Kabaddi match : ଭୁବନେଶ୍ୱର ସ୍ଥିତ ଗୋଠପାଟଣା ଅଞ୍ଚଳରେ ଅବସ୍ଥିତ ଟିଏସଜି ଫ୍ରଣ୍ଟ ଫିଲ୍ଡରେ ଆୟୋଜିତ ରାଜ୍ୟସ୍ତରୀୟ କବାଡ଼ି ପ୍ରତିଯୋଗିତା ର ଭବ୍ୟ ଶୁଭାରମ୍ଭ ଉତ୍ସାହ ଓ ଉତ୍ସବ ମୁଖର ପରିବେଶ ଭିତରେ ସମ୍ପନ୍ନ ହୋଇଯାଇଛି। ଏହି ପ୍ରତିଯୋଗିତାର ପ୍ରଥମ ଦିନରେ ରାଜ୍ୟର ବିଭିନ୍ନ ଜିଲ୍ଲା ରୁ ଆସିଥିବା ୨୫ଟି ଦଳ ଭାଗ ନେଇ ଖେଳକୁ ରୋମାଞ୍ଚକର ଓ ସଂଘର୍ଷପୂର୍ଣ୍ଣ ପ୍ରତିଯୋଗିତା ରେ ପରିଣତ କରିଥିଲେ। ସନ୍ଧ୍ୟା ୪ଟାରେ ଅନୁଷ୍ଠିତ ଉଦ୍ଘାଟନୀ ଅବସରରେ ଖେଳାଳି, ପ୍ରେକ୍ଷକ ଓ ଆୟୋଜକ ମାନଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖିବାକୁ ମିଳିଥିଲା। ପାରମ୍ପରିକ ଖେଳ କବାଡ଼ି କୁ ଆଗକୁ ନେବା ପାଇଁ ଏହିପରି ପ୍ରୟାସ ଅତ୍ୟନ୍ତ ସ୍ୱାଗତଯୋଗ୍ୟ ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି।

Kabaddi match : ଖେଳାଳି ମାନଙ୍କୁ ଉତ୍ସାହିତ କରିବା ଉଦେଶ୍ୟ ରେ ଅଥିତି ଙ୍କ ଉତ୍ସାହ ବର୍ଦ୍ଧକ ଭାଷଣ
ପ୍ରତିଯୋଗିତା ର ଉଦ୍ଘାଟନୀ ଅବସରରେ ଓଡ଼ିଶା ବିଧାନସଭା ର ଅଧ୍ୟକ୍ଷା ଶ୍ରୀମତୀ ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ କ୍ରୀଡ଼ାସ୍ୱଭାବ ଓ ଶୃଙ୍ଖଳାର ସହ ଖେଳିବାକୁ ପ୍ରେରଣା ଦେଇଥିଲେ। ସେ କହିଥିଲେ ଯେ କବାଡ଼ି ପରି ପାରମ୍ପରିକ ଖେଳ ଯୁବ ଖେଳାଳି ମାନଙ୍କ ମନୋବଳ ଓ ଶାରୀରିକ କ୍ଷମତା ବୃଦ୍ଧିରେ ମୂଳ ଭୂମିକା ନିର୍ବାହ କରିଥାଏ । ଏହି ଅବସରରେ ପ୍ରଥମ ଆନ୍ତର୍ଜାତୀୟ କବାଡ଼ି ଖେଳାଳି ଓ ଏକେଏଫଆଇର ଯୁକ୍ତ ସଚିବ ଶ୍ରୀମତୀ ଜୟଶ୍ରୀ ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ନିଜର ଅନୁଭବ ଆଧାରରେ ଖେଳାଳିମାନଙ୍କୁ ପ୍ରେରଣା ଦେଇଥିଲେ। ସେ କହିଥିଲେ ଯେ ନିୟମିତ ଅଭ୍ୟାସ, ନିଷ୍ଠା ଓ ଦୃଢ଼ ସଂକଳ୍ପ ଦ୍ୱାରା ଯେକୌଣସି ଖେଳାଳି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସଫଳତା ହାସଲ କରିପାରିବେ। ଟିଏସଜିର ଅଧ୍ୟକ୍ଷ ଡ଼ଃ . ଶାରଦା ପ୍ରସାଦ ମିଶ୍ର ମଧ୍ୟ ଏହି ଅବସରରେ ଉପସ୍ଥିତ ରହି କବାଡି ର ଗୁରୁତ୍ୱ ଉପରେ ଆଲୋକ ପାତ କରିଥିଲେ। ସେ କହିଥିଲେ ଯେ ଏହି ଖେଳ ଯୁବପିଢ଼ୀଙ୍କ ମଧ୍ୟରେ ଏକତା, ଶକ୍ତି ଓ ଆତ୍ମବିଶ୍ୱାସ ବୃଦ୍ଧି କରେ।
