ଆମେରିକା ଓ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ବିଫଳ ହେବା ପରେ ବିଶ୍ୱ ବଜାରରେ ଅଶାନ୍ତି ଦେଖାଦେଇଛି। ବିଶେଷକରି ତୈଳ ମୂଲ୍ୟରେ ହଠାତ ବୃଦ୍ଧି ଓ ହର୍ମୁଜ୍ ପ୍ରଣାଳୀକୁ ନେଇ ଆଶଙ୍କା ବିଶ୍ୱ ଶକ୍ତି ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାର ପ୍ରଭାବ କେବଳ ଆନ୍ତର୍ଜାତୀୟ ବଜାରରେ ନୁହେଁ ବରଂ ଭାରତ ସହିତ ଅନେକ ଦେଶର ଅର୍ଥନୀତି ଉପରେ ମଧ୍ୟ ପଡ଼ିଛି। ସପ୍ତାହାନ୍ତ ରେ ହୋଇଥିବା ଶାନ୍ତି ଆଲୋଚନା କୌଣସି ର କୌଣସି ନିଷ୍ପତ୍ତିରେ ପହଞ୍ଚି ପାରିନଥିଲା। ଯାହା ଫଳରେ ଆମେରିକା ହର୍ମୁଜ୍ ପ୍ରଣାଳୀକୁ ଅବରୋଧ କରିବାର ସମ୍ଭାବନା ନେଇ ଆଗରୁ ଆସିଥିବା ଖବର ବଜାରକୁ ଉତ୍କଣ୍ଠିତ କରିଛି।

Crude oil price : ତୈଳ ପରିବହନ ନେଇ ହର୍ମୁଜ୍ ପ୍ରଣାଳୀର କଣ ରହିଛି ଗୁରୁତ୍ୱ
ହର୍ମୁଜ୍ ପ୍ରଣାଳୀ ହେଉଛି ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତୈଳ ପରିବହନ ମାର୍ଗ ମଧ୍ୟରୁ ଗୋଟିଏ। ବିଶ୍ୱର ପ୍ରାୟ 20% ତୈଳ ଏହି ପ୍ରଣାଳୀ ଦ୍ୱାରା ପରିବହନ କରାଯାଏ । ଯଦି ଏହା ଅବରୋଧ ହୁଏ, ତେବେ ବିଶ୍ୱ ଶକ୍ତି ସଙ୍କଟ ସୃଷ୍ଟି ହେବା ସୁନିଶ୍ଚିତ।
ବିଶ୍ୱ ଶକ୍ତି ଯୋଗାଣ ଉପରେ ପ୍ରଭାବ :
• ତେଲ ଯୋଗାଣ କମିବ
• ମୂଲ୍ୟ ତୀବ୍ର ଭାବେ ବଢ଼ିବ
• ଉତ୍ପାଦନ ଓ ପରିବହନ ଖର୍ଚ୍ଚ ବୃଦ୍ଧି ପାଇବ
ସୋମବାର ବିଶ୍ୱ ବଜାରରେ ତେଲ ର ମୂଲ୍ୟରେ ଦୃଶ୍ୟମାନ ବୃଦ୍ଧି ହୋଇଛି। ମୁଖ୍ୟତଃ ବ୍ରେଣ୍ଟ ତେଲ 8.36% ବୃଦ୍ଧି $103.16 ପ୍ରତି ବ୍ୟାରେଲ , WTI ତେଲ 8.22% ବୃଦ୍ଧି $104.57 ପ୍ରତି ବ୍ୟାରେଲ। ୟୁରୋପିୟ ଗ୍ୟାସ୍ ମାର୍କେଟ ରେ ଗ୍ୟାସ୍ ଫ୍ୟୁଚର୍ ପ୍ରାୟ 18% ପର୍ଯ୍ୟନ୍ତ ବଢ଼ିଲା ଶକ୍ତି ଖର୍ଚ୍ଚ ବୃଦ୍ଧି ହେବାର ଆଶଙ୍କା।

ଭାରତୀୟ ଅର୍ଥନୀତି ଉପରେ କଣ ପଡିବ ଏହାର ପ୍ରଭାବ
