ଭଦ୍ରକ ଜିଲ୍ଲାର ତେନ୍ତୁଳିଡିହ ପଞ୍ଚାୟତ ଠୁକୁରା ଗ୍ରାମରେ ଲଜ୍ୟା ଜଣେ ୧୫ ବର୍ଷର ନାବାଳିକାଙ୍କୁ ଜଣେ ୫୮ ବର୍ଷୀୟ ବୃଦ୍ଧ ପ୍ରଲୋଭିତ କରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପରେ ସେ ନାବାଳିକା ସାତ ମାସର ଗର୍ଭବତୀ ଥିବା ଜଣାପଡିଛି। ଅଭିଯୋଗ ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି ଏବଂ ତଦନ୍ତ ଜାରି ରହିଛି।

ସମଗ୍ର ଅଞ୍ଚଳରେ ଲଜ୍ୟା ର ବିଷୟ ହୋଇପଡିଛି ଏବଂ ସମାଜକୁ ଗଭୀର ଚିନ୍ତାରେ ପକାଇଛି।
ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରୁ ପୁଣି ଏକ ଅତ୍ୟନ୍ତ ଲଜ୍ଜାଜନକ ଏବଂ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯାହା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇପଡିଛି ଏବଂ ସମାଜକୁ ଗଭୀର ଚିନ୍ତାରେ ପକାଇଛି।
ସୂଚନା ଅନୁଯାୟୀ, ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ତେନ୍ତୁଳିଡିହ ପଞ୍ଚାୟତର ଠୁକୁରା ଗ୍ରାମରେ ଘଟିଥିବା ଏହି ଘଟଣାରେ ଜଣେ ୫୮ ବର୍ଷୀୟ ବୃଦ୍ଧଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆସିଛି। ଅଭିଯୋଗ ଅନୁଯାୟୀ, ସେହି ବ୍ୟକ୍ତି ଜଣେ ୧୫ ବର୍ଷର ନାବାଳିକାଙ୍କୁ ବିଭିନ୍ନ ସମୟରେ ପ୍ରଲୋଭନ ଦେଇ ତାଙ୍କ ସହ ଦୁଷ୍କର୍ମ କରିଥିବା କୁହାଯାଉଛି।
ଘଟଣା ଦୀର୍ଘ ସମୟ ଧରି ଗୋପନ ରହିଥିଲା। କିନ୍ତୁ ହଠାତ୍ ନାବାଳିକା ଜଣକ ପେଟ ଯନ୍ତ୍ରଣାରେ ପୀଡିତ ହେବା ପରେ ପରିବାର ଲୋକେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଯାଇଥିଲେ। ସେଠାରେ ଚିକିତ୍ସା ଓ ପରୀକ୍ଷା ପରେ ଡାକ୍ତରମାନେ ଚମକିଯାଇଥିଲେ, କାରଣ ନାବାଳିକା ଜଣକ ସାତ ମାସର ଗର୍ଭବତୀ ଥିବା ଜଣାପଡିଥିଲା।
ସତ୍ୟ ସାମ୍ନା କୁ ଆସିବା ପର ର ଘଟଣାବଳି
ଏହି ସତ୍ୟ ସାମ୍ନାକୁ ଆସିବା ପରେ ପରିବାର ଲୋକଙ୍କ ମଧ୍ୟରେ ଚିନ୍ତା ଓ ଆଶ୍ଚର୍ଯ୍ୟର ଲହରୀ ସୃଷ୍ଟି ହୋଇଥିଲା। ପରେ ନାବାଳିକା ଜଣକ ସମସ୍ତ ଘଟଣାକୁ ତାଙ୍କ ପରିବାର ସଦସ୍ୟଙ୍କୁ କହିଥିଲେ, ଯାହା ପରେ ଘଟଣାଟି ସାମ୍ନାକୁ ଆସିଥିଲା।
ଏହା ପରେ ପରିବାର ପକ୍ଷରୁ ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ ଦାଖଲ କରାଯାଇଥିଲା। ପୋଲିସ ଏହି ଅଭିଯୋଗକୁ ଗୁରୁତ୍ୱ ସହ କେସ୍ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତର ଆଧାରରେ ୫୮ ବର୍ଷୀୟ ଅଭିଯୁକ୍ତ ଦେବେନ୍ଦ୍ର ନାୟକଙ୍କୁ ପୋଲିସ ଗିରଫ କରିଛି।

ବର୍ତ୍ତମାନ ପୋଲିସ ଘଟଣାର ଆହୁରି ଗଭୀର ତଦନ୍ତ କରୁଛି ଏବଂ ଏହି ଘଟଣା ସହ ଜଡିତ ଅନ୍ୟ କୌଣସି ପ୍ରମାଣ ଓ ପରିସ୍ଥିତି ଖୋଜାଯାଉଛି।
ଏହି ଘଟଣା ପୁଣିଥରେ ସମାଜରେ ନାବାଳିକାମାନଙ୍କ ସୁରକ୍ଷା, ସଚେତନତା ଓ ଆଇନର କଡା ଅନୁଷ୍ଠାନର ଆବଶ୍ୟକତାକୁ ସ୍ପଷ୍ଟ କରିଦେଇଛି। ଏହା ସହିତ ସମାଜର ପ୍ରତ୍ୟେକ ଶ୍ରେଣୀର ଲୋକମାନଙ୍କୁ ସଚେତନ ଓ ସଜାଗ ରହିବା ଦରକାର ବୋଲି ମତ ଦେଖାଯାଉଛି।