jagrutinews.com

!-- TradingView Widget BEGIN -->
!-- TradingView Widget BEGIN -->
Responsive Breaking News Ticker
!
BREAKING NEWS

ଅଭିଯୋଗ କଲେ ସାମ୍ବାଦିକ ଙ୍କୁ ମିଳୁଛି ଧମକ: ଶେରଗଡ଼ରେ ବନୀକରଣ ଅର୍ଥ ହରିଲୁଟ ଅଭିଯୋଗ

ହିଞ୍ଜିଳିକାଟୁ ଅଞ୍ଚଳରେ ବନୀକରଣ କାର୍ଯ୍ୟକ୍ରମ ପାଇଁ ଆସୁଥିବା ସରକାରୀ ଅର୍ଥରେ ଅନିୟମିତତା ଓ ହରିଲୁଟ ନେଇ ଗୁରୁତର ଅଭିଯୋଗ ଆସିଛି। ଏହି ଅଭିଯୋଗକୁ ସାମ୍ନାକୁ ଆଣିବା ପରେ ଜଣେ ସାମ୍ବାଦିକ ଙ୍କୁ ଧମକ ମିଳୁଥିବା,ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି। ବନୀକରଣ ପ୍ରକଳ୍ପରେ ଅନିୟମିତତା ଅଭିଯୋଗ। ବନୀକରଣ ପାଇଁ ମଞ୍ଜୁର ହୋଇଥିବା ଅର୍ଥ ସର୍ବସାଧାରଣଙ୍କ ଉପକାର ପାଇଁ ହେଉଥିବା ସତ୍ତ୍ୱେ, ଏହାର ବ୍ୟବହାର ନେଇ ଅନେକ ପ୍ରଶ୍ନ ଉଠିଛି। ସୂଚନା ଫଳକରେ ଉଲ୍ଲେଖ ଥିବା କାର୍ଯ୍ୟ ଓ ଭୂମିସ୍ତରରେ ହେଉଥିବା କାମ ମଧ୍ୟରେ ବ୍ୟାପକ ତଫାତ ଦେଖାଯାଇଛି।

ଫଳକ ଓ ପ୍ରାକୃତ କାମରେ କେତେ ରହିଛି ତଫାତ

  • ସୂଚନା ଫଳକରେ ବୃକ୍ଷରୋପଣ ଓ ଖର୍ଚ୍ଚ ବିବରଣୀ ଦର୍ଶାଯାଇଛି
  • କିନ୍ତୁ ଭୂମିସ୍ତରରେ କମ ସଂଖ୍ୟକ ଗଛ ଲଗାଯାଇଛି
  • ଏହାକୁ ସାଧାରଣ ଲୋକ “ହରିଲୁଟ” ବୋଲି ବର୍ଣ୍ଣନା କରୁଛନ୍ତି
ସାମ୍ବାଦିକ ଙ୍କୁ ମିଳୁଛି ଧମକ

ସାମ୍ବାଦିକ ଙ୍କୁ ଧମକ ମିଳିବା ନେଇ କଣ କହୁଛନ୍ତି ସ୍ଥାନୀୟ ଲୋକେ

ସ୍ଥାନୀୟ ଲୋକଙ୍କ ମତାମତ ଅନୁସାରେ, ଯେଉଁଠି ଦଶଟି ଗଛ ଲଗାଯିବା କଥା ଥିଲା, ସେଠି ମାତ୍ର ଗୋଟିଏ କିମ୍ବା କିଛି ଗଛ ଦେଖାଯାଇଛି। ଏହା ଦ୍ୱାରା ଅର୍ଥ ଅପବ୍ୟୟ ଓ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ସାଧାରଣତଃ ସାମ୍ବାଦିକ ମାନେ ସରକାରୀ କାର୍ଯ୍ୟର ତଥ୍ୟ ଲୋକମାନଙ୍କ ସମ୍ମୁଖରେ ଆଣିଥାନ୍ତି। ଭଏସ ଅଫ ମିଡିଆ ସଂଘର ସଦସ୍ୟ ସାମ୍ବାଦିକ ଗୌରହରି ସାବତ ଏହି ଘଟଣାର ପ୍ରମାଣ ସଂଗ୍ରହ କରିଥିଲେ। ସେ ଏହାକୁ ଜନ ଶୁଣାଣୀ ମାଧ୍ୟମରେ ପ୍ରଶାସନଙ୍କ ଦୃଷ୍ଟିରେ ଆଣିଥିଲେ।