ଅଶୋଧିତ ତେଲ ମୂଲ୍ୟ ବୃଦ୍ଧି ସିଧାସଳଖ ଭାବରେ ଭାରତରେ ମୁଦ୍ରାସ୍ଫୀତି କୁ ପ୍ରଭାବିତ କରେ ବା ବଢ଼ାଏ। ପେଟ୍ରୋଲ ଓ ଡିଜେଲ ଦର ବଢ଼େ,ପରିବହନ ଖର୍ଚ୍ଚ ବଢ଼େ, ଦୈନିଦିନ ବ୍ୟବହୃତ ପଦାର୍ଥ ମୂଲ୍ୟ ବୃଦ୍ଧି। ଆର୍ଥିକ ବୃଦ୍ଧିରେ ଆଣେ ମନ୍ଥରତା। ଉତ୍ପାଦନ ଖର୍ଚ୍ଚ ବଢ଼ିବ, ବ୍ୟବସାୟ ଲାଭ କମିବ, ଗ୍ରାହକ ଙ୍କ ଖର୍ଚ୍ଚ କମିବ।
ଷ୍ଟକ୍ ମାର୍କେଟ୍ ଉପରେ ପଡିବ ନକାରାତ୍ମକ ପ୍ରଭାବ :
ବଜାର ବିଶ୍ଳେଷକ ମାନଙ୍କ ମତରେ, ତୈଳ ମୂଲ୍ୟ ବୃଦ୍ଧି ଭାରତୀୟ ଷ୍ଟକ୍ ମାର୍କେଟ୍ ପାଇଁ ଖରାପ ସଙ୍କେତ। ମୁଖ୍ୟ କାରଣ ମୁଦ୍ରାସ୍ଫୀତି ବୃଦ୍ଧି, ଟଙ୍କା ର ମୂଲ୍ୟହ୍ରାସ,ବୃଦ୍ଧିଶୀଳ ଋଣ ହାର। ଏହା ଦ୍ୱାରା ପ୍ରଭାବିତ ହେବ ଏୟାରଲାଇନ୍ସ, ଲଜିଷ୍ଟିକ୍ସ ଏବଂ ମ୍ୟାନୁଫ୍ୟାକ୍ଚରିଂ ସେକ୍ଟର।
ଅନେକ ସମୟରେ ଜିଓପଲିଟିକ୍ସ ସମସ୍ୟା ଯୋଗୁଁ ସୁନା ଦର ବଢ଼େ, କିନ୍ତୁ ଏଥର ଭିନ୍ନ ପରିସ୍ଥିତି ଦେଖାଗଲା। ସୁନା ମୂଲ୍ୟ 2.2% ହ୍ରାସ $4,650 ତଳକୁ ଖସିଲା, ରୂପା ମୂଲ୍ୟ 3.29% ହ୍ରାସ $74 ପ୍ରତି ଆଉନ୍ସ। ଡଲାର ଶକ୍ତିଶାଳୀ ହେବା ଏବଂ ନିବେଶକମାନେ ଲିକ୍ୱିଡିଟି ଧରି ରଖୁଛନ୍ତି ଯାହାର ପ୍ରଭାବ ଦେଖାଦେଇଛି।
• ଯଦି ସମସ୍ୟା ବଢ଼େ → ତୈଳ $120+ ପହଞ୍ଚିପାରେ
• ଯଦି ଶାନ୍ତି ଆସେ → ମୂଲ୍ୟ ସ୍ଥିର ହେବ
ଭାରତ କଣ ପଦକ୍ଷେପ ନେବା ଆବଶ୍ୟକ :
• ବିକଳ୍ପ ଶକ୍ତି ଉତ୍ସ ଉପରେ ଗୁରୁତ୍ୱ
• ଆମଦାନି ନିର୍ଭରତା କମାଇବା
• ନୀତିଗତ ସଂଶୋଧନ
ଆମେରିକା ଇରାନ ସମସ୍ୟା ଏବେ ବିଶ୍ୱ ଅର୍ଥନୀତି ପାଇଁ ଗୁରୁତର ଚିନ୍ତାର ବିଷୟ ପାଲଟିଛି । ତେଲ ର ମୂଲ୍ୟ ବୃଦ୍ଧି, ମୁଦ୍ରାସ୍ଫୀତି ଆଶଙ୍କା ଓ ଷ୍ଟକ୍ ମାର୍କେଟ୍ ରେ ଅସ୍ଥିରତା ଭବିଷ୍ୟତ ରେ ଅଧିକ ପ୍ରଭାବ ପକାଇପାରେ। ଏହି ପରିସ୍ଥିତିରେ ସରକାର ଓ ନିବେଶକମାନେ ସତର୍କ ରହିବା ଆବଶ୍ୟକ।
• ଆମେରିକା-ଇରାନ ଆଲୋଚନା ବିଫଳ
• ତେଲ ମୂଲ୍ୟ 8%+ ବୃଦ୍ଧି
• ଭାରତରେ ମୁଦ୍ରାସ୍ଫୀତି ଆଶଙ୍କା
• ଷ୍ଟକ୍ ମାର୍କେଟ୍ ନକାରାତ୍ମକ
• ସୁନା ଓ ରୂପା ମୂଲ୍ୟ ହ୍ରାସ
ଏହି ପରିସ୍ଥିତି ଆଗାମୀ କିଛି ସପ୍ତାହ ମଧ୍ୟରେ ବିଶ୍ୱ ଅର୍ଥନୀତି ଉପରେ ଅଧିକ ଚାପ ପକେଇବାର ର ସମ୍ଭାବନା ରହିଛି ।