jagrutinews.com

!-- TradingView Widget BEGIN -->
!-- TradingView Widget BEGIN -->
Responsive Breaking News Ticker
!
BREAKING NEWS

all odia movie : କାଙ୍ଗୁଳା ଭକ୍ତି, ପରମ୍ପରା ଓ ଦିବ୍ୟ ଶକ୍ତିର ଏକ ଅଲୌକିକ ଯାତ୍ରା ର ପ୍ରିମିୟର ଇଭେଣ୍ଟ

all odia movie : ପ୍ରିମିୟର୍ ଇଭେଣ୍ଟରେ ପୁରା କାଙ୍ଗୁଲା ଟିମ୍। ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନୂଆ ଆଶା ଓ ଉତ୍ସାହ ନେଇ ଆସିଛି ଫିଲ୍ମ “କାଙ୍ଗୁଲା (ମା କାଳୀ ର ଦଣ୍ଡନାଚା)”। ଏହି ଓଡ଼ିଆ ଚଳଚ୍ଚିତ୍ର ର ପ୍ରିମିୟର୍ ଇଭେଣ୍ଟ ଅତ୍ୟନ୍ତ ଆଡମ୍ବରପୂର୍ଣ୍ଣ ଭାବେ ଆୟୋଜିତ ହୋଇଥିଲା। ଯେଉଁଠାରେ ଫିଲ୍ମର ସମସ୍ତ ଟିମ୍ ଓ ବହୁ ସିନେମା ପ୍ରେମୀ ଉପସ୍ଥିତ ଥିଲେ। Satyanarayan Productions & Sambeet Accharya Films ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ର ଆରମ୍ଭରୁ ହିଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ପ୍ରଡ୍ୟୁସର ସୁବେନ୍ଦ୍ର କୁମାର ମଲ୍ଲାସମ୍ବୀତ ଆଚାର୍ୟ ଏହି ଫିଲ୍ମକୁ ଏକ ଭିନ୍ନ ଢଙ୍ଗ ରେ ଦର୍ଶକଙ୍କ ସମ୍ମୁଖରେ ଆଣିବା ପାଇଁ ନିଜ ସର୍ବଶ୍ରେଷ୍ଠ ପ୍ରୟାସ କରିଛନ୍ତି। ନିର୍ଦ୍ଦେଶକ ଅଶ୍ୱିନୀ ତ୍ରିପାଠୀ ଙ୍କ ନିର୍ଦ୍ଦେଶନାରେ ଫିଲ୍ମଟି ଏକ ଗଭୀର ସାଂସ୍କୃତିକ ଭାବନାକୁ ନେଇ ତିଆରି ହୋଇଛି।

all odia movie : କାଙ୍ଗୁଲା ଓଡ଼ିଆ ଚଳଚ୍ଚିତ୍ର ର ପ୍ରିମିୟର ଇଭେଣ୍ଟ

all odia movie : ଦର୍ଶକ ଙ୍କ ମନକୁ ଛୁଇଁଛି କାଙ୍ଗୁଲା ର କାହାଣୀ ଓ ସଂଗୀତ

ଫିଲ୍ମ କାଙ୍ଗୁଲା ର କାହାଣୀ ଓଡ଼ିଶାର ଅନୁଗୁଳ ଜିଲ୍ଲା ରେ ଅବସ୍ଥିତ ପ୍ରକୃତ କାଙ୍ଗୁଳା ଗାଁକୁ କେନ୍ଦ୍ର କରି ବର୍ଣ୍ଣନା କରାଯାଇଛି। ଏହି କାହାଣୀରେ ଦେଖାଯାଏ ଏକ ନିର୍ବିକାର, ଚିନ୍ତାହୀନ ଯୁବକଙ୍କ ଜୀବନ, ଯିଏ ଏକ ଦଣ୍ଡନାଚ ଦଳର ସଦସ୍ୟ। କିନ୍ତୁ ମା କାଙ୍ଗୁଲା ଙ୍କ ପବିତ୍ର ଉତ୍ସବ ସମୟରେ ତାଙ୍କ ଜୀବନ ରେ ଏକ ବଡ଼ ପରିବର୍ତ୍ତନ ଆସେ।

