jagrutinews.com

!-- TradingView Widget BEGIN -->
!-- TradingView Widget BEGIN -->
Responsive Breaking News Ticker
!
BREAKING NEWS

Bhadrak viral case : ବୋହୁ କୁ ମିଳୁନି ଶ୍ୱଶୁର ଘରେ ସ୍ଥାନ ଭଦ୍ରକରେ ଅଭାବନୀୟ ଘଟଣା ନ୍ୟାୟ ପାଇଁ ଅନୁରୋଧ କଲେ ବିବାହିତା ମହିଳା

Bhadrak viral case : ଓଡ଼ିଶାର ଭଦ୍ରକ ଜିଲ୍ଲାରୁ ଆସିଥିବା ଏକ ଘଟଣା ସମାଜକୁ ଆନ୍ଦୋଳିତ କରିଛି । ବିବାହ ପରେ ଜଣେ ଝିଅ ନିଜ ଶ୍ୱଶୁର ଘରେ ସମ୍ମାନ ଓ ସୁରକ୍ଷା ପାଇବା ତାଙ୍କର ଅଧିକାର । କିନ୍ତୁ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ଛାୟାଳସିଂ ପଞ୍ଚାୟତର ମହୁଲଗଡ଼ିଆ ଗ୍ରାମରେ ଏକ ବିବାହିତା ମହିଳାଙ୍କୁ ନିଜ ଶ୍ୱଶୁର ଘରକୁ ପ୍ରବେଶ କରିବାକୁ ଦିଆଯାଇନଥିବା ଅଭିଯୋଗ ଆସିଛି । ଏହି ଘଟଣା ଏବେ ଭଦ୍ରକ ରେ ଚର୍ଚ୍ଚାର ବିଷୟ ପାଲଟିଛି ।

Bhadrak viral case : ଶ୍ୱଶୁର ଘରେ ବୋହୁ କୁ ମିଳୁନି ଜାଗା

Bhadrak viral case : ବିବାହ ଆରମ୍ଭ ରୁ ହେଲା ବିବାଦ ର ସୃଷ୍ଟି

Bhadrak viral case : ଭଦ୍ରକ ଜିଲ୍ଲାର ମହୁଲଗଡ଼ିଆ ଗ୍ରାମର ରଘୁନାଥ ରାଉତଙ୍କ ପୁଅ ଦିବ୍ୟୟୋତି ରାଉତଙ୍କ ସହ କେନ୍ଦୁଝର ଜିଲ୍ଲା ଭରଦାଗଡ଼ିଆ ଶୋଷ ଅଞ୍ଚଳର ମଧୁସୂଦନ ବେହେରାଙ୍କ ଝିଅ ଲିମନ ବେହେରାଙ୍କ ବିବାହ ୦୪ ଜୁଲାଇ ୨୦୨୫ ରେ ଭଦ୍ରକର ଆନନ୍ଦବଜାର ଅର୍ଣ୍ଣପାଳ ସ୍ଥିତ ମା ମହାଲକ୍ଷ୍ମୀ ଫଙ୍କସନ୍ ହଲରେ ବୈଦିକ ରୀତିନୀତିରେ ସମ୍ପନ୍ନ ହୋଇଥିଲା ।

ବିବାହ ପରେ ଲିମନ ନିଜ ଶଶୁରଘରକୁ ଯାଇଥିଲେ । କିନ୍ତୁ ଅଭିଯୋଗ ଅନୁଯାୟୀ, ଚତୁର୍ଥୀ ପରଦିନଠାରୁ ତାଙ୍କ ଉପରେ ଶାରୀରିକ ଓ ମାନସିକ ନିର୍ଯାତନା ଆରମ୍ଭ ହୋଇଥିଲା ।

କଣ ରହିଛି ଅଭିଯୋଗ ଓ ଅଭିଯୁକ୍ତ କିଏ

Bhadrak viral case : ଲିମନ ବେହେରାଙ୍କ ଅଭିଯୋଗ ଅନୁସାରେ ତାଙ୍କ ସ୍ୱାମୀ ଦିବ୍ୟୟୋତି ରାଉତ, ଶ୍ୱଶୁର ରଘୁନାଥ ରାଉତ, ଶାଶୁ ଶକୁନ୍ତଳା ରାଉତ ସହ ଘରର ଅନ୍ୟ ସଦସ୍ୟମାନେ ତାଙ୍କୁ ଗାଳିଗୁଲଜ କରିବା ସହ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ ।

