Road accident : ଘଟଣା କ୍ରମେ ଏକ ବାଇକ ଭାରସମ୍ୟ ହରାଇ ଇଲେକ୍ଟ୍ରି ଖୁଣ୍ଟ ରେ ଧକ୍କା ଦେବାଫଳ ରେ ଘଟିଛି ଏପରି ମର୍ମନ୍ତୁତ ସଡକ ଦୁର୍ଘଟଣା।

Road accident : ଭାରସମ୍ୟ ହରାଇ ଇଲେକ୍ଟ୍ରି ଖୁଣ୍ଟ ରେ ଧକ୍କା ଦେଲା ବାଇକ ଯାହାଫଳ ରେ ଘଟିଛି ଏହି ଭୟଙ୍କର ସଡକ ଦୁର୍ଘଟଣା
ଆଜି କଟକ ଜିଲ୍ଲାର ସାଲେପୁର ବ୍ଲକ୍ ଅନ୍ତର୍ଗତ କଟରପା ପଞ୍ଚାୟତର ଅଗରପୁର ଗ୍ରାମ ନିକଟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି। ସୂଚନା ଅନୁସାରେ, ଜପକୁଦ ଅଞ୍ଚଳ ରୁ ଭିମଦାସପୁର ଗ୍ରାମପଞ୍ଚାୟତର ବୋଧସରା ଗ୍ରାମର ଶିବ ଦାସ ଓ ଅନ୍ୟ ଜଣେ ବ୍ୟକ୍ତି ଗ୍ଲାମାର ବାଇକ (ନଂ- OD 33 C 5932) ଯୋଗେ ଘରକୁ ଫେରୁଥିଲେ।
ସେମାନେ ଅଗରପୁର ନିକଟକୁ ପହଞ୍ଚିବା ସମୟରେ କୌଣସି କାରଣବଶତଃ ବାଇକ ର ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଇଲେକ୍ଟ୍ରିକ୍ ଖୁଣ୍ଟକୁ ବହୁତ ଜୋରରେ ଧକ୍କା ଦେଇଥିଲେ। ଧକ୍କାର ତୀବ୍ରତା ଏତେ ଅଧିକ ଥିଲା ଯେ ବାଇକଟି ରାସ୍ତାର ଅପର ପାର୍ଶ୍ୱକୁ ଛିଟିକି ପଡ଼ିଥିଲା। ଏହି ଦୁର୍ଘଟଣା ପରେ ଘଟଣାସ୍ଥଳ ରେ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା।
• ଦୁର୍ଘଟଣା ପରେ ପୋଲିସର କାର୍ଯ୍ୟାନୁଷ୍ଠାନ ଓ ସ୍ଥାନୀୟ ଲୋକଙ୍କ ପ୍ରତକ୍ରିୟା
ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ଦୁଇଜଣ ଆହତଙ୍କୁ ଉଦ୍ଧାର କରିଥିଲେ। ଘଟଣାର ଗମ୍ଭୀରତା ଦେଖି ସେମାନେ ତୁରନ୍ତ ପୋଲିସ କୁ ଖବର ଦେଇଥିଲେ।
ଖବର ପାଇ ଜପକୁଦ ଫାଣ୍ଡି ଅଧିକାରୀ ଭୀଷ୍ମଚରଣ ପ୍ରଧାନ ଘଟଣାସ୍ଥଳ ରେ ଶୀଘ୍ର ପହଞ୍ଚିଥିଲେ। ସେ ଦୁଇଜଣ ଗୁରୁତର ଆହତଙ୍କୁ ଆମ୍ବୁଲାନ୍ସ ମାଧ୍ୟମରେ ନିକଟସ୍ଥ ମେଡିକାଲକୁ ପଠାଇଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କର ଅବସ୍ଥା ଗମ୍ଭୀର ଥିବା ସୂଚନା ମିଳିଛି।
ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଇକଟିକୁ ଜବତ କରିବା ସହ ଘଟଣାର ସମସ୍ତ ପରିସ୍ଥିତିକୁ ଅନୁଧ୍ୟାନ କରି ତଦନ୍ତ ଆରମ୍ଭ କରିଛନ୍ତି।

ଦୁର୍ଘଟଣା ପରେ ସଡ଼କ ସୁରକ୍ଷା କୁ ନେଇ ବଡ଼ ପ୍ରଶ୍ନ ଏପରି ଦୁର୍ଘଟଣା କେବେ ରୋକିବ
ଦୁର୍ଘଟଣା ପରେ ସଡକ ସୁରକ୍ଷା କୁ ନେଇ ପୁଣି ଥରେ ବଡ଼ ପ୍ରଶ୍ନବାଚି ସୃଷ୍ଟି ହୋଇଛି। ଅନେକ ସମୟ ରେ ଦ୍ରୁତ ଗତି ରେ ଗାଡି ଚାଳନା, ଅସାବଧାନ କିମ୍ବା ରାସ୍ତା ର ଖରାପ ପରିସ୍ଥିତି ଏଭଳି ଦୁର୍ଘଟଣା ପାଇଁ ପ୍ରମୁଖ କାରଣ ସାଜିଥାଏ। ଏହି ଦୁର୍ଘଟଣା ଟି ମଧ୍ୟ କୌଣସି କାରଣ ରୁ ବାଇକ ଟି ଭାରସମ୍ୟ ହରାଇବାରୁ ଘଟିଛି।
ଏପରି ସଡକ ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଚିନ୍ତା ପ୍ରକଟ କରିଛନ୍ତି। ସଡକ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠେଇଛନ୍ତି ସ୍ଥାନୀୟ ଲୋକେ। ରାସ୍ତା ପାର୍ଶ୍ୱ କୁ ଲାଗିକି ଥିବା ବିଦ୍ୟୁତ ଖୁଣ୍ଟ ବା କୌଣସି ବାଧକ କୁ ସଡକ ସୁରକ୍ଷା ଦୃଷ୍ଟି କୋଣ ରୁ ସଠିକ୍ ମାପ ଯୁକ ରେ ବସାଇବା ର ଆବଶ୍ୟକତା ଅଛି ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି।
ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିବାବେଳେ, ଦୁର୍ଘଟଣାର ସଠିକ୍ କାରଣ ଶୀଘ୍ର ଜଣାପଡ଼ିବ ବୋଲି ଆଶା କରାଯାଉଛି। ପୋଲିସ ପକ୍ଷରୁ ସଡ଼କରେ ସାବଧାନ ରହିବା ସହ ଟ୍ରାଫିକ୍ ନିୟମ ମାନିବାକୁ ଅନୁରୋଧ କରାଯାଉଛି।

Jagruti Live Media is one of the fastest-growing digital news channels in Odisha, widely recognized for its trusted and impactful journalism. With the tagline “Odisha Mati Ra Khabara”, the platform delivers authentic and timely news across politics, entertainment, sports, national and international affairs, exclusive interviews, viral stories, and breaking updates.
Dedicated to bringing the voice of the people to the forefront, Jagruti Live Media has set a new benchmark in digital journalism through credible reporting, fast news delivery, and audience-focused storytelling across multiple platforms.


