jagrutinews.com

!-- TradingView Widget BEGIN -->
!-- TradingView Widget BEGIN -->
Responsive Breaking News Ticker
!
BREAKING NEWS

୬୧ ବର୍ଷରେ ପଦାର୍ପଣ କଲା ବହୁ ପ୍ରସିଦ୍ଧ ନଣ୍ତାବର ବାଦୀପାଲା ମହୋତ୍ସବ

କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ନଣ୍ତାବର ଗାଁରେ ଆୟୋଜିତ ପାରମ୍ପରିକ ବାଦୀପାଲା ମହୋତ୍ସବ ଚଳିତ ବର୍ଷ ୬୧ ବର୍ଷରେ ପଦାର୍ପଣ କରିଛି। ମା ତାରିଣୀଙ୍କ ବାର୍ଷିକ ପୂଜା ଉତ୍ସବ ଉପଲକ୍ଷେ ଆରମ୍ଭ ହୋଇଥିବା ଏହି ପାଲା ଅନୁଷ୍ଠାନ ଆଜି ଏକ ସାଂସ୍କୃତିକ ପରମ୍ପରାର ଚିହ୍ନ ସ୍ୱରୂପ ପରିଚିତ ହୋଇପାରିଛି। ବର୍ଷ ବର୍ଷ ଧରି ଏହି ମହୋତ୍ସବ ଗାଁ ଓ ପାଖପାଖି ଅଞ୍ଚଳର ଲୋକଙ୍କୁ ଆକର୍ଷିତ କରି ଆସୁଛି। ଏହି ପାଲା କେବଳ ମନୋରଞ୍ଜନ ନୁହେଁ, ବରଂ ଏହା ଓଡିଆ ସଂସ୍କୃତି ଓ ପରମ୍ପରାର ଏକ ଜୀବନ୍ତ ପ୍ରତିକ ପାଲଟିଛି । ପୌରାଣିକ କଥାବସ୍ତୁ ଓ ଧାର୍ମିକ ଭାବଗତ ମାଧ୍ୟମରେ ସମାଜକୁ ନୈତିକ ଶିକ୍ଷା ଦେବାରେ ପାଲାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ।

ନଣ୍ଡାବର ଗ୍ରାମ ରେ ବାଦୀପାଲା ମହୋତ୍ସବ

ବାଦୀପାଲା ର ସାଂସ୍କୃତିକ ଓ ସାମାଜିକ ମହତ୍ୱ କଣ ରହିଛି

ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ର ପ୍ରଚାର ପ୍ରସାର ପାଇଁ ପାଲା ଏକ ଶକ୍ତିଶାଳୀ ମାଧ୍ୟମ। ପାଲା ମାଧ୍ୟମରେ ପୁରାଣ, ମହାଭାରତ, ରାମାୟଣ ଭଳି ଧାର୍ମିକ ଓ ଐତିହାସିକ ବାର୍ତ୍ତା ଗୁଡିକୁ ସରଳ ଭାଷାରେ ଲୋକମାନଙ୍କ ନିକଟକୁ ପହଞ୍ଚାଯାଇଥାଏ। ଏହା ନୂତନ ପିଢିଙ୍କୁ ନିଜ ସଂସ୍କୃତି ସହିତ ଯୋଡି ରଖିବାରେ ସହାୟକ ହୁଏ। ସମାଜରେ ବୃଦ୍ଧି ପାଉଥିବା ଅବକ୍ଷୟ, ନୈତିକ ମୂଲ୍ୟବୋଧର ଅଭାବ ଓ ସାମାଜିକ ବିକୃତିକୁ ଦୂର କରିବା ପାଇଁ ପାଲା ଏକ ପ୍ରଭାବଶାଳୀ ମାଧ୍ୟମ ଭାବେ କାମ କରୁଛି। ଗୀତ, କଥା ଓ ଅଭିନୟ ମାଧ୍ୟମରେ ଜୀବନ ମୂଲ୍ୟବୋଧ ଓ ନୀତିଶିକ୍ଷା ପ୍ରଚାର କରାଯାଏ।

