jagrutinews.com

!-- TradingView Widget BEGIN -->
!-- TradingView Widget BEGIN -->
Responsive Breaking News Ticker
!
BREAKING NEWS

ରେଙ୍ଗାଳି ବୁଡି କ୍ଷତିଗ୍ରସ୍ତ ପ୍ରଜାସଂଘର ସର୍ତ୍ତମୂଳକ ସମର୍ଥନ: ମାଙ୍କଡା ମଧ୍ୟମ ପ୍ରକଳ୍ପ ଉପରେ ବିସ୍ତୃତ ବିଶ୍ଳେଷଣ ଓ ଖବର

ରେଙ୍ଗାଳି ବୁଡି କ୍ଷତିଗ୍ରସ୍ତ ପ୍ରଜାସଙ୍ଘ ପକ୍ଷରୁ ମାଙ୍କଡା ମଧ୍ୟମ ପ୍ରକଳ୍ପ ନିର୍ମାଣକୁ ସର୍ତ୍ତମୂଳକ ସମର୍ଥନ ।୧୦ ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଉପଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଛି। ପାଳଲହଡା ଅଞ୍ଚଳରେ ପୁନର୍ବାର ଏକ ବୃହତ୍ ଉନ୍ନୟନ ପ୍ରକଳ୍ପକୁ ନେଇ ଚର୍ଚ୍ଚା ତୀବ୍ର ହୋଇଛି। ମାଙ୍କଡା କୋଳିପାଳ ମଧ୍ୟମ ନଦୀବନ୍ଧ ପ୍ରକଳ୍ପକୁ ନେଇ ରେଙ୍ଗାଳି ବୁଡି କ୍ଷତିଗ୍ରସ୍ତ ପ୍ରଜାସଂଘ ଏକ ସ୍ପଷ୍ଟ ମତ ପ୍ରକାଶ କରିଛି। ସଂଘ ପକ୍ଷରୁ କୁହାଯାଇଛି ଯେ, ସେମାନେ ବିକାଶ ବିରୋଧୀ ନୁହଁନ୍ତି, କିନ୍ତୁ ଜନସ୍ୱାର୍ଥ ଓ ନ୍ୟାୟ ନିଶ୍ଚିତ ହେଲେ ପ୍ରକଳ୍ପକୁ ସମର୍ଥନ କରିବେ।

ପାଳଲହଡା ରେଙ୍ଗାଳି ବୁଡି କ୍ଷତିଗ୍ରସ୍ତ ପ୍ରଜା ସଂଘ ସଭାପତି ଡ ସନ୍ତୋଷ କୁମାର ଦେହୁରୀ ଙ୍କ ନେତୃତ୍ୱ ରେ ସଂଘ କାର୍ଯ୍ୟକର୍ତା ମାନଙ୍କୁ ନେଇ ସଂଘ ପକ୍ଷ ରୁ ମାଙ୍କଡା ମଧ୍ୟମ ନଦୀ ବନ୍ଧ ପ୍ରକଳ୍ପକୁ ସମର୍ଥନ କରିବା ସହିତ ସର୍ତ୍ତମୂଳକ ୧୦ ଦଫା ଦାବୀ ନେଇ ପାଳଲହଡା ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପଟେଲ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।

ରେଙ୍ଗାଳି ବୁଡି କ୍ଷତିଗ୍ରସ୍ତ ପ୍ରଜାସଙ୍ଘ ର ଦାବିପତ୍ର

ରେଙ୍ଗାଳି ବିସ୍ଥାପନ ର ସମ୍ପୂର୍ଣ ଇତିହାସ ଓ ପାଳଲହଡା ର ଅର୍ଥନୈତିକ କ୍ଷତି

୧୯୭୩ ମସିହା ରେଙ୍ଗାଳି ନଦୀବନ୍ଧ ବହୁମୁଖୀ ଯୋଜନାରେ ପାଳଲହଡା, ତାଳଚେର (ଅନୁଗୋଳ ଜିଲ୍ଲା) ଓ ଦେବଗଡ ଜିଲ୍ଲାର ୨୬୩ ଗୋଟି ଗ୍ରାମ ସଂପୂର୍ଣ ବୁଡ଼ି ଯିବା ସହିତ ୧୨ ହଜାର ରୁ ଉର୍ଦ୍ଧ ପରିବାର ବିସ୍ଥାପିତ ହୋଇ ବାସହରା ହୋଇଥିଲେ। ସେଥିମଧ୍ୟରୁ ପାଳଲହଡା ଉପଖଣ୍ଡର ୭୨ ଗୋଟି ଗ୍ରାମ ସଂପୂର୍ଣ ବୁଡିହୋଇ ଯାଇଥିଲାବେଳେ ପାଳଲହଡାର ଏକ ବିରାଟ ଚାଷ ଉପୋଯୋଗି ଭୂଭାଗ ହରେଇ ବସିଥିଲା। ଏବେ ପ୍ରସ୍ତାବିତ ମାଙ୍କଡ଼ା କୋଳିପାଳ ମଧ୍ୟମ ନଦୀବନ୍ଧ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ମାଙ୍କଦା ନଦୀ ଅବବାହିକାରେ ଥଇଥାନ ହୋଇଥିବା ୧୫୦ ରୁ ଉଦ୍ଧ ରେଙ୍ଗାଳି ବିସ୍ଥାପିତ ପୁନଃ ବାସହରା ହେବେ ଏବଂ ପାଳଲହଡାର ଏକ ବିରାଟ ଭୂଭାଗ ଜଳସମାଧି ନେଇଯିବ।

