jagrutinews.com

!-- TradingView Widget BEGIN -->
!-- TradingView Widget BEGIN -->
Responsive Breaking News Ticker
!
BREAKING NEWS

ପ୍ରଥମ ସଫ୍ଟ ବଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ପଟିଆ ପଡ଼ିଆରେ ଉଦଯାପିତ ହୋଇଯାଇଛି।

ଗତ ଦୁଇ ଦିନ ୨୧ ଏବଂ ୨୨ ମାର୍ଚ୍ଚରେ ପଟିଆ ଗ୍ରାଉଣ୍ଡରେ ଏହା ଅନୁଷ୍ଠିତ
ହୋଇଥିଲା। ଏଥିରେ ଓଡ଼ିଶାରୁ ୧୨ଟି ଟିମ୍ ପ୍ରଥମ ଥର ପାଇଁ ଯୋଗ ଦେଇଥିଲେ।

ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ପଟିଆ ଓ ରେଣ୍ଟାଲ୍ କ୍ଲବ୍ ମଧ୍ୟରେ
ହୋଇଥିଲା, ଯେଉଁଥିରେ ପଟିଆ ଚ୍ୟାମ୍ପିଅନ୍ ହୋଇଥିଲା ଓ ରେଣ୍ଟାଲ୍ କ୍ଲବ୍ ଉପବିଜେତା
ହୋଇଥିଲା।ବିଜେତା ଓ ଉପବିଜେତା ଟିମ୍‌ମାନଙ୍କୁ ମୁଖ୍ୟ ଅତିଥି ଏକ୍ସ-ଏମଏଲଏ ପ୍ରିୟଦର୍ଶୀ ମିଶ୍ର
ଓ ସ୍ଥାନୀୟ କର୍ପୋରେଟର୍ ଲକ୍ଷ୍ମୀ ପ୍ରିୟା ପରିଡା, ପ୍ରେସିଡେଣ୍ଟ ମହେଶ କୁମାର
ମିଶ୍ର (ପୂର୍ବତନ କଳାହାଣ୍ଡି କପ୍ ଖେଳାଳି), ଭାଇସ୍ ପ୍ରେସିଡେଣ୍ଟ ମନୋଜ କୁମାର
ରାଉତ (ସୋସିଆଲ୍ ଓର୍କର୍), ଜଏଣ୍ଟ ସେକ୍ରେଟାରୀ ଜିତେନ୍ଦ୍ର ରାଉର ଓ ସେକ୍ରେଟାରୀ
ସତୀଶ ବିଶ୍ୱକର୍ମାଙ୍କ ଉପସ୍ଥିତିରେ ଟ୍ରୋଫି ଓ ପ୍ରାଇଜ୍ ମନି ପ୍ରଦାନ କରାଯାଇଥିଲା ଏହାସହିତ ଅଫିସିଆଲ୍ ବିଷ୍ଣୁ ପ୍ରିୟା ଦାସ, ଚନ୍ଦନ ଓଝା, ବଦ୍ରିନାରାୟଣ ପଟି ଓ
ସନ୍ତୋଷ କୁମାର ପରିଡା (ସୋସିଆଲ୍ ଓର୍କର୍) ମଧ୍ୟ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଏହି ଟିମ୍‌ରୁ ଖେଳାଳିମାନେ ଚୟନ ହୋଇ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବେ

Leave a Comment

Your email address will not be published. Required fields are marked *

Scroll to Top