ଅଭିଯୋଗ ଅନୁସାରେ ସାନ ନଣନ୍ଦ ଲୋପାମୁଦ୍ରା ନାୟକ ଓ ତାଙ୍କ ସ୍ୱାମୀ ସୁବ୍ରତ ନାୟକ, ବଡ଼ ନଣନ୍ଦ ଐଶର୍ଯ୍ୟ ଧଳ ଓ ତାଙ୍କ ସ୍ୱାମୀ କୃଷ୍ଣକଲ୍ୟାଣ ଧଳଙ୍କ ନାମ ମଧ୍ୟ ଉଲ୍ଲେଖ ହୋଇଛି ।

ଅଭିଯୋଗ ଅନୁସାରେ ଦୁଇଦୁଇ ଥର ସମାଧାନ ଚେଷ୍ଟା ବିଫଳ

ବିବାହର ଛଅ ମାସ ମଧ୍ୟରେ ଦୁଇଥର ଭଦ୍ରଲୋକଙ୍କ ଉପସ୍ଥିତିରେ ଘଟଣାର ସମାଧାନ କରିବାକୁ ଚେଷ୍ଟା କରାଯାଇଥିଲା । କିନ୍ତୁ ପରିସ୍ଥିତି ରେ କିଛି ସୁଧାର ହୋଇନଥିଲା ।

ଏହାପରେ ଲିମନ ବେହେରା ଶୋଷ ଥାନାରେ ଲିଖିତ ଏତଲା ଦେଇଥିଲେ । ୩୦ ମାର୍ଚ୍ଚ ୨୦୨୬ ତାରିଖରେ ଏକ ମାମଲା ରଜୁ ହୋଇଥିବା ଜଣାପଡ଼ିଛି ।

ଥାନାରେ ଉଭୟ ପକ୍ଷଙ୍କୁ ଡାକି ଆଲୋଚନା ମଧ୍ୟ କରାଯାଇଥିଲା । ପରେ କେନ୍ଦୁଝର ଏସ୍‌ପିଙ୍କ ପାଖରେ ମଧ୍ୟ ଲିଖିତ ଅଭିଯୋଗ କରାଯାଇଥିଲା ।

ପୋଲିସ ର ବୁଝାସୁଝା ପରେ ମଧ୍ୟ ମିଳିଲାନି ଶ୍ୱଶୁର ଘରେ ପ୍ରବେଶ

ଗତ ୨ ମଇ ୨୦୨୬ ରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶୋଷ ଥାନାକୁ ଆସି ଉଭୟ ପକ୍ଷଙ୍କୁ ଡାକିଥିଲେ । ସେଠାରେ ଶ୍ୱଶୁର ପକ୍ଷ ଲିମନଙ୍କୁ ଘରେ ରଖିବାକୁ ସମ୍ମତି ଦେଇଥିବା କୁହାଯାଉଛି ।

ପୁଣି ୯ ମଇ ୨୦୨୬ ରେ ଶୋଷ ଆଇଆଇସି ମାଡାମ ଉଭୟ ପକ୍ଷଙ୍କୁ ଡାକି କହିଥିଲେ ଯେ ବହୁ ନିଜ ଶ୍ୱଶୁର ଘରକୁ ଯିବେ ।

କିନ୍ତୁ ୧୧ ମଇ ୨୦୨୬ ରେ ସନ୍ଧ୍ୟା ୪ଟା ସମୟରେ ଲିମନ ଶ୍ୱଶୁର ଘରକୁ ପହଞ୍ଚିବା ପରେ ତାଙ୍କୁ ଘର ଭିତରକୁ ଯିବାକୁ ଦିଆଯାଇନଥିଲା ।

