jagrutinews.com

!-- TradingView Widget BEGIN -->
!-- TradingView Widget BEGIN -->
Responsive Breaking News Ticker
!
BREAKING NEWS

ପୁରୁଷୋତ୍ତମପୁର ରେ ଭୟାବହ ସଡ଼କ ଦୁର୍ଘଟଣା

ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ବ୍ଲକ ଉପକଣ୍ଠ ବଡ଼ଶଙ୍ଖ ନିକଟରେ ଆଜି ରାତ୍ର ସାଢେ ୮ଟା ସମୟରେ ଘଟିଛି ଏକ ଅତ୍ୟନ୍ତ ଦୁଃଖଦ ଓ ଭୟାବହ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣା ରେ ଜଣେ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ଝିଅ ଗୁରୁତର ଆହତ ହୋଇଛନ୍ତି। ଘଟଣା ପରେ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଭୟ ଓ ଆକ୍ରୋଶର ପରିବେଶ ସୃଷ୍ଟି ହୋଇଛି। ସୂଚନା ଅନୁସାରେ, କୋଦଳା ଥାନା ଅନ୍ତର୍ଗତ ଷଣ୍ଢମୂଳ ପଞ୍ଚାୟତର ସାରୁବନ୍ଧା ଗ୍ରାମର ବାସିନ୍ଦା ଗୁରୁବାରିଆ ଶବର, ଯିଏ ପେଶାରେ ଜଣେ ପ୍ରାଥମିକ ଶିକ୍ଷକ, ସେ ଆଜି ନିଜ ପରିବାର ସହିତ ବ୍ରହ୍ମପୁର ନିକଟ ବୁରୁଗାଁ ଥିବା ଶଶୁରଘରୁ ନିଜ ଗାଁକୁ ଫେରୁଥିଲେ। ସେ ନିଜର ହୋଣ୍ଡା ୟୁନିକନ୍ ବାଇକ୍‌ରେ ସ୍ତ୍ରୀ ସୁଷମା ଶବର (୨୯), ପୁଅ ଓ ୬ ବର୍ଷର ଝିଅ ଇଭାନ ଜେଲି ଶବରଙ୍କୁ ନେଇ ଯାଉଥିଲେ। ପୁରୁଷୋତ୍ତମପୁର ସହର ରାସ୍ତା ଦେଇ ବଡ଼ଶଙ୍ଖ ନିକଟରେ ପହଞ୍ଚିବା ସମୟରେ, ରାସ୍ତା ଉପରେ ପାଣି ପାଇପ ବିଛାଇବା ପାଇଁ ଖୋଳାଯାଇଥିବା ମାଟି ଗଦା ବର୍ଷାରେ କାଦୁଅ ପଚପଚ ହୋଇଯାଇଥିଲା। ଯାହାଫଳ ରେ ବାଇକ୍‌ଟି ହଠାତ୍ ଖସିଯାଇଥିଲା ଓ ବାଇକ୍‌ରେ ବସିଥିବା ସୁଷମା ଶବର ରାସ୍ତାରେ ପଡ଼ିଯାଇଥିଲେ।

ପୁରୁଷୋତ୍ତମ ପୁର ବ୍ଲକ ରେ ଭୟାବହ ଦୁର୍ଘଟଣା

ଦୁର୍ଘଟଣା ର ଭୟାବାହତା କେତେ ଥିଲା

ଏହି ସମୟରେ ଭୂତସରସିଙ୍ଗି ପଟରୁ ଦ୍ରୁତ ଗତିରେ ଆସୁଥିବା ଏକ ଆଇଚର୍ ଟ୍ରକ୍ (ନମ୍ବର: OD 07 AP 4940) ସୁଷମାଙ୍କୁ ଧକ୍କା ଦେଇ ତାଙ୍କ ମୁଣ୍ଡ ଉପରେ ଚଢିଯାଇଥିଲା । ଦୁର୍ଘଟଣାର ଭୟାବହତା ଏପରି ଥିଲା ଯେ, ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ବାଇକ୍‌ରେ ଥିବା ୬ ବର୍ଷର ଝିଅ ଇଭାନ ଜେଲି ଶବର ଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଛି। ତାଙ୍କୁ ସ୍ଥାନୀୟ ଲୋକମାନଙ୍କ ସହଯୋଗରେ ତୁରନ୍ତ ପୁରୁଷୋତ୍ତମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇ ଚିକିତ୍ସା ଆରମ୍ଭ କରାଯାଇଛି। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ବୋଲି ଜଣାପଡ଼ିଛି।

ଦୁର୍ଘଟଣା ପରେ ଚିକିତ୍ସାଧୀନ ଅବସ୍ଥା ରେ ଶିଶୁ କନ୍ୟା

ଘଟଣା ପରେ ପୋଲିସ ର କଣ ରହିଥିଲା କାର୍ଯ୍ୟାନୁଷ୍ଠାନ

ଘଟଣା ପରେ ସ୍ଥାନୀୟ ବାସିନ୍ଦା କୈଳାସ ଚନ୍ଦ୍ର ସେଠୀ ଟ୍ରକ୍‌ଟିକୁ ଅଟକାଇଥିଲେ। ପରେ ପୋଲିସ ଆଇଆଇସି କୁଳମଣି ସେଠୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଦମକଳ ବାହିନୀ ଓ ପୋଲିସ କର୍ମଚାରୀଙ୍କ ସହଯୋଗରେ ମୃତଦେହକୁ ଉଦ୍ଧାର କରିଥିଲେ। ଶବକୁ ବ୍ୟବଚ୍ଛେଦ ପାଇଁ ପୁରୁଷୋତ୍ତମପୁର ମେଡିକାଲକୁ ପଠାଯାଇଥିଲା। ପୋଲିସ ଏହି ଘଟଣାରେ ମାମଲା ରୁଜୁ କରି ଟ୍ରକ୍ ଚାଳକଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ, ସେହି ସ୍ଥାନରେ ପୂର୍ବରୁ ମଧ୍ୟ ଏପରି ତିନୋଟି ଦୁର୍ଘଟଣା ଘଟିଛି। ପାଣି ପାଇପ ବିଛାଇବା ପାଇଁ ଖୋଳାଯାଇଥିବା ରାସ୍ତାକୁ ସଠିକ ଭାବରେ ନିର୍ମାଣ କରାଯାଇନଥିବାରୁ ଏହିପରି ଦୁର୍ଘଟଣା ଘଟୁଛି। ଏହାକୁ ନେଇ ଜନସ୍ୱାସ୍ଥ୍ୟ ବିଭାଗର ଅବହେଳା ଉପରେ ଗୁରୁତର ପ୍ରଶ୍ନ ଉଠିଛି।

ଏହି ଦୁଃଖଦ ଘଟଣା ଆଉଥରେ ସଡ଼କ ସୁରକ୍ଷା ଓ ନିର୍ମାଣ କାମରେ ଅବହେଳାର ଭୟାବହ ପରିଣାମକୁ ସାମ୍ନାକୁ ଆଣିଛି। ସ୍ଥାନୀୟ ଲୋକମାନେ ତୁରନ୍ତ ଏହି ସମସ୍ୟାର ସମାଧାନ ଓ ଦାୟୀ ବିଭାଗ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି।

Leave a Comment

Your email address will not be published. Required fields are marked *

Scroll to Top