jagrutinews.com

!-- TradingView Widget BEGIN -->
!-- TradingView Widget BEGIN -->
Responsive Breaking News Ticker
!
BREAKING NEWS

Bhadrak train accident : ମାଡ଼ି ଆସିଲା ଟ୍ରେନ୍ ଫାଟକ ନ ପଡିବାରୁ ଚାଲିଗଲା ଜୀବନ

Support Us
Bhadrak Train Accident : ରେଳ ଫାଟକ ନପଡିବାରୁ ଅକାରଣେ ଚାଲିଗଲା ଯୁବକ ଙ୍କ ଜୀବନ
Protest After Train Accident : Photo By Jagruti News
ଭଦ୍ରକ ଜିଲ୍ଲା ପୀରହାଟ ଖେଦରପୁର ରେଳ ଫାଟକରେ ଘଟିଥିବା ଏହି ଦୁଃଖଦ ଟ୍ରେନ ଦୁର୍ଘଟଣାରେ ଯୁବକ ଅଭିମନ୍ୟୁ ବେହେରାଙ୍କ ମୃତ୍ୟୁ ଘଟିଛି। କୌଣସି କାରଣ ରୁ ଫାଟକ ପଡ଼ିନଥିବା ରୁ ଘଟିଛି ଏହି ମର୍ମନ୍ତୁତ ରେଳ ଦୁର୍ଘଟଣା। କ୍ଷତି ପୂରଣ ଦାବି ରେ ଉତ୍ୟକ୍ତ ସ୍ଥାନୀୟ ଲୋକେ ଙ୍କ ବିକ୍ଷୋଭ ପ୍ରଦର୍ଶନ

ଭଦ୍ରକ : (Bhadrak Train Accident) ଟ୍ରେନ ଧକ୍କାରେ ଚାଲିଗଲା ଯୁବକ ଙ୍କ ଜୀବନ, କ୍ଷତିପୂରଣ ଦାବିରେ ରାଜପଥ ଅବରୋଧ କଲେ ସ୍ଥାନୀୟ ଲୋକେ। ଉତ୍ୟକ୍ତ ହୋଇ ରେଳବାଇ ଚେକ୍ ପୋଷ୍ଟରେ ନିଆଁ ଲଗାଇଲେ ଲୋକେ।
ଭଦ୍ରକ ଜିଲ୍ଲା ପୀରହାଟ ଥାନା ଅନ୍ତର୍ଗତ ଖେଦରପୁର ଗ୍ରାମ ନିକଟରେ ଥିବା ରେଳ ଫାଟକରେ ଘଟିଯାଇଛି ଏକ ଦୁଃଖଦ ଘଟଣା ଯାହାଫଳରେ ସମଗ୍ର ଅଞ୍ଚଳ ରେ ଖେଳିଯାଇଛି ଶୋକା ର ଛାୟା।

ଟ୍ରେନ ଆସୁଥିବା ସମୟରେ କୌଣସି କାରଣ ବଶତଃ ରେଳ ଫାଟକ ନ ପଡ଼ିବାରୁ ଯୁବକ ଜଣଙ୍କ ରେଲୱେ ଲେବୁଲ କ୍ରସିଙ୍ଗ ପାର ହେଉଥିବା ସମୟ ରେ ହଠାତ୍ ଟ୍ରେନ ମାଡ଼ି ଆସିଥିଲା ଏବଂ ଯୁବକ ଙ୍କୁ ଧକ୍କା ଦେଇଥିଲା ଯାହାଫଳରେ ଯୁବକ ଜଣଙ୍କ ଛିଟିକି ପଡ଼ିଥିଲେ ଏବଂ ଘଟଣା ସ୍ଥଳ ରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ ଯୁବକ ଜଣଙ୍କ ହେଲେ ସାହାପୁର ଗ୍ରାମପଞ୍ଚାୟତ ଅଧୀନ କଣ୍ଡରଗଡ଼ିଆ ଗ୍ରାମର ଅଭିମନ୍ୟୁ ବେହେରା ବୋଲି ପ୍ରାଥମିକ ସୂଚନା ରୁ ଜଣା ପଡିଛି।