ଗେଟ୍‌ରେ ତାଲାପକାଇ ଭୁଜାଲି ଧରି ଧମକ ଦେଇଥିବା ଅଭିଯୋଗ କରିଛନ୍ତି ଲିମନ

ଅଭିଯୋଗ ଅନୁଯାୟୀ ଲିମନଙ୍କୁ ଦେଖି ଘରର ଗେଟ୍‌ରେ ତାଲା ପକାଯାଇଥିଲା । ଶାଶୁ ଓ ସାନ ନଣନ୍ଦ ଗେଟ୍‌ ସାମ୍ନାରେ ବସି ତାଙ୍କୁ ଆପତ୍ତି ଜନକ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି ।

ସେହିପରି ଦିବ୍ୟଜ୍ୟୋତି ଓ ରଘୁନାଥ ରାଉତ ଭୁଜାଲି ଧରି ଜୀବନରୁ ମାରିଦେବାକୁ ଧମକ ଦେଇଥିବା କଥା ମଧ୍ୟ ଲିମନ ଅଭିଯୋଗ କରିଛନ୍ତି ।

ଭୟଭୀତ ହୋଇ ଲିମନ ୧୧୨ ନମ୍ବରକୁ ଫୋନ କରି ସହାୟତା ମାଗିଥିଲେ ।

ଏହି ଘଟଣା ରୁ ସମାଜ ପାଇଁ କଣ ରହିଛି ବଡ଼ ପ୍ରଶ୍ନ

ଏହି ଘଟଣା କେବଳ ଜଣେ ବିବାହିତା ମହିଳା ଙ୍କ ଦୁଃଖ ନୁହେଁ, ଏହା ସମାଜ ପାଇଁ ମଧ୍ୟ ଏକ ବଡ଼ ପ୍ରଶ୍ନ ସୃଷ୍ଟି କରିଛି । ଯେଉଁଠି ଜଣେ ଝିଅ ବିବାହ ପରେ ନିଜ ଘର ବୋଲି ଶ୍ୱଶୁର ଘରକୁ ଭାବେ, କିନ୍ତୁ ସେଠାରେ ତାଙ୍କୁ ଘରକୁ ପ୍ରବେଶ କରିବାକୁ ମଧ୍ୟ ଦିଆଯାଉନି ।

ସ୍ଥାନୀୟ ଲୋକ ମାନଙ୍କ ମତରେ, ଏପରି ଘଟଣା ସମାଜରେ ମହିଳାଙ୍କ ସୁରକ୍ଷା ଓ ସମ୍ମାନ ଉପରେ ଗଭୀର ପ୍ରଶ୍ନ ଉଠାଇଛି ।

ଘଟଣାର ମୁଖ୍ୟ ତଥ୍ୟ (Chart)
ବିଷୟତଥ୍ୟ
ବିବାହ ତାରିଖ୦୪ ଜୁଲାଇ ୨୦୨୫
ବିବାହ ସ୍ଥାନମା ମହାଲକ୍ଷ୍ମୀ ଫଙ୍କସନ୍ ହଲ, ଭଦ୍ରକ
ଝିଅଙ୍କ ନାମଲିମନ ବେହେରା
ସ୍ୱାମୀଙ୍କ ନାମଦିବ୍ୟୟୋତି ରାଉତ
ଗ୍ରାମମହୁଲଗଡ଼ିଆ, ବନ୍ତ, ଭଦ୍ରକ
ଅଭିଯୋଗମାନସିକ ଓ ଶାରୀରିକ ନିର୍ଯାତନା
ଥାନାଶୋଷ ଥାନା
ପୋଲିସ ସହାୟତା୧୧୨ ନମ୍ବରକୁ ଫୋନ
ମୁଖ୍ୟ ଅଭିଯୋଗଘରକୁ ପ୍ରବେଶ ନ ଦେବା, ଧମକ
ମହିଳାଙ୍କ ପାଇଁ କଣ ରହିଛି ଆଇନଗତ ସହାୟତା

ଭାରତୀୟ ଆଇନ ଅନୁଯାୟୀ ବିବାହିତା ମହିଳାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନାରୁ ସୁରକ୍ଷା ଦିଆଯାଇଛି । ସେମାନେ ଘରୋଇ ହିଂସା ବିରୋଧୀ ଆଇନ ଅନୁସାରେ ନ୍ୟାୟ ମାଗିପାରିବେ ।

ଗୁରୁତ୍ୱପୂର୍ଣ୍ଣ ସହାୟତା ନମ୍ବର
ସେବାନମ୍ବର
ତତ୍କାଳୀନ ପୋଲିସ ସହାୟତା112
ମହିଳା ହେଲ୍ପଲାଇନ181
ନ୍ୟାସନାଲ ଓମେନ ହେଲ୍ପଲାଇନ1091

Important Links

National Commission for Women: [NCW Official Website]

Odisha Police Citizen Portal: [Odisha Police Portal]

Women Helpline Information: [Women Helpline 181]

FAQ
1. ଲିମନ ବେହେରାଙ୍କ ମୁଖ୍ୟ ଅଭିଯୋଗ କଣ ?

