jagrutinews.com

!-- TradingView Widget BEGIN -->
!-- TradingView Widget BEGIN -->
Responsive Breaking News Ticker
!
BREAKING NEWS

Westbengal election : ପଶ୍ଚିମବଙ୍ଗ ନିର୍ବାଚନ ପାଇଁ କଲିକତା ହାଇକୋର୍ଟ ଙ୍କ ନୂଆ ନିର୍ଦ୍ଦେଶ ଗ୍ରୁପ ବାଇକ ଚଳାଚଳ ଉପରେ ପ୍ରତିବନ୍ଧ

Westbengal election : ପଶ୍ଚିମବଙ୍ଗ ରେ ଚାଲୁଥିବା ନିର୍ବାଚନ ପରିପ୍ରେକ୍ଷିତରେ ଆଇନ ଶୃଙ୍ଖଳା ସୁନିଶ୍ଚିତ କରିବାକୁ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଓ ସଂଶୋଧିତ ଆଦେଶ ଜାରି କରିଛନ୍ତି। ସୋମବାର ଦିନ ଡିଭିଜନ ବେଞ୍ଚ ଏହା ସ୍ପଷ୍ଟ କରିଛନ୍ତି ଯେ କେବଳ ବାଇକ ରାଲି ନୁହେଁ ଗ୍ରୁପ ବା ପଛରେ ଅଧିକ ଲୋକଙ୍କୁ ବସାଇ ବାଇକ ଚଳାଚଳ ମଧ୍ୟ ନିର୍ଦ୍ଦିଷ୍ଟ ସମୟ ପାଇଁ ନିଷିଦ୍ଧ ରହିବ।

ଏହି ନୂଆ ନିର୍ଦ୍ଦେଶ ଅନୁଯାୟୀ ଏପ୍ରିଲ ୨୭ ରୁ ଏପ୍ରିଲ ୨୯ ତାରିଖ ପର୍ଯ୍ୟନ୍ତ ଯାହାକି ପୋଲିଂ ପୂର୍ବ ଦୁଇ ଦିନ ଏବଂ ପୋଲିଂ ଦିନ ପର୍ଯ୍ୟନ୍ତ। ସେହି ସମୟରେ ଗ୍ରୁପ ବାଇକ ଚଳାଚଳ ସପୂର୍ଣ୍ଣ ରୂପେ ନିଷିଦ୍ଧ ହେବ। ଏହି ନିଷ୍ପତ୍ତି ଦ୍ୱିତୀୟ ପର୍ଯ୍ୟାୟର ଭୋଟଗ୍ରହଣକୁ ଶାନ୍ତିପୂର୍ଣ୍ଣ ଓ ସୁରକ୍ଷିତ କରିବା ପାଇଁ ଗ୍ରହଣ କରାଯାଇଛି।

ନ୍ୟାୟମୂର୍ତ୍ତି ଶମ୍ପା ସର୍କାର ଓ ନ୍ୟାୟମୂର୍ତ୍ତି ଅଜୟ କୁମାର ଗୁପ୍ତ ଙ୍କ ଡିଭିଜନ ବେଞ୍ଚ, ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ ଆବେଦନ ଉପରେ ଏହି ଆଦେଶ ଜାରି କରିଛନ୍ତି। କୋର୍ଟ ମତ ପ୍ରକାଶ କରିଛନ୍ତି ଯେ ଏପରି ସୀମିତ ସଂଶୋଧନ ଆଇନ ଶୃଙ୍ଖଳା ରକ୍ଷା ପାଇଁ ଆବଶ୍ୟକ ଓ ଯୁକ୍ତିସଙ୍ଗତ।

Westbengal election : ପଶ୍ଚିମବଙ୍ଗ ନିର୍ବାଚନ ପାଇଁ କଲିକତା ହାଇକୋର୍ଟ ଙ୍କ ନିର୍ଦେଶନାମା ଜାରି

