jagrutinews.com

!-- TradingView Widget BEGIN -->
!-- TradingView Widget BEGIN -->
Responsive Breaking News Ticker
!
BREAKING NEWS

Jewellery shop inaugurated : କଟକରେ କିସନା ର ୫ମ ଶୋରୁମ୍ ର ଶୁଭାରମ୍ଭ

Jewellery shop : ୧୮ ଏପ୍ରିଲ ୨୦୨୬ ଓଡିଶାର ଗହଣା ବଜାରରେ ଆଉ ଗୋଟିଏ ନୂଆ ଅଧ୍ୟାୟ ଯୋଡିହେଇଛି। କିସନା ଡାଏମଣ୍ଡ ଏବଂ ସୁନା ଗହଣା ପକ୍ଷରୁ କଟକର ସିଡିଏ ସେକ୍ଟର ୬, ପ୍ଲଟ୍ ନଂ ବି ୧୩୯୩ ଠାରେ ଏହାର ୫ମ ସ୍ୱତନ୍ତ୍ର ଶୋରୁମ୍‌ ର ଭବ୍ୟ ଶୁଭାରମ୍ଭ କରାଯାଇଛି। ଏହି ନୂତନ ଆଉଟଲେଟ୍ ମାଧ୍ୟମରେ କିସନା ଓଡିଶା ରେ ତାହାର ବ୍ରାଣ୍ଡ ଉପସ୍ଥିତିକୁ ଆହୁରି ଶକ୍ତିଶାଳୀ କରିଛି। ଏହି ଶୋରୁମ୍‌ ର ଉଦ୍ଘାଟନି ଅବସରରେ ହରି କ୍ରିଷ୍ଣା ଗ୍ରୁପ୍‌ର ପ୍ରତିଷ୍ଠାତା ଏବଂ ଏମଡି ଶ୍ରୀ ଘନଶ୍ୟାମ ଢୋଲକିଆ ଉପସ୍ଥିତ ଥିଲେ। ସେ କହିଥିଲେ ଯେ କଟକରେ ଏହି ନୂତନ ଶୋରୁମ୍ ଖୋଲାଯିବା ଦ୍ୱାରା ଗ୍ରାହକମାନେ ଆଧୁନିକ ଡିଜାଇନ ଓ ଉତ୍କୃଷ୍ଟ ମାନର ଗହଣାକୁ ସହଜରେ ପାଇପାରିବେ।

