Last updated on April 26th, 2026 at 12:10 am
Ollywood news : ଓଲିଉଡ୍ ଦୁନିଆରୁ ଆସିଛି ଏକ ବଡ଼ ଖବର। ଜଣେ କଳାକାରର ଜୀବନ, ତା’ର ସଂଘର୍ଷ ଏବଂ ଲକ୍ଷ୍ୟସ୍ଥଳରେ ପହଞ୍ଚିବାର ଜିଦ୍କୁ ନେଇ ନିର୍ମାଣ ହୋଇଛି ଏକ ନିଆରା ଚଳଚ୍ଚିତ୍ର।
ଯାହାର ନାମ ହେଉଛି ‘ଲକ୍ଷପଥ – The Life of an Artist’।
କୁହାଯାଏ, ସ୍ୱପ୍ନ ସେଇଟା ନୁହେଁ ଯାହା ଆମେ ଶୋଇକି ଦେଖୁ, ବରଂ ସ୍ୱପ୍ନ ସେଇଟା ଯାହା ଆମକୁ ଶୋଇବାକୁ ଦିଏନି।
ଏମିତି ଏକ କାହାଣୀକୁ ନେଇ ଆସୁଛନ୍ତି “ଚନ୍ଦନ”। ଏହି ସିନେମାରେ ଜଣେ ସାଧାରଣ କଳାକାରର ଜୀବନ ଶୈଳୀ ଏବଂ ସେ ସାମ୍ନା କରୁଥିବା ପ୍ରତିଟି ବାଧାବିଘ୍ନକୁ ଅତି ନିଖୁଣ ଭାବରେ ଚିତ୍ରଣ କରାଯାଇଛି
ଭିନ୍ନ ସ୍ୱାଦର କାହାଣୀ: ଏହା କେବଳ ଏକ ଚଳଚ୍ଚିତ୍ର ନୁହେଁ, ବରଂ ପ୍ରତିଟି ସଂଘର୍ଷ କରୁଥିବା ମଣିଷର କାହାଣୀ।
ଓଡ଼ିଶାର କଳା ଓ ସଂସ୍କୃତି ସହ ଆଧୁନିକ ମେକିଂର ଏକ ସୁନ୍ଦର ସମନ୍ୱୟ।
Ollywood news : କେବେ ରିଲିଜ୍ ହେବାକୁ ଯାଉଛି ଏହି ଓଡ଼ିଆ ସିନେମା
ତେବେ ଏହି ସିନେମାଟି କେବେ ରିଲିଜ୍ ହେବ ଏବଂ ଏଥିରେ କେଉଁ କେଉଁ କଳାକାର ମୁଖ୍ୟ ଭୂମିକାରେ ଅଛନ୍ତି, ତାହା ଜାଣିବା ପାଇଁ ଦର୍ଶକଙ୍କ ମଧ୍ୟରେ ଏବେଠାରୁ ଉତ୍କଣ୍ଠା ଦେଖାଦେଲାଣି। ଆଶା କରାଯାଉଛି, “ଲକ୍ଷପଥ” ଓଲିଉଡରେ ଏକ ନୂଆ ଇତିହାସ ରଚିବ।
ଜଣେ କଳାକାରର ସ୍ୱପ୍ନ, ତା’ର ଜିଦ୍ ଏବଂ ଲକ୍ଷ୍ୟସ୍ଥଳରେ ପହଞ୍ଚିବାର କାହାଣୀ। ଯେଉଁଠି ପ୍ରତିଟି ବାଧାବିଘ୍ନ ହାର ମାନେ ଆତ୍ମବିଶ୍ୱାସ ପାଖରେ।
ଖୁବଶୀଘ୍ର ଆପଣଙ୍କ ପାଖକୁ ଆସୁଛି ନୂଆ ଓଡ଼ିଆ ସିନେମା “ଲକ୍ଷପଥ – The Life of an Artist”।
ଏହା କେବଳ ଏକ ସିନେମା ନୁହେଁ, ବରଂ ପ୍ରତିଟି ସଂଘର୍ଷ କରୁଥିବା ମଣିଷର ପ୍ରତିଛବି।

ଓଲିଉଡ ଦୁନିଆ ରୁ ଆସିଛି ନୂଆ କାହାଣୀ ଜଣେ କଳାକାର ର ସଂଘର୍ଷ ର କାହାଣୀ ଏବଂ ପ୍ରେରଣାଦାୟୀ କାହାଣୀ
