jagrutinews.com

!-- TradingView Widget BEGIN -->
!-- TradingView Widget BEGIN -->
Responsive Breaking News Ticker
!
BREAKING NEWS

Odia cinema : ମା ତାରାତାରିଣୀ ଙ୍କ ଆଶୀର୍ବାଦରେ ଆସୁଛି ଓଡ଼ିଆ ସିନେମା “ମେହେର ମୁଣ୍ଡା”

Last updated on April 14th, 2026 at 12:22 pm

Odia cinema : ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ମନ୍ଦିରରେ ନିକଟରେ ଓଡ଼ିଆ ସିନେମା ଜଗତର କଳାକାରମାନେ ଏକତ୍ରିତ ହୋଇ ମାଆଙ୍କ ଆଶୀର୍ବାଦ ନେଇଛନ୍ତି। ଆସନ୍ତା ମେ ୧୫ ତାରିଖରେ ମୁକ୍ତି ଲାଭ କରିବାକୁ ଯାଉଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ର “ମେହେର ମୁଣ୍ଡା” ପାଇଁ ସେମାନେ ପୂଜାର୍ଚନା କରିଥିଲେ। ପୁରୁଷୋତ୍ତମପୁର ନିକଟ ରେ ଅବସ୍ଥିତ ମା ତାରାତାରିଣୀ ପୀଠ ଦକ୍ଷିଣ ଓଡ଼ିଶାର ଏକ ପ୍ରମୁଖ ଶକ୍ତି ପୀଠ ଭାବେ ପରିଚିତ। ଏଠାକୁ ଆସି ଭକ୍ତମାନେ ନିଜ ମନୋକାମନା ପୂରଣ ପାଇଁ ମାଆଙ୍କ ଆଶୀର୍ବାଦ ନେଇଥାନ୍ତି। ସିନେମା ର ଟିମ୍‌ ମଧ୍ୟ ଏହି ପରମ୍ପରାକୁ ଅନୁସରଣ କରିଛନ୍ତି।

Odia cinema ମା ତାରାତାରିଣୀ ଙ୍କ ପୀଠ ରେ ମେହେର ମୁଣ୍ଡା ଟିମ୍

Odia cinema : ମା ତାରାତାରିଣୀ ଙ୍କ ଆଶୀର୍ବାଦ ରୁ କେଉଁ ଆଧାର କୁ ନେଇ ଏହି ସିନେମା କାହାଣୀ ପରିବେଷିତ

“ମେହେର ମୁଣ୍ଡା” Odia cinema ଏକ ସାମାଜିକ ଓ ସଂଘର୍ଷମୟ କାହାଣୀ ଉପରେ ଆଧାରିତ ଓଡ଼ିଆ ଫିଲ୍ମ। ଏହାର ନାମକରଣ ପଛରେ ଏକ ଗଭୀର ଅର୍ଥ ରହିଛି। ବୁଣାକାର ସମାଜର ଏକ ନେତାଙ୍କ ନାମ ରୁ ଏହି ସିନେମା ର ନାମ ନିଆଯାଇଥିବା ବେଳେ, ଏହା ହସ୍ତତନ୍ତ୍ର ଶିଳ୍ପର ଅସଲି ଚିତ୍ରକୁ ପ୍ରକାଶ କରେ। ଏହି ସିନେମା ର କାହାଣୀ ଲକଡାଉନ ସମୟରେ ପଶ୍ଚିମ ଓଡ଼ିଶାର ବୁଣାକାର ମାନଙ୍କ ଜୀବନ ଉପରେ ଆଧାରିତ। ସେ ସମୟରେ ବିକ୍ରି ହୋଇପାରିନଥିବା ଲକ୍ଷାଧିକ ଶାଢ଼ୀ ଓ ତାହାର ପ୍ରଭାବରେ ଜୀବନ ଜୀବିକାରେ ପଡ଼ିଥିବା ଆଘାତକୁ ଏହି ଫିଲ୍ମ ମାଧ୍ୟମ ରେ ଦେଖାଇଛି।

