jagrutinews.com

!-- TradingView Widget BEGIN -->
!-- TradingView Widget BEGIN -->
Responsive Breaking News Ticker
!
BREAKING NEWS

କାଳବୈଶାଖୀ ତାଣ୍ଡବ ପ୍ରଭାବରେ ଆନନ୍ଦପୁର ଅଞ୍ଚଳ ଅସ୍ତବ୍ୟସ୍ତ

ଆନନ୍ଦପୁର ଅଞ୍ଚଳରେ କାଳବୈଶାଖୀ ର ପ୍ରଭାବରୁ ପ୍ରବଳ ବର୍ଷା ସହ ଝଡ଼ ପବନ ମାଡ଼ ହେଇଛି । ହଠାତ୍ କାଳବୈଶାଖୀ ର ତାଣ୍ଡବ ଯୋଗୁଁ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଭାଙ୍ଗି ପଡ଼ିବା ସହିତ ଯୋଗାଯୋଗ ବ୍ୟବସ୍ଥା ଓ ଯାତାୟାତରେ ବାଧାପ୍ରାପ୍ତ ହୋଇଛି।

ଆନନ୍ଦପୁର ରେ କାଳବୈଶାଖୀ ର ତାଣ୍ଡବ

କାଳବୈଶାଖୀ ପ୍ରଭାବ ପ୍ରବଳ ବର୍ଷା ଓ ପବନ ସହ କୂଆ ପଥର ମାଡ଼

କାଳବୈଶାଖୀର ତୀବ୍ର ପବନ ଓ ଆଶଳା ବର୍ଷା ଯୋଗୁଁ ଆନନ୍ଦପୁର ର ଶୈଲଙ୍ଗ, ବଞ୍ଚୋ ଓ ଖଡ଼ିବିଲି ଗାଁରେ ବିରାଟ ଗଛଗୁଡ଼ିକ ଭାଙ୍ଗି ପଡ଼ିଛି। ଗଛ ଭାଙ୍ଗିବା ଫଳରେ ଅନେକ ସ୍ଥାନରେ ରାସ୍ତା ଅବରୋଧ ହୋଇଥିଲା ଓ ଲୋକମାନଙ୍କ ଯାତାୟାତରେ ବାଧା ସୃଷ୍ଟି ହେଇଥିଲା।

ଖଡ଼ିବିଲି ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଗୁର ଜେନା (୪୫) ନାମକ ଜଣେ ମହିଳା ନଳକୂପରୁ ପାଣି ନେଉଥିବା ସମୟରେ ଗଛର ଡାଳ ତାଙ୍କ ଉପରେ ପଡ଼ିଯାଇଥିଲା। ଯାହାଫଳ ରେ ସେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାକୁ ଭର୍ତ୍ତି କରିଥିଲେ। ବର୍ତ୍ତମାନ ସେଠାରେ ତାଙ୍କର ଚିକିତ୍ସା ଚାଲିଛି।

ଆନନ୍ଦପୁର ରେ କାଳବୈଶାଖୀ ର ମହାତାଣ୍ଡବ

ଘର ଉପରେ ଗଛ ପଡ଼ିଯିବା ଫଳ ରେ ହେଇଛି ବଡ଼ ଧରଣ ର କ୍ଷତି

ଏହି ଝଡ଼ର ପ୍ରଭାବରେ ଗୋବର୍ଦ୍ଧନ ଜେନା ଓ ଗୌତମ ଜେନାଙ୍କ ତିନି ବଖରା ଘର ଉପରେ ବଡ଼ ଗଛ ପଡ଼ିଯାଇଥିଲା। ଯାହା ଦ୍ୱାରା ଘରର କିଛି ଅଂଶ ନଷ୍ଟ ହୋଇଥିବା ସହିତ ପରିବାର ଲୋକମାନେ ଭୟଭୀତ ଓ ପ୍ରଭାବିତ ହୋଇଛନ୍ତି। ଭାଗ୍ୟକ୍ରମେ ଏହି ଘଟଣାରେ ରେ କାହାରି ପ୍ରାଣହାନି ହୋଇନାହିଁ । ଶୈଲଙ୍ଗ ଛକ ନିକଟରେ ଓ ବେଲବାହାଳିରୁ ହରିଡାପାଳ ପଞ୍ଚାୟତକୁ ଯାଇଥିବା ମୁଖ୍ୟ ରାସ୍ତାରେ ବିରାଟ ଗଛ ପଡ଼ିଥିବାରୁ ଯାତାୟାତ କିଛି ସମୟ ପାଇଁ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଯାହାଦ୍ୱାରା ଲୋକମାନେ ଦୈନନ୍ଦିନ କାମକୁ ଯିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଘଟଣା ସୂଚନା ପାଇବା ସହିତ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପ୍ରଶାସନ ତୁରନ୍ତ ଘଟଣାସ୍ଥଳରେ ପହଁଞ୍ଚିଥିଲେ। ସେମାନେ ରାସ୍ତା ଉପରେ ପଡ଼ିଥିବା ଗଛଗୁଡ଼ିକୁ କାଟି ହଟାଇବାରେ ଲାଗି ପଡ଼ିଥିଲେ। କିଛି ସମୟ ପରେ ଯାତାୟାତ ପୁନର୍ବାର ଆରମ୍ଭ ହେଇଥିଲା।

କାଳବୈଶାଖୀ ପ୍ରଭାବ ରେ ବିରାଟ ବିରାଟ ବୃକ୍ଷ ଧରାଶାୟୀ

ଏହି ଝଡ଼ ତୋଫାନ ଦ୍ୱାରା ଜନ ଜୀବନ କେତେ ପ୍ରଭାବିତ

ପ୍ରବଳ ବର୍ଷା ଓ ଝଡ଼ ପବନ ଯୋଗୁଁ ଅଞ୍ଚଳର ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଦ୍ୟୁତ ସପ୍ଲାଇ ବିଘ୍ନିତ ହେବା, ରାସ୍ତା ଅବରୋଧ ଓ ଘରବାଡ଼ି କ୍ଷତି ଲୋକମାନଙ୍କ ଦୈନନ୍ଦିନ ଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି ଏହି ଝଡ଼।

ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ଜରୁରୀ କାମ ନଥିଲେ ଘରରୁ ବାହାରିବାକୁ ମନା କରାଯାଇଛି। ବିଶେଷକରି ବଡ଼ ଗଛ ଓ କଚ୍ଚା ଗୃହ ପାଖରେ ନରହିବାରୁ ସଚେତନ କରାଯାଇଛି। ଏହି ଝଡ଼ ତୋଫାନ ଆନନ୍ଦପୁର ଅଞ୍ଚଳରେ ଗଭୀର କ୍ଷତି ସୃଷ୍ଟି କରିଛି। ଯଦିଓ ପ୍ରଶାସନ ଓ ଅଗ୍ନିଶମ ବାହିନୀ ତୁରନ୍ତ ପଦକ୍ଷେପ ନେଇଛନ୍ତି, ତଥାପି ଏପରି ପ୍ରାକୃତିକ ବିପର୍ଯୟ ରୁ ସୁରକ୍ଷିତ ରହିବା ପାଇଁ ସଚେତନତା ଅତ୍ୟାବଶ୍ୟକ।

Leave a Comment

Your email address will not be published. Required fields are marked *

Scroll to Top