ରେଙ୍ଗାଳି ବିସ୍ଥାପିତ ପ୍ରଜାସଙ୍ଘ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

ନୂତନ ପ୍ରକଳ୍ପ: ମାଙ୍କଡା କୋଳିପାଳ ପ୍ରକଳ୍ପର ପ୍ରଭାବ

ରେଙ୍ଗାଳି ବିସ୍ଥାପିତ ଦୁଇ ଦୁଇ ଥର ବିସ୍ଥାପିତ ହେବା ଏକ ବିରଳ ଘଟଣାବଳୀ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇଯିବ । ଦୀର୍ଘ ୫୨ ବର୍ଷ ହେଲା ରେଙ୍ଗାଳି ବିସ୍ଥାପିତଙ୍କୁ କୁ ଆଜି ପର୍ଯ୍ୟନ୍ତ ଉପଯୁକ୍ତ ନ୍ୟାୟ, କ୍ଷତିପୁରଣ ମିଳିନଥିବା ବେଳେ ଦ୍ଵିତୀୟବାର ବିସ୍ଥାପନର ଶିକାର ହେବା ମାନବିକ ଅଧିକାର ଓ ବ୍ୟକ୍ତିର ମୌଳିକ ଅଧିକାର ପ୍ରତି କୁଠାରଘାତ । ସମାକୋଇ ଚକଧର ନିକଟରେ ପୂନଃର୍ବସତି ଥଇଥାନ ହୋଇଥିବା ରେଙ୍ଗାଳି ବିସ୍ଥାପିତଙ୍କ ଚାଷ ଜମିକୁ ଚଳଧର ପ୍ରକଳ୍ପ ଜରିଆରେ ଜଳସେଚନର ସୁବିଧା ଯୋଗାଇ ଦେବାକୁ ସରକାରଙ୍କ ନଷ୍ପତି ୫୨ ବର୍ଷ ହେଲା ସେମିତି ପଢିରହିଛି । ଏହି ପ୍ରକଳ୍ପ ହେଲେ ତେଲକୋଇ ଅଞ୍ଚଳର ମାତ୍ର ୪୦୦ ଏକର ଯାଗା ବୁଢିବାକୁ ଯାଉଥିବା ବେଳେ ସଂପୂର୍ଣ ତେଲକୋଇ ବୁଡିଯିବ କହି ରାଜନୈତିକ ଅଭିସନ୍ଧି ରଖି ବିଭିନ୍ନ ସମୟରେ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ କୁ ଅଟକାଇ ରେଙ୍ଗାଳି ବିସ୍ଥାପିତଙ୍କ ପ୍ରତି ଘୋର ଅନ୍ୟାୟ କରାଯାଇଅଛି।୪୦୦ ଏକର ଯାଗା ପାଇଁ ସମାକୋଇ ପ୍ରକଳ୍ପକୁ ବାରମ୍ବାର ଅଟକାଇ ଆସୁଥିବା ବେଳେ ମାଙ୍କଳା କୋଳିପାଳ ପ୍ରକଳ୍ପ ହେଲେ ୧୧୦୦ ଏକରରୁ ଉର୍ଦ୍ଧ ଚାଷ ଜମି ବୁଢିବା ସହିତ ୫୦୦ ରୁ ଉର୍ଦ୍ଧ ପରିବାର କ୍ଷତିଗ୍ରସ୍ତ ହେବେ । ହେଲେ ଆମ ନେତୃମଣ୍ଡଳି ବିକାଶ – ନାମରେ ଆଉ ଏକ ବିରାଟ ଭୂଭାଗକୁ ମାନଚିତ୍ରରୁ ଲିଭାଇ ଦେବାକୁ ଉଦ୍ୟମରେ ସାରଥୀ ହେବା ଘୋର ପରିତାପର ବିଷୟ । ତେବେ ଜନତାଙ୍କ ସ୍ବାର୍ଥକୁ ଜଳାଞ୍ଜଳି ଦେଇ ଖଣି ଶିଳ୍ପକୁ ପାଣି ଯୋଗାଇବା ପାଇଁ ମାଙ୍କଳା ପ୍ରକଳ୍ପକୁ ଅଗ୍ରାଧିକାର ଭିଭିରେ ନିର୍ମାଣ ଯୋଜନା ଜଦି ହେଇ ଥାଏ ତାହା କୃଷକ ଓ ଜନ ବିରୋଧ କାର୍ଯ୍ୟ ହେବ । ସେହିପରି ଏହି ପ୍ରକଳ୍ପ ନିର୍ମାଣ ହେଲେ ଜାତୀୟ ରାଜପଥ-୪୯ ପ୍ରଭାବିତ ହେବା ସହିତ ଅନ୍ୟତ୍ର ସ୍ଥାନାନ୍ତରଣ ହେବାର ସମ୍ଭାବନା ରହିଛି । ଯଦ୍ୱାରା ପାଳଲହଡା ଅର୍ଥନୀତି ଉପରେ ଘୋର କୁ ପ୍ରଭାବ ପଡିବ । ଆମେ ବିକାଶ ବିରୋଧ ନୋହୁଁ, କିନ୍ତୁ ପାଳଲହଜାର ସ୍ବାର୍ଥରକ୍ଷା ତଥା ଆମ ରେଙ୍ଗାଳି ବିସ୍ଥାପିତଙ୍କ ସମସ୍ୟା ନେଇ ନିମ୍ନୋକ୍ତ ଦାବି ଗୁଡିକ ଉପସ୍ଥାପନା ସହିତ ବିହିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କଲେ ଏକ ଜନ କଲ୍ୟାଣ ରାଷ୍ଟ୍ରରେ ଜନତାଙ୍କ ମଙ୍ଗଳ ହେବା ସହିତ ରାଷ୍ଟ୍ରର ଉନ୍ନତି ହୋଇପାରିବ ।

