jagrutinews.com

!-- TradingView Widget BEGIN -->
!-- TradingView Widget BEGIN -->
Responsive Breaking News Ticker
!
BREAKING NEWS

Assembly election 2026 exitpoll : ଭବାନୀପୁରରେ ମହାସଂଘର୍ଷ ମମତା ଦିଦି ବନାମ ଶୁଭେନ୍ଦୁ ଅଧିକାରୀ

Assembly election 2026 exitpoll : ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ପଶ୍ଚିମବଙ୍ଗ ରେ ରାଜନୈତିକ ମାହୋଲ ପୁରା ସରଗରମ।

Assembly election 2026 exitpoll : ପଶ୍ଚିମବଙ୍ଗ ରେ ରାଜନୈତିକ ମାହୋଲ ପୁରା ସରଗରମ

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଆଜି ରାଜ୍ୟର ରାଜନୈତିକ ଉତ୍ସାହକୁ ଶୀର୍ଷରେ ପହଞ୍ଚାଇଦେଇଛି। ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ପ୍ରକ୍ରିୟାରେ ୧୪୨ଟି ଆସନରେ ଭୋଟ ଗ୍ରହଣ ଚାଲିଛି।ଯେଉଁଠାରେ ପ୍ରାୟ ୩.୨୨ କୋଟି ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ଦକ୍ଷିଣ ବଙ୍ଗର ବହୁ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ଅନ୍ତର୍ଭୁକ୍ତ ଥିବାରୁ ରାଜନୈତିକ ଦଳମାନେ ଏହାକୁ “ଟର୍ଣ୍ଣିଂ ପଏଣ୍ଟ” ଭାବେ ଦେଖୁଛନ୍ତି।

ଭୋଟିଂ ପ୍ରକ୍ରିୟା କୁ ସୁଚାରୁ ରୂପେ କରାଇବା ପାଇଁ ନିର୍ବାଚନ କମିଶନ ଙ୍କ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। କେନ୍ଦ୍ରୀୟ ସୁରକ୍ଷା ବାହିନୀ ମଧ୍ୟ ପ୍ରତ୍ୟେକ ସେନ୍ସିଟିଭ୍ ବୁଥ୍‌ରେ ନିୟୋଜିତ ହୋଇଛନ୍ତି। ଏଥି ସହିତ ଭୋଟରମାନଙ୍କୁ ନିର୍ଭୟ ଭାବେ ଭୋଟ ଦେବାକୁ ଆହ୍ୱାନ କରାଯାଇଛି।

ମହିଳା, ଯୁବକ ଓ ପ୍ରଥମ ଥର ପାଇଁ ଭୋଟ ଦେଉଥିବା ଭୋଟରଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖାଯାଉଛି। ଅନେକ ସ୍ଥାନରେ ସକାଳୁ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି। ଏହା ଦର୍ଶାଇଛି ଯେ ଲୋକତନ୍ତ୍ର ପ୍ରତି ଲୋକମାନଙ୍କର ଆସ୍ଥା ଏବେବି ଭରପୁର ଅଛି।

Assembly election 2026 exitpoll : ଭବାନୀପୁର ପାଲଟିଛି ରାଜନୈତିକ ଯୁଦ୍ଧଭୂମିର କେନ୍ଦ୍ରବିନ୍ଦୁ

ଏହି ପର୍ଯ୍ୟାୟର ସବୁଠୁ ଆକର୍ଷଣୀୟ ଏବଂ ଚର୍ଚ୍ଚିତ ଆସନ ହେଉଛି ଭବାନୀପୁର , ଯାହାକୁ ସାଧାରଣତଃ “ମିନି ଇଣ୍ଡିଆ” ବୋଲି କୁହାଯାଏ। ଏଠାରେ ବିଭିନ୍ନ ଧର୍ମ, ଭାଷା ଓ ସମ୍ପ୍ରଦାୟର ଲୋକ ରହୁଥିବାରୁ ଏହି ଆସନର ରାଜନୈତିକ ଗଣିତ ଅତ୍ୟନ୍ତ ଜଟିଳ ଓ ସମ୍ବେଦନଶୀଳ।

ଏଠାରେ ସିଧାସଳଖ ମୁକାବିଲା ହେଉଛି ମାମାତା ବାନେର୍ଜୀ ଓ ଶୁଭେନ୍ଦୁ ଅଧିକାରୀ ଙ୍କ ମଧ୍ୟରେ। ଦୁଇ ନେତା ନିଜ ନିଜ ଦଳ ପାଇଁ ଏହି ଆସନକୁ ପ୍ରତିଷ୍ଠା ର ଯୁଦ୍ଧରେ ପରିଣତ କରିଛନ୍ତି।

