ପ୍ରତିବର୍ଷ ପରି ଚଳିତବର୍ଷ ରୁକୁଣା ରଥଯାତ୍ରା ସମୟରେ ଆୟୋଜିତ ହେଉଥିବା ଲିଙ୍ଗରାଜ ମହୋତ୍ସବ ଅନୁଷ୍ଠିତ ହେଉଅଛି। ଶ୍ରୀମତୀ ସୁରମା ପାଢ଼ୀ, ଏକାମ୍ର ସାଂସ୍କୃତିକ ପ୍ରକାଶନୀର ସଭାପତି ଶ୍ରୀ ସୁରେଶ କୁମାର ରାଉତରାୟ, ବିଧାୟକ ଶ୍ରୀ ବାବୁ ସିଂ, ସମ୍ପାଦକ ଶ୍ରୀ ସନତ ମିଶ୍ର, ଯୁଗ୍ମ ସମ୍ପାଦକ ପ୍ରଦ୍ୟୁମ୍ନ ମହାନ୍ତି,ଏକ ମନୋଜ୍ଞ ପରିବେଶରେ, ବାଚସ୍ପତି କୋଷାଧକ୍ଷ ରତିକାନ୍ତ ମହାସୁଆର, ଶିବାନନ୍ଦ ରାୟ, ରଶ୍ମି ମହାପାତ୍ର, ନୃତ୍ୟ ଗୁରୁ ପ୍ରତିଭା ପଣ୍ଡା ପ୍ରମୁଖ ଯୋଗ ଦେଇ, ମହାପ୍ରଭୁ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରିଥିଲେ।

ଲିଙ୍ଗରାଜ ମହୋତ୍ସବ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ସମାଗମ ର ଏକ ପବିତ୍ର ମହୋତ୍ସବ
ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ରୁକୁଣା ରଥଯାତ୍ରା ଅବସରରେ ଆୟୋଜିତ ହେଉଥିବା ଏହି ପବିତ୍ର ମହୋତ୍ସବ ଏକ ଆଧ୍ୟାତ୍ମିକ ଓ ସାଂସ୍କୃତିକ ସମାଗମର ଅଦ୍ଭୁତ ଦୃଶ୍ୟ ପ୍ରସ୍ତୁତ କରିଛି। ଏହି ଅବସରରେ ଭକ୍ତି,ସଂସ୍କୃତି ଓ କଳାର ଏକ ସୁନ୍ଦର ସମ୍ମିଳନ ଦେଖିବାକୁ ମିଳୁଛି, ଯାହା ସମସ୍ତଙ୍କୁ ଆକର୍ଷିତ କରୁଛି। ମନୋଜ୍ଞ ଓ ପବିତ୍ର ପରିବେଶରେ ମହୋତ୍ସବର ଶୁଭାରମ୍ଭ ହୋଇଥିଲା।

ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକ ଙ୍କ ମନ ମୋହିଲା
ପ୍ରଦୀପ ପ୍ରଜ୍ୱଳନ ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ୟକ୍ରମ ଆରମ୍ଭ ହୋଇଥିଲା, ଯାହା ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା। ପ୍ରଥମ ପରିବେଷଣରେ ଗୁରୁ ଗଜେନ୍ଦ୍ର ପଣ୍ଡାଙ୍କ “ତ୍ରିଧାରା” ଅନୁଷ୍ଠାନର ପ୍ରତିଭାଶାଳୀ ନୃତ୍ୟଶିଳ୍ପୀମାନେ “ଶ୍ରୀ ରାମକଥା” ନୃତ୍ୟନାଟିକା ପରିବେଷଣ କରିଥିଲେ। ଏହି ନୃତ୍ୟନାଟିକାରେ ରାମାୟଣର ବିଭିନ୍ନ ଅଧ୍ୟାୟକୁ ନୃତ୍ୟ ଓ ଭାବଭଙ୍ଗୀର ମାଧ୍ୟମରେ ଜୀବନ୍ତ କରାଯାଇଥିଲା, ଯାହା ଦର୍ଶକମାନଙ୍କୁ ଭକ୍ତିରସ ରେ ଭିଜାଇଦେଇଥିଲା। ପରବର୍ତ୍ତୀ ସନ୍ଧ୍ୟାରେ “ମୋକ୍ଷ” ନୃତ୍ୟ ଅନୁଷ୍ଠାନ ପକ୍ଷରୁ ଆକର୍ଷଣୀୟ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା। ପ୍ରସିଦ୍ଧ ନୃତ୍ୟଗୁରୁ ଶ୍ରୀମତୀ ସୁଜାତା ମିଶ୍ରଙ୍କ ନିର୍ଦ୍ଦେଶନାରେ ଏହି ପରିବେଷଣ ଅତ୍ୟନ୍ତ ମନୋମୋହନୀୟ ହୋଇଥିଲା। ଲୋକନୃତ୍ୟର ରଙ୍ଗ, ସଙ୍ଗୀତ ଓ ଭାବଭଙ୍ଗୀ ଦର୍ଶକମାନଙ୍କୁ ମନୋରଞ୍ଜନ ସହ ଏକ ଅନନ୍ୟ ଅନୁଭୂତି ଦେଇଥିଲା। ଏହାପରେ ରାଜ୍ୟ ଓ ରାଜ୍ୟ ବାହାରରୁ ଆସିଥିବା କଳାକାରମାନେ ଓଡିଶୀ ଓ ମାହାରୀ ନୃତ୍ୟର ଅପୂର୍ବ ପରିବେଷଣ କରିଥିଲେ। ଓଡିଶୀ ନୃତ୍ୟର ସୁକୁମାର ଭଙ୍ଗୀ ଓ ମାହାରୀ ନୃତ୍ୟର ପାରମ୍ପରିକ ଗମ୍ଭୀରତା ଦର୍ଶକମାନଙ୍କୁ ଅତ୍ୟନ୍ତ ଆକର୍ଷିତ କରିଥିଲା। ସଙ୍ଗୀତ, ତାଳ ଓ ନୃତ୍ୟର ସମନ୍ୱୟ ଏକ ଅଦ୍ଭୁତ ରସ ସୃଷ୍ଟି କରିଥିଲା, ଯାହାରେ ଦର୍ଶକମାନେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ମଗ୍ନ ରହିଥିଲେ।

ମହୋତ୍ସବ ର ମହତ୍ୱ
ଲିଙ୍ଗରାଜ ମହୋତ୍ସବ କେବଳ ଏକ ଉତ୍ସବ ନୁହେଁ। ଏହା ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ଏକ ଜୀବନ୍ତ ପ୍ରତିଛବି। ଏହା ଭକ୍ତି, ପରମ୍ପରା ଓ କଳାର ଏକ ଅଦ୍ୱିତୀୟ ମଞ୍ଚ, ଯାହା ପ୍ରତିବର୍ଷ ଦର୍ଶକମାନଙ୍କୁ ନୂତନ ଅନୁଭୂତି ଦେଇ ଆସୁଛି। ସଂସ୍କୃତି ଓ ପରମ୍ପରା ତା ସହ ଅପୂର୍ବ କଳା ର ମହାମିଳନ ଏ ଉତ୍ସବ ଦର୍ଶକ ଏପରି ପରିବେଷ ରେ ନିଜ କୁ ସମ୍ପୂର୍ଣ ହଜେଇ ଆନନ୍ଦ ବିଭୋର ଅନୁଭବ କରୁଛନ୍ତି। ପ୍ରଶାସନ ମଧ୍ୟ ସମସ୍ତ ବ୍ୟବସ୍ଥା ସଠିକ ଧାରା ରେ ସମ୍ପନ୍ନ ହେବା ଉଦେଶ୍ୟ ରେ ସମ୍ପୂର୍ଣ ସଜାଗ ରହିଛି।

Jagruti Live Media is one of the fastest-growing digital news channels in Odisha, widely recognized for its trusted and impactful journalism. With the tagline “Odisha Mati Ra Khabara”, the platform delivers authentic and timely news across politics, entertainment, sports, national and international affairs, exclusive interviews, viral stories, and breaking updates.
Dedicated to bringing the voice of the people to the forefront, Jagruti Live Media has set a new benchmark in digital journalism through credible reporting, fast news delivery, and audience-focused storytelling across multiple platforms.