ଲିମନଙ୍କ ଅଭିଯୋଗ ଅନୁଯାୟୀ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଇଥିଲା ଏବଂ ଶ୍ୱଶୁର ଘରକୁ ପ୍ରବେଶ କରିବାକୁ ଦିଆଯାଇନଥିଲା ।

2. ଘଟଣା କେଉଁ ଜିଲ୍ଲାର ?

ଏହି ଘଟଣା ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ମହୁଲଗଡ଼ିଆ ଗ୍ରାମ ସହ ଜଡିତ।

3. ପୋଲିସ କଣ କରିଛି ?

ପୋଲିସ ଉଭୟ ପକ୍ଷଙ୍କୁ ଡାକି ବୁଝାସୁଝା କରିଥିଲା ଏବଂ ସମାଧାନର ଚେଷ୍ଟା କରିଥିଲା ।

4. ମହିଳା ନିର୍ଯାତନା ମାମଲାରେ କେଉଁଠି ଅଭିଯୋଗ କରିପାରିବେ ?

ନିକଟସ୍ଥ ଥାନା, ମହିଳା ଥାନା, 112 କିମ୍ବା 181 ହେଲ୍ପଲାଇନରେ ଅଭିଯୋଗ କରିପାରିବେ ।

5. ଏହି ଘଟଣାରେ ତଦନ୍ତ ଚାଲିଛି କି ?

ଅଭିଯୋଗ ଅନୁଯାୟୀ ଥାନାରେ ମାମଲା ରଜୁ ହୋଇଛି ଏବଂ ତଦନ୍ତ ପ୍ରକ୍ରିୟା ଚାଲିଥିବା କୁହାଯାଉଛି ।

ଜଣେ ବିବାହିତା ମହିଳା ଙ୍କ ପାଇଁ ଶ୍ୱଶୁର ଘର ହେଉଛି ତାଙ୍କ ନୂଆ ଜୀବନର ଆଶ୍ରୟସ୍ଥଳ । କିନ୍ତୁ ଯଦି ସେଠାରେ ସମ୍ମାନ ଓ ସୁରକ୍ଷା ନମିଳେ, ତେବେ ଏହା ସମାଜ ପାଇଁ ଚିନ୍ତାର ବିଷୟ । ଲିମନ ବେହେରାଙ୍କ ଘଟଣାର ସଠିକ୍ ତଦନ୍ତ ହୋଇ ତାଙ୍କୁ ନ୍ୟାୟ ମିଳୁ ବୋଲି ସ୍ଥାନୀୟ ଲୋକେ ମତବ୍ୟକ୍ତ କରିଛନ୍ତି ।

Also Read :

Odisha crime news today : ପୂଜା ସ୍ବାଇଁ ହତ୍ୟା ଘଟଣାରେ ହିଞ୍ଜିଳିରେ କଂଗ୍ରେସର May 8th ରେ ସାମ୍ବାଦିକ ସମ୍ମିଳନୀ

Corruption in indian hospital : ସାଞ୍ଚି ହସ୍ପିଟାଲ ନାଁ ରେ ଆସିଲା କେନାଲ ଜବରଦଖଲ ଅଭିଯୋଗ ୨୯ ନମ୍ବର ୱାର୍ଡରେ ବଢୁଛି ଅସନ୍ତୋଷ

Odisha crimenews : ପରକିୟା ନେଲା ସ୍ୱାମୀ ର ଜୀବନ ଭଦ୍ରକରେ ଉତ୍ତେଜନା ଓ ରାସ୍ତା ଅବରୋଧ

Leave a Comment

Your email address will not be published. Required fields are marked *

Scroll to Top