ମମତା ବାନେର୍ଜୀ ଙ୍କ ପାଇଁ ଏହା କେବଳ ଏକ ଆସନ ନୁହେଁ, ବରଂ ତାଙ୍କର ରାଜନୈତିକ ପ୍ରଭାବ ଓ ନେତୃତ୍ୱର ପରୀକ୍ଷା। ଅନ୍ୟପଟେ, ଶୁଭେନ୍ଦୁ ଅଧିକାରୀ ଏହି ଆସନରେ ବିଜୟ ହାସଲ କରି ବଙ୍ଗର ରାଜନୀତିରେ ବଡ଼ ପରିବର୍ତ୍ତନ ଆଣିବାକୁ ଚାହୁଁଛନ୍ତି।

ଗତ ଲୋକସଭା ନିର୍ବାଚନରେ ବିଜେପି ଏଠାରେ ଭୋଟ ଅନ୍ତରକୁ ବହୁମାତ୍ରା ରେ କମାଇଥିଲା। ଯାହା ଏଥର ଲଢେଇ କୁ ଅଧିକ କଠିନ ଓ ରୋମାଞ୍ଚକର କରିଦେଇଛି। ଭବାନୀପୁର ର ମତଦାତାଙ୍କ ମନୋଭାବ କେଉଁ ପଟକୁ ଯାଉଛି, ତାହା ନେଇ ସମସ୍ତଙ୍କ ଆଗ୍ରହ ଚରମ ସୀମାରେ।

Assembly election 2026 exitpoll : ପଶ୍ଚିମବଙ୍ଗ ରେ ରାଜନୈତିକ ମାହୋଲ କିଏ ମାରିବ ବାଜି

କଣ ହେବ ଫଳାଫଳ ଉପରେ ଦେଶର ନଜର

ଏହି ମହାମୁକାବିଲାର ଫଳାଫଳ କେବଳ ଭବାନୀପୁର ଆସନ ଉପରେ ସୀମିତ ରହିବ ନାହିଁ। ଏହା ପଶ୍ଚିମବଙ୍ଗର ଭବିଷ୍ୟତ୍ ରାଜନୈତିକ ଦିଗକୁ ପ୍ରଭାବିତ କରିପାରେ। ମମତା ବାନେର୍ଜୀ ଚତୁର୍ଥ ଥର ପାଇଁ ସରକାର ଗଢିବା ଲକ୍ଷ୍ୟରେ ଲଢ଼ୁଥିବାବେଳେ, ବିଜେପି ଏହି ନିର୍ବାଚନକୁ “ପରିବର୍ତ୍ତନର ଯୁଦ୍ଧ” ଭାବେ ଲଢ଼ୁଛି।

ରାଜ୍ୟରେ ବିଭିନ୍ନ ମୁଦ୍ଦା ଯେମିତି ବିକାଶ, ରୋଜଗାର, ଦୁର୍ନୀତି ଓ ସମ୍ପ୍ରଦାୟିକ ସମନ୍ୱୟ ଏହି ନିର୍ବାଚନରେ ମୁଖ୍ୟ ଭୂମିକା ନେଇଛନ୍ତି। ଭୋଟରମାନେ କେଉଁ ମୁଦ୍ଦାକୁ ପ୍ରାଥମିକତା ଦେଉଛନ୍ତି, ତାହା ଫଳାଫଳରେ ପ୍ରତିଫଳିତ ହେବ।

ସମଗ୍ର ଦେଶର ନଜର ଏବେ ଏହି ଫଳାଫଳ ଉପରେ ରହିଛି। ନିର୍ବାଚନର ଶେଷ ନିଷ୍ପତ୍ତି ହେବ EVM ମାଧ୍ୟମରେ ଗଣନା ପରେ। ଯାହା ଆସନ୍ତା କିଛି ଦିନରେ ସ୍ପଷ୍ଟ ହେବ।

ଭବାନୀପୁର ର ଏହି ଯୁଦ୍ଧ କେବଳ ଦୁଇ ନେତାଙ୍କ ମଧ୍ୟରେ ନୁହେଁ ଏହା ଦୁଇ ରାଜନୈତିକ ଦୃଷ୍ଟିକୋଣ ଓ ଭବିଷ୍ୟତ୍ ଦିଗର ମଧ୍ୟରେ ଏକ ମହାସଂଘର୍ଷ। ଏବେ ଦେଖିବାକୁ ବାକି ରହିଲା ଭୋଟରମାନେ କାହାକୁ ନିଜର ଆଶୀର୍ବାଦ ଦେଇଛନ୍ତି।

Leave a Comment

Your email address will not be published. Required fields are marked *

Scroll to Top