ଭକ୍ତି, ପ୍ରତିସ୍ପର୍ଧା ଓ ଭାଗ୍ୟ ଯେତେବେଳେ ଏକ ସ୍ଥାନରେ ମିଶିଯାଏ, ସେତେବେଳେ ଦେଖାଯାଏ ଏକ ଦିବ୍ୟ ପରିଣତି। ଫିଲ୍ମଟି ମାନବ ଭାବନା ଓ ଆଧ୍ୟାତ୍ମିକତାକୁ ସୁନ୍ଦର ଭାବରେ ପ୍ରସ୍ତୁତ କରିଛି।ସଙ୍ଗୀତରେ ବୈଦ୍ୟନାଥ ଦାଶ, ଜେଏନ୍ ପଦ୍ମାସୁମିତ ଦିକ୍ଷିତ ତାଙ୍କ ସୁମଧୁର ସ୍ୱର ରେ ସିନେମା ଟି ର ମୂଲ୍ୟବୋଧ ଆହୁରି ଦ୍ବିଗୁଣିତ କରିଛନ୍ତି। ସ୍କ୍ରିନପ୍ଲେ ଓ ଡାଏଲଗ୍ ଅମିତ କୁମାର ଦାସ ଙ୍କ ଦ୍ୱାରା ଲେଖାଯାଇଥିବାରୁ କାହାଣୀ ଅଧିକ ପ୍ରଭାବଶାଳୀ ହୋଇଛି।

ଜାଣନ୍ତୁ କାଙ୍ଗୁଲା ଚଳଚ୍ଚିତ୍ର ର ପୁରା ଷ୍ଟାର କାଷ୍ଟ

ଫିଲ୍ମରେ ଏକ ଶକ୍ତିଶାଳୀ ଷ୍ଟାର କାଷ୍ଟ ଦେଖିବାକୁ ମିଳିଛି। ମୁଖ୍ୟ ଭୂମିକାରେ ସମ୍ବୀତ ଆଚାର୍ୟ , ସୂର୍ଯ୍ୟମୟୀ ମହାପାତ୍ର , ଅଭିଷେକ ଗିରି , ସୁଶାନ୍ତ ଦାଶ ମହାପାତ୍ର , ଶ୍ରୀତମ ଦାସ ଅଭିନୟ କରିଛନ୍ତି। ସେହିପରି ପୁପିନ୍ଦର , ନଭପ୍ରୀତ, ପ୍ରଦ୍ୟୁମ୍ନ ଲେଙ୍କା , ଚେନ୍ତା , ଡଲି ଆପା , ଭକ୍ତି ଓ ଅନ୍ୟାନ୍ୟ ଶିଳ୍ପୀମାନେ ମଧ୍ୟ ନିଜ ଭୂମିକାରେ ଜୀବନ ଭରିଦେଇଛନ୍ତି।

ଏହି ଫିଲ୍ମଟି ୨୪ ଏପ୍ରିଲ୍ ୨୦୨୬ ତାରିଖରେ ସିନେମା ହଲରେ ମୁକ୍ତିଲାଭ କରି ସାରିଛି । ଦର୍ଶକମାନେ ଏହାକୁ ଥିଏଟରରେ ଦେଖି କାଙ୍ଗୁଲା ର ପ୍ରଶଂସା କରିବାକୁ ପଛଘୁଞ୍ଚା ଦେଉନାହାନ୍ତି ।

ମିଡିଆ ପ୍ଲାନର୍ ଅମରେଶ ଙ୍କ ଯୋଜନାରେ ଫିଲ୍ମଟିର ପ୍ରଚାର ପ୍ରସାର ବ୍ୟାପକ ଭାବରେ ଚାଲିଛି, ଯାହା ଦ୍ୱାରା ଏହା ଲୋକମାନଙ୍କ ମଧ୍ୟରେ ବିଶେଷ ଚର୍ଚ୍ଚାରେ ରହିଛି।

କାଙ୍ଗୁଲା କେବଳ ଏକ ସିନେମା ନୁହେଁ। ଏହା ଓଡ଼ିଶାର ସଂସ୍କୃତି, ଭକ୍ତି ଓ ପରମ୍ପରାର ଏକ ଜୀବନ୍ତ ପ୍ରତିଛବି। ଦର୍ଶକମାନଙ୍କୁ ଏହା ଏକ ନୂତନ ଅନୁଭୂତି ଦେବା ସହ ଓଡ଼ିଆ ଅସ୍ମିତା ପାଇଁ ଗର୍ବ ଆଣିଛି ଓଡ଼ିଆ ସିନେମା କାଙ୍ଗୁଲା।

Leave a Comment

Your email address will not be published. Required fields are marked *

Scroll to Top