ଗୋଟିଏ ପରିବାର ର ପୁଅ ଚାଲିଯାଇଛି ସିନା ହେଲେ ଏହି ମର୍ମନ୍ତୁତ ରେଳ ଘଟଣା କେବଳ ସେହି ପରିବାରକୁ ନୁହେଁ, ସମଗ୍ର ଅଞ୍ଚଳକୁ ଗଭୀର ଦୁଃଖ ଦେଇଛି। ସ୍ଥାନୀୟ ଲୋକମାନଙ୍କ ଅଭିଯୋଗ ଅନୁଯାୟୀ, ଟ୍ରେନ ଆସୁଥିବା ସମୟରେ କୌଣସି କାରଣ ବଶତଃ ହେଉ କି ରେଲୱେ ପୋଷ୍ଟ ଗାର୍ଡ ଙ୍କ ତ୍ରୁଟି ଯୋଗୁଁ ହେଉ ଫାଟକ ଟି ବନ୍ଦ ହୋଇନଥିଲା ଏବଂ ସତର୍କ ସୂଚନା ମଧ୍ୟ ଠିକ୍ ଭାବରେ ଦିଆଯାଇନଥିଲା। ତେବେ ଯୁବକ ଜଣଙ୍କ ରେଲୱେ ଲେବୁଲ କ୍ରସିଂ ପାର ହେଉଥିବା ସମୟରେ ହଠାତ୍ ଏହି ଦୁର୍ଘଟଣା ଘଟିଯାଇଛି।

Bhadrak Train Accident :ଘଟଣା ପରେ ଅଞ୍ଚଳରେ ତୀବ୍ର ଉତ୍ତେଜନା

Bhadrak Train Accident : ଯୁବକଙ୍କ ମୃତ୍ୟୁ ଖବର ପାଇବା ପରେ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଭୟଙ୍କର ଅସନ୍ତୋଷ ଦେଖାଦେଇଥିଲା। ଲୋକମାନେ ରେଳ ଫାଟକ କର୍ମଚାରୀଙ୍କ ଅବହେଳା ଏବଂ ଦାୟିତ୍ୱହୀନତାକୁ ଏହି ଦୁର୍ଘଟଣା ପାଇଁ ଦାୟୀ କରିଥିଲେ। ଏବଂ ପୋଲିସ ଉପସ୍ଥିତ ରେ ରେଳ ଫାଟକ କର୍ମଚାରୀ ଙ୍କ ଉପରେ ଅତର୍କିତ ଆକ୍ରମଣ ମଧ୍ୟ କରିଥିଲେ। ପୋଲିସ କଳେବଳେ କୌଶଳେ ରେଳ ଫାଟକ କର୍ମଚାରୀ ଙ୍କୁ ଘଟଣା ସ୍ଥାନ ରୁ ଉଦ୍ଧାର କରି ପୋଲିସ ଗାଡି ରେ ବସେଇ ନେଇଯାଇଥିବା ଦୃଷ୍ଟିଗୋଚର ହୋଇଛି।
ଏହାପରେ ଉତ୍ୟକ୍ତ ଜନତା ରେଳପଥ ନିକଟରେ ଥିବା ଚେକ୍ ପୋଷ୍ଟରେ ନିଆଁ ଲଗାଇବା ସହ ଟେକା ପଥର ମାରି ଚେକ ପୋଷ୍ଟ ର ଝରକା କାଚ ସବୁ ଭାଙ୍ଗି ଦେଇଥିଲେ ଓ ଜୋରଦାର ପ୍ରତିବାଦ କରିଥିଲେ। କିଛି ସମୟ ପାଇଁ ଅଞ୍ଚଳରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା।

ଏହି ଖବର ପଢନ୍ତୁ : ବଡ଼ ବିପଦରୁ ରକ୍ଷା! ବ୍ରେକ୍ ଫେଲ୍ ଟ୍ରକ ଗ୍ୟାସ ଏଜେନ୍ସିରେ ମାଡ଼ିଗଲା, ୧୫ରୁ ଅଧିକ ବାଇକ୍ ଚୁରମାର

