ ଏବଂ ଲୋକଙ୍କ ବିଶ୍ୱାସ ସହ ଜଡ଼ିତ ଏକ ଗୁରୁତ୍ୱପୂର୍ଣ ପ୍ରସଙ୍ଗ। ଗ୍ରାମାଞ୍ଚଳରେ ପୋଖରୀ, ଜଳାଶୟ ଓ ଅନ୍ୟାନ୍ୟ ସାର୍ବଜନୀନ ସମ୍ପଦ କେବଳ ପ୍ରାକୃତିକ ସମ୍ପଦ ନୁହେଁ, ବରଂ ଲୋକଙ୍କ ସାମାଜିକ, ଆର୍ଥିକ ଓ ସାଂସ୍କୃତିକ ଜୀବନର ଏକ ଅବିଚ୍ଛିନ୍ନ ଅଂଶ। ତେଣୁ ଏହାର ଉନ୍ନତି ନାଁରେ ଯଦି ଅର୍ଥର ଅପବ୍ୟୟ ହୁଏ କିମ୍ବା ନିମ୍ନମାନର କାର୍ଯ୍ୟ କରାଯାଏ, ତେବେ ଏହା ଉନ୍ନତିର ପରିବର୍ତ୍ତେ ଲୋକ ମାନଙ୍କ ପାଇଁ ଅଧିକ ସମସ୍ୟା ସୃଷ୍ଟି କରିବ।
ମହେଶ୍ୱରପୁର ପୋଖରୀ ଗ୍ରାମବାସୀଙ୍କ ଦୈନନ୍ଦିନ ଜୀବନ, ବିଭିନ୍ନ ସାମାଜିକ କାର୍ଯ୍ୟ ଏବଂ ପାରମ୍ପରିକ ରୀତିନୀତି ସହ ନିବିଡ଼ ଭାବେ ଜଡ଼ିତ। ଏହି ପୋଖରୀର ବର୍ତ୍ତମାନ ସ୍ଥିତିକୁ ନେଇ ସୃଷ୍ଟି ହୋଇଥିବା ଅସନ୍ତୋଷ ଓ ସୁରକ୍ଷା ଆଶଙ୍କା ପ୍ରଶାସନ ପାଇଁ ଏକ ଗୁରୁତର ଚେତାବନୀ। ଯଦି ଏହି ଅଭିଯୋଗର ନିରପେକ୍ଷ ତଦନ୍ତ ନ ହୁଏ ଏବଂ ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ନ ନିଆଯାଏ, ତେବେ ଲୋକଙ୍କ ବିକାଶମୂଳକ ଯୋଜନା ପ୍ରତି ଆସ୍ଥା ଭାଙ୍ଗିଯିବାର ଆଶଙ୍କା ରହିଛି।
ଏଭଳି ସ୍ଥିତିରେ ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ତୁରନ୍ତ ଘଟଣାର ତଦନ୍ତ କରି ପୋଖରୀର ସଠିକ୍ ପୁନଃଉଦ୍ଧାର, କାର୍ଯ୍ୟର ଗୁଣବତ୍ତା ନିଶ୍ଚିତ କରିବା ଏବଂ ସରକାରୀ ଅର୍ଥର ସଠିକ୍ ବ୍ୟବହାର ପ୍ରତି ପଦକ୍ଷେପ ନେବା ଅତ୍ୟନ୍ତ ଜରୁରୀ। କାରଣ ପ୍ରକୃତ ବିକାଶ ସେତେବେଳେ ସମ୍ଭବ, ଯେତେବେଳେ ସରକାରୀ ଯୋଜନାର ଲାଭ ପ୍ରକୃତରେ ଲୋକଙ୍କ ପାଖରେ ପହଞ୍ଚିବ ଏବଂ ସାର୍ବଜନୀନ ସମ୍ପଦର ସୁରକ୍ଷା ଓ ଉନ୍ନତି ନିଶ୍ଚିତ ହେବ।
ଗୁରୁତ୍ୱପୂର୍ଣ ଲିଙ୍କ :

Jagruti Live Media is one of the fastest-growing digital news channels in Odisha, widely recognized for its trusted and impactful journalism. With the tagline “Odisha Mati Ra Khabara”, the platform delivers authentic and timely news across politics, entertainment, sports, national and international affairs, exclusive interviews, viral stories, and breaking updates.
Dedicated to bringing the voice of the people to the forefront, Jagruti Live Media has set a new benchmark in digital journalism through credible reporting, fast news delivery, and audience-focused storytelling across multiple platforms.