Westbengal election : ପୂର୍ବ ଆଦେଶ ରେ ସଂଶୋଧନ କରି କାହିଁକି ଆଣିଲେ ନୂଆ ନିର୍ଦେଶ

ଏହା ପୂର୍ବରୁ ଏପ୍ରିଲ ୨୪ ତାରିଖ ରେ ନ୍ୟାୟାଧୀଶଙ୍କ ଆଦେଶ ଅନୁଯାୟୀ ନିର୍ବାଚନ କମିଶନଙ୍କ ଦ୍ୱାରା ବାଇକ ଚଳାଚଳ ଉପରେ ଲାଗୁ ହୋଇଥିବା କିଛି କଠୋର ନିୟମକୁ ସହଜ କରାଯାଇଥିଲା। ସେହି ଆଦେଶରେ କୁହାଯାଇଥିଲା ଯେ, ସମ୍ପୂର୍ଣ୍ଣ ଭାବେ ବାଇକ ଚଳାଚଳକୁ ପ୍ରତିବନ୍ଧ କରିବା ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନକୁ ବ୍ୟାଘାତ କରିପାରେ।

ବିଶେଷ କରି ସନ୍ଧ୍ୟା ୬ଟା ରୁ ସକାଳ ୬ଟା ପର୍ଯ୍ୟନ୍ତ ବାଇକ ଚଳାଚଳ ଉପରେ ଲାଗୁ ଥିବା ପ୍ରତିବନ୍ଧକୁ କୋର୍ଟ ବାତିଲ କରିଥିଲେ। କୋର୍ଟ ମନେ କରିଥିଲେ ଯେ ଏହା ଅତ୍ୟଧିକ କଠୋର ଏବଂ ସାଧାରଣ ଲୋକଙ୍କ ପାଇଁ ଅସୁବିଧା ସୃଷ୍ଟି କରୁଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଅଦାଲତ ରେ ଆବେଦନ ଦାଖଲ କରାଯାଇଥିଲା। ଯେଉଁଠି ଗ୍ରୁପ ହୋଇ ବାଇକ ଚଳାଚଳ ଦ୍ୱାରା ସୃଷ୍ଟି ହେଉଥିବା ସମ୍ଭାବ୍ୟ ଆଇନ ଶୃଙ୍ଖଳା ସମସ୍ୟା ଉପରେ ଚିନ୍ତା ବ୍ୟକ୍ତ କରାଯାଇଥିଲା।

ଅଧିବକ୍ତା ଜିଶ୍ନୁ ଚୌଧୁରୀ କୋର୍ଟରେ ଯୁକ୍ତି ଦେଇଥିଲେ ଯେ ପୂର୍ବରୁ କିଛି ଘଟଣା ଦେଖାଯାଇଛି ଯେଉଁଠି ଗ୍ରୁପ ହୋଇ ବାଇକ ଚଳାଚଳ ଆଇନଶୃଙ୍ଖଳା କୁ ବ୍ୟାଘାତ କରିଛି। ଏହି ପରିସ୍ଥିତିରେ ମାତ୍ର ବାଇକ ରାଲି ଉପରେ ପ୍ରତିବନ୍ଧ ଲଗାଇଲେ ପର୍ଯ୍ୟାପ୍ତ ହେବ ନାହିଁ।

ମାନ୍ୟବର କୋର୍ଟ ଏହି ଯୁକ୍ତିକୁ ଗୁରୁତ୍ୱ ଦେଇ କହିଛନ୍ତି ଯଦିଓ ପ୍ରତ୍ୟେକ ଗ୍ରୁପ ବାଇକ ଚଳାଚଳକୁ ରାଲି ବୋଲି କୁହାଯାଏ ନାହିଁ। ତଥାପି ଏହା ସମ୍ଭାବ୍ୟ ଭାବେ ଅଶାନ୍ତି ସୃଷ୍ଟି କରିପାରେ। ସେହିପରି ସୁରକ୍ଷା ଦୃଷ୍ଟିକୋଣରୁ ଏହା ଉପରେ ପ୍ରତିବନ୍ଧ ଲାଗୁ କରିବା ଆବଶ୍ୟକ।

