odishi classical dance : ଭୁବନେଶ୍ୱର ରେ ଶାସ୍ତ୍ରୀୟ ନୃତ୍ୟର ପ୍ରଚାର ପ୍ରସାର ପାଇଁ ଦୀର୍ଘଦିନ ଧରି କାର୍ଯ୍ୟରତ ପ୍ରତିଷ୍ଠିତ ଅନୁଷ୍ଠାନ ‘ଛନ୍ଦମ୍’,। ତାହାର ୨୮ତମ ବାର୍ଷିକ ଉତ୍ସବକୁ ବିଶେଷ ଢଙ୍ଗରେ ଆୟୋଜନ କରିଛି। “ଅଦ୍ଦା ଏବଂ ଅଭିନୟ” ନାମରେ ପରିଚିତ ଏହି ସନ୍ଧ୍ୟା କେବଳ ଏକ ସାଧାରଣ କାର୍ଯ୍ୟକ୍ରମ ନୁହେଁ। ଏହା ଏକ ନୂଆ ଧାରାର ସାଂସ୍କୃତିକ ପ୍ରୟୋଗ ଭାବରେ ଦର୍ଶକମାନଙ୍କ ମନରେ ଅଲିଭା ଛାପ ଛାଡ଼ିଛି। ଜିକେସିଏମ୍, ଓଆରସି ଅଡିଟୋରିୟମରେ ଆୟୋଜିତ ଏହି ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା କଥକ ନୃତ୍ୟର ବିଶେଷ ପ୍ରଦର୍ଶନ।
ସାଧାରଣତଃ ଭୁବନେଶ୍ୱର ଓଡ଼ିଶୀ ନୃତ୍ୟ ପାଇଁ ପରିଚିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମ ରେ କଥକ ନୃତ୍ୟ କୁ କେନ୍ଦ୍ର କରି ଆୟୋଜନ କରାଯାଇଥିବା ଦେଖିବାକୁ ମିଳିଛି। ଯାହା ଭୁବନେଶ୍ୱର ସହରର ସାଂସ୍କୃତିକ ଧାରାକୁ ଏକ ନୂଆ ଦିଗ ଦେଇଛି। ଏହି ପ୍ରୟାସ ଦର୍ଶାଇଛି ଯେ ଭୁବନେଶ୍ୱର କେବଳ ଏକ ପାରମ୍ପରିକ କଳାର କେନ୍ଦ୍ର ନୁହେଁ ବରଂ ବିଭିନ୍ନ ଶାସ୍ତ୍ରୀୟ କଳାକୁ ଆପଣାଇ ଏକ ସମୃଦ୍ଧ ସାଂସ୍କୃତିକ ପରିବେଶ ଗଢ଼ିଉଠୁଛି।

odishi classical dance : ପ୍ରଖ୍ୟାତ ଅତିଥିମାନଙ୍କ ଉପସ୍ଥିତି ଓ ସେମାନଙ୍କ ମୂଲ୍ୟବାନ୍ ମତାମତ
ଏହି ଉତ୍ସବରେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଭାପତି ଗୁରୁ ଅରୁଣା ମହାନ୍ତି ଙ୍କ ସହିତ ବିଶିଷ୍ଟ ଶିକ୍ଷାବିତ୍ ଚନ୍ଦ୍ରଭାନୁ ପଟ୍ଟନାୟକ ଓ ସାମାଜିକ ବ୍ୟକ୍ତିତ୍ୱ ସୀତାକାନ୍ତ ବାରିକ ଉପସ୍ଥିତ ଥିଲେ। ସେମାନଙ୍କ ଉପସ୍ଥିତି ଏହି କାର୍ଯ୍ୟକ୍ରମ କୁ ଆହୁରି ଗୌରବାନ୍ୱିତ କରିଥିଲା। ଅରୁଣା ମହାନ୍ତି ତାଙ୍କ ଅଭିଭାଷଣରେ କହିଥିଲେ ଯେ ଓଡ଼ିଶାରେ ଏପରି କଥକ କେନ୍ଦ୍ରିକ ଶାସ୍ତ୍ରୀୟ କାର୍ଯ୍ୟକ୍ରମ ବହୁତ କମ୍ ଦେଖିବାକୁ ମିଳେ।