କ୍ଷତିପୂରଣ ଦାବିରେ ରାଜପଥ ଅବରୋଧ

ଦୁର୍ଘଟଣାରେ ମୃତ ଅଭିମନ୍ୟୁ ବେହେରାଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବା ଏବଂ ଏହି ଦୁର୍ଘଟଣା ପାଇଁ ଦାୟୀ କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ସ୍ଥାନୀୟ ଲୋକମାନେ ଭଦ୍ରକ ଓ ଚାନ୍ଦବାଲି କୁ ସଂଯୋଗ କରୁଥିବା ରାଜପଥ ର ପୀରହାଟ ମଝି ବଜାରରେ ଟାୟାର ଜାଳି ପ୍ରତିବାଦ ପ୍ରଦର୍ଶନ କରିବା ସହ ରାସ୍ତାରୋକ କରିଥିଲେ।
ଏହି ଅବରୋଧ ଫଳରେ ଉଭୟ ପାର୍ଶ୍ୱରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଯାହାଫଳ ରେ ଶହଶହ ଯାନବାହାନ ରାସ୍ତା ପାର୍ଶ୍ଵ ର୍ର ଅଟକି ରହିଥିଲା ଏଥି ସହ ଅନେକ ଯାତ୍ରୀ ଏବଂ ଡ୍ରାଇଭର ମଧ୍ୟ ଏହି ପ୍ରତିବାଦ ରେ ଫସିରହି ଘଣ୍ଟା ଘଣ୍ଟା ଧରି ଅଟକି ରହିଥିଲେ।

ସ୍ଥିତି ଅଣଆୟତ ହେବା ପରେ ପ୍ରଶାସନର ହସ୍ତକ୍ଷେପ
ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଚାନ୍ଦବାଲି ଏସଡିପିଓଙ୍କ ସମେତ ପୀରହାଟ ଓ ତିହିଡ଼ି ଥାନାର ଆଇଆଇସି ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣା ର ଗୁରୁତ୍ୱ କୁ ଅନୁସନ୍ଧାନ କରି ପ୍ରଶାସନ ପରିସ୍ଥିତି କୁ ନିୟନ୍ତ୍ରଣ କରିବାକୁ ଅନେକ ପ୍ରଚେଷ୍ଟା କରିଥିଲେ। ହେଲେ ଉତ୍ୟକ୍ତ ଲୋକେ ତାଙ୍କ ଦାବି ରେ ଅଟଳ ଥିଲେ। ମୃତ ଯୁବକ ଅଭିମନ୍ୟୁ ବେହେରା ଙ୍କ ପରିବାର କୁ ସରକାର କିମ୍ବା ପ୍ରଶାସନ ତରଫରୁ ଉପଯୁକ୍ତ କ୍ଷତିପୂରଣ ନମିଳିବା ଯାଏଁ ଏହି ରାସ୍ତା ରୋକ ହଟିବ ନାହିଁ ବୋଲି ସ୍ଥାନୀୟ ଲୋକେ ଜିଦ୍ ଧରି ବସିଥିଲେ।

ପୋଲିସ ଓ ପ୍ରଶାସନ ପକ୍ଷରୁ ଉତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରାଯାଇଥିଲା ଏବଂ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରାଯାଇଥିଲା। ଶେଷ ରେ ଉତ୍ୟକ୍ତ ଲୋକେ କ୍ଷତି ପୂରଣ ନମିଳିବା ଯାଏଁ କୌଣସି ପରିସ୍ଥିତି ରେ ରାସ୍ତା ରୋକ ହଟିବ ନାହିଁ ବୋଲି ଜିଦ୍ ରେ ଅଟଳ ରହିବାରୁ ପରିସ୍ଥିତି କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ବାହିନୀ ତରଫରୁ ବଳ ମଧ୍ୟ ମୁତୟନ କରାଯାଇଥିଲା।