ବାଦୀପାଲା ର ସମାଜ ପ୍ରତି କଣ ବହନ କରେ ମହତ୍ୱ

କେଉଁ କେଉଁ ପ୍ରସିଦ୍ଧ ପାଲା ଗାୟକ ମୁଖ୍ୟ ଆକର୍ଷଣ ର କେନ୍ଦ୍ର ବିନ୍ଦୁ ପାଲଟିଥିଲେ

ଚଳିତ ବର୍ଷର ଏହି ପାଲା ମହୋତ୍ସବ ରେ ଓଡିଶାର ଖ୍ୟାତିସମ୍ପନ୍ନ ପାଲା ଗାୟକ ତତ୍ତ୍ୱବାରିଧି ଜୟଚନ୍ଦ୍ର ବଡଦଳେଇ ଓ ପ୍ରବୀର ସନାତନ ଦାସ ତାଙ୍କର ଅପୂର୍ବ ପାଲା ପରିବେଷଣ ଦ୍ୱାରା ଦର୍ଶକମାନଙ୍କୁ ମୋହିତ କରିଛନ୍ତି। ତାଙ୍କର ସ୍ୱର ସହ ଭାବବ୍ୟକ୍ତି ଓ କଥା ପ୍ରସ୍ତୁତି ଦର୍ଶକମାନଙ୍କୁ ଆଧ୍ୟାତ୍ମିକ ଓ ସାହିତ୍ୟିକ ଜଗତ କୁ ନେଇଯାଇଥିଲା। ଏହି ପାଲା ଶୁଣିବା ପାଇଁ ବହୁ ଦୂରଦୂରାନ୍ତରୁ ଶହ ଶହ ଶ୍ରୋତା ଆସିଥିଲେ। ତିନି ଦିନ ଧରି ଚାଲିଥିବା ଏହି ଅନୁଷ୍ଠାନ ରେ ଲୋକମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। କେବଳ ଗାଁ ନୁହେଁ ଆଖପାଖ ଅଞ୍ଚଳର ଲୋକମାନେ ମଧ୍ୟ ଏହି ସାଂସ୍କୃତିକ ମହୋତ୍ସବରେ ଯୋଗଦେଇଥିଲେ।

ବାଦୀପାଲା ମହୋତ୍ସବ ରେ କଣ କହିଲେ ସୁନାମଧନ୍ୟ ଗାୟକ

ଏହି ମହୋତ୍ସବ ସମସ୍ତ ଙ୍କୁ ଏକତା ସୂତ୍ର ରେ ବାନ୍ଧି ରଖିବାର ଏକ ନିଆରା ପରମ୍ପରା

ନଣ୍ତାବର ଗ୍ରାମ ର ସ୍ୱର୍ଗତ ବଂଶୀଧର ଜେନାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ବାଦୀପାଲା ମହୋତ୍ସବ ଆଜି ସମଗ୍ର ଗ୍ରାମ ର ଏକତା ଓ ସମ୍ମିଳନ ର ପ୍ରତୀକ ସାଜିଛି । ଏହି ପାଲା ମହୋତ୍ସବ ମାଧ୍ୟମରେ ସମସ୍ତ ବର୍ଗର ଲୋକମାନେ ଏକ ସ୍ଥାନରେ ଏକତ୍ରିତ ହୋଇ ସାମ୍ପ୍ରଦାୟିକ ସମ୍ମିଳନ ଓ ଭାଇଚାରାର ପରିଚୟ ଦେଇଥାନ୍ତି। ପ୍ରତି ବର୍ଷ ଅପ୍ରେଲ ୯ ରୁ ୧୧ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଆୟୋଜିତ ହେଉଥିବା ଏହି ମହୋତ୍ସବ ଗାଁର ସାମାଜିକ ଓ ସାଂସ୍କୃତିକ ଜୀବନକୁ ବଜାୟ ରଖୁଛି। ନୂତନ ପିଢି ଙ୍କୁ ପରମ୍ପରା ସହିତ ଯୋଡି ରଖିବା ସହ ଏକ ସୁସ୍ଥ ସମାଜ ଗଢିବାରେ ମୁଖ୍ୟ ଭୂମିକା ତୁଲାଉଛି।

ନଣ୍ତାବର ବାଦୀପାଲା ମହୋତ୍ସବ କେବଳ ଏକ ଉତ୍ସବ ନୁହେଁ। ଏହା ଓଡିଆ ଆତ୍ମାର ପ୍ରତିଫଳନ ସ୍ୱରୂପ। ୬୧ ବର୍ଷ ର ଏହି ଯାତ୍ରା ପରମ୍ପରା, ସଂସ୍କୃତି ଓ ସାମାଜିକ ଏକତାର ଏକ ଜୀବନ୍ତ ଉଦାହରଣ ପାଲଟିଛି।

Leave a Comment

Your email address will not be published. Required fields are marked *

Scroll to Top