ସେ କହିଥିଲେ ଯେ ବିଭିନ୍ନ ଛନ୍ଦ ମାଧ୍ୟମରେ କଥକ ପ୍ରସ୍ତୁତି ଦର୍ଶକଙ୍କ ପାଇଁ ଏକ ନୂତନ ଅନୁଭବ ଥିଲା। ଏହା ସହ ସେ ଭୁବନେଶ୍ୱର ରେ ଏକ ସ୍ୱତନ୍ତ୍ର କଥକ ତାଲିମ କେନ୍ଦ୍ର ସ୍ଥାପନା ପାଇଁ ଆହ୍ୱାନ ମଧ୍ୟ ଦେଇଥିଲେ। ପ୍ରଫେସର ଚନ୍ଦ୍ରଭାନୁ ପଟ୍ଟନାୟକ ଏହି ଉତ୍ସବକୁ ଭୁବନେଶ୍ୱର ପାଇଁ ଏକ ନୂଆ ସାଂସ୍କୃତିକ ସୁଯୋଗ ଭାବେ ବର୍ଣ୍ଣନା କରିଥିଲେ। ସେ କହିଥିଲେ ଯେ ଶାସ୍ତ୍ରୀୟ ନୃତ୍ୟ ର ପରମ୍ପରା ରକ୍ଷା କରିବା ଦିଗ ରେ ଆଜିର ଦିନରେ ମହତ୍ୱ ବହୁତ ଜରୁରୀ ଓ ଏହି ଦିଗରେ ଛନ୍ଦମ୍ର ପ୍ରୟାସ ପ୍ରଶଂସନୀୟ।
ଓଡିଶୀ ନୃତ୍ୟ ଏବଂ କଥକ ନୃତ୍ୟ ର ମହାମିଳନ ଏକ ଅଦ୍ଭୁତ ଅନୁଭବ
“ଅଦ୍ଦା ଏବଂ ଅଭିନୟ” କାର୍ଯ୍ୟକ୍ରମର ଆଉ ଏକ ମୁଖ୍ୟ ଆକର୍ଷଣ ଥିଲା ସଙ୍ଗୀତ ଏବଂ ନୃତ୍ୟର ସୁନ୍ଦର ସମନ୍ୱୟ। ମାଷ୍ଟର ଅବିରୂପ ଘୋଷ ଏବଂ ମିସ୍ ସୋନାକ୍ଷୀ ଦାସ ଙ୍କ ଭାଓଲିନ୍ ପ୍ରଦର୍ଶନ ନୃତ୍ୟକୁ ପ୍ରଦର୍ଶନ କୁ ଏକ ନୂଆ ଉଚ୍ଚତାରେ ପହଞ୍ଚାଇଥିଲା।
ସଙ୍ଗୀତଜ୍ଞ ମାନଙ୍କ ମଧ୍ୟରେ ସୁମନ ସ୍ୱରୂପ ପ୍ରଧାନ (ତବଲା), ବାଳକୃଷ୍ଣ ଜେନା (ହାରମୋନିୟମ୍), ମନ୍ମଥ କୁମାର ପ୍ରଧାନ (ସିତାର), ଓ ଜବାହର ମିଶ୍ର (ବାଉଁଶୀ) ତାଙ୍କ ଅପୂର୍ବ ପ୍ରତିଭା ଦ୍ୱାରା କାର୍ଯ୍ୟକ୍ରମକୁ ସ୍ମରଣୀୟ କରିଥିଲେ। ଏଥି ସହ ସମସ୍ତ କଳାକାର ମାନଙ୍କୁ ସମ୍ମାନିତ କରାଯିବା ଏହି ଉତ୍ସବ ର ଶୋଭା ବଢ଼ାଇଥିଲା। ନୃତ୍ୟ ଓ ସଙ୍ଗୀତର ଏହି ସମନ୍ୱୟ ଦର୍ଶକଙ୍କୁ ଏକ ନିଆରା ଅନୁଭବ ଦେଇଥିଲା। ଯେଉଁଠି ତାଳ, ଭାବ, ଓ ଅଭିନୟ ର ଏକ ସୁନ୍ଦର ସଂଗୀତିକ ଯାତ୍ରାରେ ପରିଣତ ହୋଇଥିଲା।
କଣ ରହିଛି ଛନ୍ଦମ୍ ର ଲକ୍ଷ୍ୟ ଏବଂ ଭବିଷ୍ୟତ ଯୋଜନା
ଛନ୍ଦମ୍ ର ମୁଖ୍ୟ ସ୍ୱରୂପା ଘୋଷ କହିଥିଲେ ଯେ ଏହି ଉତ୍ସବ ଆୟୋଜନର ପ୍ରମୁଖ ଉଦ୍ଦେଶ୍ୟ ହେଉଛି କଥକ ନୃତ୍ୟକୁ ଭୁବନେଶ୍ୱରରେ ପ୍ରଚାର କରିବା ଓ ନୂତନ ପିଢ଼ୀଙ୍କୁ ଏହା ସହିତ ଯୋଡ଼ିବା। ସେ କହିଥିଲେ ବର୍ତ୍ତମାନ ଛନ୍ଦମ୍ ରେ ୫୦ରୁ ଅଧିକ ଛାତ୍ରଛାତ୍ରୀ ଅଫଲାଇନ୍ ଓ ଅନ୍ ଲାଇନ୍ ମାଧ୍ୟମ ରେ କଥକ ନୃତ୍ୟ ଶିଖୁଛନ୍ତି। ଭୁବନେଶ୍ୱରର ସହିତ ସହ ଅନ୍ୟ ସହର ବେଙ୍ଗାଲୁରୁ, କୋଲକାତା, ହାଇଦ୍ରାବାଦ ଓ ଅଗରତାଲା