ଜନଶୁଣାଣି ରେ କଣ ଉଠୁଛି ଅଭିଯୋଗ ଆଉ ପ୍ରଶ୍ନ :

▪️ବନୀକରଣ ଅର୍ଥର ଅପବ୍ୟବହାର କିପରି ହେଲା

▪️ଯୋଜନା ଅନୁଯାୟୀ କାମ କାହିଁକି ହୋଇnah

▪️ଏ ସବୁ ପଛରେ ଦାୟୀ କିଏ

ଅଭିଯୋଗ ପତ୍ର ସହ ଏକଜୁଟ୍ ହେଲେ ସାମ୍ବାଦିକ ଗଣ

ଅଭିଯୋଗ ହେବା ପରେ ପ୍ରଶାସନ ର କଣ ରହିଛି ପ୍ରତିକ୍ରିୟା

ଅତିରିକ୍ତ ଜିଲ୍ଲାପାଳଙ୍କୁ ତଦନ୍ତ ପାଇଁ ଅନୁରୋଧ କରାଯାଇଥିଲା ସାମ୍ବାଦିକ ସଙ୍ଘ ପକ୍ଷରୁ। ଏହି ଘଟଣାକୁ ଗୁରୁତ୍ୱ ର ସହ ନେବାର ସୂଚନା ମିଳିଥିଲା। ଘଟଣାର ଗୁରୁତ୍ୱ ସେତେବେଳେ ବଢ଼ିଲା ଯେତେବେଳେ ସାମ୍ବାଦିକ ଗୌରହରି ସାବତଙ୍କୁ ଧମକ ମିଳିଲା। ଘଟଣା ଦିନ ସନ୍ଧ୍ୟା ପ୍ରାୟ ୮ଟା ସମୟରେ ଜଣେ ବ୍ୟକ୍ତି ଫୋନ ମାଧ୍ୟମରେ ଗୌରହାରୀ ଙ୍କୁ ଅସଭ୍ୟ ଭାଷାରେ ଧମକ ଦେଇଥିଲେ।

କିପରି ଥିଲା ଧମକ ର ପ୍ରକୃତି :

▪️ଅସଭ୍ୟ ଭାଷାରେ କଥାବାର୍ତ୍ତା

▪️ବିଡିଓଙ୍କ ପାଖକୁ ଉଠାଇନେବା ଧମକ

▪️ସାମ୍ବାଦିକଙ୍କୁ ଭୟଭୀତ କରିବା ର ପ୍ରୟାସ

ପାଖରେ ଥିବା ଲୋକମାନେ ଏହି ଘଟଣାକୁ ନିନ୍ଦା କରିଥିଲେ। ସେମାନେ ଏହାକୁ ଗଣତନ୍ତ୍ର ପାଇଁ ହାନିକାରକ ବୋଲି କହିଛନ୍ତି।

ଉକ୍ତ କାର୍ଯ୍ୟ ର ସତ୍ୟତା ଦେଖାଇବାରୁ ସାମ୍ବାଦିକ ଙ୍କୁ ମିଳିଥିଲା ଧମକ

ଭଏସ୍ ଅଫ୍ ମିଡିଆ ସଂଘ ର କଣ ରହିଛି ପଦକ୍ଷେପ

ଏହି ଘଟଣାକୁ ଭଏସ ଅଫ ମିଡିଆ ସଂଘ ଗୁରୁତ୍ୱର ସହ ନେଇଛି। ୬ ଏପ୍ରିଲ ୨୦୨୬ ରେ ସଂଘର ପ୍ରତିନିଧିମାନେ ଶେରଗଡ଼ ବିଡିଓଙ୍କୁ ଭେଟିଥିଲେ।

