jagrutinews.com

!-- TradingView Widget BEGIN -->
!-- TradingView Widget BEGIN -->
Responsive Breaking News Ticker
!
BREAKING NEWS

Exitpoll 2026 : କେବେ ପ୍ରକାଶ ପାଇବ ୨୦୨୬ ନିର୍ବାଚନ ଏକ୍ସିଟ୍ ପୋଲ୍

Exitpoll 2026 : ପଶ୍ଚିମବଙ୍ଗ ସହ ୫ଟି ରାଜ୍ୟ ରେ ୨୦୨୬ ବିଧାନସଭା ନିର୍ବାଚନ ଶେଷ ପର୍ଯ୍ୟାୟ ରେ ପହଞ୍ଚିଛି। ଦ୍ୱିତୀୟ ଏବଂ ଶେଷ ପର୍ଯ୍ୟାୟର ଭୋଟିଂ ସମାପ୍ତ ହୋଇଛି। ଏବେ ସମସ୍ତଙ୍କ ଦୃଷ୍ଟି ଏକ୍ସିଟ୍ ପୋଲ୍ ଫଳାଫଳ ଉପରେ ରହିଛି। ନିର୍ବାଚନ ଆୟୋଗଙ୍କ ନିୟମ ଅନୁଯାୟୀ ଶେଷ ଭୋଟିଂ ସମାପ୍ତ ହେବା ପରେ ୩୦ ମିନିଟ୍ ମଧ୍ୟରେ କୌଣସି ଏକ୍ସିଟ୍ ପୋଲ୍ ପ୍ରକାଶ କରିବାକୁ ଅନୁମତି ନାହିଁ। ଏହିକାରଣରୁ ୨୦୨୬ର ଏକ୍ସିଟ୍ ପୋଲ୍ ଫଳାଫଳ ଏପ୍ରିଲ୍ ୨୯ ତାରିଖ ସନ୍ଧ୍ୟା ୬ଟା ୩୦ ପରେ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି।

Exitpoll 2026 : ପ୍ରକାଶ ପାଇବ ଏକଜିଟ୍ ପୋଲ ୨୦୨୬

ଦେଶର ପ୍ରମୁଖ ଟିଭି ଚ୍ୟାନେଲ୍ ଏବଂ ଡିଜିଟାଲ୍ ପ୍ଲାଟଫର୍ମ ମାନେ ଏହି ଏକ୍ସିଟ୍ ପୋଲ୍ ଫଳାଫଳକୁ ସିଧା ପ୍ରସାରଣ କରିବେ। ଦର୍ଶକମାନେ ଟିଭି ସହିତ ସୋସିଆଲ୍ ମିଡିଆ, ନ୍ୟୁଜ୍ ୱେବସାଇଟ୍ ଏବଂ ମୋବାଇଲ୍ ଆପ୍‌ ମାଧ୍ୟମରେ ମଧ୍ୟ ଏହାକୁ ସହଜରେ ଦେଖିପାରିବେ। ଏକ୍ସିଟ୍ ପୋଲ୍ ଫଳାଫଳ ଭୋଟରମାନଙ୍କ ମତାମତ ଉପରେ ଆଧାରିତ ଥାଏ, ଯାହା ଆସଲି ଫଳାଫଳ ପୂର୍ବରୁ ଏକ ଅନୁମାନ କରାଯାଇଥାଏ।