ବିସ୍ଥାପିତ ପ୍ରଜାସଙ୍ଘ ର ପ୍ରମୁଖ ୧୦ ଦଫା ଦାବି

1. ପୁରୁଣା ସମସ୍ୟାର ସମାଧାନ

ମାଙ୍କଡା ପ୍ରକଳ୍ପ ନିର୍ମାଣ ପୂର୍ବରୁ ପାଳଲହକାର ୫୨ବର୍ଷର ପୁରୁଣା ସମସ୍ୟା ରେଙ୍ଗାଳି ବିସ୍ଥାପିତଙ୍କ ବର୍ଷିତ କ୍ଷତିପୁରଣ ପ୍ରଦାନ ସହିତ ଅନ୍ୟ ସମସ୍ୟାର ସ୍ଥାୟୀ ସମାଧାନ।

2. ସମାକୋଇ ପ୍ରକଳ୍ପ ଆରମ୍ଭ

ମାଙ୍କଡା ପ୍ରକଳ୍ପ ସହିତ ସମାକୋଇ ଚକ୍ରଧର ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ।

3. ଆଲୋଚନାରେ ସଂଘର ସମ୍ମିଳନ

ମାଙ୍କଡ଼ା ନଦୀ ଆନିକଟରେ ଥଇଥାନ ହୋଇଥିବା ରେଙ୍ଗାଳି ବିସ୍ଥାପିତ ଙ୍କ ପ୍ରତିନିଧ ଭାବେ ମାଙ୍କଳା ପ୍ରକଳ୍ପ ସମ୍ବନ୍ଧୀୟ ସରକାରୀ ସ୍ତରୀୟ ଆଲୋଚନା ରେ ଆମସଂଘ କୁ ପକ୍ଷ ଭୂକ୍ତ କରିବା।

4. ଦ୍ୱିଗୁଣା କ୍ଷତିପୂରଣ

ମାଙ୍କଡା ପ୍ରକଳ୍ପ ରେ କ୍ଷତିଗ୍ରସ୍ତ କୁ ଦିଆଯିବା କୁ ଥିବା ଯାବତୀୟ ସୁବିଧା ତଥା ନିର୍ଧାରିତ କ୍ଷତିପୂରଣ ଦ୍ବିଗୁଣା ମୂଲ୍ୟ ମାଙ୍କଡା ନଦୀ ଆନିକଟ ରେ ଥଇଥାନ ହୋଇଥିବା ରେଙ୍ଗାଳି ବିସ୍ଥାପିତ ତଥା ମାଙ୍କଡା ବିସ୍ଥାପିତ ଙ୍କୁ ପ୍ରଦାନ କରିବା।

