Water Crisis in odisha : ଗ୍ରୀଷ୍ମ ପ୍ରବାହରେ ଜଳ ପାଇଁ ହାହାକାର।କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍ ବାଇଲୋ ପଞ୍ଚାୟତର ବାରିଗାଁ ଦେହୁରୀସାହି ରେ ଉତ୍କଟ ପାନୀୟଜଳ ସଂକଟ ଦେଖିବାକୁ ମିଳିଛି। ତୀବ୍ର ଗ୍ରୀଷ୍ମପ୍ରବାହ ଚାଲିଥିବା ବେଳେ ସାହିର ଶତାଧିକ ପରିବାର ପିଇବା ପାଣି ପାଇଁ ଅନେକ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି। ଗାଁରେ ପ୍ରାୟ ୧୦୦ ପରିବାର ଏବଂ ୪ଶହରୁ ଅଧିକ ଲୋକ ବସବାସ କରୁଥିବା ବେଳେ ସେମାନଙ୍କ ପାଇଁ ପାନୀୟଜଳ ଏକ ଗୁରୁତର ସମସ୍ୟା ହୋଇପଡ଼ିଛି।
ସ୍ଥାନୀୟ ମହିଳାମାନେ ଗାଁ ନିକଟସ୍ଥ କୁସେଇ ନଦୀରୁ ପାଣି ଆଣୁଥିବା ବେଳେ ଅନେକ ସମୟରେ ଚାଷଜମିରେ ଗାତ ଖୋଳି ସେଠାରୁ ପାଣି ସଂଗ୍ରହ କରିବାକୁ ବାଧ୍ୟ ହେଉଛନ୍ତି। ପାଣି ପାଇଁ ପ୍ରତିଦିନ ଲୋକଙ୍କୁ ଦୂର ରାସ୍ତା ଯିବାକୁ ପଡୁଥିବାରୁ ସାଧାରଣ ଜୀବନ ବ୍ୟାପକ ଭାବେ ପ୍ରଭାବିତ ହେଉଛି। ବିଶେଷ କରି ମହିଳା ଓ ଶିଶୁ ମାନଙ୍କୁ ଅଧିକ କଷ୍ଟ ସହିବାକୁ ପଡୁଛନ୍ତି।

Water Crisis in odisha : ଭଙ୍ଗା ନଳକୂପ ଓ ଅଚଳ ପାଣି ପାଇପ୍ଲାଇନ୍ ସାଜିଛି ସମସ୍ୟା ର ମୁଖ୍ୟ କାରଣ
ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ସାହିରେ ଥିବା ନଳକୂପ ପ୍ରାୟ ଦୁଇ ବର୍ଷ ହେଲା କୌଣସି କାମ କରୁନାହିଁ। ନଳକୂପରୁ ପାଣି ବାହାରୁନଥିବାରୁ ଲୋକମାନେ ବିକଳ୍ପ ବ୍ୟବସ୍ଥା ଖୋଜିବାକୁ ବାଧ୍ୟ ହେଉଛନ୍ତି। ସରକାରଙ୍କ ପକ୍ଷରୁ ପାଇପ୍ ଯୋଗେ ଜଳ ଯୋଗାଣ ପାଇଁ ଷ୍ଟାଣ୍ଡପୋଷ୍ଟ ଏବଂ ଟ୍ୟାପ୍ ଲଗାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେଥିରେ ପାଣି ଆସୁନାହିଁ।
ସ୍ନାନ ଓ ଶୌଚ କାମ ପାଇଁ ଲୋକମାନେ ଦୂରରେ ଥିବା କୁସେଇ ନଦୀ ଉପରେ ନିର୍ଭର କରୁଛନ୍ତି। ପାନୀୟଜଳ ସମସ୍ୟା ସମ୍ପର୍କରେ ସ୍ଥାନୀୟ ଲୋକେ ବାରମ୍ବାର ପଞ୍ଚାୟତ ଏବଂ ବ୍ଲକ୍ ପ୍ରଶାସନଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସ୍ଥାୟୀ ସମାଧାନ ହୋଇନାହିଁ। ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳାକୁ ନେଇ ସାହିବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଦୂଷିତ ପାଣି ବ୍ୟବହାର ଦ୍ୱାରା ନାନାଦି ରୋଗ ଭୟ ଲାଗି ରହିଛି , କଣ ରହିଛି ପ୍ରଶାସନିକ ପ୍ରତିଶ୍ରୁତି
ଚାଷଜମି ଓ ନଦୀର ଦୂଷିତ ପାଣି ବ୍ୟବହାର କରୁଥିବାରୁ ସ୍ଥାନୀୟ ଲୋକେ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ମଧ୍ୟ ଆସିଛି। ଗ୍ରୀଷ୍ମ ଦିନରେ ଦୂଷିତ ପାଣି ବ୍ୟବହାର କଲେ ଡାଇରିଆ, ଜ୍ୱର ଓ ଚର୍ମ ରୋଗ ଭଳି ଅନେକ ସମସ୍ୟା ବଢ଼ିବାର ଆଶଙ୍କା ରହିଛି। ରାଜ୍ୟ ସରକାର ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ଅନେକ ବ୍ୟବସ୍ଥା କରୁଛନ୍ତି। ଗାଁ ଗାଁ ରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ପାଣି ଟାଙ୍କି ଠାରୁ ଆରମ୍ଭ କରି ପାଇପ ଲାଇନ୍ ଯୋଗେ ପାନୀୟ ଜଳ ଯୋଗାଣ ର ସୁବନ୍ଦୋବସ୍ତ କରିବା ସତ୍ୱେ ମଧ୍ୟ ଏହି ବାରିଗାଁ ଦେହୁରୀ ସାଇ ବାସିନ୍ଦା ଏ ସମସ୍ତ ବ୍ୟବସ୍ଥା ରୁ ବଞ୍ଚିତ ରହିବା ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ଦେଖାଦେଇଛି।
ଏସମ୍ପର୍କରେ ଆନନ୍ଦପୁର ଉପଜିଲ୍ଲାପାଳ ନୀଳମାଧବ ସୁନାଙ୍କୁ ଅବଗତ କରାଯାଇଥିବା ବେଳେ ସେ ତୁରନ୍ତ ଗାଁରେ ପାନୀୟଜଳ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। ତେବେ କେବେ ଗ୍ରାମବାସୀଙ୍କ ସମସ୍ୟାର ସ୍ଥାୟୀ ସମାଧାନ ହେବ ତାହାକୁ ନେଇ ସମସ୍ତଙ୍କ ନଜର ରହିଛି।

Jagruti Live Media is one of the fastest-growing digital news channels in Odisha, widely recognized for its trusted and impactful journalism. With the tagline “Odisha Mati Ra Khabara”, the platform delivers authentic and timely news across politics, entertainment, sports, national and international affairs, exclusive interviews, viral stories, and breaking updates.
Dedicated to bringing the voice of the people to the forefront, Jagruti Live Media has set a new benchmark in digital journalism through credible reporting, fast news delivery, and audience-focused storytelling across multiple platforms.