ସମାପନୀ ଉତ୍ସବ ପାଇଁ କଣ ରହିଛି ପ୍ରସ୍ତୁତି
ଏହି କାର୍ଯ୍ୟକ୍ରମ ର ଆୟୋଜନ ସଚିବ ଶ୍ରୀ ଚିନ୍ମୟ ମହାନ୍ତି ଓ ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ରଞ୍ଜିତା ମହାପାତ୍ର ଙ୍କ ନେତୃତ୍ୱରେ ସୁଚାରୁ ଭାବେ ପରିଚାଳନା କରାଯାଇଥିଲା। ପ୍ରଥମ ଦିନରେ ହୋଇଥିବା ମ୍ୟାଚ ଗୁଡ଼ିକ ଦର୍ଶକମାନଙ୍କୁ ଆକର୍ଷିତ କରିଥିଲା। ଆଗାମୀ ଦିନରେ ଅଧିକ ରୋମାଞ୍ଚ ପ୍ରତିଯୋଗିତା ଦେଖିବାକୁ ମିଳିବ ବୋଲି ଆଶା ବ୍ୟକ୍ତ କରାଯାଇଛି। ଆସନ୍ତା ୨୧ ଏପ୍ରିଲ୍ ସନ୍ଧ୍ୟା ୭ଟାରେ ଏହି ପ୍ରତିଯୋଗିତା ର ସମାପନୀ ଉତ୍ସବ ଅନୁଷ୍ଠିତ ହେବ। ଏହି ଅବସରରେ ବରିଷ୍ଠ ରାଜନେତା ଓ ସମାଜସେବୀ ଶ୍ରୀ ସୁରେଶ କୁମାର ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେବେ ଏବଂ ବରିଷ୍ଠ ବିଜେପି ନେତା ଶ୍ରୀ ଗୋଲକ ମହାପାତ୍ର ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହିବେ।କ୍ରୀଡ଼ାପ୍ରେମୀ ଓ ସାଧାରଣ ଲୋକ ମାନଙ୍କୁ ଏହି ଅବସରରେ ଯୋଗଦେଇ ଶେଷ ଦିନର ଖେଳକୁ ଉପଭୋଗ କରିବା ସହ ଖେଳାଳି ମାନଙ୍କୁ ଉତ୍ସାହ କରିବା ପାଇଁ ଆମନ୍ତ୍ରଣ କରାଯାଇଛି।

Jagruti Live Media is one of the fastest-growing digital news channels in Odisha, widely recognized for its trusted and impactful journalism. With the tagline “Odisha Mati Ra Khabara”, the platform delivers authentic and timely news across politics, entertainment, sports, national and international affairs, exclusive interviews, viral stories, and breaking updates.
Dedicated to bringing the voice of the people to the forefront, Jagruti Live Media has set a new benchmark in digital journalism through credible reporting, fast news delivery, and audience-focused storytelling across multiple platforms.