Jewellery shop : କିସନା ର ୫ମ ସୋ ରୁମ୍ ର ଶୁଭାରମ୍ଭ

Jewellery shop : କିସନା ର ଆକର୍ଷଣୀୟ ଅଫର ଓ ଅକ୍ଷୟ ହାପିନେସ୍ କ୍ୟାମ୍ପେନ

ଏହି ଶୁଭାରମ୍ଭକ ଉତ୍ସବ ପାଇଁ କିସନା ପକ୍ଷରୁ ବିଶେଷ ଉଦ୍ଘାଟନୀ ଅଫର ଘୋଷଣା କରାଯାଇଛି। ଲଞ୍ଚ ଦିନ ହୀରା ଅଳଙ୍କାର ଉପରେ ଅତିରିକ୍ତ ୫% ରିହାତି ଦିଆଯାଇଥିଲା। ସେହିପରି ଅକ୍ଷୟ ହାପିନେସ୍ କ୍ୟାମ୍ପେନ ଅଧିନରେ ଦି ବିଗେଷ୍ଟ ଫେଷ୍ଟିଭ ଅଫର ମାଧ୍ୟମରେ ଗ୍ରାହକଙ୍କ ପାଇଁ ଅନେକ ଲାଭଦାୟକ ଯୋଜନା ଆଣାଯାଇଛି। ଏହି ଅଫର ଅନୁଯାୟୀ ହୀରା ଗହଣାର ମେକିଂ ଚାର୍ଜ ଉପରେ ଫ୍ଲାଟ ୪୦% ରିହାତି ଏବଂ ସୁନା ଗହଣାରେ ୩୦% ରିହାତି ଦିଆଯାଉଛି । ନିର୍ଦ୍ଧିଷ୍ଟ କ୍ରୟ ଉପରେ ଗ୍ରାହକମାନେ ୧୦ ଗ୍ରାମ ଓ ୨୦ ଗ୍ରାମର ମାଗଣା ସିଲଭର କଏନ୍ ପାଇପାରିବେ। ସେହିସହିତ ପୁରୁଣା ସୁନା ବଦଳରେ ୧୦୦% ଏକ୍ସଚେଞ୍ଜ ମୂଲ୍ୟ ମଧ୍ୟ ମିଳୁଛି। ଏହା ସହିତ ICICI ବ୍ୟାଙ୍କର କ୍ରେଡିଟ ଓ ଡେବିଟ କାର୍ଡ ଉପରେ ୫% ତୁରନ୍ତ ରିହାତି ଏବଂ ଡବଲ ରେଟ ପ୍ରୋଟେକ୍ସନ ସୁବିଧା ମଧ୍ୟ ଦିଆଯାଉଛି। ଗ୍ରାହକମାନେ କେବଳ ୨୫% ଡାଉନ ପେମେଣ୍ଟରେ ସୁନା ଦରକୁ ଲକ୍ କରିପାରିବେ। ହୀରା ଗହଣା କ୍ରୟରେ ବିଶେଷ ଗିଫ୍ଟ ଭାଉଚର ମଧ୍ୟ ଏହି ଅଫରକୁ ଆହୁରି ଆକର୍ଷଣୀୟ କରିଛି।

କିସନା ର ଶୁଭାରମ୍ଭ ନେଇ କଣ ରହିଛି ଗ୍ରାହକ ଅନୁଭୂତି

କିସନା ଡାଏମଣ୍ଡ ଆଣ୍ଡ ଗୋଲ୍ଡ ଜୁଏଲାରୀ ର ସିଇଓ ପରାଗ ଶାହ କହିଛନ୍ତି କଟକ ରେ ଏହି ଶୋରୁମ୍ ଗ୍ରାହକମାନଙ୍କୁ ଏକ ସହଜ ସୁବିଧାଜନକ ଓ ଆଧୁନିକ ସପିଂ ଅନୁଭୂତି ଦେବା ପାଇଁ ଡିଜାଇନ କରାଯାଇଛି। ଏଠାରେ ଆଧୁନିକ ଡିଜାଇନ୍‌ରୁ ଆରମ୍ଭ କରି ପାରମ୍ପରିକ ଗହଣା ପର୍ଯ୍ୟନ୍ତ ବିସ୍ତୃତ କଲେକ୍ସନ ଉପଲବ୍ଧ ରହିଛି। ଯାହା ପ୍ରତ୍ୟେକ ଗ୍ରାହକ ଙ୍କ ପସନ୍ଦ ପୂରଣ କରିବ। ଏକ୍ସକ୍ଲୁସିଭ ଆଉଟଲେଟ୍ ପାର୍ଟନର୍ ସତ୍ୟସ୍ୱରୂପ ବେହେରା ମଧ୍ୟ କହିଛନ୍ତି ଯେ କିସନା ର ବିଶ୍ୱାସଯୋଗ୍ୟତା ଓ ନୂତନ ଡିଜାଇନ୍ ଏହାକୁ ଓଡିଶାର ଗ୍ରାହକଙ୍କ ମଧ୍ୟରେ ଜନପ୍ରିୟ କରିବ। ସେହିପରି କିସନା ସାମାଜିକ ଦାୟିତ୍ୱ ପ୍ରତି ମଧ୍ୟ ସଚେତନ ରହିଛି। ଏହି ଶୁଭାରମ୍ଭ ଅବସରରେ ଅବହେଳିତ ଲୋକଙ୍କ ପାଇଁ ଖାଦ୍ୟ ବିତରଣ ସ୍ୱଚ୍ଛତା ଅଭିଯାନ ଏବଂ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହା କିସନା ର ସମାଜ ପ୍ରତି ଦାୟିତ୍ୱ ବୋଧ ମନୋଭାବକୁ ପ୍ରକାଶ କରିଛି।

Leave a Comment

Your email address will not be published. Required fields are marked *

Scroll to Top