jagrutinews.com

!-- TradingView Widget BEGIN -->
!-- TradingView Widget BEGIN -->
Responsive Breaking News Ticker
!
BREAKING NEWS

indian hockey match : ପରିବା ବିକ୍ରିରୁ ଜାତୀୟ ମଞ୍ଚ ପର୍ଯ୍ୟନ୍ତ ନୌସିନ୍ ନାଜଙ୍କ ପ୍ରେରଣାଦାୟକ ଯାତ୍ରା

indian hockey match : ସଫଳତା କେବେ ସହଜରେ ମିଳେନାହିଁ। ଏଥିପାଇଁ ପାଇଁ ଆବଶ୍ୟକ ହୁଏ ଅଦମ୍ୟ ଇଚ୍ଛାଶକ୍ତି, ଅନବରତ ପରିଶ୍ରମ ଓ ସମସ୍ତ ପ୍ରତିକୂଳ ପରିସ୍ଥିତି ରେ ଜିତିବାର ସାହାସ। ଏହି କଥାକୁ ସତ କରିଦେଇଛନ୍ତି ମଧ୍ୟପ୍ରଦେଶର ସିଓନୀ ଜିଲ୍ଲାର ୧୫ ବର୍ଷୀୟ ଯୁବ ହକି ଖେଳାଳି ନୌସିନ୍ ନାଜ।

ସମ୍ପ୍ରତି ଶେଷ ହୋଇଥିବା ୧୬ତମ ହକି ଇଣ୍ଡିଆ ସବ୍‌ ଜୁନିଅର୍ ମହିଳା ଜାତୀୟ ଚାମ୍ପିୟାନସିପ୍ ୨୦୨୬ ରେ ସେ ତାଙ୍କର ଅସାଧାରଣ କୌଶଳ ଦେଖାଇ ସମସ୍ତ ଦର୍ଶକ ଙ୍କୁ ପ୍ରଭାବିତ କରିଥିଲେ ଏଥି ସହ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ। ୯ଟି ଗୋଲ୍ କରି ସେ ଟୁର୍ଣ୍ଣାମେଣ୍ଟର ସର୍ବାଧିକ ସ୍କୋରର୍ ହୋଇଥିଲେ। କିନ୍ତୁ ଏହି ସଫଳତା ପଛରେ ରହିଛି ଏକ ଅଦ୍ଭୁତ ସଂଘର୍ଷ ଓ ଆତ୍ମବିଶ୍ୱାସର କାହାଣୀ।

indian hockey match : ନୌସିନ୍ ନାଜ୍ ଙ୍କ ପ୍ରେରଣା ଦାୟକ ଯାତ୍ରା

indian hockey match : ସଂଘର୍ଷ ଭିତରେ ଗଢିଉଠିଥିଲା ନୌସିନ୍ ନାଜ୍ ଙ୍କ ଶୈଶବ

ନୌସିନ୍ ଙ୍କ ଶୈଶବ ସହଜ ନଥିଲା। ଆର୍ଥିକ ସମସ୍ୟା ଓ ଅଭାବ ତାଙ୍କ ଜୀବନର ଏକ ଅଂଶ ଥିଲା। ତାଙ୍କ ପିତା କେବେ ପରିବା ବିକ୍ରି କରୁଥିଲେ, କେବେ ଟ୍ରକ୍ ଚାଳନା କରୁଥିଲେ, ଏବଂ ବର୍ତ୍ତମାନ ମାଲ ବୋହି କାମ କରି ପରିବାର ଚାଳାଉଛନ୍ତି।

ଏଭଳି ପରିସ୍ଥିତିରେ ହକି ଖେଳିବା ନୌସିନ୍ ଙ୍କ ପାଇଁ ଏକ ଚ୍ୟାଲେଞ୍ଜ୍ ଥିଲା। ଛୋଟବେଳେ ସେ ତାଙ୍କ ଦିଦିଙ୍କୁ କହିଥିଲେ ଯେ ସେ ହକି ଖେଳିବାକୁ ଚାହୁଁଛନ୍ତି। କିନ୍ତୁ ଘରେ ଷ୍ଟିକ୍ କିଣିବା ପାଇଁ ଟଙ୍କା ନଥିଲା।