5. ଚାକିରି ସୁବିଧା

ମାଙ୍କଡା ପ୍ରକଳ୍ପ ରେ ରେଙ୍ଗାଳି ଥଇଥାନ କ୍ଷତିଗ୍ରସ୍ତ ପରିବାର ର ଜଣେ ସଦସ୍ୟ କୁ ସରକାରୀ ନିଯୁକ୍ତି ପ୍ରଦାନ।

6. ଶିଳ୍ପରେ ନିଯୁକ୍ତି

ଭବିଷ୍ୟତ ରେ ମାଙ୍କଡା ପ୍ରକଳ୍ପ ରୁ ଯଦି କୌଣସି ଖଣି ଶିଳ୍ପ କୁ ପାଣି ଯୋଗାଣ ହୁଏ ତେବେ କ୍ଷତିଗ୍ରସ୍ତ ପରିବାର ର ଜଣେ ସଦସ୍ୟ ଙ୍କୁ ସେହି ଶିଳ୍ପ ରେ ସ୍ଥାୟୀ ନିଯୁକ୍ତି।

7. ମନ୍ଦିର ପୁନର୍ନିର୍ମାଣ

ମାଙ୍କଡା ପ୍ରକଳ୍ପ ବାଙ୍କଦର ଠାରେ ଥବା ମା ବଙ୍କେଶ୍ୱରୀ ଠାକୁରାଣୀ ଙ୍କ ମନ୍ଦିର 49 ନମ୍ବର ଜାତୀୟ ରାଜପଥ ପ୍ରଶସ୍ତିକରଣ ସମୟ ରେ ସମ୍ପୂର୍ଣ ଭାବରେ ନିଶ୍ଚିର୍ଣ କରିଦେଇଥିବାରୁ ଠାକୁରାଣୀ ମନ୍ଦିର ପୁନ୍ନ ନିର୍ମାଣ!

8. ରାଜପଥ ସୁରକ୍ଷା

ମାଙ୍କଡା ପ୍ରକଳ୍ପ ରେ 49 ନମ୍ବର ଜାତୀୟ ରାଜପଥ ପ୍ରଭାବିତ ହେବାର ସମ୍ଭାବନା ଥିବାରୁ ଏହି ରାସ୍ତା କୁ ଅନ୍ୟତ୍ର ସ୍ଥାନାନ୍ତରଣ କଲେ ପାଳଲହଡା ଅର୍ଥନୀତି ଉପରେ ବ୍ୟାପକ ପ୍ରଭାବ ପଡ଼ିବାକୁ ଥିବାବେଳେ ରାସ୍ତା ର ଯଥାଵିଧି ସଂରଚନା ପରିବର୍ତ୍ତନ ସହିତ ସ୍ଥିତବସ୍ଥା ବଜାଇ ରଖାଯାଉ!

9. ପ୍ରକଳ୍ପ ଉଚ୍ଚତା କମାଇବା

କୌଣସି ଗ୍ରାମ କୁ କ୍ଷତିଗ୍ରସ୍ତ ନ କରି ମାଙ୍କଡା କୋଳିପାଳ ପ୍ରକଳ୍ପ ର ଉଚ୍ଚତା ହ୍ରାସ କରି ନିର୍ମାଣ କାର୍ଯ୍ୟ କୁ ଆଗେଇନେବା ପାଇଁ ଅନୁରୋଧ!

10. ସ୍ପଷ୍ଟ ପୁନର୍ବସନ ନୀତି

ରେଙ୍ଗାଳି ବିସ୍ଥାପିତ ଙ୍କୁ ଯେପରି ଧୋକା ଦିଆଗଲା ତାହାର ପୁନରାବୃତ୍ତି ନ କରି ପ୍ରଥମେ ସ୍ପର୍ଷ୍ଟ ଭାବରେ ଥଇଥାନ ନୀତି ଲାଗୁ ହୋଇ ଥଇଥାନ କଲାପରେ ପ୍ରକଳ୍ପ ଶୁଭାରମ୍ଭ କରିବା ପାଇଁ ଅନୁରୋଧ କରିଥିଲେ! ଏହାର କୌଣସି ସମାଧାନ ସୂତ୍ର ବାହାର ନ କରି ବିସ୍ଥାପିତ ହେବାକୁ ଥିବା ଅଂଚଳ ବାସି ଙ୍କ ଉପରେ ଅଯଥା ଚାପ ପ୍ରୟୋଗ କରିବାର ପ୍ରୟାସ ହେଲେ ଆନ୍ଦୋଳତ୍ମକ ପନ୍ଥା ସହିତ ମାନବଧିକାର କମିଶନ ଓ ନ୍ୟାୟାଳୟ ର ଆଶ୍ରୟ ନେବାପାଇଁ ଚେତାବନୀ ଦେଇଥିଲେ!

Leave a Comment

Your email address will not be published. Required fields are marked *

Scroll to Top