lovestory : ଦର୍ଶକ ବନ୍ଧୁ ଆମେ ଆପଣ ମାନଙ୍କୁ ଫେରାଇ ନେଉଛୁଁ ନବେ ଦଶକର ବଲିଉଡ୍ ପ୍ରେମ କାହାଣୀ ପୃଷ୍ଟଭୂମି ଉପରକୁ। ବଲିଉଡ୍ ଜଗତର ସୁପରଷ୍ଟାର ଅମିତାଭ ବଚ୍ଚନ କିମ୍ବା ସାରୁଖୁଖାନ ଙ୍କ କାହାଣୀ ଠାରୁ ଏ କାହାଣୀ ଅଧିକ ରୋମାଞ୍ଚିତ ଓ ରୋମାଞ୍ଚକର।

lovestory : କଣ ରହିଛି ସମ୍ପୂର୍ଣ କାହାଣୀ କେମିତି ହେଇଥିଲା ପ୍ରେମ
ଦିନେ ଘରେ ଗୋଟିଏ ବେଳେ ଖାଦ୍ୟ ପାଇଁ ଆଉଟୁ ପାଉଟୁ ହେଉଥିବା ଅଳ୍ପ ଶିକ୍ଷିତ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ନୂଆଗାଁ ଗ୍ରାମପଞ୍ଚାୟତ ଉହାଡ ଗ୍ରାମର ଶୁକଦେବ ସେଠୀ ବନିଗଲେ ୟୁରୋପ ମହାଦେଶ କ୍ରୋଏସିଆ ଯୁବତୀଙ୍କ ପ୍ରେମରେ ପାଗଳ ତାହା ଆପଣ ମାନେ ଶୁଣିଲେ ଆପଣ ମାନଙ୍କୁ ଲାଗିବ ଯେମିତି ଏକ ହିନ୍ଦୀ ଚଳଚ୍ଚିତ୍ର ର କାହାଣୀ। ଅଭାବୀ ପରିବାର ର ଥିବା ନୂଆଗାଁ ଗ୍ରାମପଞ୍ଚାୟତ ର ଶୁକଦେବ ସେଠୀ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଯାଇ ପହଞ୍ଚିଥିଲେ ମାଲଦ୍ଵୀପ୍ସ ରେ। ସେଠାରେ ଥିବା ଆରୀୟନ୍ ହୋଟେଲ ରେ ଓଏଟର ବୟ ଭାବେ କାମ କରୁଥିବା ଅଳ୍ପ ଶିକ୍ଷିତ ଶୁକଦେବ ଙ୍କ ସଂସ୍ପର୍ଷ ରେ ଆସିଥିଲେ ଦୀର୍ଘ ସାଢେ଼ ତିନି ହଜାର କିଲୋ ମିଟର ସୁଦୂର ୟୁରୋପ ମହାଦେଶ କ୍ରୋଏସିଆ ର ପରିଭ୍ରମଣକାରି ଯୁବତୀ ତମରା। ଏଇଠୁ ହିଁ ଆରମ୍ଭ ହୋଇଥଲା ଓଡ଼ିଆ ଯୁବକ ଶୁକଦେବ ଓ ୟୁରୋପିଆନ୍ ଯୁବତୀ ଙ୍କ ନୂଆ ପ୍ରେମ କାହାଣୀ।

ଲଭ ଇନ୍ ଫାଷ୍ଟ ସାଇଟ କୋଉଠି ହେଇଥିଲା ଆରମ୍ଭ
ନିଜ ଅଲକ୍ଷ ରେ ଖାଦ୍ୟ ପରଶୁ ପରଶୁ ନିଜ ଆଖି ସହିତ ଆଖି ମିଶିଥିଲା ଅତିଥି ଭାବେ ରହିଥିବା ତମରା ଙ୍କ ଆଖି ସହ। ଲଭ୍ ଇନ୍ ଫାଷ୍ଟ ସାଇଟ୍ ପରି ଶିହରଣ ଖେଳିଥିଲା ଶୁକଦେବ ଙ୍କ ମାନସପଟରେ। କିନ୍ତୁ ଫେରିଯାଇଥିଲେ ମାଲଦୀପ ରୁ ନିଜ ଦେଶକୁ ତମରା।ହେଲେ ଭୁଲିନଥିଲେ ଆଖି ଆଖିର ଈଶାରା ପାଇଥିବା ଶୁକଦେବ। ହ୍ଵାଟସଆପ୍ ଜରିଆରେ ପ୍ରେମ ଭିଜା କଥା କହୁ କହୁ ସେମାନେ ବାନ୍ଧିଗଲେ ସାତଜନମର ସାଥି। ସାତଦରିଆ ପାର ହୋଇ ହିନ୍ଦୁ ଧର୍ମର ରିତି ନୀତି ଅନୁସାରେ ଅଗ୍ଣି କୁ ସାକ୍ଷୀ ରଖି ଗଢିଛନ୍ତି ଏକ ନୂଆ ଦୁନିଆ। ଭାରତୀୟ ନାଗରିକ ହେବା ପାଇଁ ଅବେଦନ କରିବା ସହ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ଦର୍ଶନ କରିବା ପାଇଁ ତାଙ୍କର ଅଛି ଅନେକ ଇଚ୍ଛା ଓ ଅଭିଳାଷ। ଭବିଷ୍ୟତ କହିବ ଓଡ଼ିଆ ସଂସ୍କୃତି ଓ ପରମ୍ପରା ରେ ଯୋଡ଼ି ହେବାକୁ ଆସିଥିଲେ ବିଦେଶିନୀ ଯୁବତୀ ନା ନିଜ ମାୟା ଜାଲ ରେ ଟାଣିନେବେ ଓଡ଼ିଆ ଯୁବକ ଙ୍କୁ।


କହାଣୀ ଟି ଦର୍ଶାଉଛି ପ୍ରେମ ପାଇଁ କୌଣସି ସୀମା ନାହି । ସବୁ ଅତିକ୍ରମ କରିପାରେ ପ୍ରକୃତ ପ୍ରେମ । ତେବେ ଏ କାହାଣୀ ଟି ବୋଧେ ତାର ଗୋଟେ ଜ୍ଵଳନ୍ତ ଉଦାହରଣ ।