ରେଳ ଫାଟକ ସୁରକ୍ଷାକୁ ନେଇ ପୁଣି ଉଠିଲା ବଡ଼ ପ୍ରଶ୍ନ

ଏହି ଦୁର୍ଘଟଣା ପରେ ରେଳ ଫାଟକର ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଫାଟକ ବନ୍ଦ ନ ହେବା କିମ୍ବା ସତର୍କ ସୂଚନାର ଅଭାବ ଯୋଗୁଁ ଅନେକ ସମୟରେ ଏଭଳି ଦୁର୍ଘଟଣା ଘଟୁଛି। ଯାହାର ଜ୍ୱଳନ୍ତ ଉଦାହରଣ ଆଜି ଭଦ୍ରକ ଜିଲ୍ଲା ପୀରହାଟ ଅଞ୍ଚଳ ରେ ଦେଖିବାକୁ ମିଳିଛି।
ବୁଦ୍ଧିଜୀବୀ ମାନଙ୍କ ମତରେ, ଫାଟକ ନିକଟରେ ସ୍ୱୟଂଚାଳିତ ସତର୍କ ସୂଚନା ବ୍ୟବସ୍ଥା, ସିସିଟିଭି ର ବ୍ୟବସ୍ଥା ଏବଂ କର୍ମଚାରୀଙ୍କ ନିୟମିତ ତଦାରଖ ଦୁର୍ଘଟଣା ହ୍ରାସ କରିପାରିବ ବୋଲି ମତ ପ୍ରକାଶ ପାଇଛି। ସରକାର ମଧ୍ୟ ଭଦ୍ରକ ଜିଲ୍ଲା ର ଏହି ଘଟଣା ପରେ ଏଥି ପ୍ରତି ଗୁରୁତ୍ୱ ଦେଇ ରେଳ ଫାଟକ ସୁରକ୍ଷା କୁ ଅଧିକ ସୁଦୃଢ କରିବାର ଆବଶ୍ୟତା ରହିଛି।

Bhadrak Train Accident : ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ପୋଲିସ
After Train Accident Protest Of The Local : Photo By Jagruti News
ଘଟଣାର ସଂକ୍ଷିପ୍ତ ବିବରଣୀ
ବିଷୟବିବରଣୀ
ଘଟଣା ସ୍ଥାନଖେଦରପୁର ରେଳ ଫାଟକ, ପୀରହାଟ, ଭଦ୍ରକ
ଘଟଣାଟ୍ରେନ ଧକ୍କାରେ ଯୁବକଙ୍କ ମୃତ୍ୟୁ
ମୃତ ଯୁବକଅଭିମନ୍ୟୁ ବେହେରା
ଘରକଣ୍ଡରଗଡିଆ ଗ୍ରାମ, ସାହାପୁର ପଞ୍ଚାୟତ
ଦୁର୍ଘଟଣାର କାରଣଟ୍ରେନ ଆସିବା ବେଳେ ଫାଟକ ପଡ଼ିନଥିବା ଅଭିଯୋଗ
ଲୋକଙ୍କ ପ୍ରତିକ୍ରିୟାଚେକପୋଷ୍ଟରେ ନିଆଁ ଲଗେଇ ବିକ୍ଷୋଭ ପ୍ରଦର୍ଶନ
ପ୍ରମୁଖ ଦାବିମୃତକ ଙ୍କ ପରିବାର କୁ ଉପଯୁକ୍ତ କ୍ଷତିପୂରଣ
ଆନ୍ଦୋଳନଭଦ୍ରକ ଓ ଚାନ୍ଦବାଲି ରାଜପଥ ଅବରୋଧ
ପୋଲିସ କାର୍ଯ୍ୟାନୁଷ୍ଠାନଏସଡିପିଓ ଓ ଦୁଇ ଥାନାର ଅଧିକାରୀ ପହଞ୍ଚି ବୁଝାସୁଝା
ବର୍ତ୍ତମାନ ସ୍ଥିତିଅଞ୍ଚଳରେ ଉତ୍ତେଜନା ଜାରି
ଏଭଳି ଦୁର୍ଘଟଣା ରୋକିବା ପାଇଁ କଣ ଆବଶ୍ୟକ?