ରୁ ମଧ୍ୟ ଛାତ୍ରଛାତ୍ରୀମାନେ ଅନଲାଇନ୍ ଯୋଗେ ଶିକ୍ଷା ଗ୍ରହଣ କରୁଛନ୍ତି। ଏହା ଦର୍ଶାଏ ଯେ ଛନ୍ଦମ୍ର ପ୍ରଭାବ କେବଳ ଭୁବନେଶ୍ୱର ସହର ରେ ସୀମିତ ନୁହେଁ। ଏହି କାର୍ଯ୍ୟକ୍ରମ ରେ ୨୯ ଜଣ ଛାତ୍ରଛାତ୍ରୀ ଭାଗ ନେଇ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ।
ଯାହା ଭବିଷ୍ୟତରେ କଥକ ନୃତ୍ୟର ଉଜ୍ବଳ ଦିଗକୁ ସୂଚିତ କରିବ। ସ୍ୱରୂପ ଘୋଷ ଏହା ମଧ୍ୟ କହିଥିଲେ ଯେ ଓଡ଼ିଶା ରେ କଥକ ଶିକ୍ଷକ ମାନଙ୍କର ଅଭାବ ରହିଛି ଓ ଏହାକୁ ଦୂର କରିବା ପାଇଁ ଛନ୍ଦମ୍ ନିରନ୍ତର ପ୍ରୟାସ ଜାରିରଖିଛି। ସେ କଥକ ପାଇଁ ସଚେତନତା ବଢ଼ାଇବା ଓ ଅଧିକ ସୁଯୋଗ ସୃଷ୍ଟି କରିବାରେ ଅନୁଷ୍ଠାନ ର ଦୃଢ଼ ସଙ୍କଳ୍ପକୁ ପୁଣିଥରେ ପୁନରାବୃତ୍ତି କରିଥିଲେ। ଶେଷରେ ଏହି ଉତ୍ସବ ଦର୍ଶକ ମାନଙ୍କ ମନକୁ ବିମୋହିତ କରି ସଫଳତାର ସହ ସମାପ୍ତ ହୋଇଥିଲା। ଏହା ପୁଣିଥରେ ପ୍ରମାଣ କରିଛି ଯେ ଭୁବନେଶ୍ୱର ଏକ ବିକାଶଶୀଳ ସାଂସ୍କୃତିକ କେନ୍ଦ୍ର ଯେଉଁଠି ବିଭିନ୍ନ ଶାସ୍ତ୍ରୀୟ ପରମ୍ପରା ର ଏକ ସୁନ୍ଦର ସମନ୍ୱୟରେ ବିକଶିତ ହେଉଛି।

Jagruti Live Media is one of the fastest-growing digital news channels in Odisha, widely recognized for its trusted and impactful journalism. With the tagline “Odisha Mati Ra Khabara”, the platform delivers authentic and timely news across politics, entertainment, sports, national and international affairs, exclusive interviews, viral stories, and breaking updates.
Dedicated to bringing the voice of the people to the forefront, Jagruti Live Media has set a new benchmark in digital journalism through credible reporting, fast news delivery, and audience-focused storytelling across multiple platforms.



