Vijaya thalapathy election news : ତାମିଲନାଡୁ ବିଧାନସଭା ନିର୍ବାଚନ ୨୦୨୬ ର ମତଗଣନା ଚାଲିଥିବାବେଳେ ପ୍ରାରମ୍ଭିକ ପର୍ଯ୍ୟାୟ ରେ ରାଜ୍ୟର ରାଜନୀତିରେ ବଡ଼ ପରିବର୍ତ୍ତନର ସଂକେତ ଦେଇଛି। ଏହି ନିର୍ବାଚନରେ ପ୍ରଥମ ଥର ପାଇଁ TVK ଦଳ ଆଶା ଠାରୁ ଅଧିକ ଭୋଟ ପାଇ ସଫଳତା ଲାଭ କରୁଥିବା ଦେଖାଯାଉଛି। ପ୍ରାରମ୍ଭିକ ଗଣନାରେ ଦଳ ସଫଳତା ର ସହ ଅଗ୍ରଗତି କରୁଥିବା ସହିତ ଅନେକ ଆସନରେ ଆଗରେ ରହିଛି।
ଏହା ସହିତ ଦୀର୍ଘଦିନ ଧରି ରାଜ୍ୟର ରାଜନୀତିକୁ ନିୟନ୍ତ୍ରଣ କରୁଥିବା ଡିଏମକେ ଓ ଏଆଇଏଡିଏମକେ ମଧ୍ୟରେ ଜୋରଦାର ଲଢେଇ ଜାରି ରଖିଛନ୍ତି । କିନ୍ତୁ ଏଥର ଏହି ଦୁଇ ପାରମ୍ପରିକ ଶକ୍ତିଙ୍କୁ ଭାଙ୍ଗି ତୃତୀୟ ଶକ୍ତି ଭାବେ TVK ଏକ ନୂଆ ଅଧ୍ୟାୟ ଲେଖୁଛି। ଗଣନା କେନ୍ଦ୍ରଗୁଡିକରେ ଉତ୍ସାହ ଓ ଉତ୍କଣ୍ଠା ଚରମ ସୀମାକୁ ପହଞ୍ଚିଥିବା ବେଳେ ଶେଷ ଫଳାଫଳ ପାଇଁ ସମସ୍ତଙ୍କ ଦୃଷ୍ଟି ରହିଛି।

Vijaya thalapathy election news : ବିଜୟଙ୍କ ବିଜୟ ଏକ ନୂଆ ରାଜନୈତିକ ଶକ୍ତି ର ଆରମ୍ଭ
ଚଳଚ୍ଚିତ୍ର ଜଗତରୁ ରାଜନୀତିକୁ ପ୍ରବେଶ କରିଥିବା ବିଜୟ ଏହି ନିର୍ବାଚନରେ ସବୁଠାରୁ ବଡ଼ ଆକର୍ଷଣ କେନ୍ଦ୍ର ରହିଛନ୍ତି। ତାଙ୍କ ଦଳ TVK ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିଥିବା ସତ୍ତ୍ୱେ ଆଶା ଠାରୁ ଅଧିକ ଭୋଟ ହାସଲ କରୁଥିବାରୁ ଏହାକୁ ଏକ ଐତିହାସିକ ଘଟଣା ଭାବେ ଦେଖାଯାଉଛି। ବିଶେଷକରି ଯୁବପିଢି ଓ ସହରୀ ଭୋଟରମାନଙ୍କ ମଧ୍ୟରେ ବିଜୟଙ୍କ ପ୍ରଚାର ଅଭିଯାନ ବହୁ ମାତ୍ରା ରେ ସ୍ୱୀକୃତି ଲାଭ କରିଛି।
ତାଙ୍କ ରାଜନୈତିକ ଅଭିଯାନର ମୁଖ୍ୟ ମୁଦ୍ଦା ଥିଲା ଯୁବ କଳ୍ୟାଣ, ନାଗରିକ ସୁବିଧା ଓ ସ୍ୱାସ୍ଥ୍ୟ ସେବାର ଉନ୍ନତି। ସେ ନିଜକୁ ପାରମ୍ପରିକ ରାଜନୀତିରୁ ଅଲଗା ଭାବେ ପ୍ରସ୍ତୁତ କରିଥିଲେ, ଯାହା ଭୋଟରମାନଙ୍କୁ ଆକର୍ଷିତ କରିଛି। ଯଦି ଏହି ପ୍ରବଣତା ଶେଷ ପର୍ଯ୍ୟନ୍ତ ଜାରି ରହେ, ତେବେ ବିଜୟ ତାମିଳନାଡୁର ରାଜନୀତିରେ ଏକ ବାହୁବଳୀ ନେତା ଭାବେ ଉଦୟ ହେବା ନିଶ୍ଚିତ।
ପାରମ୍ପରିକ ଦଳମାନଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତି ବିଜୟ
ଡିଏମକେ ଓ ଏଆଇଏଡିଏମକେ ଦୀର୍ଘଦିନ ଧରି ତାମିଳନାଡୁର ରାଜନୀତିରେ ପ୍ରମୁଖ ଶକ୍ତି ଭାବେ ରହିଆସୁଛନ୍ତି। ଏହି ଦୁଇ ଦଳ ମଧ୍ୟରେ ସରକାର ଗଠନର ପ୍ରଥା ପ୍ରଚଳନ ରହିଥିଲା। କିନ୍ତୁ ଏଥର ଟିଭିକେ ର ଉଦୟ ସେହି ପରମ୍ପରାକୁ ଭଙ୍ଗ କରି ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରୁଛି।
ଡିଏମକେ ଏଥର ଗ୍ଲୋବାଲ ଟେକ୍ ହବ ଓ ରାଇଟ୍ ଟୁ ହେଲ୍ଥ ଭଳି ପ୍ରତିଶ୍ରୁତି ଦେଇଥିଲା। ଯେତେବେଳେ ଏଆଇଏଡିଏମକେ ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ପୁଣି ରଦ୍ଦ କରିବାକୁ ଆଶ୍ୱାସନ ଦେଇଥିଲା। ତଥାପି ଭୋଟରମାନଙ୍କ ମନରେ ଦୁର୍ନୀତି, ଆଇନ ଶୃଙ୍ଖଳା ଓ ବଂଶବାଦ ପ୍ରଥା ଭଳି ବିଷୟଗୁଡିକ ଗୁରୁତ୍ୱ ପାଇଥିବାରୁ ନୂଆ ବିକଳ୍ପ ପାଇଁ ଆଗ୍ରହ ବଢ଼ିଛି।