୧ . ସ୍ୱୟଂଚାଳିତ ରେଳ ଫାଟକ ବ୍ୟବସ୍ଥା। ଆଧୁନିକ ଟେକ୍ନୋଲୋଜି ଦ୍ୱାରା ଫାଟକ ସ୍ୱୟଂଚାଳିତ ଭାବରେ ବନ୍ଦ ହେବା ଉଚିତ। ଯାହା ଦ୍ୱାରା ଏପରି ଅଘଟଣ କୁ ଏଡ଼େଇବା ସହ ଭବିଷ୍ୟତ ରେ ଧନ ଜୀବନ ହାନି କୁ ମଧ୍ୟ ରୋକାଯାଇ ପାରିବ।
୨. ସିସିଟିଭି ର ବ୍ୟବସ୍ଥା
ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ରେଳ ଫାଟକରେ ସିସିଟିଭି କ୍ୟାମେରା ଲଗାଇବା ଦରକାର। ଯାହା ଦ୍ୱାରା ରେଳ ଫାଟକ ଓ ରେଳ ଧାରଣା ଉପରେ କଡା ନଜର ରଖିବା ସହ ଏପରି ଆକସ୍ମିକ ଦୁର୍ଘଟଣା ଉପରେ ରୋକ ଲଗାଯାଇପାରିବ।
୩. କର୍ମଚାରୀଙ୍କ ଦାୟିତ୍ୱ
ରେଳ ଫାଟକ କର୍ମଚାରୀ ଙ୍କ ଅବହେଳା ପ୍ରମାଣିତ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ। ଯାହା ଦ୍ୱାରା ଫାଟକ କର୍ମଚାରୀ ମାନେ ମଧ୍ୟ ସଜାଗ ହେବା ସହ ନିଜ ଦାୟିତ୍ୱ ସଠିକ ରୂପେ ନିର୍ବାହ କରିବେ।
୪. ସଚେତନତା କାର୍ଯ୍ୟକ୍ରମ
ଦୁର୍ଘଟଣା କୁ ଏଡ଼େଇବା ପାଇଁ ସରକାର ବିଭିନ୍ନ ମାଧ୍ୟମ ରେ ସାଧାରଣ ଲୋକଙ୍କୁ ରେଳ ଫାଟକ ସୁରକ୍ଷା ସମ୍ପର୍କରେ ସଚେତନ କରିବା ଦରକାର। ଯାହା ଦ୍ୱାରା ମଧ୍ୟ ଏପରି ଦୁର୍ଘଟଣା କୁ ଏଡା ଯାଇ ପାରିବ।

ଗୁରୁତ୍ୱପୂର୍ଣ ଲିଙ୍କ

ଭାରତୀୟ ରେଳବାଇ ସୁରକ୍ଷା ନିର୍ଦ୍ଦେଶାବଳୀ

ରେଳ ଦୁର୍ଘଟଣା କ୍ଷତିପୂରଣ ସମ୍ପର୍କିତ ସୂଚନା

ଓଡ଼ିଶା ପୋଲିସ ଜରୁରୀ ସେବା

ଭଦ୍ରକ ଜିଲ୍ଲା ପ୍ରଶାସନ ସମ୍ବନ୍ଧୀୟ ସୂଚନା

ପ୍ରଶ୍ନୋତ୍ତର
ପ୍ରଶ୍ନ: ଦୁର୍ଘଟଣା କେଉଁଠି ଘଟିଥିଲା?

ଉତ୍ତର: ଭଦ୍ରକ ଜିଲ୍ଲା ପୀରହାଟ ଥାନା ଅନ୍ତର୍ଗତ ଖେଦରପୁର ରେଳ ଫାଟକ ରେ ଘଟିଥିବା ଏହି ମର୍ମନ୍ତୁତ ସଡକ ଦୁର୍ଘଟଣା।

ପ୍ରଶ୍ନ: ମୃତ ଯୁବକ ଙ୍କ ନାମ କଣ?

