jagrutinews.com

!-- TradingView Widget BEGIN -->
!-- TradingView Widget BEGIN -->
Responsive Breaking News Ticker
!
BREAKING NEWS

ଧୂମଧାମ ରେ ପାଳିତ ହେଲା ଇଦ‐ଉଲ‐ଫିତର, ପରସ୍ପରକୁ ଆଲିଙ୍ଗନ କରି ଶୁଭେଛା ଜଣାଇଲେ ମୁସଲମାନ ଭାଇ ଭଉଣୀ।

ଘଷିପୁରା ବ୍ଲକ ପଣ୍ଡୁଆ ଗ୍ରାମର ମୁସଲମାନ ସଂପ୍ରଦାୟ ଭାଇ ଭଉଣୀ ମାନେ ପାଳିଲେ ପବିତ୍ର ଇଦ-ଉଲ-ଫିତର ପର୍ବ

jagrutinews.com

ଇଦ‐ଉଲ‐ଫିତର କେଉଁ ଉଦେଶ୍ୟ ରେ ପାଳନ କରାଯାଏ

ଇଦୁଲ ଫିତର ହେଉଛି ମୁସଲମାନମାନଙ୍କର ଏକ ପ୍ରମୁଖ ଧାର୍ମିକ ପର୍ବ, ଯାହା ପବିତ୍ର ରମଜାନ ମାସର ଶେଷରେ ଉପବାସ (ରୋଜା) ସମାପ୍ତ ହେବା ପରେ ପାଳନ କରାଯାଏ। ଏହାକୁ “ମିଠା ଇଦ୍” ବୋଲି ମଧ୍ୟ କୁହାଯାଏ। ଏହି ଦିନ ଲୋକମାନେ ନୂଆ ପୋଷାକ ପିନ୍ଧି, ସମୂହ ନମାଜ ପାଠ କରି, ପରସ୍ପରକୁ ଆଲିଙ୍ଗନ କରି ଇଦ୍ ମୁବାରକ ଜଣାଇ ଭାଇଚାରାର ବାର୍ତ୍ତା ଦିଅନ୍ତି ।

ଘଷିପୁରା ବ୍ଲକ ପଣ୍ଡୁଆ ଗ୍ରାମର ମୁସଲମାନ ସଂପ୍ରଦାୟ ଭାଇ ଭଉଣୀ ମାନେ ଶାନ୍ତି ଶୃଙ୍ଖଳା ପାଳିଲେ ଇଦ‐ଉଲ‐ଫିତର

ଧୂମଧାମ ରେ ପାଳିତ ହେଲା ଇଦ‐ଉଲ‐ଫିତର, ପରସ୍ପରକୁ ଆଲିଙ୍ଗନ କରି ଶୁଭେଛା ଜଣାଇଲେ ମୁସଲମାନ ଭାଇ ଭଉଣୀ। ଘଷିପୁରା ବ୍ଲକ ପଣ୍ଡୁଆ ଗ୍ରାମର ମୁସଲମାନ ସଂପ୍ରଦାୟ ଭାଇ ଭଉଣୀ ମାନେ ପବିତ୍ର ଇଦ-ଉଲ-ଫିତର ପର୍ବ ଶାନ୍ତିଶୃଙ୍ଖଳାର ସହିତ ପାଳନ କରିଛନ୍ତି। ପବିତ୍ର ରମଜାନ ମାସର ଶେଷ ଦିବସରେ ଏହି ଇଦ-ଉଲ-ଫିତର ପର୍ବ ପାଳନ ଅବସରରେ ସକାଳୁ ବିଭିନ୍ନ ଇଦଘା ଓ ମସଜିଦରେ ସାମୁହିକ ନମାଜ ପାଠ କରାଯିବା ପରେ ପରସ୍ପରକୁ ଆଲିଙ୍ଗନ କରି ଇଦର ଶୁଭେଛା ଜଣାଇଛନ୍ତି। ପଣ୍ଡୁଆ ଏବଂ ପଞ୍ଚହରା ମସଜିତ୍ ରେ ମୁସଲମାନ ଭାଇମାନେ ସକାଳ ସମୟରେ ଏକତ୍ରିତ ହୋଇ ସାମୂହିକ ନମାଜ ପାଠ କରିଥିଲେ। ଇଦ ଉପଲକ୍ଷେ ଆଜି ଦୁଇ ଗ୍ରାମର ମୁସଲମାନ ସଂପ୍ରଦାୟର ଲୋକମାନେ ଇଦ୍ ଶୁଭେଛା ଜଣାଇ ଖୁସି ମନାଇବା ସହ କବରସ୍ଥାନ ଯାଇ ପିତୃ ପୁରୁଷ ଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top