ଦାବି ଓ ଆବେଦନ :

▪️ ଘଟଣାର ନିରପେକ୍ଷ ତଦନ୍ତ

▪️ ସାମ୍ବାଦିକ ଙ୍କ ସୁରକ୍ଷା

▪️ ଦୁର୍ନୀତି ଉପରେ କଠୋର କାର୍ଯ୍ୟାନୁଷ୍ଠାନ

ସଂଘ ପକ୍ଷରୁ ଏକ ଲିଖିତ ଆବେଦନ ମଧ୍ୟ ଦାଖଲ କରାଯାଇଛି। ଯଦି ଉଚିତ କାର୍ଯ୍ୟନୁଷ୍ଠାନ ନ ହୁଏ, ଉଚ୍ଚ ସ୍ତରରେ ଅଭିଯୋଗ କରିବା ପାଇଁ ସଙ୍ଘ ପକ୍ଷରୁ ସିଦ୍ଧାନ୍ତ ନିଆଯାଇଛି। ଗୋପବନ୍ଧୁ ପ୍ରେସକ୍ଲବ ହିଞ୍ଜିଳିକାଟୁ ମଧ୍ୟ ଏହାକୁ ନିନ୍ଦା କରିଛି। ସଭାପତି ଓ ଅନ୍ୟାନ୍ୟ ସଦସ୍ୟମାନେ ଏହାକୁ ଗଣମାଧ୍ୟମର ସ୍ୱାଧୀନତା ଉପରେ ଆକ୍ରମଣ ବୋଲି କହିଛନ୍ତି।

ମୁଖ୍ୟ ଦାବି :

▪️ସାମ୍ବାଦିକଙ୍କୁ ସୁରକ୍ଷା ଦିଆଯାଉ

▪️ଧମକ ଦେଇଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଉ

▪️ଦୁର୍ନୀତି ଉପରେ କଠୋର ତଦନ୍ତ

ଏହି ଘଟଣା ପରେ ସାଧାରଣ ଲୋକମାନଙ୍କ ମଧ୍ୟରେ ଏକ ଭୟ ଓ ଅନିଶ୍ଚିତତା ସୃଷ୍ଟି ହୋଇଛି। ଯଦି ଦୁର୍ନୀତି ବିରୋଧରେ ସ୍ୱର ଉଠାଇବାକୁ ଧମକ ମିଳେ, ତେବେ ସାଧାରଣ ଲୋକମାନେ କେତେ ସୁରକ୍ଷିତ? ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ। ଏହାକୁ ଭୟଭୀତ କରିବା ମାନେ ସମାଜର ସ୍ୱରକୁ ଦମନ କରିବା।

ଶେଷ କଥା

ଶେରଗଡ଼ ରେ ଏହି ଘଟଣା କେବଳ ଦୁର୍ନୀତି ନୁହେଁ, ବରଂ ସାମ୍ବାଦିକ ସୁରକ୍ଷା ଓ ଗଣତନ୍ତ୍ରର ସୁରକ୍ଷା ନେଇ ଗୁରୁତ୍ୱପୂର୍ଣ ପ୍ରଶ୍ନ ଉଠାଇଛି। ଏବେ ଦେଖିବାକୁ ବାକି ରହିଲା ପ୍ରଶାସନ ଏହାର କିପରି ସମାଧାନ କରୁଛି ଓ ଦୋଷୀଙ୍କ ବିରୋଧରେ କେତେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯାଉଛି।

Leave a Comment

Your email address will not be published. Required fields are marked *

Scroll to Top