Odia cinema ମା ତାରାତାରିଣୀ ଙ୍କ ପୀଠ ରୁ ନେଲେ ଆଶୀର୍ବାଦ

ଲକ୍ ଡାଉନ୍ ସମୟ ରେ ବୁଣାକାରମାନଙ୍କ ଦୁଃଖ ଓ ସଂଘର୍ଷ ର କାହାଣୀ

ଲକଡାଉନ ସମୟରେ ବଜାର ବନ୍ଦ ଥିବାରୁ ବୁଣାକାରମାନେ ନିଜ ଶିଳ୍ପକୃତି ବିକ୍ରି କରିପାରିନଥିଲେ। ଫଳ ସ୍ୱରୂପ ସେମାନେ ଭୋକ, ଦୁଃଖ ଓ ଆର୍ଥିକ ସଂକଟରେ ଜୀବନ ବିତାଇଥିଲେ। ଅତିଷ୍ଠ ହୋଇ କେତେକ ବୁଣାକାର ସେମାନେ ନିଜେ ବୁଣାଯାଇଥିବା ଶାଢ଼ୀକୁ ନିଆଁ ଲଗାଇ ନଷ୍ଟ କରିଥିଲେ।

ଏହି ଫିଲ୍ମର ମୁଖ୍ୟ ଲକ୍ଷ୍ୟ କଣ :

• ହସ୍ତତନ୍ତ ଶିଳ୍ପକୁ ବଞ୍ଚେଇକି ରଖିବା

• ବୁଣାକାର ମାନଙ୍କ ସଂଘର୍ଷକୁ ସମାଜ ଆଗକୁ ଆଣିବା

• ପାରମ୍ପରିକ ଓ ଆଧୁନିକ ତନ୍ତ୍ରଜ୍ଞାନକୁ ଏକତ୍ର କରିବା

• ଗ୍ରାମୀଣ ଅର୍ଥନୀତିକୁ ଶକ୍ତିଶାଳୀ କରିବା

ଯୁବ ନିର୍ଦ୍ଦେଶକ ନିକୁଞ୍ଜ ହୋତା ଏହି କାହାଣୀକୁ ଲୋକମାନଙ୍କ ହୃଦୟରେ ପହଞ୍ଚାଇବା ପାଇଁ ଅନେକ ପ୍ରୟାସ କରିଛନ୍ତି। ପ୍ରଯୋଜକ ରାକେଶ କୁମାର ପାଢ଼ୀ ମଧ୍ୟ ଏହି ପ୍ରକଳ୍ପକୁ ସଫଳ କରିବାରେ ମୁଖ୍ୟ ଭୂମିକା ନେଇଛନ୍ତି।

ଏହି ଫିଲ୍ମରେ ଅନେକ ପ୍ରତିଭାଶାଳୀ କଳାକାର ଓ ଟିମ୍ ସଦସ୍ୟ ଅଛନ୍ତି:

• ମୁଖ୍ୟ ଅଭିନେତ୍ରୀ: ଆଲିନ, ଅଙ୍କିତା

• ସଂଗୀତକାର: ଅମିତ,ଯୁବରାଜ

• ଏକ୍ସିକ୍ୟୁଟିଭ ପ୍ରଡ୍ୟୁସର: ସୁଷମା ଦତ୍ତ

• ମାର୍କେଟିଂ ହେଡ୍: ସମ୍ବିତ ଜେନା

ସମସ୍ତ ମେହେର ମୁଣ୍ଡା ଟିମ୍ ଏକତ୍ର ଏହି ଫିଲ୍ମ କୁ ସଫଳ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଫିଲ୍ମର ସଙ୍ଗୀତ ଓଡ଼ିଆ ସଂସ୍କୃତି ର ରୂପ, ରସ ଓ ରଙ୍ଗକୁ ଆଭାସ କରାଏ। ସଙ୍ଗୀତକାର ଅମିତ ଯୁବରାଜ ଏହାକୁ ଭାବପୂର୍ଣ୍ଣ ଓ ହୃଦୟସ୍ପର୍ଶୀ କରିଛନ୍ତି। ଏହି ଚଳଚ୍ଚିତ୍ରରେ ଦେଖାଯାଇଛି କିପରି ମେସିନ ମେଡ୍ ଶାଢ଼ୀର ପ୍ରଭାବରେ ପାରମ୍ପରିକ ହସ୍ତତନ୍ତ ଶିଳ୍ପ ପଛରେ ପଡ଼ିଯାଉଛି। ଏହାକୁ ପୁନର୍ଜୀବନ ଦେବାର ଆବଶ୍ୟକତାକୁ ମଧ୍ୟ ଫିଲ୍ମରେ ଉଲ୍ଲେଖ କରାଯାଇଛି। ଫିଲ୍ମ ମାଧ୍ୟମରେ ଏହି ବାର୍ତ୍ତା ଦିଆଯାଇଛି ଯେ, ଯଦି ସରକାର ବୁଣାକାର ମାନଙ୍କ ପାଇଁ ବଜାର ସୁବିଧା ବା ସୃଷ୍ଟି କରନ୍ତେ , ତେବେ ସେମାନଙ୍କ ଦୁଃଖ ଦୁର୍ଦଶା ଅନେକ ହ୍ରାସ ପାଇପାରିଥାନ୍ତା। ଏହି ଫିଲ୍ମର ଫର୍ଷ୍ଟ ଲୁକ୍ ଏକ ବିଶେଷ କାର୍ଯ୍ୟକ୍ରମରେ ଲୋକାର୍ପଣ କରାଯାଇଥିଲା। ଏହି ଅବସରରେ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ଏବଂ ଫିଲ୍ମକୁ ଶୁଭେଚ୍ଛା ଜଣାଇଥିଲେ। ସିନେମାର ସମସ୍ତ ଟିମ୍ ମା ତାରାତାରିଣୀଙ୍କ ମନ୍ଦିରକୁ ଯାଇ ପୂଜା କରିଥିଲେ ଓ ଫିଲ୍ମର ସଫଳତା ପାଇଁ ଆଶୀର୍ବାଦ ନେଇଥିଲେ । ଏହା ଓଡ଼ିଆ ସଂସ୍କୃତିର ଏକ ସୁନ୍ଦର ପରମ୍ପରାକୁ ପ୍ରକାଶ କରେ। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ମଧ୍ୟ ସିନେମା ଟିମ୍‌ଙ୍କ ଉଦ୍ୟମ ଓ ସଂସ୍କୃତି ପ୍ରତି ଆଗ୍ରହକୁ ପ୍ରଶଂସା କରିଥିଲେ।

କେବେ ରିଲିଜ୍ ହେବାକୁ ଯାଉଛି ମେହେରମୁଣ୍ଡା

ମେହେର ମୁଣ୍ଡା ଫିଲ୍ମଟି ଆସନ୍ତା ମେ ୧୫ ତାରିଖରେ ରିଲିଜ ହେବାକୁ ଯାଉଛି। ଦର୍ଶକମାନେ ଏହାକୁ ଅପେକ୍ଷା କରୁଛନ୍ତି। “ମେହେର ମୁଣ୍ଡା” କେବଳ ଏକ ସିନେମା ନୁହେଁ, ଏହା ହେଉଛି ଏକ ସମାଜିକୁ ବାର୍ତ୍ତା । ବୁଣାକାର ମାନଙ୍କ ଜୀବନ, ସଂଘର୍ଷ ଓ ସ୍ୱପ୍ନକୁ ନେଇ ଏହା ଏକ ଅନୁଭବପୂର୍ଣ୍ଣ କାହାଣୀ। ମା ତାରାତାରିଣୀଙ୍କ ଆଶୀର୍ବାଦ ସହିତ ଏହି ଫିଲ୍ମ ନିଶ୍ଚୟ ଦର୍ଶକମାନଙ୍କ ହୃଦୟକୁ ଛୁଇଁବ ବୋଲି ଆଶା କରାଯାଉଛି।

Leave a Comment

Your email address will not be published. Required fields are marked *

Scroll to Top