ସାଧାରଣ ଜନତା ଙ୍କ ପାଇଁ କଣ ହେଲା କୋହଳ ଏବଂ କୋର୍ଟ ଙ୍କ ସ୍ପଷ୍ଟୀକରଣ

ଯଦିଓ କୋର୍ଟ ସଙ୍ଘବଦ୍ଧ ବାଇକ ଚଳାଚଳ ଉପରେ ପ୍ରତିବନ୍ଧ ଲାଗୁ କରିଛନ୍ତି।ସାଧାରଣ ଲୋକଙ୍କ ସୁବିଧାକୁ ନଜର ରେ ରଖି କିଛି କୋହଳ ମଧ୍ୟ ଦିଆଯାଇଛି। ଏହି ନିଷ୍ପତ୍ତି ସହିତ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ସମ୍ପୂର୍ଣ୍ଣ ଭାବେ ବାଇକ ଚଳାଚଳ ଉପରେ ପ୍ରତିବନ୍ଧ ଲାଗୁ ହେବ ନାହିଁ।

ପୋଲିଂ ପୂର୍ବରୁ ୧୨ ଘଣ୍ଟା ସମୟରେ ପିଲିଅନ ରାଇଡିଂ ଉପରେ କିଛି ସୀମା ନିର୍ଧାରଣ ରହିବ। କିନ୍ତୁ ଜରୁରୀ ସେବା ପାଇଁ କୋହଳ ଦିଆଯିବ। ଡାକ୍ତରୀ ସେବା, ଆମ୍ବୁଲାନ୍ସ ଏବଂ ଅନ୍ୟ ଆବଶ୍ୟକ କାର୍ଯ୍ୟରେ ଲାଗିଥିବା ଲୋକମାନେ ଏହି ନିୟମରୁ ବାଦ ରହିବେ।

ସେହିକ୍ରମେ ଡିଲିଭେରି କର୍ମଚାରୀ ଓ କାର୍ଯ୍ୟାଳୟ ଯାତ୍ରୀମାନେ ମଧ୍ୟ ପରିଚୟପତ୍ର ସହିତ ଚଳାଚଳ କରିପାରିବେ। କୋର୍ଟ ଏହା ଉଲ୍ଲେଖ କରିଛନ୍ତି ଯେ, ଏହି ପ୍ରତିବନ୍ଧ ର ଉଦ୍ଦେଶ୍ୟ ସାଧାରଣ ଜନଜୀବନକୁ ବିପର୍ଯ୍ୟସ୍ତ କରିବା ନୁହେଁ ବରଂ ନିର୍ବାଚନ ସମୟରେ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା।

କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଏହି ନିର୍ଦ୍ଦେଶ କେବଳ ୨୦୨୬ ମସିହାର ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଲାଗୁ ହେବ। ସଂବିଧାନର ଧାରା ୩୨୪ ଅନୁଯାୟୀ ନିର୍ବାଚନ କମିଶନଙ୍କ ଅଧିକାର ସମ୍ପର୍କରେ କୋର୍ଟ କୌଣସି ଚୂଡ଼ାନ୍ତ ମତ ପ୍ରକାଶ କରିନାହାନ୍ତି।

ମାନ୍ୟବର କୋର୍ଟ ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କୁ ଏହି ଆଦେଶକୁ ତୁରନ୍ତ କାର୍ଯ୍ୟକରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଏହାର ପ୍ରତିଲିପି ନିର୍ବାଚନ କମିଶନଙ୍କ ଅଧିକୃତ ୱେବସାଇଟରେ ଉପଲବ୍ଧ କରାଯିବ ବୋଲି କହିଛନ୍ତି।

Leave a Comment

Your email address will not be published. Required fields are marked *

Scroll to Top