ନୂଆ ଓଡ଼ିଆ ସିନେମା ଲକ୍ଷ୍ୟପଥ ଟିଜର ମୁକ୍ତିଲାଭ କରିବା ପରେ ଦର୍ଶକ ମାନଙ୍କ ମଧ୍ୟରେ ବିଶେଷ ଉତ୍କଣ୍ଠା ସୃଷ୍ଟି ହେଇଛି । ଏହି ଚଳଚ୍ଚିତ୍ରଟି ଜଣେ କଳାକାରଙ୍କ ଜୀବନର ସଂଘର୍ଷ ତାଙ୍କ ଅନୁଭୂତି ଅକୁହା କଥା ଏବଂ ସ୍ୱପ୍ନ ପୂରଣ ପାଇଁ ତାଙ୍କ ଜିଦ୍କୁ ଅତ୍ୟନ୍ତ ସୁନ୍ଦର ଭାବରେ ପ୍ରତିଫଳିତ କରାଯାଇଛି ଏହି ଚଳଚିତ୍ର ମାଧ୍ୟମରେ। ପ୍ରେରଣାଦାୟୀ କାହାଣୀ ଲକ୍ଷ୍ୟପଥ ସିନେମାର କାହାଣୀ ଏକ ସାଧାରଣ ମଣିଷରୁ ଆରମ୍ଭ ହୋଇ ତାଙ୍କର ଲକ୍ଷ୍ୟ ପ୍ରାପ୍ତି ପର୍ଯ୍ୟନ୍ତର ଯାତ୍ରାକୁ ଏହି ସିନେମା ମାଧ୍ୟମ ଦର୍ଶାଯାଇଛି । ଜୀବନର ବିଭିନ୍ନ ବାଧା ବିଘ୍ନ, ଅସୁବିଧା ଏବଂ ପରିସ୍ଥିତି ସମ୍ଭାଳି ନେଇ ସେ କିପରି ନିଜ ଲକ୍ଷ୍ୟପଥରେ ପହଞ୍ଚିଛନ୍ତି ତାହା ଏହି ଚଳଚ୍ଚିତ୍ରର ମୁଖ୍ୟ କାହାଣୀ। ଏହି ସିନେମାର ସଙ୍ଗୀତ ନିର୍ଦ୍ଦେଶନା ଅଭୟ ନାୟକଙ୍କ ଦ୍ୱାରା କରାଯାଇଥିବାରୁ ଗୀତଗୁଡ଼ିକ ଦର୍ଶକମାନଙ୍କ ହୃଦୟକୁ ଛୁଇଁବ ବୋଲି ଆଶା କରାଯାଉଛି। ଟିଜରରେ ଦେଖାଯାଇଥିବା ଭିଜୁଆଲ୍ ଏବଂ ପୃଷ୍ଠସଙ୍ଗୀତ ସିନେମା ପ୍ରତି ଦର୍ଶକ ଙ୍କ ଆଗ୍ରହକୁ ଆହୁରି ବଢ଼ାଇବ।
ଲକ୍ଷ୍ୟପଥ ଖୁବ୍ଶୀଘ୍ର ପ୍ରେକ୍ଷାଳୟରେ ମୁକ୍ତି ଲାଭ କରିବାକୁ ଯାଉଛି। ଏହା କେବଳ ଏକ ସିନେମା ନୁହେଁ ବରଂ ସ୍ୱପ୍ନ ଦେଖୁଥିବା ପ୍ରତ୍ୟେକ ମଣିଷ ପାଇଁ ଏକ ପ୍ରେରଣାଦାୟକ କାହାଣୀ ପାଲଟିବ।

Jagruti Live Media is one of the fastest-growing digital news channels in Odisha, widely recognized for its trusted and impactful journalism. With the tagline “Odisha Mati Ra Khabara”, the platform delivers authentic and timely news across politics, entertainment, sports, national and international affairs, exclusive interviews, viral stories, and breaking updates.
Dedicated to bringing the voice of the people to the forefront, Jagruti Live Media has set a new benchmark in digital journalism through credible reporting, fast news delivery, and audience-focused storytelling across multiple platforms.