ସେଥିପାଇଁ ସେ ପଡିଆରୁ ଏକ ଭାଙ୍ଗିଥିବା ଷ୍ଟିକ୍ ଉଠାଇ ଆଣିଥିଲେ। ଏହାକୁ ଜଣେ କମାର ଙ୍କ ସହଯୋଗରେ ଠିକ୍ କରି ସେ ପ୍ରାକ୍ଟିସ୍ କରୁଥିଲେ। ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ ସେ ଏହି ଷ୍ଟିକ୍‌ ସହ ଅଭ୍ୟାସ କରିଥିଲେ, ଯାହା ତାଙ୍କ ଦୃଢ଼ ସଂକଳ୍ପର ଜୀବନ୍ତ ଉଦାହରଣ।

ପରେ ଏକ ଡେ-ବୋର୍ଡିଂ ପ୍ରୋଗ୍ରାମ୍‌ ମାଧ୍ୟମରେ ସେ ନୂତନ ଷ୍ଟିକ୍ ପାଇଥିଲେ। କିନ୍ତୁ ଜୀବନର ସଂଘର୍ଷ ଏତିକି ରେ ଶେଷ ହୋଇନଥିଲା।

ସମାଜର ଚାପ ତାଙ୍କ ପାଇଁ ଆଉ ଏକ ବଡ଼ ବାଧା ଥିଲା। ଗାଁରେ ଅନେକ ଲୋକ କହୁଥିଲେ ଯେ ଝିଅମାନେ ବାହାରେ ଯାଇ ଖେଳିବା ଉଚିତ୍ ନୁହେଁ। ଏହି କଥାଗୁଡ଼ିକ ତାଙ୍କୁ ଏତେ ପ୍ରଭାବିତ କରିଥିଲା ଯେ ସେ ଦୁଇ ବର୍ଷ ପର୍ଯ୍ୟନ୍ତ ଖେଳ ଛାଡିଦେଇଥିଲେ ଏବଂ ବାପାଙ୍କ ସହ ପୁନର୍ବାର ପରିବା ବିକ୍ରି କରୁଥିଲେ।

ଲକ୍ଷ୍ୟସ୍ଥଳ ରେ ପହଞ୍ଚିବା ପାଇଁ ମା ଙ୍କ ସମର୍ଥନ ତାଙ୍କୁ ଦେଖେଇଲା ନୂତନ ଦିଗ

ଏହି କଠିନ ପରିସ୍ଥିତି ଭିତରେ ନୌସିନଙ୍କ ଜୀବନରେ ସବୁଠୁ ବଡ଼ ଶକ୍ତି ହେଲେ ତାଙ୍କ ମାଆ। ସେ ନୌସିନଙ୍କ ସ୍ୱପ୍ନକୁ ବୁଝିଥିଲେ ଏବଂ ସେଥିପାଇଁ ଲଢିବାକୁ ପ୍ରେରଣା ଦେଇଥିଲେ।

ତାଙ୍କ ମାଆ ତାଙ୍କ ବାପାଙ୍କୁ ବୁଝାଇଥିଲେ ଯେ ଝିଅର ସ୍ୱପ୍ନକୁ ଦମନ କରିବା ଉଚିତ୍ ନୁହେଁ। ଏହି ସମର୍ଥନରେ ନୌସିନ୍ ପୁଣିଥରେ ମାଇଦାନକୁ ଫେରିଥିଲେ।

ପରେ ସେ ଗ୍ୱାଲିଅର୍ ମହିଳା ହକି ଏକାଡେମୀରେ ଯୋଗ ଦେଇଥିଲେ। ସେଠାରେ ସେ ନିୟମିତ ଅଭ୍ୟାସ କରି ନିଜ ଖେଳ କୌଶଳକୁ ଆହୁରି ମଜବୁତ କରିଥିଲେ। ଧୀରେ ଧୀରେ ତାଙ୍କର ପ୍ରତିଭା ସମସ୍ତଙ୍କ ସମ୍ମୁଖକୁ ଆସିବାକୁ ଲାଗିଲା।

ଆଜି ସେ ଭୋପାଳର SAI କେନ୍ଦ୍ରରେ U-18 ନ୍ୟାସନାଲ୍ କୋଚିଂ କ୍ୟାମ୍ପରେ ଅଭ୍ୟାସ କରୁଛନ୍ତି। ସେଠାରେ ସେ ଭାରତର ପୂର୍ବତନ କ୍ୟାପଟେନ୍ ରାଣୀ ରାମପାଲଙ୍କ ନିର୍ଦ୍ଦେଶନାରେ ଶିକ୍ଷା ନେଉଛନ୍ତି।