Exitpoll 2026 : ପଶ୍ଚିମବଙ୍ଗ ସହ ୫ଟି ରାଜ୍ୟ ରେ ହୋଇଥିଲା ନିର୍ବାଚନ

ପଶ୍ଚିମବଙ୍ଗ ର ୨୯୪ ଟି ବିଧାନସଭା ଆସନ ପାଇଁ ଏଥର ଦୁଇଟି ପର୍ଯ୍ୟାୟରେ ଭୋଟିଂ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ୍ ୨୩ ତାରିଖରେ ୧୫୨ଟି ଆସନ ପାଇଁ ଭୋଟିଂ ହୋଇଥିଲା। ଯେଉଁଠି ପ୍ରାୟ ୯୩ ପ୍ରତିଶତ ଭୋଟର୍ ଭୋଟ ଦେଇଥିଲେ। ଏହା ଏକ ରେକର୍ଡ ସ୍ତରର ଭୋଟିଂ ବୋଲି କୁହାଯାଉଛି। ଦ୍ୱିତୀୟ ପର୍ଯ୍ୟାୟରେ ଅବଶିଷ୍ଟ ଆସନଗୁଡ଼ିକରେ ଭୋଟିଂ ହୋଇଥିଲା। ଶାସକ ଦଳ ତୃଣମୂଳ କଂଗ୍ରେସ ଏବଂ ବିଜେପି ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିଛି।

ଅନ୍ୟ ରାଜ୍ୟ ଗୁଡିକ, ତାମିଳନାଡୁରେ ପ୍ରାୟ ୮୫.୧% ଭୋଟିଂ ହୋଇଥିବା ବେଳେ, ଆସାମରେ ୧୨୬ଟି ଆସନ ପାଇଁ ୮୫.୫% ଭୋଟିଂ ହୋଇଛି। କେରଳର ୧୪୦ଟି ଆସନରେ ପ୍ରାୟ ୭୫ ରୁ ୭୮% ମଧ୍ୟରେ ଭୋଟିଂ ହୋଇଥିବା ସୂଚନା ମିଳିଛି।

ପୁଦୁଚେରିରେ ଏଥର ୮୯.୮୭% ଭୋଟିଂ ରେକର୍ଡ ହୋଇଛି, ଯାହା ୧୯୬୪ ପରେ ସର୍ବାଧିକ। ସମସ୍ତ ରାଜ୍ୟରେ ଭୋଟରମାନଙ୍କର ଉତ୍ସାହଜନକ ଭାଗିଦାରି ଦେଖିବାକୁ ମିଳିଛି, ଯାହା ଗଣତନ୍ତ୍ର ପାଇଁ ଶୁଭ ସଙ୍କେତ।

Exitpoll 2026 : କେବେ ବାହାରିବ ପଶ୍ଚିମବଙ୍ଗ ଏକଜିଟ୍ ପୋଲ ଫଳାଫଳ

ଫଳାଫଳ କେବେ କାହା ସପକ୍ଷରେ ଯିବ ରାଜନୈତିକ ପରିଣାମ

ଏହି ୫ଟି ରାଜ୍ୟର ଭୋଟ ଗଣନା ମେ ୪ ତାରିଖରେ ଆରମ୍ଭ ହେବ। ଏକଜିଟ୍ ପୋଲ ଫଳାଫଳ ଯଦିଓ ଆଗରୁ ଏକ ଧାରଣା ଦେଇଥାଏ, ତଥାପି ଆସଲି ଚିତ୍ର ମତଗଣନା ଦିନରେ ସ୍ପଷ୍ଟ ହେବ।

ପଶ୍ଚିମବଙ୍ଗରେ ଏଥର ମୁକାବିଲା ତୃଣମୂଳ କଂଗ୍ରେସ ଏବଂ ବିଜେପି ମଧ୍ୟରେ ଥିବା ବେଳେ, ତାମିଳନାଡୁ, କେରଳ, ଆସାମ ଏବଂ ପୁଦୁଚେରିରେ ମଧ୍ୟ ଭିନ୍ନ ଭିନ୍ନ ଦଳମାନଙ୍କ ମଧ୍ୟରେ ରୋମାଞ୍ଚକର ସଂଘର୍ଷ ଦେଖାଯାଇଛି।

ଏହି ନିର୍ବାଚନୀ ଫଳାଫଳ ଦେଶର ରାଜନୈତିକ କ୍ଷେତ୍ର ରେ ବଡ଼ ପ୍ରଭାବ ପକାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ଭବିଷ୍ୟତର ରାଜନୈତିକ ଦିଗ ଏବଂ ଦଳମାନଙ୍କର ଶକ୍ତିସମୀକରଣ ଏହି ଫଳାଫଳ ଉପରେ ନିର୍ଭର କରିବ।

Leave a Comment

Your email address will not be published. Required fields are marked *

Scroll to Top