ପତ୍ନୀ ର ତଣ୍ଟିଛପି ହତ୍ୟାକଲା ସ୍ୱାମୀ,ପରିବାରକ କଳହ ରୁ ଗଡ଼ିଲା ମୁଣ୍ଡ, ଆତ୍ମ ସମର୍ପଣ କଲା ସ୍ୱାମୀ
ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅଧିନ ପୋଚାଲୁଣ୍ଡି ଗ୍ରାମର ମନୋଜ କୁମାର ଜେନା ନାମକ ବ୍ୟକ୍ତି ମଦ୍ୟପାନ କାରି ନିଜ ତାଙ୍କ ପତ୍ନୀ ସୁନିତା ଜେନା ଙ୍କୁ ମାରପିଟ କରିବା ସହ ଚେନ ସାହାଯ୍ୟରେ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି l ତେବେ ଉଭୟ ଙ୍କ ଗୋଟିଏ କନ୍ୟା ସନ୍ତାନ ରହିଥିବା ବେଳେ ପାଞ୍ଚ ବର୍ଷ ପୂର୍ବେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ l ବିବାହ ପରେ ବିଭିନ୍ନ ସମୟରେ ପତୀ ପତ୍ନୀ ଙ୍କ ମଧ୍ୟରେ କଳହ ଲାଗିରହିଥିଲା l ତେବେ ଆଜି କୌଣସି କାରଣକୁ ନେଇ ମନୋଜ ମଦ୍ୟପାନ କରି ଆସି ଘରେ ଗଣ୍ଡଗୋଳ କରିବା ସହ ପତ୍ନୀ ଙ୍କୁ ମାଡ ମୋରିଥିଲେ l ଏବଂ ତାହା ଉଗ୍ରରୂପ ନେଇ ଗୋଟିଏ ଚେନ ସାହାଯ୍ୟରେ ପତ୍ନୀ ଙ୍କ ତଣ୍ଟିକୁ ଚିପି ମୁହଁକୁ ମାଡ଼ ମାରି ହତ୍ୟା କରି ପରିବାର ଲୋକଙ୍କୁ ଜଣାଇଥିଲେ l ଖବର ପାଇ ମହିଳା ଙ୍କ ବାପା ମା ଗ୍ରାମରେ ପହଞ୍ଚି ପୋଲିସ କୁ ଖବର ଦେବାପରେ ପୋଲିସ ଆଗରେ ସତ ମାନିଛି ଅଭିଯୁକ୍ତ ସ୍ୱାମୀ l ପତ୍ନୀ ବିଭିନ୍ନ ସମୟରେ ଅପମାନ ଦେଉଥିବା ରୁ ତାହା ସହ୍ୟ ନକରିପରି ହତ୍ୟା କରିଥିବା ପୋଲିସ କୁ କହିଛି ଅଭିଯୁକ୍ତ ସ୍ୱାମୀ l ଅନ୍ୟପଟେ ପୋଲିସ ଅଭିଯୁକ୍ତ କୁ ଅଟକ ରଖିବା ସହ ମୃତଦେହ ଜବତକରି ବ୍ୟବଛେଦ ପାଇଁ ପଠାଇ ଅଧିକ ଖୋଳତାଡ଼ କରୁଛି l ଏନେଇ ପୋଲିସ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନଥିବା ବେଳେ ଅଭିଯୁକ୍ତ କୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ମୃତକ ଙ୍କ ପରିବାର ସଦସ୍ୟ l