ଉତ୍ତର: ମୃତ ଯୁବକ ଙ୍କ ନାମ ହେଉଛି ଅଭିମନ୍ୟୁ ବେହେରା।

ପ୍ରଶ୍ନ: ସ୍ଥାନୀୟ ଲୋକଙ୍କ ଦାବି କଣ ରହିଛି ?

ଉତ୍ତର: ମୃତ ଯୁବକ ଅଭିମନ୍ୟୁ ବେହେରା ଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦିଆଯାଉ ଏବଂ ଦୁର୍ଘଟଣା ପାଇଁ ଦାୟୀ ସମ୍ପୃକ୍ତ ରେଳ ଫାଟକ କର୍ମଚାରୀ ଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେଉ।

ପ୍ରଶ୍ନ: ଏହି ଘଟଣା ରେ ପ୍ରଶାସନ କଣ ପଦକ୍ଷେପ ନେଇଛି?

ଉତ୍ତର: ଘଟଣା ସ୍ଥଳ ରେ ପୋଲିସ ଓ ପ୍ରଶାସନ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ଏବଂ ଶାନ୍ତି ବଜାୟ ରଖିବା ସହ ରାସ୍ତା ରୋକ ହଟାଇବାକୁ ପରାମର୍ଶ ଦେଇଥିଲେ।

ଏହି ଘଟଣା ରେଳ ଫାଟକ ସୁରକ୍ଷା ବ୍ୟବସ୍ଥା ରେ ତ୍ରୁଟି କୁ ପଦା ରେ ପକେଇଛି

ଭଦ୍ରକ ଜିଲ୍ଲା ର ଏହି ଦୁଃଖଦ ଘଟଣା ପୁଣିଥରେ ରେଳ ଫାଟକ ସୁରକ୍ଷା ବ୍ୟବସ୍ଥାର ଦୁର୍ବଳତାକୁ ସାମ୍ନାକୁ ଆଣିଛି। ଅଭିମନ୍ୟୁ ବେହେରା ଙ୍କ ର ଅକାଳ ବିୟୋଗ କେବଳ ଗୋଟିଏ ପରିବାରର କ୍ଷତି ନୁହେଁ, ସମଗ୍ର ସମାଜ ପାଇଁ ଏହା ଏକ ଚେତାବନୀ। ଯଦି ପ୍ରକୃତରେ ଫାଟକ ପରିଚାଳନାରେ ଅବହେଳା ଥାଏ, ତେବେ ତାହାର ନିରପେକ୍ଷ ତଦନ୍ତ ହେବା ଆବଶ୍ୟକ ଏଥି ସହ ଦୁର୍ଘଟଣା ପାଇଁ ଦାୟୀ କର୍ମଚାରୀ ଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନିଆଯିବା ଆବଶ୍ୟକ।

ସେହିପରି ମୃତ ଯୁବକ ଅଭିମନ୍ୟୁ ବେହେରା ଙ୍କ ପରିବାରକୁ ସରକାର କିମ୍ବା ପ୍ରଶାସନ ତରଫରୁ ଯଥୋଚିତ ସହାୟତା ଓ କ୍ଷତିପୂରଣ ପ୍ରଦାନ କରିବା ସରକାର ଓ ପ୍ରଶାସନର ନୈତିକ ଦାୟିତ୍ୱ। ଏଭଳି ଦୁର୍ଘଟଣା ଆଗାମୀ ଦିନରେ କିପରି ପୁନରାବୃତ୍ତି ନ ହେଉ, ସେଥିପାଇଁ ରେଳ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଆଧୁନିକ ପ୍ରଣାଳୀ ରେ କାର୍ଯ୍ୟକାରୀ କରିବା ର ଆବଶ୍ୟକତା ରହିଛି ।

Leave a Comment

Your email address will not be published. Required fields are marked *

Scroll to Top