
ଗତ ଦୁଇ ଦିନ ୨୧ ଏବଂ ୨୨ ମାର୍ଚ୍ଚରେ ପଟିଆ ଗ୍ରାଉଣ୍ଡରେ ଏହା ଅନୁଷ୍ଠିତ
ହୋଇଥିଲା। ଏଥିରେ ଓଡ଼ିଶାରୁ ୧୨ଟି ଟିମ୍ ପ୍ରଥମ ଥର ପାଇଁ ଯୋଗ ଦେଇଥିଲେ।
ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ପଟିଆ ଓ ରେଣ୍ଟାଲ୍ କ୍ଲବ୍ ମଧ୍ୟରେ
ହୋଇଥିଲା, ଯେଉଁଥିରେ ପଟିଆ ଚ୍ୟାମ୍ପିଅନ୍ ହୋଇଥିଲା ଓ ରେଣ୍ଟାଲ୍ କ୍ଲବ୍ ଉପବିଜେତା
ହୋଇଥିଲା।ବିଜେତା ଓ ଉପବିଜେତା ଟିମ୍ମାନଙ୍କୁ ମୁଖ୍ୟ ଅତିଥି ଏକ୍ସ-ଏମଏଲଏ ପ୍ରିୟଦର୍ଶୀ ମିଶ୍ର
ଓ ସ୍ଥାନୀୟ କର୍ପୋରେଟର୍ ଲକ୍ଷ୍ମୀ ପ୍ରିୟା ପରିଡା, ପ୍ରେସିଡେଣ୍ଟ ମହେଶ କୁମାର
ମିଶ୍ର (ପୂର୍ବତନ କଳାହାଣ୍ଡି କପ୍ ଖେଳାଳି), ଭାଇସ୍ ପ୍ରେସିଡେଣ୍ଟ ମନୋଜ କୁମାର
ରାଉତ (ସୋସିଆଲ୍ ଓର୍କର୍), ଜଏଣ୍ଟ ସେକ୍ରେଟାରୀ ଜିତେନ୍ଦ୍ର ରାଉର ଓ ସେକ୍ରେଟାରୀ
ସତୀଶ ବିଶ୍ୱକର୍ମାଙ୍କ ଉପସ୍ଥିତିରେ ଟ୍ରୋଫି ଓ ପ୍ରାଇଜ୍ ମନି ପ୍ରଦାନ କରାଯାଇଥିଲା ଏହାସହିତ ଅଫିସିଆଲ୍ ବିଷ୍ଣୁ ପ୍ରିୟା ଦାସ, ଚନ୍ଦନ ଓଝା, ବଦ୍ରିନାରାୟଣ ପଟି ଓ
ସନ୍ତୋଷ କୁମାର ପରିଡା (ସୋସିଆଲ୍ ଓର୍କର୍) ମଧ୍ୟ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଏହି ଟିମ୍ରୁ ଖେଳାଳିମାନେ ଚୟନ ହୋଇ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବେ।