ରାଣୀ ରାମପାଲଙ୍କ ଭଳି ଏକ ମହାନ ଖେଳାଳିଙ୍କ ସହିତ ଅଭ୍ୟାସ କରିବା ନୌସିନଙ୍କ ପାଇଁ ଏକ ବଡ଼ ସୁଯୋଗ। ସେ କହିଛନ୍ତି ଯେ ରାଣୀ ମାମ୍‌ ତାଙ୍କୁ ବହୁତ ଗୁରୁତ୍ୱପୂର୍ଣ୍ଣ ଟେକ୍ନିକ୍ ଶିଖାଇଛନ୍ତି, ଯେପରିକି ଦୌଡ଼ୁଥିବା ବେଳେ ବଲ୍ କଣ୍ଟ୍ରୋଲ୍ କରିବା ଓ ଖେଳକୁ ସ୍ମାର୍ଟ ଭାବରେ ଖେଳିବା।

କଣ ଥିଲା ତାଙ୍କ ସ୍ବପ୍ନ ଆଉ ଲକ୍ଷ୍ୟ ନାଜ୍ ଙ୍କ ପ୍ରେରଣା

ଆଜି ମଧ୍ୟ ନୌସିନଙ୍କ ଜୀବନରେ ଅଭାବ ରହିଛି। ଦେଖାଯାଇଛି କେବେ କେବେ ସେ ନିଜର ଜୋତା ନଥିବାରୁ ସହଖେଳାଳିଙ୍କ ଜୋତା ମାଗି ଅଭ୍ୟାସ କରିବାକୁ ପଡ଼େ। କିନ୍ତୁ ଏହି ସବୁ କଷ୍ଟ ତାଙ୍କର ମନୋବଳକୁ କେବେ ଦୁର୍ବଳ କରିପାରିନାହିଁ।

ତାଙ୍କର ଲକ୍ଷ୍ୟ ସ୍ପଷ୍ଟ ଭାରତ ପାଇଁ ଖେଳିବା। ସେ U-18 ଏସିଆ କପ୍ 2026 ପାଇଁ ଦଳରେ ସ୍ଥାନ ପାଇବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

ନୌସିନ୍ କହିଛନ୍ତି ଯେ ସେ ତାଙ୍କ ପରିବାରକୁ ସହାୟତା କରିବାକୁ ଚାହୁଁଛନ୍ତି ଏବଂ ତାଙ୍କ ପିତା ପରିବାର ଭରଣପୋଷଣ ପାଇଁ ଏତେ ସଂଘର୍ଷ କରୁଛନ୍ତି। ସେ ସବୁକ୍ଷେତ୍ର ରେ ତାଙ୍କ ପିତାଙ୍କୁ ସହଯୋଗ କରି ଜୀବନ କୁ ସରଳ କରିବାକୁ ମଧ୍ୟ ଇଚ୍ଛା କରିଛନ୍ତି।

ତାଙ୍କ କାହାଣୀ ଏକ ବଳିଷ୍ଠ ବାର୍ତ୍ତା ଦେଉଛି “ଯଦି ଆପଣଙ୍କର ମନରେ ସ୍ୱପ୍ନ ଓ ସେଥିପାଇଁ ଲଢିବାର ସାହସ ଥାଏ, ତେବେ କୌଣସି ବାଧା ଆପଣଙ୍କୁ ଅଟକାଇ ପାରିବ ନାହିଁ”।

ପରିବା ବିକ୍ରି କରୁଥିବା ଗୋଟେ ଛୋଟ ଝିଅ ଜାତୀୟ ସ୍ତରର ସର୍ବାଧିକ ସ୍କୋରର୍ ହେବା ଏହି ଯାତ୍ରା କେବଳ ସଫଳତାର କାହାଣୀ ନୁହେଁ, ଏହା ଅଦମ୍ୟ ସଂକଳ୍ପର ଉଦାହରଣ।

ନୌସିନ୍ ନାଜ ଆଜି ହଜାର ହଜାର ଯୁବତୀଙ୍କ ପାଇଁ ପ୍ରେରଣା ର ଉତ୍ସ ପାଲଟିଛନ୍ତି। ସ୍ୱପ୍ନ ଦେଖନ୍ତୁ ପରିଶ୍ରମ କରନ୍ତୁ ଏବଂ କେବେ ହାର ମାନନ୍ତୁ ନାହିଁ।

Leave a Comment

Your email address will not be published. Required fields are marked *

Scroll to Top