ଏହି ପରିସ୍ଥିତିରେ TVK ତୃତୀୟ ଶକ୍ତି ଭାବେ ଉଭା ହେଇ ଆସିଛି ଓ ପାରମ୍ପରିକ ଦଳମାନଙ୍କ ପାଇଁ ଗୁରୁତର ସମସ୍ୟା ସୃଷ୍ଟି କରୁଛି। ଏହା ତାମିଳନାଡୁର ରାଜନୀତିରେ ଏକ ନୂଆ ଯୁଗର ଆରମ୍ଭ ଭଳି ଦେଖାଯାଉଛି।
କିଏ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ
ବର୍ତ୍ତମାନ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ତାମିଳନାଡୁର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ? ଯଦି TVK ସ୍ପଷ୍ଟ ଭୋଟ ହାସଲ କରିଥାଏ, ତେବେ ବିଜୟଙ୍କ ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ। ଏହା ତାଙ୍କ ପାଇଁ ଏକ ଐତିହାସିକ ସଫଳତା ହେବ।
ଅନ୍ୟପଟେ, ଯଦି କୌଣସି ଦଳ ସ୍ପଷ୍ଟ ମତଦାନ ନପାଏ, ତେବେ ମେଣ୍ଟ ସରକାର ଗଠନର ସମ୍ଭାବନା ବଢ଼ିବ। ସେହି ପରିସ୍ଥିତିରେ TVK କାହା ସହ ମିଶିବ ଓ କିଏ ମୁଖ୍ୟମନ୍ତ୍ରୀ ପଦରେ ବସିବେ, ସେଥିରେ ରାଜନୈତିକ ଉତ୍ସାହ ଆହୁରି ବଢୁଛି।
ମୁଖ୍ୟ ଆସନଗୁଡିକ ଯେପରିକି ଏଡାପ୍ପାଡି, ତିରୁଚିରାପଲ୍ଲୀ ପୂର୍ବ, କୋଲାଥୁର ଓ ଡ଼ଃ ରାଧାକୃଷ୍ଣନ ନଗରର ଫଳାଫଳ ଶେଷ ଚିତ୍ରକୁ ସ୍ପଷ୍ଟ କରିବ। ଏହି ଆସନଗୁଡିକରେ ଜିତ ହାର ରାଜ୍ୟର ସରକାର ଗଠନରେ ନିର୍ଣାୟକ ଭୂମିକା ନେବ।
ତାମିଳନାଡୁ ନିର୍ବାଚନ ୨୦୨୬ କେବଳ ଏକ ସାଧାରଣ ନିର୍ବାଚନ ନୁହେଁ, ଏହା ରାଜ୍ୟର ରାଜନୀତିରେ ଏକ ମହତ୍ତ୍ୱପୂର୍ଣ୍ଣ ମୋଡ଼। ବିଜୟଙ୍କ ଉଦୟ, ଯୁବ ଭୋଟରମାନଙ୍କ ପ୍ରଭାବ ଓ ପାରମ୍ପରିକ ଦଳମାନଙ୍କ ପାଇଁ ଚ୍ୟାଲେଞ୍ଜ ଏହାକୁ ପୂର୍ବ ନିର୍ବାଚନ ଠାରୁ ଅଲଗା କରିଛି। ଶେଷ ଫଳାଫଳ ଯେପରି ହେଉ, ଏହା ସ୍ପଷ୍ଟ ଯେ ତାମିଳନାଡୁର ରାଜନୀତି ଏବେ ଏକ ନୂଆ ଦିଗକୁ ଗତି କରୁଛି।

Jagruti Live Media is one of the fastest-growing digital news channels in Odisha, widely recognized for its trusted and impactful journalism. With the tagline “Odisha Mati Ra Khabara”, the platform delivers authentic and timely news across politics, entertainment, sports, national and international affairs, exclusive interviews, viral stories, and breaking updates.
Dedicated to bringing the voice of the people to the forefront, Jagruti Live Media has set a new benchmark in digital journalism through credible reporting, fast news delivery, and audience-focused storytelling across multiple platforms.



